ବଜେଟ ପୂର୍ବରୁ ସର୍ଭେ ଆକଳନ

ନୂଆଦିଲ୍ଲୀ,୨୩|୧: ଚଳିତ ବର୍ଷ(୨୦୨୨-୨୩)ର ବଜେଟ ଖୁବ୍‌ଶୀଘ୍ର ସଂସଦରେ ଉପସ୍ଥାପନ ହେବାକୁ ଯାଉଛି। ଏ ବର୍ଷର ବଜେଟରେ ଭାରତୀୟ ଉତ୍ପାଦକୁ ଅନ୍ତର୍ଜାତୀୟ ସ୍ତରରେ ଆଦୃତ କରାଇବା ପାଇଁ ସରକାରୀ ସ୍ତରରେ ଯୋଜନା କରାଯାଉଛି। ହେଲେ ଗତ କିଛି ମାସ ହେବ ଦେଶ ଦେଶ ମଧ୍ୟରେ ରହିଥିବା ବ୍ୟବସାୟିକ ସମସ୍ୟା ଏହାଦ୍ୱାରା କେତେ ପରିମାଣରେ ସମାଧାନ ହେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ସେହିଭଳି ଚଳିତ ବଜେଟ ସହ ଜଡ଼ିତ ଥିବା କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ବିଶ୍ୱ ବାଣିଜ୍ୟ ମାମଲାରେ ଭାରତର କାରବାର ବୃଦ୍ଧି କରିବାକୁ ଚଳିତ ବଜେଟରେ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି। ଏହା ସହ କାରବାରରେ ଯେପରି କୌଣସି ପ୍ରତିବନ୍ଧକ ନ ଆସେ ତା’ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି। ସୂଚନା ଅନୁସାରେ ଯେଉଁ ଉତ୍ପାଦକ ବିଦେଶରେ ନିଜ ଉତ୍ପାଦ ଉପରେ ଭଲ ମାର୍କେଟିଂ କରିବେ, ସେ ସମସ୍ତ ସାମଗ୍ରୀ ଓ ଉପତ୍ାଦକୁ ସରକାର ସହାୟତା ଯୋଗାଇ ଦେବା ସହ ସେମାନଙ୍କୁ ଏହି କ୍ଷେତ୍ରରେ ଲାଗୁ ଟିକସ ଅଂଶରୁ ମଧ୍ୟ ସ୍ବଳ୍ପ ରିହାତି ପ୍ରଦାନ କରାଯିବ। କେବଳ ବିଦେଶ ଯାଇ ସେଠାରେ ଷ୍ଟଲ୍‌ ଲଗାଇବା କ୍ଷେତ୍ରରେ ନୁହେଁ, ଡିଜିଟାଲ ଜରିଆରେ ମଧ୍ୟ କରାଯାଉଥିବା କ୍ୟାମ୍ପେନିଂରେ ଟିକସ ହ୍ରାସ କରାଯିବ ବୋଲି କୁହାଯାଉଛି। ଏହାଛଡ଼ା ଛୋଟ ଏବଂ ମଧ୍ୟମ ଧରଣର ଉଦ୍ୟୋଗୀଙ୍କ ପାଇଁ କେନ୍ଦ୍ର ସରକାର ବଜେଟରେ ଡବଲ ଟ୍ୟାକ୍ସ ଡିଡକ୍ସନ୍‌ ସ୍କିମ୍‌ ଆଣିବା ପାଇଁ ବିଚାର କରୁଥିବା ଜଣାପଡ଼ିଛି। ଏହି ସ୍କିମ୍‌ ଜରିଆରେ ଉଦ୍ୟୋଗୀମାନେ ଇଣ୍ଟରନ୍ୟାଶନାଲ ମାର୍କେଟିଂ ଖର୍ଚ୍ଚ ଉପରେ ଦୁଇଗୁଣ ଟ୍ୟାକ୍ସ ହ୍ରାସ ସୁବିଧା ପାଇବେ। ଏଥିସହିତ ବିଦେଶରେ ନୂଆ ବଜାର ଖୋଜିବା ଏବଂ ଉତ୍ପାଦରେ ପ୍ରମୋଶନ କରିବା ପାଇଁ ହେଉଥିବା ଖର୍ଚ୍ଚ ଉପରେ ମଧ୍ୟ ଟ୍ୟାକ୍ସ ହ୍ରାସ କରାଯିବା ନେଇ ଆଲୋଚନା ହେଉଥିବା ଜଣାପଡ଼ିଛି। ସେହିଭଳି ଦରଦାମ ବୃଦ୍ଧି ଏବଂ ବେରୋଜଗାରୀକୁ ନେଇ ମଧ୍ୟ ସରକାର ନୂଆ ଯୋଜନା ପ୍ରଣୟନ କରିବା ସମ୍ଭାବନା ରହିଛି। ଭାରତରେ ପ୍ରତି ଦୁଇ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ମୋଦି ସରକାରଙ୍କ ଆର୍ଥିକ ନୀତି ପସନ୍ଦ ଆସୁଛି ବୋଲି ଜନମତ ପାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ମୋଦି ସରକାରଙ୍କ ଆର୍ଥିକ ନୀତିର ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ଗତ ଏକ ବର୍ଷରେ ବ୍ୟାପକ ପରିମାଣରେ ହ୍ରାସ ଘଟିଛି। ବର୍ତ୍ତମାନ ଭାରତର ୫୨% ଜନତା ମୋଦି ସରକାରଙ୍କ ଆର୍ଥିକ ନୀତିରେ ଖୁସି ଅଛନ୍ତି ବୋଲି ଉକ୍ତ ଗଣମାଧ୍ୟମ ସର୍ଭେରୁ ସୂଚନା ମିଳିଛି। ସେହିପରି ଗତ ବର୍ଷ ୬୦% ରୁ ଅଧିକ ଲୋକ ମୋଦି ସରକାରଙ୍କ ଆର୍ଥିକ ନୀତିକୁ ପସନ୍ଦ କରୁଥିଲେ, କିନ୍ତୁ ଏବେ ଆଉ କରୁ ନାହାନ୍ତି। ଫଳରେ ଚଳିତ ଥର ଏହା ହ୍ରାସ ଘଟି ୫୨% କୁ ଖସି ଆସିଛି। ଅପରପକ୍ଷରେ ୧୯% ଲୋକ ଆର୍ଥିକ ମୋର୍ଚ୍ଚାରେ ମୋଦି ସରକାରଙ୍କ ପ୍ରଦର୍ଶନକୁ ହାରାହାରି ଦର୍ଶାଇଥିବାବେଳେ ୨୬ % ଲୋକ ସରକାରଙ୍କ ଆର୍ଥିକ ନୀତିରେ ଖୁସି ନ ଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ବଡ଼ ଉଦ୍ୟୋଗପତିଙ୍କୁ ଫାଇଦା ମିଳିଲା ଭଳି ବଜେଟ କରୁଥିବା ୪୮% ଲୋକେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri