୧୪ରେ ଟାଉନ୍‌ ହଲ୍‌ରେ ପ୍ରଦର୍ଶନ ହେବ ‘ପ୍ରତୀକ୍ଷା’

ପୁରୀ ଅଫିସ,୧୦ା୨: ଅନ୍ତର୍ଜାତୀୟ ସ୍ତରରେ ଦର୍ଶକଙ୍କଠାରୁ ବହୁ ପ୍ରଶଂସା ପାଇଥିବା ‘ଦମନ’ ଚଳଚ୍ଚିତ୍ରକୁ ପୁରୀବାସୀଙ୍କ ପାଇଁ ଟାଉନହଲରେ କେତେଜଣ କଳାପ୍ରେମୀ ପ୍ରଦର୍ଶିତ କରିଥିଲେ। ଏବେ ସେମାନେ ପୁଣି ଏକ ଚର୍ଚ୍ଚିିତ ଓଡ଼ିିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଭେଟି ଦେବାକୁ ଯାଉଛନ୍ତି। ପୁରୀ ଟାଉନ ହଲରେ ଏହି ଚଳଚ୍ଚିତ୍ର ଚଳିତ ମାସ ୧୪ ତାରିଖରେ ପ୍ରଦର୍ଶନ କରାଯିବ। ଉକ୍ତଦିନ ୫ଟି ଶୋ ଅର୍ଥାତ ସକାଳ ୯ଟା, ମଧ୍ୟାହ୍ନ ୧୨ଟା, ଅପରାହ୍ନ ୩ଟା, ସନ୍ଧ୍ୟା ୬ଟା ଏବଂ ରାତି ୯ଟାରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେବ। ଟାଉନ ହଲରେ ୨୪ ଫୁଟର ଲମ୍ବା ବଡ଼ ଏଲ୍‌ଇଡି ପରଦା ଲଗାଯିବ। ସରାଉଣ୍ଡ ସାଉଣ୍ଡ, ଏୟାର କଣ୍ଡିଶନର ହଲ୍‌ ଭଳି ଅନେକ ଅତ୍ୟାଧୁନିକ ସୁବିଧା ରହିବ। ସାଧାରଣ ଦର୍ଶକଙ୍କ ପାଇଁ ଟିକେଟର ମୂଲ୍ୟ ୧୨୦ ଟଙ୍କା ରଖାଯାଇଛି। ଶୁକ୍ରବାରଠାରୁ ସକାଳ ୧୦ରୁ ଅପରାହ୍ନ ୫ଟା ମଧ୍ୟରେ ଟାଉନ୍‌ ହଲ୍‌ ନିକଟରେ ଟିକେଟ୍‌ ବିକ୍ରି କରାଯିବ। ଟିକେଟ ବୁକିଂ ନିମନ୍ତେ ମୋବାଇଲ ନଂ. ୭୩୭୭୨୯୦୫୦୧ ଏବଂ ୮୬୩୭୨୯୦୫୦୧ରେ ଯୋଗାଯୋଗ କରିବାକୁ ପିନାକୀ ଶ୍ରୀଚନ୍ଦନ ଗୁରୁବାର ଭକ୍ତ ସାଲବେଗ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଆୟୋଜକମାନେ କହିଛନ୍ତି, ବାତ୍ୟା ଫନୀଠାରୁ ପୁରୀର ପ୍ରାୟ ସମସ୍ତ ପ୍ରେକ୍ଷାଳୟ ଅବସ୍ଥା ଖରାପ ହୋଇପଡ଼ିଛି। ଭିଭିଭୂମିର ଅଭାବ ଯୋଗୁ ସ୍ବଳ୍ପ ସମୟ ମଧ୍ୟରେ କୌଣସି ପ୍ରେକ୍ଷାଳୟ ମରାମତି ହୋଇପାରିବା ମଧ୍ୟ ସମ୍ଭବପର ନୁହେଁ। ତେଣୁ ଲୋକଙ୍କ ଦାବିକୁ ନେଇ ଟାଉନ୍‌ହଲ୍‌ରେ ପ୍ରତୀକ୍ଷା ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବାକୁ ସ୍ଥିର ହୋଇଛି। ସୂଚନାଯୋଗ୍ୟ, ଓଡ଼ିଶାରେ ୫୦ରୁ ଊର୍ଦ୍ଧ୍ୱ ଦିନ ସିନେମା ହଲ୍‌ରେ ପ୍ରତୀକ୍ଷା ପ୍ରଦର୍ଶିତ ହେବା ସହ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଗୋଆରେ ଅନୁଷ୍ଠିତ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ-୨୦୨୨ରେ ଉକ୍ତ ଫିଲ୍ମ ଚୟନ ହେବା ସହିତ ଉଚ୍ଚ ପ୍ରଶଂସିତ ହୋଇଥିଲା। ବଲିଉଡ୍‌ ଅଭିନେତା ତଥା ପ୍ରଯୋଜକ ଅନୁପମ ଖେର୍‌ ଏହାକୁ ହିନ୍ଦୀରେ ରିମେକ୍‌ କରିବା ପାଇଁ ଘୋଷଣା କରିଥିଲେ। ଏହାର ହିନ୍ଦୀ ରିମେକ୍‌ ଏବେ ନିର୍ମାଣ ହେବାକୁ ଯାଉଛି। ଅନୁପମ ଏଥିରେ ଅଭିନୟ କରୁଛନ୍ତି। ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପକୁ ଆଧାର କରି ପ୍ରତୀକ୍ଷାର କାହାଣୀ ପର୍ଯ୍ୟବସିତ। ସରକାରୀ ଚାକିରୀ କରିଥିବା ଜଣେ ବାପା ଓ ବେରୋଜଗାର ପୁଅ ମଧ୍ୟରେ ଥିବା ସମ୍ପର୍କର କାହାଣୀ, ଜୀବନରେ ମା’, ବାପାଙ୍କ ମୂଲ୍ୟ କ’ଣ ତାହା ଏହି ସିନେମାରୁ ଯୁବପିଢ଼ିଙ୍କୁ ଶିକ୍ଷା ମିଳିବ। ଏହା ଏକ ପ୍ରେରଣାଦାୟୀ ସିନେମା ବୋଲି ଆୟୋଜକମାନେ କହିଛନ୍ତି। ଉକ୍ତ ଖବରଦାତା ସମ୍ମିଳନୀରେ ପିନାକୀ ଶ୍ରୀଚନ୍ଦନଙ୍କ ସମେତ ସୌମ୍ୟରଞ୍ଜନ ଶତପଥୀ, ନିହାରିକା ତ୍ରିପାଠୀ, ବାଳକୃଷ୍ଣ ପୂଜାପଣ୍ଡା ଏବଂ ଅଭିଷେକ ଶ୍ରୀଚନ୍ଦନ ପ୍ରମୁଖ ଆୟୋଜକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri