Categories: ଖେଳ

ପ୍ରଜନେଶ କ୍ୱାର୍ଟରଫାଇନାଲରେ

କ୍ୟାରି (ୟୁଏସ୍‌ଏ): ଭାରତର ପ୍ରଜନେଶ ଗୁଣେଶ୍ୱରନ ଏଠାରେ ଚାଲିଥିବା ଆଟଲାଣ୍ଟିକ୍‌ ଟାଇର୍‌ ଚାମ୍ପିୟନଶିପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏହିି ଏଟିପି ଚ୍ୟାଲେଞ୍ଜର ଇଭେଣ୍ଟର ଏକ ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ୪ର୍ଥ ସିଡ୍‌ ପ୍ରଜନେଶ ପୂର୍ବତନ ଟପ୍‌ ୧୦ ଆମେରିକୀୟ ଜ୍ୟାକ୍‌ ସକ୍‌ଙ୍କୁ ୬-୭ (୩), ୬-୨, ୭-୬ (୫) ସେଟ୍‌ରେ ହରାଇ ଦେଇଛନ୍ତି। ଏହି ମ୍ୟାଚ ୩ ଘଣ୍ଟା ପାଖାପାଖି ଚାଲିଥିଲା। ୧୪୬ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତୀୟ ଖେଳାଳି ୫୨,୦୮୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ହାର୍ଡକୋର୍ଟ ଟୁର୍ନାମେଣ୍ଟର ପରବର୍ତ୍ତୀ ରାଉଣ୍ଡରେ ବ୍ରାଜିଲ କ୍ୱାଲିଫାୟର ଥୋମାଜ୍‌ ବେଲୁସିଙ୍କୁ ଭେଟିବେ। ବେଲୁସି ଏକଦା ତାଙ୍କ କ୍ୟାରିୟର ଶ୍ରେଷ୍ଠ ୨୧ତମ ର଼୍ୟାଙ୍କିଙ୍ଗ ହାସଲ କରିଥିଲେ। ସେ ଇତିମଧ୍ୟରେ ୪ଟି ଏଟିପି ସଙ୍ଗଲ୍ସ ଟାଇଟଲ ହାସଲ କରିସାରିଛନ୍ତି। ୩୨ବର୍ଷୀୟ ଖେଳାଳି ବର୍ତ୍ତମାନ ର଼୍ୟାଙ୍କିଙ୍ଗ ତାଲିକାର ୨୯୭ ତମ ସ୍ଥାନରେ ଅଛନ୍ତି। ରାମକୁମାର ରମାନାଥନ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରୁ ବିଦାୟ ନେଇ ସାରିଛନ୍ତି।

Share