ପ୍ରାର୍ଥନା, ଅନ୍ୟାନ୍ୟ କାର୍ଯ୍ୟକ୍ରମରୁ ବଞ୍ଚିତ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୨୪।୩(ଡି.ଏନ.ଏ): ଛାତ୍ରୀଛାତ୍ରଙ୍କ ମୂଳମନ୍ତ୍ର ହେଲା ଶିକ୍ଷାନୁଷ୍ଠାନଗୁଡ଼ିକରୁ ବିଦ୍ୟା ପ୍ରାପ୍ତ କରିବା ସହ ଖେଳକୁଦ, ସାମାଜିକ ଜ୍ଞାନ, କବିତା, ଚିତ୍ରାଙ୍କନ, ଦେଶବିଦେଶର ସୂଚନା ସମ୍ପର୍କରେ ଶିକ୍ଷା ଲାଭ କରିବା। ସକାଳେ ନିଜ ବିଦ୍ୟାଳୟକୁ ପ୍ରବେଶ କରି ପଢ଼ା ଆଗରୁ ପ୍ରଥମେ ସାମୂହିକ ପ୍ରାର୍ଥନା କରାଯାଇଥାଏ। ଏହା ଦ୍ୱାରା ପିଲାଙ୍କ ମନ ଶାନ୍ତି ରହିଥାଏ। ସେହିପରି ଜାତୀୟ ସଙ୍ଗୀତ ଗାନ କରିବା ସହ ପ୍ରତିଦିନ ଘଟୁଥିବା ଘଟଣା ସମ୍ପର୍କରେ ସେମାନଙ୍କୁ ଉପସ୍ଥିତ ଶିକ୍ଷୟିତ୍ରୀ ଶିକ୍ଷକ ଖବରକାଗଜ ପଢ଼ାଇ ଶୁଣାଇଥାନ୍ତି ା ଏଥିସହ ବିଦ୍ୟାଳୟକୁ ଆସୁଥିବା ଛାତ୍ରୀଛାତ୍ରଙ୍କ ୟୁନିଫର୍ମ ଯାଞ୍ଚ ମଧ୍ୟ କରାଯାଇଥାଏ। ସେହିପରି ସାଧାରଣ ଜ୍ଞାନ ପଠନ ସହ ବିଭିନ୍ନ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ପ୍ରାର୍ଥନା କ୍ଲାସରେ ଜଣାଯାଇଥାଏ। କିନ୍ତୁ ୨୦୨୦ କରୋନା ସଂକ୍ରମଣ ଲାଗି ବିଦ୍ୟାଳୟ ବନ୍ଦ ପୂର୍ବରୁ ପ୍ରାର୍ଥନା ଉପରେ କଟକଣା ଲଗାଯାଇଥିଲା। ପରେ ବିଦ୍ୟାଳୟ ବନ୍ଦ କରାଯାଇଥିଲା। ୨୦୨୧ ଅକ୍ଟୋବରରୁ ଧୀରେ ଧୀରେ ବିଦ୍ୟାଳୟ ଖୋଲାଯାଇଥିଲା। ଫେବୃୟାରୀ ୨୮ରେ ପ୍ରଥମରୁ ପଞ୍ଚମ ଯାଏ ବିଦ୍ୟାଳୟ ଖୋଲାଯାଇଥିଲେ ମଧ୍ୟ ନିୟମିତ ପ୍ରାର୍ଥନା କରିବା ପାଇଁ କୌଣସି ଚିଠି ଆସିନାହିଁ। ଫଳରେ ବ୍ଲକର ୨୫ ପଞ୍ଚାୟତ ଅଞ୍ଚଳରେ ରହିଥିବା ଶତାଧିକ ବିଦ୍ୟାଳୟର ହଜାର ହଜାର ଛାତ୍ରୀଛାତ୍ର ଏହି ପ୍ରାର୍ଥନାରୁ ବଞ୍ଚିତ ହୋଇଛନ୍ତି। ସରକାରଙ୍କ କୋଭିଡ ଗାଇଡ ଲାଇନକୁ ପାଳନ କରି ଏହି ପ୍ରାର୍ଥନା କରାଯାଉ ନ ଥିବା ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ କହିଛନ୍ତି। କେବଳ ଏପ୍ରିଲରୁ ମଧ୍ୟାହ୍ନ ଭୋଜନ ପାଇଁ ଚିଠି ହୋଇଛି, ପ୍ରାର୍ଥନା ପାଇଁ ହୋଇ ନ ଥିବା ସ୍ଥାନୀୟ ବିଇଓ ରସାନନ୍ଦ କର କହିଛନ୍ତି ା ଜିଲା ପ୍ରଶାସନର ଅନୁମତି ମିଳିଲେ ପ୍ରାର୍ଥନା କରାଯିବ ବୋଲି କୁହାଯାଇଛି। ଛାତ୍ରୀଛାତ୍ରଙ୍କୁ ଏହି ଅନୁମତି ଦିଆଯିବା ସହ ବିଦ୍ୟାଳୟଗୁଡ଼ିକରେ ପୁଣି ବିଜ୍ଞାନ ମେଳା ସହ ବାର୍ଷିକ ଉତ୍ସବ, ଖେଳକୁଦ ପ୍ରତିଯୋଗିତା ଆଦି ପାଇଁ ଅନୁମତି ପ୍ରଦାନ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୪(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri