ଆଗରେ ପ୍ରଦୀପ କପୁର

କଟକ ଅଫିସ, ୧୨ା୧୧:ବର୍ତ୍ତମାନର ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଆସନ୍ତା ଡିସେମ୍ବର ୩୧ରେ ଅବସର ଗ୍ରହଣ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଅତି କମ୍‌ରେ ୨ବର୍ଷ ହେବା ଆବଶ୍ୟକ। ଯଦିଓ ସ୍ବାଭାବିକ ଭାବେ ଅଭୟ ଗତ ଜୁନ୍‌ରେ ଅବସର ଗ୍ରହଣ କରିବା କଥା, ସୁପ୍ରିମକୋର୍ଟ ନିର୍ଦ୍ଧାରିତ କରିଥିବା ବ୍ୟବସ୍ଥା ଅନୁସାରେ ତାଙ୍କ କାର୍ଯ୍ୟକାଳକୁ ୬ମାସ ବୃଦ୍ଧି କରାଯାଇଛି। ଏହାଛଡ଼ା ସେ ପଦ ନିବୃତ୍ତ ହେବାର ୩ମାସ ଆଗରୁ ପରବର୍ତ୍ତୀ ଆରକ୍ଷୀ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟା ରାଜ୍ୟ ସରକାର ଆରମ୍ଭ କରିଛନ୍ତି। ଏହି କ୍ରମରେ ୩୦ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ସମସ୍ତ ଆଇପିଏସ୍‌ ଅଫିସରଙ୍କ ଏକ ତାଲିକା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛନ୍ତି। କେନ୍ଦ୍ର ସରକାର ଏହି ତାଲିକା କେନ୍ଦ୍ରୀୟ ଲୋକ ସେବା ଆୟୋଗଙ୍କ ନିକଟକୁ ପଠାଇବେ। ଏହି ତାଲିକାରୁ ବୟୋଜ୍ୟେଷ୍ଠତା ଭିତ୍ତିରେ ପ୍ରଥମ ତିନି ଜଣଙ୍କ ନାମ କେନ୍ଦ୍ରୀୟ ଲୋକ ସେବା ଆୟୋଗ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ। ଅର୍ଥାତ ତାଲିକାରେ ବରିଷ୍ଠତା ଭିତ୍ତିରେ ଯେଉଁ ୩ଜଣଙ୍କ ନାମ ଆସିବ, ସେମାନେ ହେଲେ ୧୯୮୬ ବ୍ୟାଚର ପ୍ରଦୀପ କପୁର ଓ ବିଜୟ ଶର୍ମା ଏବଂ ୧୯୮୭ ବ୍ୟାଚର ସୁନୀଲ ବନ୍‌ଶଲ। ଯଦି କୌଣସି କାରଣରୁ ବିଜୟ ଶର୍ମାଙ୍କ ନାମ ବାଦ୍‌ ପଡ଼େ, ତେବେ ତୃତୀୟ ନାମ ଭାବରେ ୧୯୮୮ ବ୍ୟାଚର ମନୋଜ ଛାବ୍ରାଙ୍କ ନାମ ଅନ୍ତର୍ଭୁକ୍ତ ହେବ। ତେଣୁ ଅନ୍ୟମାନଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହେବାର କୌଣସି ସମ୍ଭାବନା ନାହିଁ।
ଏହି ଦୃଷ୍ଟିକୋଣରୁ କଳ୍ପନାଜଳ୍ପନା କରି ଅନେକ ଅଫିସରଙ୍କ ନାମ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଲେ ମଧ୍ୟ ତାଲିକା ଉପର ୩ଜଣଙ୍କ ମଧ୍ୟରେ ସୀମିତ ରହିବ। ପ୍ରଦୀପ କପୁର ଆଗରୁ କଟକ, ବାଲେଶ୍ୱର ଓ ପୁରୀ ଜିଲାର ଆରକ୍ଷୀ ଅଧୀକ୍ଷକ, ରାଉରକେଲାର ଡିଆଇଜି ଭାବେ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ସେ ରାଜ୍ୟ ଗୋଇନ୍ଦା ବିଭାଗରେ ଅନେକ ଦିନ କାର୍ଯ୍ୟରତ ଥିଲେ। ତେଣୁ ଉଭୟ ବରିଷ୍ଠତା ଓ ଅନୁଭୂତି ଦୃଷ୍ଟିରୁ ବର୍ତ୍ତମାନର ସ୍ଥିତି ସମ୍ଭାଳିବାକୁ ରାଜ୍ୟ ସରକାର ତାଙ୍କୁ ହିଁ ମନୋନୀତ କରିବା ସମ୍ଭାବନା ଥିବା ସୂଚନା ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri