Categories: ଖେଳ

ପ୍ରମୋଦ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ, ୨୫ା୭ (ପି.ଟି.)- ବିଶ୍ୱର ନମ୍ବର ଓ୍ବାନ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ଓଡ଼ିଶାର ପ୍ରମୋଦ ଭଗତ ଭାରତୀୟ କ୍ରୀଡ଼ା ସମ୍ମାନ ୨୦୧୯ ପାଇଁ ବର୍ଷର ଶ୍ରେଷ୍ଠ ଭିନ୍ନକ୍ଷମ କ୍ରୀଡ଼ାବିତ୍‌ ବିବେଚିତ ହୋଇଛନ୍ତି। କରୋନା ମହାମାରୀ ଯୋଗୁ ଏହି ପୁରସ୍କାର ଘୋଷଣା ବିଳମ୍ବ ଘଟିଥିଲା। ବିରାଟ କୋହଲି ଫାଉଣ୍ଡେଶନର ମିଳିତ ସହଯୋଗରେ ଆରପିଏସ୍‌ଜି ଗ୍ରୁପ୍‌ ଦ୍ୱାରା ୨୦୧୭ରୁ ପ୍ରତିବର୍ଷ ଭାରତୀୟ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇ ଆସୁଅଛି। ଭାରତର ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାର ଦିଆାଇଥାଏ। ଭଗତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ପୁରସ୍କାର ପାଇବା ଲାଗି ବିବେଚିତ ହୋଇଥିବାରୁ ସେ ନିଜକୁ ଗୌରବାନ୍ବିିତ ମନେ କରୁଛନ୍ତି। ଆସନ୍ତା ପାରାଲିମ୍ପିକ୍ସରେ ଉନ୍ନତ ପ୍ରଦର୍ଶନ ପାଇଁ ଏହି ସମ୍ମାନ ତାଙ୍କ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ। ଭଗତ ଅଗଷ୍ଟ ୨୪ରୁ ଟୋକିଓରେ ଆରମ୍ଭ ହେବାକୁଥିବା ପାରାଲିମ୍ପିକ୍ସର ସିଙ୍ଗଲ୍ସ ଓ ମିକ୍ସଡ ଡବଲ୍ସ ଇଭେଣ୍ଟରେ ଭାଗ ନେବେ।

Share