କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏ୍ସିରେ ପ୍ରଧାନମନ୍ତ୍ରୀ ଆବାସ-୨ ର ପ୍ରଚାର ପ୍ରସାର ଓ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ କେସିଙ୍ଗା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ କରିଛି। ଏ ନେଇ ପୌର ପରିଷଦର ସଦ୍ଭାବନା ସଭାଗୃହରେ ପ୍ରଧାନମନ୍ତ୍ରୀ ଆବାସ-୨.୦ର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏନ୍ଏସି ଅଧ୍ୟକ୍ଷ ନୃପରାଜ ୟାଦବ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଉପାଧ୍ୟକ୍ଷା ସରସ୍ବତୀ ସାହା, କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀ, ସମସ୍ତ କାଉନ୍ସିଲର ଯୋଗଦାନ କରିଥିଲେ। ଗରିବ, ବସ୍ତିବାସିନ୍ଦା, ନିରାଶ୍ରୟ ଓ ଭୂମିହୀନ ବ୍ୟକ୍ତିଙ୍କୁ କିପରି ପକ୍କା ଗୃହ ଯୋଗାଇ ଦେବାକୁ ହେବ ପ୍ରଧାନମନ୍ତ୍ରୀ ଆବାସ-୨.୦ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ-୨.୦ରେ ସହାୟତା ରାଶି ୨.୫ ଲକ୍ଷ ଟଙ୍କା ସହ ୪ ମାସ ମଧ୍ୟରେ ଗୃହ ସମ୍ପୂର୍ଣ୍ଣ କରି ୨୦ ହଜାର ସରକାରୀ ପ୍ରୋତ୍ସାହନ ରାଶି ଓ ୬ ମାସ ମଧ୍ୟରେ ୧୦ ହଜାର ପ୍ରୋତ୍ସାହନ ମିଳିପାରିବ। ଏହି କାର୍ଯ୍ୟକ୍ରମରେ ପୌରଯନ୍ତ୍ରୀ ନାରାୟଣ ମହାରଣା ଓ ଅନ୍ୟାନ୍ୟ କର୍ମଚାରୀ ଯୋଗଦାନ କରିବା ସହିତ ମୋହନ ସାହୁ ଧନ୍ୟବାଦ ଦେଇଥିଲେ।


