ଭାଜପାରେ ସାମିଲ ହେଲେ ପ୍ରଭାତ ବିଶ୍ୱାଳ, ଶହଶହ ସମର୍ଥକଙ୍କ ସହ ଆସି…

ଭୁବନେଶ୍ୱର,୧୨ା୭: କଟକ ରାଜନୀତିରେ ବଡ଼ଧରଣର ହଲଚଲ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ରବିବାର ଭାଜପାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି। ସମର୍ଥକମାନଙ୍କ ସହ ଏକ ବଡ଼ ଶୋଭାଯାତ୍ରାରେ ଆସି ରାଜ୍ୟ ଭାଜପା କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରଭାତ। ପରେ ବିଧିବଦ୍ଧ ଭାବେ ସେ ଭାଜପାରେ ମିଶିଥିଲେ।

Image

ସେ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି)ର ବିଧାୟକ ଥିଲେ ଏବଂ ଚୌଦ୍ଵାର-କଟକ ଆସନରୁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ସହ ବହୁ ସମର୍ଥକ ଏବଂ କିଛି କାଉନସିଲର୍‌/କର୍ପୋରେଟର୍‌ ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି। କିଛିଦିନ ପୂର୍ବରୁ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଏବଂ ସ୍ୱାଧୀନ ଭାବେ ରାଜନୀତି କରୁଥିଲେ। ତାଙ୍କ ପୁଅ ସୌଭିକ ବିଶ୍ୱାଳଙ୍କ ବିଷୟରେ ମଧ୍ୟ ଜୋର୍‌ଦାର ଚର୍ଚ୍ଚା ହେଉଛି।
ସୂଚନା ଥାଉକି, ଶନିବାର ପୂର୍ବାହ୍ନରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳଙ୍କୁ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା।  କିଛି ମାସ ପୂର୍ବେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ପ୍ରଭାତଙ୍କୁ ବିଜେଡି ବହିଷ୍କୃତ କରିଥିଲା। ସେହପିରି ଗତ ରାଜ୍ୟ ସଭା ନିର୍ବାଚନ ସମୟରେ କ୍ରସ୍‌ଭୋଟିଂ କରି ସୌଭିକ୍‌ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ସୌଭିକ୍‌ ବିଜେଡି ଟିକେଟରେ ବିଧାୟକ ହୋଇଥିବାରୁ ବର୍ତ୍ତମାନ ଭାଜପାରେ ମିଶି ନ ପାରନ୍ତି। ମାତ୍ର କାହିଁକି ସେ ଭାଜପା କାର୍ଯ୍ୟାଳୟକୁ ଆସିଲେ ତାହାକୁ ନେଇ ଚର୍ଚ୍ଚା ହେଉଛି। ସୌଭିକ୍‌ ଯଦି ବର୍ତ୍ତମାନ ଦଳ ପରିବର୍ତ୍ତନ କରନ୍ତି ତେବେ ତାଙ୍କର ବିଧାୟକ ପଦ ରଦ୍ଦ ହେବାର ସମ୍ଭାବନା ରହିଛି। ତେଣୁ ସେ ନିଜେ ଭାଜପାରେ ଯୋଗ ଦେବା ପରିବର୍ତ୍ତେ ତାଙ୍କ ପିତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଶାସକ ଦଳରେ ସାମିଲ ହୋଇଛନ୍ତି। ପ୍ରଭାତ ବିଶ୍ୱାଳ ଦଳରେ ମିଶିବା ନେଇ ଭାଜପା ବିଧାୟକ ବାବୁ ସିଂ କହିଛନ୍ତି, ଏହା ବିଶ୍ୱର ସର୍ବବୃତ ଦଳ। ତେଣୁ ଯିଏ ଭାଜପାରେ ଚାହିଁବେ ମିଶିପାରିବେ। ପ୍ରଭାତ ମିଶିବା ନେଇ ଦଳର ରାଜ୍ୟ ନେତୃତ୍ୱଙ୍କ ନିଷ୍ପତ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ କହିଛନ୍ତି, ପ୍ରଭାତ ବିଶ୍ୱାଳ ଯେତେବେଳେ ନ ଥିଲେ ସେହି ସମୟରେ ମଧ୍ୟ ଦଳ ସୁଦୃଢ ଥିଲା। ପ୍ରଭାତଙ୍କୁ ପୋକା ବାଇଗଣ କହି ତାତ୍ସଲ୍ୟ କରିଛନ୍ତି ପ୍ରମିଳା । ସିଏ ଗଲେ ତାଙ୍କ ଭଳିଆ ୧୦ ଜଣ ନେତା ବାହାରିବେ। ପ୍ରଭାତ ଗଲେ ଦଳ ଉପରେ କିଛି ପ୍ରଭାବ ପଡିବ ନାହିଁ। ଯିଏ ଦଳ ଛାଡୁଛି ତାକୁ ନେଇ ମାସେ କିମ୍ବା ଦୁଇ ମାସ ଆଲୋଚନା ହେଉଛି, ତା’ପରେ କୁଆଡେ ସେମାନେ ଯାଉଛନ୍ତି ଆଉ ଦେଖା ମିଳୁନାହାନ୍ତି ବୋଲି ପ୍ରମିଳା କହିଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ଗ୍ରୀଡ୍‌ ସବ୍‌ଷ୍ଟେଶନ ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ କୌଣସି ସ୍ଥାନରେ କିଛି…

ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟରେ ରବିବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ୩୩/୧୧ କେ.ଭି କ୍ଷମତା ସମ୍ପନ୍ନ ନୂତନ ଗ୍ରୀଡ୍‌…

ମୋବାଲରେ ପିଟି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ, ବୋହୂଙ୍କ ନାଁରେ ଅଭିଯୋଗ ଆଣି ଶ୍ୱଶୁର କହିଲେ ଏମିତି…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସ୍ବରାଜ ହସ୍ପିଟାଲରେ ରବିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ ବଲାଙ୍ଗୀର ଚମିନିଭାଟି ପଡ଼ାର ସ୍ବପ୍ନେଶ୍ବର…

ବିଦ୍ୟୁତ୍‌ ଫାଶରେ ଲାଗି ଚାଲିଗଲା ମହିଳା ଚାଷୀଙ୍କ ଜୀବନ, ପରିବାର ଉପରେ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼

ବୁଗୁଡ଼ା,୧୨ା୭(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ାରେ ବିଲକୁ ଯାଇ ଫେରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଚାଷୀଙ୍କ ମୃତ୍ୟୁ…

ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ଯାଉଥିଲେ ୩ ପର୍ଯ୍ୟଟକ, ଉଦ୍ଧାର କରି…

ପୁରୀ,୧୨ା୭(ଅଜିତ୍‌ କୁମାର ମହାନ୍ତି): ରବିବାର ସମୁଦ୍ରରେ ଗାଧୋଉଥିବାବେଳେ ୩ ପର୍ଯ୍ୟଟକ ବୁଡ଼ିଯାଉଥିଲେ। ଏହି ସମୟରେ ଲାଇଫଗାର୍ଡ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେକ୍ଟର ୯ ଚୈତନ୍ୟ ଛକ…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ବିଦ୍ୟାଳୟ ରାତ୍ର ଜଗୁଆଳଙ୍କ ଜୀବନ, ରେଲିଂରେ ଧକ୍କା ଦେଇ…

ଦାରିଙ୍ଗବାଡ଼ି,୧୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ବୁଡ଼ାଗୁଡା ଛକରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ…

୧୧ ଭାରତୀୟ ଥିବା ଜାହାଜ ଉପରକୁ ଆକ୍ରମଣ କଲା ଇରାନ, ଜଣେ ନିଖୋଜ, ପ୍ରତିକ୍ରିୟା ଦେଲା ଭାରତ

ନୂଆଦିଲ୍ଲୀ/ତେହରାନ,୧୨।୭: ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଓମାନ ଉପକୂଳରେ ଯେତେବେଳେ ଏହି ଆକ୍ରମଣ ଘଟିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri