ମା’ ତାରାତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ମନ୍ଦିରର ବିକାଶ ଲାଗି କଲେ ବଡ଼ ଘୋଷଣା, ମିଳିବ ଏତିକି କୋଟି ଟଙ୍କା…

ପୁରୁଷୋତ୍ତମପୁର,୮ା୫(ସୀମାଞ୍ଚଳ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସିଛନ୍ତି l ପ୍ରଥମେ ସେ ସକାଳ ୧୧ଟାରେ ତାରାତାରିଣୀ ମନ୍ଦିର ତଳେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚି ସେଠାରୁ ଯାଇ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ଏହାସହ ମନ୍ଦିର ଚତୁଃପାର୍ଶ୍ୱ ବୁଲି ଉନ୍ନୟନମୂଳକ କାର୍ଯ୍ୟ ପରଖିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମା’ଙ୍କୁ ଦର୍ଶନ କରି ପରମ ସୌଭାଗ୍ୟ ମିଳିଲା। ବିକଶିତ, ସମୃଦ୍ଧ ଓଡ଼ିଶା ଗଠନ ଲାଗି ମା’ଙ୍କଠାରେ ପ୍ରାର୍ଥନା କଲି, ଓଡ଼ିଶାବାସୀ ବିକାଶ କାମନା କଲି। ମନ୍ଦିରର ବିକାଶଲାଗି ଜିଲା ପ୍ରଶାସନର ଅଟକଳ ପ୍ରକାରେ ୩୦ କୋଟି ଟଙ୍କା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ଏହି ସମୟରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ଥିବାବେଳେ ଆସିକା ଏମ୍‌ପ ଅନିତା ଶୁଭଦଶର୍ନୀ କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ସୀତାରାମ ପାଣୀଗ୍ରାହୀ ଚିଣ୍ଟୁ ମହାପାତ୍ର, ଜୟନାରାୟଣ ଦାଶ, ସୁରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା l ସେପଟେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ମା’ଙ୍କ ପୀଠକୁ ଆସି ଦର୍ଶନ କରିଥିବାବେଳେ ପୂଜକମାନେ ପୀଠରେ ଥିବା ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଶାଖୀରେ ଆରମ୍ଭ ହୋଇଥିଲା କାହାଣୀ! ଜ୍ୟୋତି ମାଲହୋତ୍ରାଙ୍କ ତୀର୍ଥଯାତ୍ରା ଭାରତର ସୁରକ୍ଷା ପାଇଁ କିପରି ବିପଦ ପାଲଟିଲା?

ନୂଆଦିଲ୍ଲୀ,୧୯।୫: ହରିୟାଣାର ଜଣେ ଲୋକପ୍ରିୟ ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରାଙ୍କ ଗିରଫଦାରୀ ଭାରତରେ ଏକ ବିସ୍ଫୋରକ ବିବାଦର ସୃଷ୍ଟି କରିଛି। ପାକିସ୍ତାନ ଗୁପ୍ତଚର ସଂସ୍ଥା (ଆଇଏସଆଇ)...

ଭାରତରେ ବଢ଼ିଲା କୋଭିଡ-୧୯ ମାମଲା, ଏହି ଦୁଇ ରାଜ୍ୟରେ ସର୍ବାଧିକ ମାମଲା

ନୂଆଦିଲ୍ଲୀ,୧୯ା୫: ୨୦୧୯ର କରୋନା ଭାଇରସ ରୋଗ (କୋଭିଡ-୧୯) ପୁନରାଗମନ କରୁଥିବା ଜଣାପଡ଼ୁଛି, ଏସିଆର ଦୁଇ ବଡ଼ ସହର ହଂକଂ ଏବଂ ସିଙ୍ଗାପୁରରେ ମାମଲାରେ ନାଟକୀୟ ବୃଦ୍ଧି...

ଦୀର୍ଘ ୩୦ ବର୍ଷ ପରେ ନୂଆ ଅଭିଯୋଗ ପ୍ରକୋଷ୍ଠ: ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର,୧୯।୫: ଭୁବନେଶ୍ୱର ୟୁନିଟ-୨ ଠାରେ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ  ଅଭିଯୋଗ ଶୁଣିଛନ୍ତି। ସମସ୍ୟା ଓ ଦୁଃଖ ଶୁଣିବା ସହିତ...

ଯୁଦ୍ଧବିରତିରେ ଆମେରିକାର କୌଣସି ଭୂମିକା ନାହିଁ, ସଂସଦୀୟ ପ୍ୟାନେଲକୁ ସୂଚନା ଦେଲେ ସରକାର

ନୁଆଦିଲ୍ଲୀ,୧୯।୫: ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସୋମବାର ଏକ ସଂସଦୀୟ କମିଟିକୁ କହିଛନ୍ତି ଯେ ଭାରତ-ପାକିସ୍ତାନ ଯୁଦ୍ଧବିରତି ସ୍ଥାପନରେ ଆମେରିକାର କୌଣସି ଭୂମିକା ନଥିଲା। ସେ...

ଘରେ ଛାଡ଼ିଦେବେ କହି ଯୁବତୀଙ୍କୁ ଅଟୋରେ ନେଇଗଲେ: ୭ ଦିନ ଭଡ଼ାଘରେ ରଖି କଲେ ଗଣ ବଳାତ୍କାର, ପରେ…

ବାଲିଗୁଡ଼ା,୧୯ା୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଛି। ଯୁବତୀଙ୍କୁ ଅଟୋରେ ଘରକୁ ଛାଡ଼ି ଦେବାକୁ କହି...

ବହୁମୁଖୀ ସମବାୟ ସମିତି ଲିଃରେ ବଢ଼ୁଛି ଅନିୟମିତତା: ନିର୍ଦ୍ଦେଶିକାଙ୍କ କାର୍ଯ୍ୟ ଶୈଳୀକୁ ନେଇ…

ଦାରିଙ୍ଗବାଡ଼ି,୧୯ା୫(ଅରୁଣ ସାହୁ): ଦାରିଙ୍ଗବାଡ଼ିଠାରେ ଥିବା ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃରେ ଅନିୟମିତତା ଦେଖାଦେଇଛି। ସମିତିର ଅଧ୍ୟକ୍ଷା ଲିଲିମା ପ୍ରଧାନଙ୍କ ସମେତ ସମସ୍ତ ବୋର୍ଡ ସଦସ୍ୟ...

ଓଡ଼ିଶା ଆସିଥିଲେ ପାକିସ୍ତାନୀ ଗୁପ୍ତଚର: ଏବେ ଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲାଣି ଡ୍ରୋନ୍‌

ଭୁବନେଶ୍ୱର,୧୯।୫: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ ।ସୋମବାର ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଏହି ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି।ଡ୍ରୋନ...

ପ୍ରେମରେ ବିଫଳ ହୋଇ ପ୍ରେମିକାଙ୍କୁ ଏସିଡ୍‌ ମାଡ଼ କରିବାକୁ ଯାଇଥିଲେ, ଆଉ ତା’ପରେ…

ଭୁବନେଶ୍ୱର,୧୯।୫: ଭୁବନେଶ୍ୱର ଶହିଦନଗର ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍‌ନାକୁ ଆସିଛି। ଏକତରଫା ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ଉନ୍ମତ୍ତ କାଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri