ଅକ୍ଷୟଙ୍କ କଣ୍ଠଶ୍ୱରକୁ ଜୀବିତ କରିଛନ୍ତି ପ୍ରଦୀପ  

ନୟାଗଡ ଅଫିସ,୨୮ା୬: ଆଧୁନିକ ସଙ୍ଗୀତର ବାଦ୍‌ଶାହା ଅକ୍ଷୟ ମହାନ୍ତି ସିନା ଏ ଦୁନିଆରେ ନାହାନ୍ତି, ହେଲେ ତାଙ୍କର ପ୍ରତ୍ୟେକଟି ଗୀତ ଆଜିବି ଶ୍ରୋତାଙ୍କ ମନରେ ଗୁଞ୍ଜରଣ ସୃଷ୍ଟି କରୁଛି। ଅନେକ କଣ୍ଠଶିଳ୍ପୀ, ଗୀତିକାର ଅକ୍ଷୟଙ୍କ ପଦାଙ୍କ ଅନୁସରଣ କରିଛନ୍ତି ସତ ହେଲେ ତାଙ୍କ ପରି ଅବିକଳ ସ୍ବରରେ ଗୀତ ଗାଉଥିବା କଣ୍ଠଶିଳ୍ପୀ ମିଳିନାହାନ୍ତି। କିନ୍ତୁ ନୟାଗଡ଼ ଜିଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ ନୃସିଂହପୁର ଶାସନରେ ଏପରି ଜଣେ କଣ୍ଠଶିଳ୍ପୀଙ୍କୁ ଦେଖିବାକୁ ମିଳିଛି, ଯିଏ ଅକ୍ଷୟଙ୍କ କଣ୍ଠକୁ ଅବିକଳ ନକଲ କରି ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେ ହେଲେ ପ୍ରଦୀପ ମହାପାତ୍ର। ରବି ଭାଇନା ନଁାରେ ସେ ବେଶ୍‌ ପରିଚିତ।
ପ୍ରଦୀପ ଅକ୍ଷୟଙ୍କ ଗୀତ ଗାଇଲେ ଅଜଣା ଲୋକ ଚକିତ ହୋଇପଡ଼ନ୍ତି। ମଞ୍ଚରେ ଗାଉଥିବା ଶିଳ୍ପୀର କଣ୍ଠସ୍ବର ଶୁଣିବା ପରେ ଦର୍ଶକ ନିଜ ଆଖିକୁ ବିଶ୍ୱାସ କରି ପାରନ୍ତିନି। ୧୯୮୦ରୁ ସେ ପ୍ରାୟ ୧୨୦୦ ମଞ୍ଚରେ ଗୀତ ଗାଇ ସାରିଲେଣି। ତେବେ ବଣମଲ୍ଲୀ ବଣରେ ଫୁଟି ମଉଳିବା ପରି ତାଙ୍କର ପ୍ରତିଭା ଲୁଚିଯାଇଛି। କାରଣ ସଙ୍ଗୀତ ମଞ୍ଚକୁ ଛାଡିଦେଲେ ଟିଭି ପରଦା କିମ୍ବା ଅନ୍ୟ ପ୍ଲାଟଫର୍ମରେ ତାଙ୍କୁ ଦେଖିବାକୁ ମିଳେନା। କିନ୍ତୁ ତାଙ୍କ ପ୍ରତିଭାକୁ ଅନୁଧ୍ୟାନ କଲେ ଏଭଳିଆ ବ୍ୟକ୍ତିତ୍ୱ ଅଣଦେଖା ହୋଇ ରହି ଯାଉଥିବା କଥାକୁ ବିଶ୍ୱାସ କରି ହେବନି। ଦିନେ ନୁହେଁକି ମାସେ ନୁହେଁ ପ୍ରାୟ ୪୦ ବର୍ଷ ହେଲା ଗୀତ ଗାଇ ଆସୁଛନ୍ତି ପ୍ରଦୀପ। ତେବେ ଧୀରେଧୀରେ ତାଙ୍କ କଣ୍ଠରୁ ଶୁଭୁଥିବା ଅକ୍ଷୟଙ୍କ ସଙ୍ଗୀତ ଦର୍ଶକଙ୍କ ମନକୁ ଛଇଁପାରିଛି। ଅକ୍ଷୟଙ୍କ ସବୁ ଗୀତକୁ ପ୍ରାୟ ଗାଇ ସାରିଲେଣି ପ୍ରଦୀପ। ମଞ୍ଚରେ ଗୀତ ଗାଇବା ବେଳେ ଦର୍ଶକ କେବଳ ଅକ୍ଷୟଙ୍କ ସଙ୍ଗୀତକୁ ଗାଇବାକୁ ତାଙ୍କୁ ଅନୁରୋଧ କରିଥାନ୍ତି। ଏପର କି ଘରେ ଥିବାବେଳେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ପ୍ରଦୀପଙ୍କ ଘରୁ ଶୁଭେ ଅକ୍ଷୟ ସଙ୍ଗୀତର ମୂର୍ଚ୍ଛନା। ବିଏ ପଢ଼ିଥିବା ପ୍ରଦୀପ ବଡ଼ହେଲେ କଣ୍ଠଶିଳ୍ପୀ ହେବେ ବୋଲି ପିଲାଟି ଦିନରୁ ବାରି ହୋଇ ପଡୁଥିଲେ। ଛାତ୍ରାବସ୍ଥାରେ କଣ୍ଠଦାନ କରି ସେ ଅନେକ ପୁରସ୍କାର ଜିତିଥିଲେ। ଏ ସମ୍ପର୍କରେ, ପ୍ରଦୀପ କୁହନ୍ତି, ପୂର୍ବରୁ ମା’ବାପା ମୋତେ ଆଗକୁ ବଢ଼ାଇବାରେ ସହଯୋଗ କରିଥିଲେ। ଏବେ ମୋ ମା’, ସ୍ତ୍ରୀ, ଦୁଇ ଝିଅ ଓ ପୁଅ ସବୁବେଳେ ପ୍ରେରଣା ଯୋଗାଇ ଆସୁଛନ୍ତି। ଗଁା ଲୋକଙ୍କ ପ୍ରେରଣା ମଧ୍ୟ ମୋ ସାଥିରେ ରହିଛି। ଭଗବାନଙ୍କ ସାନ୍ନିଧ୍ୟ ମୋ ସହ ଥିବାରୁ ମୁଁ ପିଲାଟି ଦିନରୁ ଏହି ଯାତ୍ରା ଜାରି ରଖିଛି। ଯେତେ ବାଧାବିଘ୍ନ ଆସିଲେ ବି ପଛକୁ ଫେରି ଚାହିଁନାହିଁ। ଅଭାବ ଅସୁବିଧା ମୋ କଣ୍ଠଦାନରେ ବାଧକ ସାଜି ପାରିନି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri