ପ୍ରସନ୍ନଙ୍କୁ ରଘୁ ସମର୍ଥକଙ୍କ ବିରୋଧ

ଖୋର୍ଦ୍ଧା,୨୩ା୩ (ପ୍ରଭାତ ପାଣିଗ୍ରାହୀ): ଆଗାମୀ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲା ଚିଲିକା ନିର୍ବାଚନମଣ୍ଡଳୀରେ ଶାସକ ଦଳରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ସମସ୍ତେ ନିଜ ସ୍ତରରେ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନରେ ଲାଗିପଡ଼ିଛନ୍ତି। ଏପରିକି ଶୁକ୍ରବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଭାଜପା ଏକାକୀ ଲଢ଼ିବ ବୋଲି କହିବା ପରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଦଳ ପ୍ରସ୍ତୁତ ଥିବା କହିଛନ୍ତି। ବବିଙ୍କ ମତ ଜାଣିବା ପରେ ବିଜେଡି ଆଶାୟୀମାନେ ଉତ୍ସାହିତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଉଛି।
ନିକଟରେ ନବୀନ ନିବାସରେ ପୁରୀ ଲୋକ ସଭା ଆସନ ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ର ପାଇଁ ଦଳୀୟ ଆଶାୟୀ ପ୍ରାର୍ଥୀ ଯୋଗ ଦେଇଥିଲେ। ଏଥିରେ ଦଳରୁ ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟଶାଣୀ ଓ ବରିଷ୍ଠ ନେତା ଅରୂପ ପଟ୍ଟନାୟକ ଉପସ୍ଥିତ ଥିଲେ। ପ୍ରସନ୍ନ ଚିଲିକାରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ସ୍ଥିର ହୋଇଥିବା ଚର୍ଚ୍ଚା ହେବା ପରେ ଦଳରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପ୍ରସନ୍ନଙ୍କ ଜନ୍ମସ୍ଥାନ ଚିଲିକା ଅଞ୍ଚଳ ହୋଇଥିବା ବେଳେ ତାଙ୍କ କର୍ମଭୂମି ଖୋର୍ଦ୍ଧା ଏବଂ ଭୁବନେଶ୍ୱର ରହିଛି। ସେ ଖୋର୍ଦ୍ଧାରୁ କ୍ରମାଗତ ୪ଥର ବିଧାୟକ ରହିଥିବା ବେଳେ ଏକାଧିକ ଥର ଭୁବନେଶ୍ୱର ଏମ୍‌ପି ରହିଥିଲେ। ଚିଲିକା ନିର୍ବାଚନମଣ୍ଡଳୀରେ ତାଙ୍କର କୌଣସି ଭୂମିକା ନ ଥିବା ବେଳେ ଏଠାରୁ ତାଙ୍କର ପ୍ରାର୍ଥତ୍ତ୍ୱକୁ ନେଇ ଦଳୀୟ ମହଲରେ ଅସନ୍ତୋଷ ଦେଖାଦେଇଛି। ୨୦୧୯ରେ ଏଠାରୁ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ ହୋଇଥିବା ସତ୍ତ୍ୱେ ପରବର୍ତ୍ତୀ ସମୟରେ ତାଙ୍କ ବ୍ୟବହାର ଖରାପ ହେବାରୁ କେବଳ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀ ନୁହେଁ, ସାରା ଓଡ଼ିଶାରେ ସେ ନିନ୍ଦିତ ହୋଇଥିଲେ। ଏଭଳି ସ୍ଥଳେ ଦଳ ତା’ର ଭୁଲ ସୁଧାରି ଚଳିତ ବର୍ଷ ଯୁବ ନେତୃତ୍ୱକୁ ସ୍ଥାନ ଦେଉ ବୋଲି ଦାବି ହେଲାଣି। ଦଳ ଚାହିଁଲେ ଏଠାରୁ ସେ ଲଢ଼ିବେ ବୋଲି ପ୍ରସନ୍ନ ଗଣମାଧ୍ୟମ ଆଗରେ କହିଛନ୍ତି। ହେଲେ ତାଙ୍କ ପ୍ରାର୍ଥତ୍ତ୍ୱ ପ୍ରତି ଦଳୀୟ ବିରୋଧ ବଢ଼ୁଥିବାରୁ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡି କର୍ମୀଙ୍କ ମଧ୍ୟରେ ଭିନ୍ନ ବାତାବରଣ ସୃଷ୍ଟି ହୋଇଛି। ପୁଣି ଚିଲିକାରୁ ପ୍ରସନ୍ନଙ୍କ ନାଁ ଉଠିବା ପରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସମର୍ଥକମାନେ ଦଳୀୟ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ଦୀର୍ଘ ବର୍ଷ ଧରି ସେ ନିଜର ସଙ୍ଗଠନ ବଢ଼ାଇ ଚାଲିଥିବା ବେଳେ ଦଳ ଟିକେଟ ନ ଦେଲେ ତାଙ୍କ ଆଗାମୀ ରଣନୀତି କ’ଣ ହେବ ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତେବେ ସେ ଏବେବି ଶୀର୍ଷ ନେତୃତ୍ୱଙ୍କ ଉପରେ ଭରସା ରଖିଥିବା କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri