Posted inଖେଳ

ଆଇପିଏଲ୍‌ ଗଭର୍ନିଂ କାଉନ୍ସିଲକୁ ପ୍ରଜ୍ଞାନ ମନୋନୀତ

ନୂଆଦିଲ୍ଲୀ, ୨୪।୧୨ (ପି.ଟି.)- ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସିଏ)ର ପ୍ରତିନିଧିଭାବେ ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ୍‌କୁ ମନୋନୀତ ହୋଇଛନ୍ତି ଭାରତର ତାରକା ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ର ଗୋଟିଏ ଦିନ ପୂର୍ବରୁ ପ୍ରଜ୍ଞାନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି। ଗୁରୁବାର ବିସିସିଆଇର ୮୯ତମ ଏଜିଏମ୍‌ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ବିସିସିଆଇ ସମ୍ବିଧାନ ଅନୁସାରେ ଆଇସିଏ ପ୍ରତିବର୍ଷ ଜଣେ ଖେଳାଳିଙ୍କୁ ଆଇପିଏଲ୍‌ ଗଭର୍ନିଂ କାଉନ୍ସିଲକୁ ପଠାଇବ। ପୂର୍ବତନ ଭାରତୀୟ ଖେଳାଳି ସୁରିନ୍ଦର ଖାନ୍ନା ଏହା ପୂର୍ବରୁ ଆଇସିଏ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସୁରିନ୍ଦର ନିଜ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିଥିଲେ। ଆମେ ନୂଆ ବ୍ୟକ୍ତିଙ୍କୁ ସୁଯୋଗ ଦେବାକୁ ଚାହୁଁଛୁ। ତେଣୁ ଆଇସିଏ ନିର୍ଦ୍ଦେଶକମାନେ ପ୍ରଜ୍ଞାନଙ୍କୁ ମନୋନୀତ କରିଛନ୍ତି ବୋଲି ଏହାର ସଭାପତି ଅଶୋକ ମାଲହୋତ୍ରା ପ୍ରକାଶ କରିଛନ୍ତି। ବାମହାତୀ ସ୍ପିନର ପ୍ରଜ୍ଞାନ ଚଳିତବର୍ଷ ଫେବୃୟାରୀରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ତାଙ୍କ ବ୍ୟତୀତ ବ୍ରିଜେଶ ପଟେଲ ଓ ଖୈରୁଲ ଜମଲ ମଜୁମଦାର ଆଇପିଏଲ ଗଭର୍ନିଂ କାଉନ୍ସିଲର ଅନ୍ୟତମ ସଦସ୍ୟ ଅଛନ୍ତି। ୩୪ ବର୍ଷୀୟ ପ୍ରଜ୍ଞାନ ୨୦୧୩ରେ ଶେଷଥରପାଇଁ ସଚିନ ତେନ୍ଦୁଲକରଙ୍କ ବିଦାୟ କାଳୀନ ଟେଷ୍ଟ ମ୍ୟାଚ ମୁମ୍ବାଇରେ ଖେଳିଥିଲେ। ହାଇଦ୍ରାବାଦ ପକ୍ଷରୁ ପ୍ରଥମଶ୍ରେଣୀ କ୍ରିକେଟ ଖେଳିଥିବା ଏହି ଓଡ଼ିଆ ଖେଳାଳି ୨୦୦୯ରୁ ୨୦୧୩ ମଧ୍ୟରେ ୨୪ ଟେଷ୍ଟ ଖେଳି ୧୧୩ଟି ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ବିନା ଭାରତୀୟ ଦଳ ଖେଳିବା ଶିଖୁ: ସୌରଭ ଗାଙ୍ଗୁଲି

ମୁମ୍ବାଇ, ୨୬।୮: ମହେନ୍ଦ୍ର ସିଂ ଧୋନୀଙ୍କ ବିନା ଭାରତୀୟ ଦଳ ଖେଳିବା ଶିଖୁ ବୋଲି ଭାରୀୟ ଦଳର ପୂର୍ବତନ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି।...

ରାଗିଗଲା ବିସିସିଆଇ: ଡ୍ରେସିଂ ରୁମ୍‌ ବିବାଦକୁ ନେଇ ଖୁଲାସା

ନୂଆଦିଲ୍ଲୀ,୩୦।୯: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମିଡିଆ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। କିଛି ବରିଷ୍ଠ ଖେଳାଳି ବିରାଟ...

କାତାର ବିଶ୍ୱକପ୍‌ର ବିସ୍ମୟ ଜାପାନ

୨୦୧୮ ବିଶ୍ୱକପର ଇତିହାସ ପୁନରାବୃତ୍ତି ହୋଇଥିବା ବିଶ୍ୱାସ କରି ହେଉନାହିଁ। ୨୦୧୪ର ବିଶ୍ୱ ଚାମ୍ପିୟନ ଏଥର ମଧ୍ୟ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଲା। ଆମେ ଜାଣିଛୁ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ; ଆମେରିକାର ଗୋଲ୍‌ ବର୍ଷା: ମେକ୍ସିକୋ ୯-୦ରେ ପରାସ୍ତ

ଭୁବନେଶ୍ୱର,୯ା୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପୁରୁଷ ସିରିଜ ଫାଇନାଲ୍ସରେ ଶନିବାର ଆମେରିକା ଏକ ବୃହତ୍‌ ବିଜୟ ହାସଲ...

ଚଉକା-ଛକା ଲଗାଇବା ସତ୍ତ୍ୱେ ସ୍ତ୍ରୀଙ୍କଠାରୁ ଶୁଣିବାକୁ ପଡେ ଗାଳି, ଚିୟରଲିଡରଙ୍କୁ ଦେଖିଲେ…

ନୂଆଦିଲ୍ଲୀ,୭।୧୨: ଆଇପିଏଲ୍‌ ୨୦୨୦ରେ ଭଲ ପ୍ରଦର୍ଶନ କରିଥିଲେ ସୂର୍ଯ୍ୟ କୁମାର ଯାଦବ। କେବଳ ଚଳିତ ସିଜନରେ ନୁହେଁ ବରଂ ଗତ ୩ ସିଜନରେ ସେ ୪୦୦ରୁ...

କେବଳ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି

ଭୁବନେଶ୍ୱର, ୨୮ା୧୨ (ସ୍ପୋଟର୍‌ସ ବ୍ୟୁରୋ): ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଉଦ୍‌ଘାଟନୀ ସମାରୋହ ପାଇଁ ବୁଧବାରଠାରୁ ଟିକେଟ ବିକ୍ରି...

୫ଟି ନୁହେଁ ୬ଟି ଭେନ୍ୟୁରେ ଖେଳାଯିବ ଆଇପିଏଲ

ମୁମ୍ବାଇ,୨୮।୨ : ଚଳିତ ବର୍ଷ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଲାଗି ବିସିସିଆଇ ୬ଟି ଭେନ୍ୟୁ ଚୂଡ଼ାନ୍ତ କରିଛି। ବାଙ୍ଗାଲୋର, ଚେନ୍ନାଇ, କୋଲକାତା,...

ଛକା, ଚୌକା ବର୍ଷା ମ୍ୟାଚରେ ରୟାଲ୍ସ ବିଜୟୀ

ଶାରଜା, ୨୩।୯ – ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଛକା, ଚୌକା ବର୍ଷା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ହାଇସ୍କୋରିଂ ଗେମ୍‌ରେ ଷ୍ଟିଭ୍‌...

Advertisement
Archives

Model This Week