ଅଙ୍ଗଦାନ କରି ୪ ଜୀବନ ବଞ୍ଚାଇଲେ ପ୍ରସନ୍‌ଜିତ୍‌

ଭୁବନେଶ୍ୱର,୨୬।୬(ଅଭିଜିତ ଦାସ): ଅଙ୍ଗଦାନ କରି ୪ଜଣଙ୍କ ଜୀବନ ବଞ୍ଚାଇଛନ୍ତି ପ୍ରସନ୍‌ଜିତ୍‌ ମହାନ୍ତି। ଓଡିଶା ଅଙ୍ଗଦାନ କ୍ଷେତ୍ରରେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। ସମ୍‌ ଅଲ୍ଟିମେଟ ମେଡିକେୟାରରେ ପ୍ରସନ୍ନଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା ପରେ ଶନିବାର ତାଙ୍କର ଏକାଧିକ ଅଙ୍ଗକୁ ଓଡ଼ିଶା, ଦିଲ୍ଲୀ ଓ କୋଲକାତାର ୪ଜଣ ଗୁରୁତର ରୋଗୀଙ୍କ ଶରୀରରେ ସଫଳ ଭାବେ ପ୍ରତ୍ୟାରୋପଣ କରାଯାଇପାରିଛି। ପ୍ରସନ୍‌ଜିତଙ୍କ ପରିବାରବର୍ଗଙ୍କ ସହମତି ଓ ସରକାରୀ ସଂସ୍ଥାଗୁଡିକର ଉତ୍ତମ ସହଯୋଗ ଦ୍ୱାରା ତାଙ୍କ ଶରୀରରୁ ୨ଟି ବୃକକ, ୨ଟି ପୁସ୍‌ଫୁସ୍‌ ଓ ଗୋଟିଏ ଯକୃତ ବାହାର କରାଯାଇଥିଲା। ମେଡିକାଲ ଟିମ୍‌ର ସହାୟତାରେ ଅଙ୍ଗଗୁଡିକୁ ପ୍ରଥମେ ଗ୍ରୀନ୍‌ କରିଡରରେ ଭୁବନେଶ୍ୱର ବିମାନବନ୍ଦର ଯାଏ ନିଆଯାଇଥିଲା। ସେଠାରୁ ବିମାନ ଯୋଗେ ଅନ୍ୟ ରାଜ୍ୟକୁ ପଠାଯାଇଥିଲା। ସଂପୃକ୍ତ ବ୍ୟକ୍ତିଙ୍କର ଦୁଇଟି ବୃକକ ମଧ୍ୟରୁ ଗୋଟିଏ ବୃକକ ଶନିବାର ଦିନ ପ୍ରତ୍ୟାରୋପଣ କରାଯାଇଥିବାବେଳେ ଅନ୍ୟଟି ପ୍ରତ୍ୟାରୋପଣ ନିମନ୍ତେ କଟକ ଏସ୍‌ସିବି ମେଡିକାଲ କଲେଜକୁ ପଠାଯାଇଥିଲା। ସେହିପରି ଫୁସ୍‌ଫୁସ୍‌ ଦୁଇଟିକୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଜଟିଳ ଅବସ୍ଥାରେ ଥିବା ଜଣେ ୧୬ ବର୍ଷର କିଶୋରଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି। ସଂପୃକ୍ତ କିଶୋର ଜଣକ ୪୫ଦିନ ଧରି ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷାରେ ଥିଲେ। ସେହିପରି ଯକୃତଟିକୁ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଥିବା ଜଣେ ଜଟିଳ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି ବୋଲି ସମ୍‌ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ୪୩ ବର୍ଷୀୟ ପ୍ରସନ୍‌ଜିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କୁ ତୁରନ୍ତ ଗତ ଜୁନ ୨୨ରେ ସମ୍‌ ଅଲ୍ଟିମେଟ୍‌ରେରେ ଭର୍ର୍ତ୍ତି କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତିରେ ତାଙ୍କ ମସ୍ତିଷ୍କର ଅସ୍ତ୍ରୋପଚାର କରାଯାଇଥିଲା। ଯଦିଓ ଅସ୍ତ୍ରୋପଚାର ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଥିଲା ତେବେ ପରବର୍ତ୍ତୀ ସମୟରେ ବିଗିଡିବାରେ ଲାଗିଥିଲା। ଜୁନ୍‌ ୨୩ରେ ପ୍ରସନ୍‌ଜିତଙ୍କ ବ୍ରେନ୍‌ ଡେଡ୍‌ ହୋଇଥିବା ସୂଚନା ମିଳିଥିଲା। ଏହାର ୬ଘଣ୍ଟା ପରେ ଏକ ୨୦ ଜଣିଆ ସର୍ଜନ ଟିମ୍‌ଙ୍କ ଦ୍ୱାରା ୪ଘଣ୍ଟା ଧରି ଅପରେଶନ କରାଯାଇ ପ୍ରସନ୍‌ଜିତ୍‌ଙ୍କ ଶରୀରରୁ ଆବଶ୍ୟକ ଅଙ୍ଗଗୁଡିକ କଢା ଯାଇଥିଲା। ମୃତ ପ୍ରସନ୍‌ଜିତ ଓ ତାଙ୍କ ପରିବାର ବର୍ଗଙ୍କ ଏଭଳି କାର୍ଯ୍ୟ ସମାଜ ଲାଗି ଉଦାହରଣ ସୃଷ୍ଟି କରିଛି। ମୃତ ପ୍ରସନ୍‌ଜିତଙ୍କ ସ୍ତ୍ରୀଙ୍କୁ ସମ୍‌ ହସ୍ପିଟାଲରେ ନିଯୁକ୍ତି ଦିଆଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri