ପ୍ରସବ ଭ୍ୟାନ୍‌ରେ ଗର୍ଭବତୀଙ୍କୁ ମାଡ଼

ଫୁଲବାଣୀ ଅଫିସ,୨୬।୮: କନ୍ଧମାଳ ଜିଲାରେ ଆନୁଷ୍ଠାନିକ ପ୍ରସବ ପାଇଁ ଜିଲାପାଳ ଡା.ବୃନ୍ଦା ଡି ପଦକ୍ଷେପ ନେଉଛନ୍ତି। ଘରେ ପ୍ରସବ ନ କରାଇ ଡାକ୍ତରଖାନାରେ କରାଇବା ନିମନ୍ତେ ଗର୍ଭବତୀଙ୍କୁ ନେବା ପାଇଁ ଭ୍ୟାନ ବ୍ୟବସ୍ଥା କରିଛନ୍ତି। ହେଲେ ଜଣେ ଗର୍ଭବତୀଙ୍କୁ ଭ୍ୟାନରେ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଭ୍ୟାନରେ ଡେଲିଭରି କାର୍ଯ୍ୟରେ ନିୟୋଜିତ ଥିବା ଜଣେ ମହିଳା ମାଡ଼ ମାରିଥିବା ନେଇ ମହିଳା ଜଣକ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ଫିରିଙ୍ଗିଆ ବ୍ଲକ ଘାଟିସାହିର ସନ୍ଧ୍ୟା ନାୟକଙ୍କ ଗତ ୨୫ ତାରିଖ ରାତିରେ ପ୍ରସବ ବେଦନା ହୋଇଥିଲା। ତାଙ୍କୁ ଡାକ୍ତରଖାନା ନେବାକୁ ଆଶାକର୍ମୀ ଏବଂ ସ୍ଥାନୀୟ ଲୋକେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଡେଲିଭରି ଭ୍ୟାନ ସହ ଯୋଗାଯୋଗ କରିଥିଲେ। ସନ୍ଧ୍ୟାଙ୍କ ଘରଠାରୁ ୫୦୦ ମିଟର ଦୂରରେ ଡାକ୍ତରଖାନା। ହେଲେ ଘଣ୍ଟାଏ ବିଳମ୍ବରେ ଭ୍ୟାନ୍‌ ପହଞ୍ଚିଥିଲା। ସନ୍ଧ୍ୟାଙ୍କୁ ଭ୍ୟାନକୁ ନିଆଯିବା ପରେ ବେଦନା ଅସହ୍ୟ ହେବାରୁ ସେ ଚିତ୍କାର କରିଥିଲେ। ଏହି ସମୟରେ ଉକ୍ତ ଭ୍ୟାନରେ ଥିବା ମହିଳା ସ୍ବାସ୍ଥ୍ୟକର୍ମୀ ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଫିରିଙ୍ଗିଆ ଡାକ୍ତରଖାନାରେ ସନ୍ଧ୍ୟାଙ୍କର ଏକ ପୁଅ ଜନ୍ମ ନେଇଛି ା ଭ୍ୟାନରେ ମାଡ଼ ମରାଯାଇଥିବାରୁ ତାଙ୍କ ମର୍ଯ୍ୟାଦା ହାନୀ ହୋଇଛି । ତୁରନ୍ତ ସମ୍ପୃକ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା : କଲେଜରେ ତାଲା ପକାଇଲେ ଛାତ୍ରୀଛାତ୍ର

ଭାପୁର, ୨୫।୪(ଡି.ଏନ୍‌.ଏ.)- ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା ପ୍ରତିବାଦରେ ଢେଙ୍କାନାଳ ସଦର ବ୍ଲକ ଭାପୁରସ୍ଥିତ ଦେବେନ୍ଦ୍ର  ଶତପଥୀ ସ୍ମାରକୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଏହାର ପ୍ରତିବାଦରେ...

୯୬ ଶିକ୍ଷକଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୭।୧(ବ୍ୟୁରୋ): ଶିକ୍ଷା ମନ୍ତ୍ରୀ ସମୀର ଦାସ ଶୁକ୍ରବାର ୯୬ ଶିକ୍ଷକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଶିକ୍ଷକ ଭାବେ ନିଯୁକ୍ତି ପାଇ ମଧ୍ୟ...

ନୃଶଂସ ପୁଅଙ୍କ ଅମାନବୀୟ କାଣ୍ଡ: ବାପାଙ୍କୁ ଠେଙ୍ଗାରେ ପିଟି ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ପାଟଣାଗଡ଼, ୬।୭ (ଡି.ଏନ୍‌.ଏ.): ସାମାନ୍ୟ ବଚସାକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ମାଡ଼ମାରିବା ପରେ ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ ପୁଅ। ଏଭଳି ଏକ ସ୍ପର୍ଶକାତର ଘଟଣା...

‘କେହି ଦୁଃଖ ଶୁଣିଲେନି’

ଆନନ୍ଦପୁର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ଜଣେ ଦିବ୍ୟାଙ୍ଗ ନ୍ୟାୟ ପାଇଁ ଧାରଣା ଦେଇଥିଲେ। ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ହେଉଛନ୍ତି ଆନନ୍ଦପୁର...

ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଖୋଜ ଶିଶୁଙ୍କ ସଂଖ୍ୟା ବଢ଼ିଚାଲିଛି। ଦିନ ଦ୍ୱିପ୍ରହରରେ ଗୁଳି ଫୁଟୁଛି। ରାଜନୈତିକ ହତ୍ୟା ବଢ଼ିଚାଲିଛି। ରାଜ୍ୟରେ ଲୋକଙ୍କ ଧନଜୀବନ...

ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ: ଭିଡିଓ ଭାଇରାଲ କରି ଜଣେ ଗିରଫ, ମୋବାଇଲ ଜବତ

ବଡ଼ବିଲ,୫।୪( ସ୍ଵ. ପ୍ର.): କରୋନା ସମ୍ପର୍କିତ ଆପତ୍ତିଜନକ ଭିଡ଼ିଓ, ମ୍ୟାସେଜ, ଫଟୋ ଆଦି ସୋସିଆଲ ମିଡିଆରେ ଭାଇରାଲକୁ ନେଇ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। କେନ୍ଦୁଝର ଜିଲା...

କରୋନାରେ ପ୍ରାଣ ହରାଇଥିଲେ ୨ ସାମ୍ବାଦିକ: ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୭(ବ୍ୟୁରୋ): କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ଉଭୟ ସାମ୍ବାଦିକଙ୍କ ପରିବାର ପିଛା ୧୫ ଲକ୍ଷ...

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: କୋଟିପତି ଶିକ୍ଷୟିତ୍ରୀ ଗିରଫ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ଭୁବନେଶ୍ୱର ୟୁନିଟ-୬ସ୍ଥିତ ସିଟି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗୁରୁବାର ଗିରଫ ହୋଇଛନ୍ତି।...

Advertisement
Archives

Model This Week