ଜାତୀୟ ଖେଳାଳି ନାରାୟଣ ମୁଣ୍ଡାଙ୍କ ଅଭ୍ୟାସ

ପାରାଦୀପ, ୧ା୧୦(ସ୍ବ.ପ୍ର.): ପାରାଦୀପର ମହାନଦୀ ମୁହାଣରେ ଶୁକ୍ରବାର ପ୍ରଥମକରି ଜଣେ ଜାତୀୟ ଖେଳାଳି ନାରାୟଣ ମୁଣ୍ଡା ୱିଣ୍ଡ ସର୍ଫିଂ ଅଭ୍ୟାସ କରିଛନ୍ତି। ଏପରି ଅଭ୍ୟାସ ସେ ସପ୍ତାହେ ପର୍ଯ୍ୟନ୍ତ କରିବେ। ଅକ୍ଟୋବର ୧୩ ରୁ ୨୧ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଆୟୋଜିତ ଜାତୀୟ ସେଲିଂ ଚାମ୍ପିୟାନଶିପରେ ସେ ଭାଗ ନେବେ ବୋଲି ତାଙ୍କ ପ୍ରଶିକ୍ଷକ ଆନ୍ତର୍ଜାତିକ ସ୍କୁବା ଡାଇଭର ସବିର ବକ୍ସ ସୂଚନା ଦେଇଛନ୍ତି। ଏହାକୁ ରାଜ୍ୟ ସରକାରଙ୍କ ସ୍ପୋର୍ଟସ ବିଭାଗ ପକ୍ଷରୁ ସଚିବ ଭିନିଲ କ୍ରିଷ୍ଣା ସ୍ବୀକୃତି ଦେଇଛନ୍ତି। ମୁଣ୍ଡାଙ୍କ (୧୭) ଘର ରାଉରକେଲାର ପାନପୋଷସ୍ଥିତ ବାଲୁଆଘାଟ ବସ୍ତିରେ। ପିଲାଦିନରୁ ସେ ବାପାଙ୍କୁ ହରାଇଛନ୍ତି। ମା’ ଏବେ ମାନସିକବିକାରଗସ୍ତ। ଦାରିଦ୍ରତା ମଧ୍ୟରେ ସେ ବାଲୁଆଘାଟ ସ୍କୁଲରେ ଏକାଦଶ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ଏବେ ଏକ ଠିକାସଂସ୍ଥାରେ କାମ କରୁଛନ୍ତି। ୨୦୧୪ ରେ କଟକରେ ଆୟୋଜିତ ସର୍ଫିଂରେ ସେ ସଫଳତା ପାଇଥିଲେ। ପରେ ଅଭାବ ଯୋଗୁ ଅଭ୍ୟାସ କରି ପାରୁ ନ ଥିଲେ। ଏହାସତ୍ତ୍ୱେ ୨୦୨୧ରେ ମହିଶୁରଠାରେ ଆୟୋଜିତ ଟୁର୍ନାମେଣ୍ଟରେ ଭାଗ ନେଇ ତୃତୀୟ ସ୍ଥାନ ପାଇବା ସହ କାଂସ୍ୟ ପଦକ ହାସଲ କରିଥିଲେ। ଓଡ଼ିଶାର ଏକମାତ୍ର ଖେଳାଳିଭାବେ ଏପରି ସଫଳତା ହାସଲ କରିଥିବାରୁ ରାଜ୍ୟ ସ୍ପୋର୍ଟସ ବିଭାଗ ସଚିବ ତାଙ୍କୁ ସହାୟତା କରୁଛନ୍ତି ବୋଲି ମୁଣ୍ଡା କହିଛନ୍ତି। ଆସନ୍ତା ଅଲମ୍ପିକ କ୍ରୀଡ଼ାରେ ଭାଗ ନେବା ପାଇଁ ଏବେଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସେ ଅଭ୍ୟାସ କରୁଛନ୍ତି। ମହାନଦୀ ମୁହାଣ ଅତ୍ୟନ୍ତ ପ୍ରଖର ବୋଲି ସେ କୁହନ୍ତି। ଏଠାରେ ଅଭ୍ୟାସ କଲେ ବିଶ୍ୱର ଯେକୌଣସି ସ୍ଥାନରେ ଖେଳି ହେବ। ଏହାପରେ ଆବୁଧାବି, ସିଙ୍ଗାପୁରଠାରେ ଆୟୋଜିତ ସେଲିଂ ଚାମ୍ପିୟାନଶିିପରେ ସେ ଭାଗ ନେବେ। ଏନେଇ ପ୍ରସ୍ତୁତି ଚୂଡାନ୍ତସ୍ତରରେ ପହଞ୍ଚତ୍ଛି ବୋଲି ମୁଣ୍ଡାଙ୍କ ପ୍ରଶିକ୍ଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri