Odisha Elections 2024

ବକ୍ସ ଅଫିସ୍‌ରେ ଇତିହାସ ରଚିଲେ ପ୍ରଭାସ

ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ସାଲାର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ରିଲିଜ୍‌ ଦିନଠାରୁ ଏହି ଫିଲ୍ମ ଦେଶ ତଥା ବିଦେଶରେ କୋଟି କୋଟି ଟଙ୍କା ଆୟ କରୁଛି। ‘ସାଲାର’ ବିଶ୍ୱ ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।
ପ୍ରଭାସଙ୍କ ‘ସାଲାର’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି। ଏହି ଫିଲ୍ମ ୭୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ମୋଟ ଆୟ ୭୦୦.୩୭ କୋଟି ଟଙ୍କା ହୋଇଛି।
ପ୍ରଭାସଙ୍କ ‘ସାଲାର’ ୨୦୨୩ରେ ମୁକ୍ତିଲାଭ କରିଥିବା ସନ୍ନି ଦେଓଲଙ୍କ ‘ଗଦର 2’ ର ବିଶ୍ୱବ୍ୟାପୀ ରୋଜଗାର ରେକର୍ଡ ଭାଙ୍ଗିଛି। ସନି ଦେଓଲଙ୍କ ଫିଲ୍ମ ସାରା ବିଶ୍ୱରେ ୬୯୧ କୋଟି ଟଙ୍କା ବ୍ୟବସାୟ କରିଥିଲା। ‘ସାଲାର’ ୧୮ ଦିନରେ ୬୯୪ କୋଟି ଟଙ୍କା ରୋଜଗାର କରି ଏହି ରେକର୍ଡକୁ ଭାଙ୍ଗି ଦେଇଛି। ଶାହାରୁଖ ଖାନଙ୍କ ‘ଡଙ୍କି’ ରିଲିଜ ହେବାର ଗୋଟିଏ ଦିନ ପରେ ଡିସେମ୍ବର ୨୨ରେ ‘ସାଲାର’ ପ୍ରେକ୍ଷାଳୟକୁ ଆସିଥିଲା। ତେବେ ରୋଜଗାର ଦୃଷ୍ଟିରୁ ‘ସାଲାର’ ‘ଡଙ୍କି’କୁ ବହୁ ପଛରେ ଛାଡିଛି।
ପ୍ରଶାନ୍ତ ନୀଲଙ୍କ ଦ୍ୱାରା ‘ସାଲାର’ ନିର୍ଦ୍ଦେଶନା ଦିଆଯାଇଛି। ଏହାପୂର୍ବରୁ ସେ ‘କେଜିଏଫ ଚାପ୍ଟର ୧’ ଏବଂ ‘କେଜିଏଫ ଚାପ୍ଟର ୨’ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସଫଳତା ସହିତ ସେ ସୁପରହିଟ ନିର୍ଦ୍ଦେଶକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ପ୍ରଭାସଙ୍କ ବ୍ୟତୀତ ଶ୍ରୁତି ହାସନ, ପୃଥ୍ବୀରାଜ ସୁକୁମାରନ ଏବଂ ଟିନୁ ଆନନ୍ଦଙ୍କ ଭଳି ତାରକାମାନେ ‘ସାଲାର’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବର୍ତ୍ତମାନ ପ୍ରଭାସଙ୍କୁ ଖୁବ ଶୀଘ୍ର ‘କାଲ୍କି ୨୮୯୮ ଏଡି’ରେ ଦେଖିବାକୁ ମିଳିବ। ଏହି ଫିଲ୍ମ ଚଳିତ ବର୍ଷ ପ୍ରେକ୍ଷାଳୟକୁ ଆସିବ। ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ମଧ୍ୟ ପ୍ରଭାସଙ୍କ ଫିଲ୍ମ ‘କାଲ୍କି ୨୮୯୮ ଏଡି’ରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

ସମ୍ପର୍କରେ ବାଜିଲା ମୋହର! ଶିବାଙ୍ଗୀଙ୍କ ପ୍ରେମରେ ପଡ଼ିଥିବା ସ୍ବୀକାର କଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା କୁଶାଲ ଟଣ୍ଡନ। ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଦିନ ଧରି ଉଭୟ ସମ୍ପର୍କରେ ଥିବା ନେଇ...

ଡ୍ରାମା କୁଇନ ରାଖୀ ସାଓ୍ବନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ: ପୂର୍ବତନ ସ୍ବାମୀ ରିତେଶ

ମୁମ୍ବାଇ,୧୮।୫: ଡ୍ରାମା କୁଇନ ରାଖୀ ସାୱନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଥର ପରି, ଯେତେବେଳେ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସିଲା, କେହି ଏହାକୁ...

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟାଙ୍କ ଜଲଓ୍ବା

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜଲଓ୍ବା ଦେଖାଇଛନ୍ତି। ୨୦ ବର୍ଷ ହେଲା ଐଶ୍ୱର୍ଯ୍ୟା ଏହି...

ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବେ ଜେନିଫର ଲୋପେଜ୍‌, ଦୁଇ ବର୍ଷ ପୂର୍ବେ କରିଥିଲେ ବିବାହ

ବମ୍ବେ: ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ହଲିଉଡ୍‌ ଅଭିନେତ୍ରୀ ଜେନିଫର ଲୋପେଜ୍‌। ବେନ୍‌ ଆଫ୍‌ଲେକ୍‌ଙ୍କୁ ଦୁଇ ବର୍ଷ ପୂର୍ବେ ସେ ବିବାହ କରିଥିଲେ। ହେଲେ...

ପ୍ରଭାସଙ୍କ ଜୀବନରେ ଡାର୍ଲିଂଙ୍କ ଏଣ୍ଟ୍ରି!

ହାଇଦ୍ରାବାଦ: ପ୍ରେମରେ ପଡ଼ିଛନ୍ତି ସାଉଥ୍‌ ସୁପରଷ୍ଟାର ପ୍ରଭାସ। ଏକଥା ମନଗଢ଼ା ନୁହେଁ ବରଂ ଅଭିନେତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଏଭଳି ଚର୍ଚ୍ଚା ଜୋର ଧରିଛି। ସେ...

ଭୁବନେଶ୍ୱରରେ ପହଞ୍ଚିଲେ ହେମାମାଳିନୀ

ଭୁବନେଶ୍ୱର,୧୭ା୫: ଅଭିନେତ୍ରୀ ତଥା ଭାଜପା ଏମ୍‌ପି ହେମାମାଳିନୀ ଶୁକ୍ରବାର ପୂର୍ବାହ୍ନରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଭାଜପା କର୍ମୀମାନେ ପହଞ୍ଚି ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri