ଅକ୍ଷୟଙ୍କ କଣ୍ଠଶ୍ୱରକୁ ଜୀବିତ କରିଛନ୍ତି ପ୍ରଦୀପ  

ନୟାଗଡ ଅଫିସ,୨୮ା୬: ଆଧୁନିକ ସଙ୍ଗୀତର ବାଦ୍‌ଶାହା ଅକ୍ଷୟ ମହାନ୍ତି ସିନା ଏ ଦୁନିଆରେ ନାହାନ୍ତି, ହେଲେ ତାଙ୍କର ପ୍ରତ୍ୟେକଟି ଗୀତ ଆଜିବି ଶ୍ରୋତାଙ୍କ ମନରେ ଗୁଞ୍ଜରଣ ସୃଷ୍ଟି କରୁଛି। ଅନେକ କଣ୍ଠଶିଳ୍ପୀ, ଗୀତିକାର ଅକ୍ଷୟଙ୍କ ପଦାଙ୍କ ଅନୁସରଣ କରିଛନ୍ତି ସତ ହେଲେ ତାଙ୍କ ପରି ଅବିକଳ ସ୍ବରରେ ଗୀତ ଗାଉଥିବା କଣ୍ଠଶିଳ୍ପୀ ମିଳିନାହାନ୍ତି। କିନ୍ତୁ ନୟାଗଡ଼ ଜିଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ ନୃସିଂହପୁର ଶାସନରେ ଏପରି ଜଣେ କଣ୍ଠଶିଳ୍ପୀଙ୍କୁ ଦେଖିବାକୁ ମିଳିଛି, ଯିଏ ଅକ୍ଷୟଙ୍କ କଣ୍ଠକୁ ଅବିକଳ ନକଲ କରି ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେ ହେଲେ ପ୍ରଦୀପ ମହାପାତ୍ର। ରବି ଭାଇନା ନଁାରେ ସେ ବେଶ୍‌ ପରିଚିତ।
ପ୍ରଦୀପ ଅକ୍ଷୟଙ୍କ ଗୀତ ଗାଇଲେ ଅଜଣା ଲୋକ ଚକିତ ହୋଇପଡ଼ନ୍ତି। ମଞ୍ଚରେ ଗାଉଥିବା ଶିଳ୍ପୀର କଣ୍ଠସ୍ବର ଶୁଣିବା ପରେ ଦର୍ଶକ ନିଜ ଆଖିକୁ ବିଶ୍ୱାସ କରି ପାରନ୍ତିନି। ୧୯୮୦ରୁ ସେ ପ୍ରାୟ ୧୨୦୦ ମଞ୍ଚରେ ଗୀତ ଗାଇ ସାରିଲେଣି। ତେବେ ବଣମଲ୍ଲୀ ବଣରେ ଫୁଟି ମଉଳିବା ପରି ତାଙ୍କର ପ୍ରତିଭା ଲୁଚିଯାଇଛି। କାରଣ ସଙ୍ଗୀତ ମଞ୍ଚକୁ ଛାଡିଦେଲେ ଟିଭି ପରଦା କିମ୍ବା ଅନ୍ୟ ପ୍ଲାଟଫର୍ମରେ ତାଙ୍କୁ ଦେଖିବାକୁ ମିଳେନା। କିନ୍ତୁ ତାଙ୍କ ପ୍ରତିଭାକୁ ଅନୁଧ୍ୟାନ କଲେ ଏଭଳିଆ ବ୍ୟକ୍ତିତ୍ୱ ଅଣଦେଖା ହୋଇ ରହି ଯାଉଥିବା କଥାକୁ ବିଶ୍ୱାସ କରି ହେବନି। ଦିନେ ନୁହେଁକି ମାସେ ନୁହେଁ ପ୍ରାୟ ୪୦ ବର୍ଷ ହେଲା ଗୀତ ଗାଇ ଆସୁଛନ୍ତି ପ୍ରଦୀପ। ତେବେ ଧୀରେଧୀରେ ତାଙ୍କ କଣ୍ଠରୁ ଶୁଭୁଥିବା ଅକ୍ଷୟଙ୍କ ସଙ୍ଗୀତ ଦର୍ଶକଙ୍କ ମନକୁ ଛଇଁପାରିଛି। ଅକ୍ଷୟଙ୍କ ସବୁ ଗୀତକୁ ପ୍ରାୟ ଗାଇ ସାରିଲେଣି ପ୍ରଦୀପ। ମଞ୍ଚରେ ଗୀତ ଗାଇବା ବେଳେ ଦର୍ଶକ କେବଳ ଅକ୍ଷୟଙ୍କ ସଙ୍ଗୀତକୁ ଗାଇବାକୁ ତାଙ୍କୁ ଅନୁରୋଧ କରିଥାନ୍ତି। ଏପର କି ଘରେ ଥିବାବେଳେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ପ୍ରଦୀପଙ୍କ ଘରୁ ଶୁଭେ ଅକ୍ଷୟ ସଙ୍ଗୀତର ମୂର୍ଚ୍ଛନା। ବିଏ ପଢ଼ିଥିବା ପ୍ରଦୀପ ବଡ଼ହେଲେ କଣ୍ଠଶିଳ୍ପୀ ହେବେ ବୋଲି ପିଲାଟି ଦିନରୁ ବାରି ହୋଇ ପଡୁଥିଲେ। ଛାତ୍ରାବସ୍ଥାରେ କଣ୍ଠଦାନ କରି ସେ ଅନେକ ପୁରସ୍କାର ଜିତିଥିଲେ। ଏ ସମ୍ପର୍କରେ, ପ୍ରଦୀପ କୁହନ୍ତି, ପୂର୍ବରୁ ମା’ବାପା ମୋତେ ଆଗକୁ ବଢ଼ାଇବାରେ ସହଯୋଗ କରିଥିଲେ। ଏବେ ମୋ ମା’, ସ୍ତ୍ରୀ, ଦୁଇ ଝିଅ ଓ ପୁଅ ସବୁବେଳେ ପ୍ରେରଣା ଯୋଗାଇ ଆସୁଛନ୍ତି। ଗଁା ଲୋକଙ୍କ ପ୍ରେରଣା ମଧ୍ୟ ମୋ ସାଥିରେ ରହିଛି। ଭଗବାନଙ୍କ ସାନ୍ନିଧ୍ୟ ମୋ ସହ ଥିବାରୁ ମୁଁ ପିଲାଟି ଦିନରୁ ଏହି ଯାତ୍ରା ଜାରି ରଖିଛି। ଯେତେ ବାଧାବିଘ୍ନ ଆସିଲେ ବି ପଛକୁ ଫେରି ଚାହିଁନାହିଁ। ଅଭାବ ଅସୁବିଧା ମୋ କଣ୍ଠଦାନରେ ବାଧକ ସାଜି ପାରିନି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri