ପ୍ରତ୍ୟୁଷାଙ୍କୁ ମିସ୍‌ ଭର୍ଚୁଆଲ ଇନ୍‌କ୍ଲ୍ୟୁଶନ ୨୦୨୦ ମୁକୁଟ

ଅନୁଗୋଳ ଅଫିସ୍‌, ୭।୮ – ଅନୁଗୋଳ ଝିଅ ପ୍ରତ୍ୟୁଷା ଅମାନ୍ତ ମିସ୍‌ ଭର୍ଚୁଆଲ ଇନ୍‌କ୍ଲ୍ୟୁଶନ ମଡେଲ-୨୦୨୦ର ମୁକୁଟ ବିଜୟିନୀ ହୋଇଛନ୍ତି। ଅନୁଗୋଳ କଲେଜ ଛକ ସ୍ଥିତ ଅଜିତ କୁମାର ଅମାନ୍ତ ଓ ପ୍ରମୋଦିନୀ ଅମାନ୍ତଙ୍କ ଝିଅ ପ୍ରତ୍ୟୁଷା ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରୁ ଇଂଲିଶ ସମ୍ମାନରେ ସ୍ନାତକ, ଇଗ୍ନୋରୁ ସ୍ନାତକୋତ୍ତର ପରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଛନ୍ତି। ମିସ୍‌ ଭର୍ଚୁଆଲ ଇନ୍‌କ୍ଲ୍ୟୁଶନ ମଡେଲ-୨୦୨୦ ପାଇଁ ଗତ ଫେବୃୟାରୀରେ ସେ ରେଜିଷ୍ଟ୍ରେଶନ କରିଥିଲେ। ତେବେ କରୋନା ପାଇଁ ଏହି ପ୍ରତିଯୋଗିତା ଅନ୍‌ଲାଇନ୍‌ରେ ହୋଇଥିଲା। ଏଥିରେ ଓଡ଼ିଶା, ଛତିଶଗଡ଼, ଆସାମ, ବିହାର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, କର୍ନାଟକରୁ ୬୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମୋଟ୍‌ ୬ଟି ରାଉଣ୍ଡରେ ସେ ବିଚାରକଙ୍କ ମନ ଜିଣି ମୁକୁଟ ବିଜୟିନୀ ହୋଇଥିଲେ। ଗ୍ଲୋବାଲ ବ୍ୟୁଟି ଇଣ୍ଟରନ୍ୟାଶନାଲ ସଂସ୍ଥା, ଦି ପ୍ରୋ ମହୋତ୍ସବ ଇଭେଣ୍ଟ ଅମରେଶ ଅର୍ଗାନାଇଜେଶନ ଓ ଉଇ ଫର୍‌ ୟୁ’ର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ୍‌ ଲିକ୍‌ରୁ ନିଆଁ : ୪ ଗୁରୁତର

ନୟାଗଡ଼ ଅଫିସ,୨୬।୫-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବହାଡ଼ାଝୋଲା ଢିପିସାହିରେ ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗି ୪ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

ପିଟିପିଟି ଯୁବକଙ୍କ ଜୀବନ ନେଇଗଲେ

ରାଉରକେଲା ଅଫିସ,୨୧।୧୨: ସୁନ୍ଦରଗଡ଼ ଜିଲା ରାଉରକେଲା ପ୍ଲାଣ୍ଟ ସାଇଡ୍‌ ଥାନା ଅନ୍ତର୍ଗତ ନୟାବଜାର ସେକ୍ଟର ୨୧ ଅଞ୍ଚଳରେ ମଙ୍ଗଳବାର ଦିନ ଦ୍ରିପହରରେ ଜଣେ ଯୁବକଙ୍କୁ ଆକ୍ରମଣ...

ଜନବସତିରେ ବର୍ଜ୍ୟବସ୍ତୁ ପ୍ରୋସେସିଂ ୟୁନିଟ୍‌କୁ ବିରୋଧ

ବାଲେଶ୍ୱର ଅଫିସ, ୨୯।୧-ବାଲେଶ୍ୱର ମ୍ୟୁନିସିପାଲିଟି ଅନ୍ତର୍ଗତ ୨୯ ନମ୍ବର ୱାର୍ଡ଼ର ଶ୍ରୀକଣ୍ଠପୁର କ୍ୟାଥୋଲିକ୍‌ ପଡ଼ାରେ ବର୍ଜ୍ୟବସ୍ତୁ ପ୍ରୋସେସିଂ ୟୁନିଟ୍‌ ଖୋଲାଯିବାକୁ ମ୍ୟୁନିସିପାଲିଟି ପକ୍ଷରୁ ନିଷ୍ପତ୍ତିକୁ ସ୍ଥାନୀୟ...

ସ୍ମାର୍ଟ ସ୍କୁଲ ସିଲିଂରୁ ଖସିଲା ପ୍ଲାଷ୍ଟର

ଗୋପ,୨୩।୬(ଭାରତୀ ଭୂଷଣ ଉପାଧ୍ୟାୟ): ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ସହିତ ଅଧ୍ୟୟନରତ ଛାତ୍ରୀଛାତ୍ର କିପରି ଶୃଙ୍ଖଳିତ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ଶିକ୍ଷା ଲାଭ କରିବେ, ସେଥିପାଇଁ...

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ବ୍ରହ୍ମପୁର ଅଫିସ,୧୩।୩: ରାଜ୍ୟ ଆଇନସେବା ପ୍ରାଧିକରଣ ସଂଯୋଜନାରେ ଗଞ୍ଜାମ ଜିଲା ଅଦାଲତଗୁଡ଼ିକରେ ଚଳିତବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୩୧...

ସାଇକେଲ ନେଇ ସ୍କୁଲ ଯିବେ ନୀଳାଦ୍ରି

ବାଲେଶ୍ୱର ଅଫିସ, ୧୦।୭: ଝିଅକୁ ପାଠ ପଢ଼ାଇ ବଡ଼ମଣିଷ କରିବାକୁ ଆଶା ବାନ୍ଧିଛନ୍ତି ବାଲେଶ୍ୱର ସଦର ବ୍ଲକ ପାତ୍ରପଡ଼ା ଅଞ୍ଚଳର ଗଜେନ୍ଦ୍ର ପ୍ରଧାନ। ଝିଅ ନୀଳାଦ୍ରି ମଧ୍ୟ...

ସର୍ବକନିଷ୍ଠ ସରପଞ୍ଚ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱ

ଶେରଗଡ଼,୩୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ ବ୍ଲକର ଦୁଇଟି ପଞ୍ଚାୟତ ଖିରିଡା ଓ ଧନନ୍ତରରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱି ରହିଛନ୍ତି। ଏମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ...

ରେଳଷ୍ଟେଶନ ନିକଟରୁ ୪ଲକ୍ଷ ଟଙ୍କାର ଭାଙ୍ଗ ଜବତ

କଟକ ରୋଡ,୧୦।୯(ଡି.ଏନ୍‌.ଏ.) : ଭୁବନେଶ୍ୱର ରେଲଓ୍ବ ଷ୍ଟେଶନ ନିକଟରୁ ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ) ସୋମବାର ୪ ବସ୍ତା ଭାଙ୍ଗ ଜବତ କରିଛି। ପରେ ଏହାକୁ ଭୁବନେଶ୍ୱର...

Advertisement
Archives

Model This Week