ବଜେଟ ପୂର୍ବରୁ ସର୍ଭେ ଆକଳନ

ନୂଆଦିଲ୍ଲୀ,୨୩|୧: ଚଳିତ ବର୍ଷ(୨୦୨୨-୨୩)ର ବଜେଟ ଖୁବ୍‌ଶୀଘ୍ର ସଂସଦରେ ଉପସ୍ଥାପନ ହେବାକୁ ଯାଉଛି। ଏ ବର୍ଷର ବଜେଟରେ ଭାରତୀୟ ଉତ୍ପାଦକୁ ଅନ୍ତର୍ଜାତୀୟ ସ୍ତରରେ ଆଦୃତ କରାଇବା ପାଇଁ ସରକାରୀ ସ୍ତରରେ ଯୋଜନା କରାଯାଉଛି। ହେଲେ ଗତ କିଛି ମାସ ହେବ ଦେଶ ଦେଶ ମଧ୍ୟରେ ରହିଥିବା ବ୍ୟବସାୟିକ ସମସ୍ୟା ଏହାଦ୍ୱାରା କେତେ ପରିମାଣରେ ସମାଧାନ ହେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ସେହିଭଳି ଚଳିତ ବଜେଟ ସହ ଜଡ଼ିତ ଥିବା କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ବିଶ୍ୱ ବାଣିଜ୍ୟ ମାମଲାରେ ଭାରତର କାରବାର ବୃଦ୍ଧି କରିବାକୁ ଚଳିତ ବଜେଟରେ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି। ଏହା ସହ କାରବାରରେ ଯେପରି କୌଣସି ପ୍ରତିବନ୍ଧକ ନ ଆସେ ତା’ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି। ସୂଚନା ଅନୁସାରେ ଯେଉଁ ଉତ୍ପାଦକ ବିଦେଶରେ ନିଜ ଉତ୍ପାଦ ଉପରେ ଭଲ ମାର୍କେଟିଂ କରିବେ, ସେ ସମସ୍ତ ସାମଗ୍ରୀ ଓ ଉପତ୍ାଦକୁ ସରକାର ସହାୟତା ଯୋଗାଇ ଦେବା ସହ ସେମାନଙ୍କୁ ଏହି କ୍ଷେତ୍ରରେ ଲାଗୁ ଟିକସ ଅଂଶରୁ ମଧ୍ୟ ସ୍ବଳ୍ପ ରିହାତି ପ୍ରଦାନ କରାଯିବ। କେବଳ ବିଦେଶ ଯାଇ ସେଠାରେ ଷ୍ଟଲ୍‌ ଲଗାଇବା କ୍ଷେତ୍ରରେ ନୁହେଁ, ଡିଜିଟାଲ ଜରିଆରେ ମଧ୍ୟ କରାଯାଉଥିବା କ୍ୟାମ୍ପେନିଂରେ ଟିକସ ହ୍ରାସ କରାଯିବ ବୋଲି କୁହାଯାଉଛି। ଏହାଛଡ଼ା ଛୋଟ ଏବଂ ମଧ୍ୟମ ଧରଣର ଉଦ୍ୟୋଗୀଙ୍କ ପାଇଁ କେନ୍ଦ୍ର ସରକାର ବଜେଟରେ ଡବଲ ଟ୍ୟାକ୍ସ ଡିଡକ୍ସନ୍‌ ସ୍କିମ୍‌ ଆଣିବା ପାଇଁ ବିଚାର କରୁଥିବା ଜଣାପଡ଼ିଛି। ଏହି ସ୍କିମ୍‌ ଜରିଆରେ ଉଦ୍ୟୋଗୀମାନେ ଇଣ୍ଟରନ୍ୟାଶନାଲ ମାର୍କେଟିଂ ଖର୍ଚ୍ଚ ଉପରେ ଦୁଇଗୁଣ ଟ୍ୟାକ୍ସ ହ୍ରାସ ସୁବିଧା ପାଇବେ। ଏଥିସହିତ ବିଦେଶରେ ନୂଆ ବଜାର ଖୋଜିବା ଏବଂ ଉତ୍ପାଦରେ ପ୍ରମୋଶନ କରିବା ପାଇଁ ହେଉଥିବା ଖର୍ଚ୍ଚ ଉପରେ ମଧ୍ୟ ଟ୍ୟାକ୍ସ ହ୍ରାସ କରାଯିବା ନେଇ ଆଲୋଚନା ହେଉଥିବା ଜଣାପଡ଼ିଛି। ସେହିଭଳି ଦରଦାମ ବୃଦ୍ଧି ଏବଂ ବେରୋଜଗାରୀକୁ ନେଇ ମଧ୍ୟ ସରକାର ନୂଆ ଯୋଜନା ପ୍ରଣୟନ କରିବା ସମ୍ଭାବନା ରହିଛି। ଭାରତରେ ପ୍ରତି ଦୁଇ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ମୋଦି ସରକାରଙ୍କ ଆର୍ଥିକ ନୀତି ପସନ୍ଦ ଆସୁଛି ବୋଲି ଜନମତ ପାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ମୋଦି ସରକାରଙ୍କ ଆର୍ଥିକ ନୀତିର ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ଗତ ଏକ ବର୍ଷରେ ବ୍ୟାପକ ପରିମାଣରେ ହ୍ରାସ ଘଟିଛି। ବର୍ତ୍ତମାନ ଭାରତର ୫୨% ଜନତା ମୋଦି ସରକାରଙ୍କ ଆର୍ଥିକ ନୀତିରେ ଖୁସି ଅଛନ୍ତି ବୋଲି ଉକ୍ତ ଗଣମାଧ୍ୟମ ସର୍ଭେରୁ ସୂଚନା ମିଳିଛି। ସେହିପରି ଗତ ବର୍ଷ ୬୦% ରୁ ଅଧିକ ଲୋକ ମୋଦି ସରକାରଙ୍କ ଆର୍ଥିକ ନୀତିକୁ ପସନ୍ଦ କରୁଥିଲେ, କିନ୍ତୁ ଏବେ ଆଉ କରୁ ନାହାନ୍ତି। ଫଳରେ ଚଳିତ ଥର ଏହା ହ୍ରାସ ଘଟି ୫୨% କୁ ଖସି ଆସିଛି। ଅପରପକ୍ଷରେ ୧୯% ଲୋକ ଆର୍ଥିକ ମୋର୍ଚ୍ଚାରେ ମୋଦି ସରକାରଙ୍କ ପ୍ରଦର୍ଶନକୁ ହାରାହାରି ଦର୍ଶାଇଥିବାବେଳେ ୨୬ % ଲୋକ ସରକାରଙ୍କ ଆର୍ଥିକ ନୀତିରେ ଖୁସି ନ ଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ବଡ଼ ଉଦ୍ୟୋଗପତିଙ୍କୁ ଫାଇଦା ମିଳିଲା ଭଳି ବଜେଟ କରୁଥିବା ୪୮% ଲୋକେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଲଓ୍ବେ ବୋର୍ଡର ପ୍ରଥମ ମହିଳା ସିଇଓ ଭାବେ ଦାୟିତ୍ୱ ନେଲେ ଜୟା ସିହ୍ନା

ନୂଆଦିଲ୍ଲୀ,୧।୯: ରେଲଓ୍ବେ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବରେ ନିଯୁକ୍ତି ହେଲେ ଜୟା ଭର୍ମା ସିହ୍ନା। ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି।...

ସେପ୍ଟେମ୍ବରରେ ସୋନାଲିକାର ୨୬.୨% ଅଭିବୃଦ୍ଧି

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର୍ସ ଚଳିତ ପାର୍ବଣ ଋତୁରେ ରେକର୍ଡ ବିକ୍ରି ହାସଲ କରିଛି। ଏପରିକି କମ୍ପାନୀ ଗତ ସେପ୍ଟେମ୍ବର...

ଓପିଟିସିଏଲ୍‌କୁ ସିବିଆଇପି ପୁରସ୍କାର

ଭୁବନେଶ୍ୱର,୫।୩: ରାଜ୍ୟର ପ୍ରମୁଖ ସରକାରୀ ଉଦ୍ୟୋଗ ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌)ର କାର୍ଯ୍ୟଦକ୍ଷତାକୁ ଜାତୀୟ ସ୍ତରରେ ସ୍ବୀକୃତି ସାଙ୍ଗକୁ ସମ୍ମାନ ଦିଆଯାଇଛି।...

ସହରାଞ୍ଚଳରେ ୨ ଗୁଣ ବଢ଼ିଲେ ଇ-କମର୍ସ ଗ୍ରାହକ

ନୂଆଦିଲ୍ଲୀ,୩୦।୮:ମହାମାରୀ ସମୟରେ ସହରାଞ୍ଚଳଗୁଡିକରେ ଇ-କମର୍ସ କମ୍ପାନୀଗୁଡିକର କାରବାର ବେଶ୍‌ ଉନ୍ନତ ରହିଥିବା ଜଣାପଡିଛି। ସହରାଞ୍ଚଳରେ ଗତ ୩ ମାସରେ ଇ-କମର୍ସ ଗ୍ରାହକଙ୍କ ସଂଖ୍ୟା ୨ ଗୁଣ...

ଆହୁରି ଜଟିଳ ହେବ ମାନ୍ଦାବସ୍ଥା

  ନୂଆଦିଲ୍ଲୀ,୧୯।୫: ଦେଶର ଜିଡିପି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ଖସି ଚାଲିଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧.୯% ରହିବ...

ଏଆଇପିଏନ୍‌ବିଓଏ ପକ୍ଷରୁ ମିଳିତ ତ୍ରୈବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୨୨।୧୨: ଅଲ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ (ଏଆଇପିଏନ୍‌ବିଓଏ)ର ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ତ୍ରୈବାର୍ଷିକ ସମ୍ମିଳନୀ ନିକଟରେ ଶେଷ ହୋଇଯାଇଛି। ବିଶେଷକରି...

ଆଂଶିକ ଲକ୍‌ଡାଉନ: ପ୍ରଭାବିତ ହେବ ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ ଦେଶ ମଧ୍ୟରେ କରୋନାର ଦ୍ୱିତୀୟ ଲହର ଆସିଛି। ସଂକ୍ରମଣ ମାମଲା ବଢିଚାଲିଛି। ପୁଣି ଥରେ ହୁଏତ ଲକଡାଉନ ହୋଇପାରେ ଅନେକେ ଆଶଙ୍କା କରୁଛନ୍ତି। ଦେଶ...

ଡିଜିଟାଲ ପଲିସିକୁ ଗୁରୁତ୍ୱ ଦେବ ବୀମା କମ୍ପାନୀ

ନୂଆଦିଲ୍ଲୀ: ସରକାର ବର୍ତ୍ତମାନ ସମୟରେ ସବୁକ୍ଷେତ୍ରରେ କାଗଜ ପରିବର୍ତ୍ତେ ଡିଜିଟାଲରେ କାର୍ଯ୍ୟ ସଂପାଦନକୁ ଗରୁତ୍ୱ ଦେଉଛନ୍ତି। ବୀମା କ୍ଷେତ୍ରରେ ମଧ୍ୟ ସେଭଳି ଏକ ନିୟମ କାର୍ଯ୍ୟକାରୀ...

Advertisement
Archives

Model This Week