ଖୋଲୁଛି ପ୍ରକାଶଙ୍କ କଳା ସାମ୍ରାଜ୍ୟ ଗୁମର

ଖୋର୍ଦ୍ଧା,୧୧ା୮(ପ୍ରଭାତ ପାଣିଗ୍ରାହୀ): ପୂର୍ବତନ ଖୋର୍ଦ୍ଧା ବ୍ଲକ ବିଜେଡି ସଭାପତି ପ୍ରକାଶ ରାଉତରାୟଙ୍କ କଳା ସାମ୍ରାଜ୍ୟର କାହାଣୀ ଧୀରେ ଧୀରେ ଖୋଲୁଛି। ବଡ଼ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିବାବେଳେ ୪ଜଣଙ୍କୁ ସୋମବାର ଭୁବନେଶ୍ୱର କମିଶନରେଟ ପୋଲିସ କଳିଙ୍ଗବିହାରରୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଖୋର୍ଦ୍ଧା ଦୁର୍ଗାପୁରର ପ୍ରକାଶ ରହିଥିଲେ। କମିଶନରେଟ ପୋଲିସ ତାଙ୍କୁ ଗିରଫ କରିବା ପରେ ଖୋର୍ଦ୍ଧା ଗୁରୁଜଙ୍ଗ ଓ ଦୁର୍ଗାପୁରସ୍ଥିତ ବାସଭବନ ସମେତ କ୍ରଶରରେ ଚଢ଼ାଉ କରିଥିଲା। ଏହି ସମୟରେ ସେ ବେଆଇନ ଭାବେ ରଖିଥିବା ୯ ଏମ୍‌ଏମ୍‌ର କାର୍ବାଇଡ୍‌ ବନ୍ଧୁକ ଓ ନଗଦ ୧୯ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ପ୍ରକାଶ ଫେସ୍‌ବୁକ ଆକାଉଣ୍ଟରେ ନିଜକୁ ବିଜେଡି ବ୍ଲକ ସଭାପତି ବୋଲି ଦର୍ଶାଇଛନ୍ତି। ସେ ରାଜନୈତିକ ଛତ୍ରଛାୟା ତଳେ ନିଜ କଳା ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ବ୍ଲକ ବିଜେଡି ସଭାପତିରୁ ରାତାରାତି ଖଣିମାଫିଆ ପାଲଟି ଯାଇଥିଲେ। ଏତେଦିନ ଧରି ତାଙ୍କ ପ୍ରତି ପ୍ରଶାସନ ଏବଂ ପୋଲିସ କାହିଁକି ଆଖି ବୁଜି ଦେଇଥିଲା ତାହା ଏବେ ପ୍ରଶ୍ନ ପାଲଟିଛି।
ପ୍ରକାଶ ଅତ୍ୟାଧୁନିକ ବନ୍ଧୁକ ରଖିବା ପଛରେ କ’ଣ ରହସ୍ୟ ରହିଛି ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି। ସାଧାରଣତଃ ମାଓବାଦୀମାନେ ଅଟୋମେଟିକ କାର୍ବାଇଡ ବନ୍ଧୁକ ବ୍ୟବହାର କରନ୍ତି। ପ୍ରକାଶ ଏଭଳି ବନ୍ଧୁକ ବ୍ୟବହାର ପଛରେ ବଡ ଆପରାଧିକ ପୃଷ୍ଠଭୂମି ରହିଥିବା କମିଶନରେଟ ପୋଲିସ ସୂଚନା ପାଇଛି। ପୋଲିସ ହାତରେ କିଛି ସୁରାକ ମଧ୍ୟ ଲାଗିଛି। ନିଜକୁ ବିଜେଡି ନେତା ବୋଲାଉଥିବା ପ୍ରକାଶଙ୍କର ଦଳର ବଡ଼ ବଡ଼ ନେତାଙ୍କ ସହ ସମ୍ପର୍କ ରହିଥିବା ଚର୍ଚ୍ଚା ହେଉଛି। ସେ କାହା ଛତ୍ରଛାୟା ତଳେ ରହି ଏହି କଳା ସାମ୍ରାଜ୍ୟ ଚଳାଉଥିଲେ ଏବେ ତାହାକୁ ନେଇ ଉଠିଛି ପ୍ରଶ୍ନ। ଖୋର୍ଦ୍ଧାରେ ବେଆଇନ ଖଣି ଖାଦାନରେ ତାଙ୍କର ସଂପୃକ୍ତି ରହିଥିବା ଜଣାପଡିଛି। ସଦର ଥାନା ଅଧୀନ ଛତ୍ରମା ଛକରେ ଥିବା ପ୍ରକାଶଙ୍କ କ୍ରଶର ୟୁନିଟ ଉପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି। ଶ୍ରୀଜଗନ୍ନାଥଙ୍କ ଏକର ଏକର ଜମିକୁ ବେଆଇନ ଭାବେ ଜବରଦଖଲରେ ରଖି ସେ ସେଠାରେ କ୍ରଶର ଚଳାଉଥିଲେ। ସେ ୫ ଏକର ଜମି ଅକ୍ତିକାର କରି ରଖିଥିବା ତହସିଲଦାର ବିଭାସ ପାଣିଗ୍ରାହୀ କହିଛନ୍ତି। ପ୍ରକାଶଙ୍କ କଳା କାରନାମା ସମ୍ପର୍କରେ ପୋଲିସ ପାଖରେ କିପରି କୌଣସି ଖବର ନ ଥିଲା ତାହା ପ୍ରଶ୍ନବାଚୀ ହୋଇଛି। ତାଙ୍କଠାରୁ ଜବତ ହୋଇଥିବା କାର୍ବାଇଡ ବନ୍ଧୁକରେ କୌଣସି ନମ୍ବର ମାର୍କିଂ ନ ଥିବା ଜଣାପଡ଼ିଛି। ଏହାର ଅଧିକ ଯାଞ୍ଚ ପାଇଁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯିିବ ବୋଲି ଭୁବନେଶ୍ୱର ଡିସିପି କହିଥିଲେ। ଏଥିସହିତ ସେମାନଙ୍କ ଅପରାଧିକ ପୃଷ୍ଠଭୂମି ଉପରେ ଅଧିକ ତନାଘନା ପାଇଁ କମିଶନରେଟ ପୋଲିସ ୪ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିବ। ପ୍ରକାଶଙ୍କ ଗିରଫ ପରେ ବିଜେଡି ନେତାଙ୍କ ମଧ୍ୟରେ ଛନକା ପଶିଛି। ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର କହିଛନ୍ତି, ପ୍ରକାଶ ବେଆଇନ ଖଣି ଖାଦନରେ ସମ୍ପୃକ୍ତ। ସେ ତ କେରାଣ୍ଡି ମାତ୍ର, ସମୁଦ୍ରରେ ଅନେକ ତିମି ରହିଛନ୍ତି। ସେମାନେ ଧରାହେଲେ ଅସଲ ଗୁମର ଖୋଲିଯିବ। ଅନ୍ୟପକ୍ଷରେ ବିଧାୟକ ମିତ୍ର କାହା ଉପରକୁ ଅଙ୍ଗୁଳି ଉଠାଇଛନ୍ତି, ତାହା ସାଧାରଣରେ ଚର୍ଚ୍ଚା ପାଲଟିଛି। ବରିଷ୍ଠ ଆଇନଜୀବୀ ବାବୁ ଦାସ କହିଛନ୍ତି, ବେଆଇନ ଖଣି ଚୋରା ଚାଲାଣରେ ସଂପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କୁ ପଥର ବ୍ଲାଷ୍ଟିଙ୍ଗ ଅନୁମତି ଦିଆଯାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲଘୁ ଖଣିଜ ଲୁଟ ଚାଲିଛି। ସବୁ କିଛି ପ୍ରୋତ୍ସାହନରେ ହେଉଛି। ଏହାର ପର୍ଦ୍ଦାଫାସ ହେଲେ ସବୁ ଗୁମର ଖୋଲିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri