ବ୍ୟବହାରିକ ଭାଷା

ଦ୍ୱିତୀଚନ୍ଦ୍ର ସାହୁ

 

କିଛିଦିନ ପୂର୍ବେ ସୁନ୍ଦରଗଡ଼ ଜିଲାର ମାତୃଭାଷାର ସ୍ଥିତି ପରଖିବାର ସୁଯୋଗ ମିଳିଥିଲା। କେତେକ ଜନଜାତିର ଲୋକେ ନିଜ ମାତୃଭାଷାରେ ଆଉ କଥାବାର୍ତ୍ତା ହେଉନାହାନ୍ତି ସେଠି। ସେମାନେ ସାଦ୍ରୀ କିମ୍ବା ଓଡ଼ିଆ ଭାଷାକୁ ମୁଖ୍ୟ ବ୍ୟବହାରିକ ଭାଷା ଭାବେ ଆପଣେଇଛନ୍ତି। ଫଳରେ ବିଦ୍ୟାଳୟକୁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରମାନେ ନିଜର ମାତୃଭାଷା ଆଦୌ ଜାଣନ୍ତି ନାହିଁି। ଏମିତିକି ସେମାନେ ନିଜ ମାତୃଭାଷାରେ ବି କହିପାରୁ ନାହାନ୍ତି। କେବଳ ସଂଯୋଗୀ ଭାଷା ବ୍ୟବହାରର ମାଧ୍ୟମ ହୋଇଛି। ଏଥିନେଇ ସେହି ଗୋଷ୍ଠୀର ଅଭିଭାବକଙ୍କ ସହ କଥା ହେଲି। ସେମାନଙ୍କ ବିଚାର ଅଦ୍ଭୁତ। ପିଲା ବିଦ୍ୟାଳୟକୁ ଆସି ଓଡ଼ିଆ, ଇଂଲିଶ ଓ ହିନ୍ଦୀ ଭାଷା ଯଦି ଶିଖିବେ ନାହିଁ, ଖାଲି ଆମ ଆଦିବାସୀ ଭାଷା ହିଁ ଶିଖିଲେ ପିଲା ମୂର୍ଖ ହେବନି କି ଆଜ୍ଞା ବୋଲି ଓଲଟା ପ୍ରଶ୍ନ କଲେ। ଏକଥାରୁ ପ୍ରତିଭାତ ହେଲା ଯେ ଅଭିଭାବକମାନେ ନିଜର ମାତୃଭାଷା ଜାଣି ନାହାନ୍ତି। ଅଭିଭାବକମାନେ ନିଜ ମାତୃଭାଷା କହିବା ଓ ବୁଝିବା ଜାଣନ୍ତି ନାହିଁ। ଏଭଳି ସ୍ତରରେ ଆଜିକା ବିଦ୍ୟାଳୟରେ ପଢୁଥିବା କିମ୍ବା ବିଦ୍ୟାଳୟକୁ ପ୍ରସ୍ତୁତ ହେଉଥିବା ପିଲା ପାଇଁ ମାତୃଭାଷା ଅଲଗା ହୋଇଯାଇଛି। ନିଜ ଭାଷାଠାରୁ ଅନ୍ୟ ଭାଷାକୁ ଅଧିକ ଉନ୍ନତ ଓ ଭଲ ବୋଲି ନିଜ ନିଜ ସ୍ତରରେ ବିଚାର କରି ନେଇଥିବାରୁ ସାମ୍ପ୍ରତିକ ସ୍ଥିତି ଜଟିଳ। ଏଇ ଅଦ୍ଭୁତ ଖିଆଲ ହେତୁ ଅନେକ ମାତୃଭାଷାର ସ୍ଥିତି ଏବେ ଗମ୍ଭୀର।
ବହୁ ଜନଜାତି ଲୋକଙ୍କ ଏକ ପ୍ରତ୍ୟୟ ସୃଷ୍ଟି ହେଉଛି ଯେ ଜନଜାତି ଭାଷା ଜାଣି ପିଲାଏ ଭବିଷ୍ୟତରେ କିଛି କରିପାରିବେନି। ଏଇ ମାନସିକତା ହେତୁ ପରବର୍ତ୍ତୀ ପିଢ଼ି ପାଇଁ ନିଜ ନିଜ ମାତୃଭାଷା ଅଲଗା ହୋଇପଡୁଛି।
ଏଇ ସଂକଟ କେବଳ ଜନଜାତି ଗୋଷ୍ଠୀ ପାଇଁ ସୀମିତ ନୁହେଁ। ଊଣା ଅଧିକେ ଓଡ଼ିଆ ଭାଷା କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। ଭାଷାକୁ ଯେତେବେଳେ ସେଇ ସେଇ ଗୋଷ୍ଠୀର ଲୋକେ ବ୍ୟବହାର ନ କରି ଅନ୍ୟ ଭାଷାକୁ ଆପଣେଇ ନିଅନ୍ତି ସେତେବେଳେ ମାତୃଭାଷାର ସଂକଟ ଦେଖାଦିଏ। ଆଧୁନିକତାର ପ୍ରଭାବ ହେଉ କିମ୍ବା ଅନ୍ୟ ଭାଷା ପ୍ରୀତି ଯୋଗୁ ହେଉ ଓଡ଼ିିଶାରେ ଜୁଆଙ୍ଗ, କିଷାନ, ପାରେଙ୍ଗା, ଗାଦବା, ଡିଡାୟୀ, ଭୂୟାଁ, ଜାତାପୁ ସମେତ ଆଉ କିଛି ଭାଷା ସଂକଟଜନକ ସ୍ଥିତିରେ।
ମୋବାଇଲର ବହୁଳ ବ୍ୟବହାର ଓ ସାମାଜିକ ଗଣମାଧ୍ୟମର ପ୍ରଭାବରେ ଭାଷାର ପରିବର୍ତ୍ତନ ଘଟୁଛି।
ଭାଷାର ସଂକ୍ଷେପଣ ହେଉଛି। ବ୍ୟବହାରିକ ଭାଷାର ଦ୍ରୁତ ବିକାଶ ହେଉଛି। ବ୍ୟବହାରିକ ଭାଷା ଓ ବାସ୍ତବ ଭାଷା ମଧ୍ୟରେ ବିରାଟ ତଫାତ୍‌ ସୃଷ୍ଟି ହୋଇଛି। ଔପଚାରିକ ଭାଷା- ଅନୌପଚାରିକ ଭାଷା ମଧ୍ୟରେ କ୍ରମଶଃ ବଢି ଚାଲିଥିବା ଶୂନ୍ୟତା ମାତୃଭାଷା ସଂକଟର ଆଉ ଏକ ଦିଗ। ମାତୃଭାଷାରେ ନିଜର ଭାବକୁ କହିବା ଯେତେ କଷ୍ଟ ହେଉଛି ତାକୁ ଭାଷାର ସଂକ୍ଷେପଣ ଜରିଆରେ ଅନ୍ୟ ଭାଷାର ଶବ୍ଦକୁ ଯୋଡ଼ି ପ୍ରକାଶ କରିବା ଏବେ ଅତି ସହଜ ଲାଗୁଛି। ଭାଷା ବ୍ୟବହାରରେ ଏଇ ସହଜପଣ ମାତୃଭାଷା ପ୍ରତି ବିପର୍ଯ୍ୟୟ ଆଣୁଛି। ଏବେ ମାତୃଭାଷା ଶିକ୍ଷା ଉପରେ ଜାତୀୟ ଶିକ୍ଷାନୀତି ଗୁରୁତ୍ୱ ଦେଇଛି। ନୂଆ ଶିକ୍ଷାନୀତିକୁ ନେଇ ରାଜ୍ୟସ୍ତରରେ ଢାଞ୍ଚାଗତ ପରିବର୍ତ୍ତନ ହେବାକୁ ପ୍ରସ୍ତୁତି ଚାଲିଛି। ଶ୍ରେଣୀ କକ୍ଷରେ ମାତୃଭାଷାଭିତ୍ତିକ ଶିକ୍ଷାଦାନ ଉପରେ ବି ଗୁରୁତ୍ୱାରୋପ କରାଯାଉଛି। ଖୁବ୍‌ଶୀଘ୍ର ନୂତନ ଜାତୀୟ ଶିକ୍ଷାନୀତି ବି ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହୋଇଯିବ। ମାତୃଭାଷାଭିତ୍ତିକ ଶିକ୍ଷାଦାନ ଲାଗି ଓଡ଼ିଆ ଭାଷାରେ ପ୍ରସ୍ତୁତ ପାଠ୍ୟପୁସ୍ତକଗୁଡ଼ିକୁ ୨୧ ଗୋଟି ଜନଜାତି ଭାଷାରେ ରୂପାନ୍ତର ହେଉଛି । ଏତେସବୁ ପ୍ରସ୍ତୁତି ଆମ ଶିକ୍ଷାର ବିକାଶ ଲାଗି ଠିକ୍‌ ପଦକ୍ଷେପ ହୋଇପାରେ। ଏଭଳି କିଛି ମାତୃଭାଷାଭିତ୍ତିକ ଅତିରିକ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ମଶାଳାରେ ଯୋଗଦାନବେଳେ ଅନେକ ବ୍ୟତିକ୍ରମକୁ ଚିହ୍ନଟ କରିପାରିଛି ଏ ଲେଖକ। ନିଜ ନିଜ ମାତୃଭାଷାରେ ପୋଖତ ଜନଜାତିର ବ୍ୟକ୍ତିଗଣ ପୁସ୍ତକ ପ୍ରସ୍ତୁତିବେଳେ ଅନେକ ଶବ୍ଦ ନିକଟରେ ଝୁଣ୍ଟୁଥିଲେ। ବହୁ ଶବ୍ଦର ନିଜ ମାତୃଭାଷାରେ ଆକ୍ଷରିକ ଶବ୍ଦ ପାଇପାରୁ ନ ଥିଲେ। ସେଇସ୍ଥଳରେ ବ୍ୟବହାରିକ ଶବ୍ଦ ପ୍ରୟୋଗ କରାଯିବାକୁ ବାଧ୍ୟ ହେଉଥିଲେ। କର୍ମଶାଳା ସହ ଜଡିତ ଅନେକ ଜନଜାତିର ଭାଷା ବିଶାରଦଙ୍କ ମତ ଓ ମନ୍ତବ୍ୟ ହେଲା – ‘ଆଜ୍ଞା! ଆମ ଭାଷାର ଶବ୍ଦ ଖୋଜିବା ଆମକୁ ହିଁ କଷ୍ଟ ହେଉଛି । ମୋବାଇଲ ହୋଇଯିବାରୁ ଏସବୁ ଭାଷା ଆମ ପିଲା ମଧ୍ୟ ଆଉ ଜାଣୁ ନାହାନ୍ତି। ଆମ ଭାଷା ଧୀରେ ଧୀରେ ଲୋକ କହୁ ନାହାନ୍ତି ।’
ଓଡ଼ିଶାରେ ୬୨ ପ୍ରକାର ଜନଜାତି ଗୋଷ୍ଠୀ ବ୍ୟବହାର କରୁଥିବା ୨୧ପ୍ରକାର ଭାଷାରେ ପୁସ୍ତକ ପ୍ରସ୍ତୁତି ଓ ପରବର୍ତ୍ତୀ ଶିକ୍ଷକ ତାଲିମ ଦେଲେ ଯେ ମାତୃଭାଷାଭିତ୍ତିକ ଶିକ୍ଷାଦାନରେ ସଫଳତା ଆସିବ ଏଇ ଆଶା ହୁଏତ ବୃଥା ପ୍ରମାଣିତ ହୋଇପାରେ। କାରଣ ଅଦ୍ୟାବଧି ପିଲାର ବ୍ୟବହାରିକ ଭାଷା ପ୍ରତି ଆମେ ନୀରବ ରହିଆସିଛୁ । ଆଜିର ଭାଷା ହେଉଛି ବ୍ୟବହାରିକ ଭାଷା। ମାତୃଭାଷା ସହ ଅନେକ ଭାଷାର ସମାହାରରେ ବ୍ୟବହୃତ ଓ ପରିବର୍ତ୍ତିତ ହୋଇଛି। ନିଜ ମାତୃଭାଷା ବ୍ୟତିରେକ ପିଲା ବ୍ୟବହାର କରୁଥିବା ବ୍ୟବହାରିକ ଭାଷା ଆକଳନ କରିବା ସହ ସେହିକ୍ରମରେ ଶିକ୍ଷାଦାନ ବ୍ୟବସ୍ଥା ପିଲା ପାଇଁ ଶିକ୍ଷା ଆହରଣ ଅଧିକ ସହଜ ହେବ। ବିଦ୍ୟାଳୟକୁ ପ୍ରବେଶ ପୂର୍ବରୁ ଯେଉଁ ବ୍ୟବହାରିକ ଭାଷା ସହିତ ପିଲାଟି ପରିଚିତ ତାକୁ ଛାଡି ଯଦି ମାତୃଭାଷାକୁ ଆଧାର କରି ଶିକ୍ଷାଦାନର ବ୍ୟବସ୍ଥା ଆରମ୍ଭ ହେବ ଆମ ଶିକ୍ଷା ବ୍ୟବସ୍ଥା ପୁଣି ପିଲା ପାଇଁ ସେଇ ସେଇ ଅଡୁଆ ସୂତାର ଖିଅ ଭଳି ହୋଇପାରେ।
ଯେଉଁ ଯେଉଁ ମାତୃଭାଷା ସଂକଟଜନକ ସ୍ଥିତିରେ ପହଞ୍ଚତ୍ଛି, ସେଠି ସେଇ ସେଇ ମାତୃଭାଷାରେ ପୁସ୍ତକ ପ୍ରସ୍ତୁତି କରି ପିଲାଙ୍କୁ ଶିକ୍ଷାଦାନର ବ୍ୟବସ୍ଥା ପିଲାଟି ପାଇଁ ନିଜ ମାତୃଭାଷା ବି ବୈଦେଶିକ ଭାଷା ଭଳି କଷ୍ଟକର ମନେହେବ । ମାତୃଭାଷାଭିତ୍ତିକ ଶିକ୍ଷାଦାନ ପରିକଳ୍ପନା ଖୁବ୍‌ ସୁଖଦ କଥା । କିନ୍ତୁ ବ୍ୟବହାରିକ ଭାଷାରେ ବହୁଳ ବ୍ୟବହୃତ ଶବ୍ଦପୁଞ୍ଜକୁ ଅକୁଣ୍ଠ ଚିତ୍ତରେ ସାମିଲ କରି ମାତୃଭାଷାକୁ ପରିପୁଷ୍ଟ କଲେ ଏହା ସମୃଦ୍ଧ ହୋଇପାରିବ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ -୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri