ଆଗରେ ପ୍ରଦୀପ କପୁର

କଟକ ଅଫିସ, ୧୨ା୧୧:ବର୍ତ୍ତମାନର ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଆସନ୍ତା ଡିସେମ୍ବର ୩୧ରେ ଅବସର ଗ୍ରହଣ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଅତି କମ୍‌ରେ ୨ବର୍ଷ ହେବା ଆବଶ୍ୟକ। ଯଦିଓ ସ୍ବାଭାବିକ ଭାବେ ଅଭୟ ଗତ ଜୁନ୍‌ରେ ଅବସର ଗ୍ରହଣ କରିବା କଥା, ସୁପ୍ରିମକୋର୍ଟ ନିର୍ଦ୍ଧାରିତ କରିଥିବା ବ୍ୟବସ୍ଥା ଅନୁସାରେ ତାଙ୍କ କାର୍ଯ୍ୟକାଳକୁ ୬ମାସ ବୃଦ୍ଧି କରାଯାଇଛି। ଏହାଛଡ଼ା ସେ ପଦ ନିବୃତ୍ତ ହେବାର ୩ମାସ ଆଗରୁ ପରବର୍ତ୍ତୀ ଆରକ୍ଷୀ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟା ରାଜ୍ୟ ସରକାର ଆରମ୍ଭ କରିଛନ୍ତି। ଏହି କ୍ରମରେ ୩୦ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ସମସ୍ତ ଆଇପିଏସ୍‌ ଅଫିସରଙ୍କ ଏକ ତାଲିକା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛନ୍ତି। କେନ୍ଦ୍ର ସରକାର ଏହି ତାଲିକା କେନ୍ଦ୍ରୀୟ ଲୋକ ସେବା ଆୟୋଗଙ୍କ ନିକଟକୁ ପଠାଇବେ। ଏହି ତାଲିକାରୁ ବୟୋଜ୍ୟେଷ୍ଠତା ଭିତ୍ତିରେ ପ୍ରଥମ ତିନି ଜଣଙ୍କ ନାମ କେନ୍ଦ୍ରୀୟ ଲୋକ ସେବା ଆୟୋଗ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ। ଅର୍ଥାତ ତାଲିକାରେ ବରିଷ୍ଠତା ଭିତ୍ତିରେ ଯେଉଁ ୩ଜଣଙ୍କ ନାମ ଆସିବ, ସେମାନେ ହେଲେ ୧୯୮୬ ବ୍ୟାଚର ପ୍ରଦୀପ କପୁର ଓ ବିଜୟ ଶର୍ମା ଏବଂ ୧୯୮୭ ବ୍ୟାଚର ସୁନୀଲ ବନ୍‌ଶଲ। ଯଦି କୌଣସି କାରଣରୁ ବିଜୟ ଶର୍ମାଙ୍କ ନାମ ବାଦ୍‌ ପଡ଼େ, ତେବେ ତୃତୀୟ ନାମ ଭାବରେ ୧୯୮୮ ବ୍ୟାଚର ମନୋଜ ଛାବ୍ରାଙ୍କ ନାମ ଅନ୍ତର୍ଭୁକ୍ତ ହେବ। ତେଣୁ ଅନ୍ୟମାନଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହେବାର କୌଣସି ସମ୍ଭାବନା ନାହିଁ।
ଏହି ଦୃଷ୍ଟିକୋଣରୁ କଳ୍ପନାଜଳ୍ପନା କରି ଅନେକ ଅଫିସରଙ୍କ ନାମ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଲେ ମଧ୍ୟ ତାଲିକା ଉପର ୩ଜଣଙ୍କ ମଧ୍ୟରେ ସୀମିତ ରହିବ। ପ୍ରଦୀପ କପୁର ଆଗରୁ କଟକ, ବାଲେଶ୍ୱର ଓ ପୁରୀ ଜିଲାର ଆରକ୍ଷୀ ଅଧୀକ୍ଷକ, ରାଉରକେଲାର ଡିଆଇଜି ଭାବେ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ସେ ରାଜ୍ୟ ଗୋଇନ୍ଦା ବିଭାଗରେ ଅନେକ ଦିନ କାର୍ଯ୍ୟରତ ଥିଲେ। ତେଣୁ ଉଭୟ ବରିଷ୍ଠତା ଓ ଅନୁଭୂତି ଦୃଷ୍ଟିରୁ ବର୍ତ୍ତମାନର ସ୍ଥିତି ସମ୍ଭାଳିବାକୁ ରାଜ୍ୟ ସରକାର ତାଙ୍କୁ ହିଁ ମନୋନୀତ କରିବା ସମ୍ଭାବନା ଥିବା ସୂଚନା ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri