ପାୱାରଟିଲର କେନ୍ଦ୍ରାପଡ଼ାରୁ ଯାଉଛି କୋଲକାତା

କେନ୍ଦ୍ରାପଡ଼ା ଅଫିସ, ୪ା୧୧:କେନ୍ଦ୍ରାପଡ଼ାର ଅର୍ଥନୀତି କୃଷିଭିତ୍ତିକ। ଜିଲା କୃଷିର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୃଷି ସାଜ ସରଞ୍ଜାମ କ୍ରୟଦରରେ ରିହାତି ଦେଉଛନ୍ତି। ଏହି ରିହାତି ଅର୍ଥ ଚାଷୀଙ୍କ କୃଷି ବିକାଶରେ ସହଯୋଗ କରିବ ବୋଲି ସରକାର ଲକ୍ଷ୍ୟ ରଖିଥିବା ବେଳେ ମିଛ ଚାଷୀ ସବ୍‌ସିଡି ଅର୍ଥକୁ ହଡପ କରୁଛନ୍ତି। ଏପରି ଅଭିଯୋଗ ଜିଲାପାଳଙ୍କ ନିକଟରେ ଗୁରୁବାର ପହଞ୍ଚତ୍ଛି। ଅଭିଯୋଗକାରୀମାନେ ୫ ବର୍ଷ ମଧ୍ୟରେ ରିହାତି ଦରରେ ବିକ୍ରୟ ହୋଇଥିବା କୃଷି ସରଞ୍ଜାମ ସମ୍ପର୍କରେ ତଦନ୍ତ ଦାବି କରିଛନ୍ତି।
ଏ ସମ୍ପର୍କରେ କୃଷକ ନେତା ପ୍ରତ୍ୟୁଷ କୁମାର ରାଉତ କହିଛନ୍ତି, ଫାର୍ମ ମେକାନାଇଜ୍‌ ସ୍କିମ୍‌ରେ କୃଷି ସରଞ୍ଜାମ ୨୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାଷୀଙ୍କୁ ରିହାତି ମିଳୁଛି। ତେବେ ଏହି ରିହାତି ଅର୍ଥ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। କୃଷି ବିଭାଗର କେତେଜଣ ଅଧିକାରୀ, ସପ୍ଲାୟର ସବ୍‌ସିଡି ଅର୍ଥକୁ ହେରଫେର କରୁଥିବା ଦେଖାଯାଉଛି। ସେ କହିଛନ୍ତି, ୨୦୧୯ରେ କମ୍ବାଇନ ହାର୍ଭେଷ୍ଟର କିଣିବା ପାଇଁ କୃଷି ବିଭାଗରେ ଆବେଦନ ପତ୍ର ଦେଇଥିଲେ। କେନ୍ଦ୍ରାପଡ଼ା ଜିଲା ପାଇଁ ହାର୍ଭେଷ୍ଟର ଆଲଟମେଣ୍ଟ ହେବା ପରଦିନ ବିକ୍ରି ସରିଯାଇଥିବା ବିଭାଗୀୟ ଅଧିକାରୀଙ୍କ ସମେତ ସପ୍ଲାୟର କହିଥିଲେ। ଅଭିଯୋଗକାରୀ ଚାଷୀ ମଦନମୋହନ ସାହୁ କହିଛନ୍ତି, ସରକାର ଚାଷୀଙ୍କୁ ସବ୍‌ସିଡିରେ ଟ୍ରାକ୍ଟର, ପାୱାରଟିଲର, ପାଣିପମ୍ପ, ଧାନ ଓ ବାଦାମ ଝଡ଼ା ମେଶିନ ଆଦି ବିଭିନ୍ନ କୃଷି ଯନ୍ତ୍ରପାତି ତଥା ଉପକରଣ ଯୋଗାଉଛନ୍ତି। ଏଥିପାଇଁ ସହରର ଦୁହୁରିଆ, ଖଡ଼ଇଙ୍ଗ, ଗରାପୁର, ଗୋପ ଆଦି ଅଞ୍ଚଳରେ ପ୍ରାଧିକୃତ ସପ୍ଲାୟର ଅଛନ୍ତି। ତେବେ କ୍ଷେତରେ ଜଳସେଚନ ପାଇଁ ପାଣି ପମ୍ପଟିଏ ସମ୍ପୃକ୍ତ ସପ୍ଲାୟରଠାରୁ କୃଷି ବିଭାଗର ମଞ୍ଜୁରୀ ସତ୍ତ୍ୱେ ରିହାତି ଦରରେ ମିଳୁନାହିଁ। ମିଳୁଥିବା ୫୦ ପ୍ରତିଶତ ରିହାତି କାହା ଖାତାକୁ ଯାଉଛି ତାହା ତଦନ୍ତ ସାପେକ୍ଷ ବୋଲି ଅଭିଯୋଗକାରୀ ସାହୁ ପ୍ରକାଶ କରିଛନ୍ତି। ସେହିପରି ଅନ୍ୟତମ ଅଭିଯୋଗକାରୀ ଆଶିଷ କୁମାର ମହାପାତ୍ର କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ଆସୁଥିବା ପାୱାରଟିଲର କୋଲକାତାକୁ ଚାଲାଣ ହେଉଥିବା ବହୁ ସମୟରେ ଦେଖାଯାଉଛି। ସେହିପରି କୃଷି କ୍ଷେତ୍ର ପାଇଁ ଆସିଥିବା ଟ୍ରାକ୍ଟର ଏବେ ରାସ୍ତାରେ ପରିବହନ କାର୍ଯ୍ୟରେ ଲାଗୁଛି। ମିଛ ଚାଷୀଙ୍କ ପର୍‌ମିଟ୍‌ରେ ବ୍ୟବସାୟୀମାନେ ଟ୍ରାକ୍ଟର, ପାୱାରଟିଲର ହାତଉ ଥିବାରୁ ପ୍ରଶାସନିକ ତଦନ୍ତ ହେଲେ ବହୁ ଅନିୟମିତତା ପଦାକୁ ଆସିବ ବୋଲି ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି, ଆଉ କିଛିଦିନ ମଧ୍ୟରେ ଖରିଫ ଚାଷ ଅମଳ ହେବ। ଚାଷ ପାଇଁ ଅଧିକ ହାର୍ଭେଷ୍ଟର ଓ ପାୱାରଟିଲର, ପାଣି ପମ୍ପ ଆବଶ୍ୟକ। ରିହାତି ଦରରେ ବିକ୍ରୟ ହେଉଥିବା କୃଷି ସାମଗ୍ରୀ ବ୍ୟବସାୟୀମାନେ କାଗଜପତ୍ରରେ ବିକ୍ରି ହେଉଥିବା ଦର୍ଶାଉଛନ୍ତି। ଏହାର ସବ୍‌ସିଡି ଅର୍ଥ ସପ୍ଲାୟର ହାତେଇ ନେଉଛନ୍ତି। ଏ ନେଇ ଜିଲା ପ୍ରଶାସନ ତଦନ୍ତ କରିବା ଜରୁରୀ ହୋଇପଡିଛି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ରିହାତି ଅର୍ଥରେ ବିକ୍ରୟ ହେଉଥିବା କୃଷି ସରଞ୍ଜାମରେ ଅନିୟମିତତା ହୋଇଥିବା ନେଇ ଚାଷୀମାନଙ୍କ ଅଭିଯୋଗକୁ ତଦନ୍ତ କରାଯିବ। ଏ ନେଇ ଜିଲା କୃଷି ଉପନିର୍ଦ୍ଦେଶକଙ୍କୁ ସୂଚନା ଦିଆଯାଇଛି। ବିଭାଗୀୟ ତଦନ୍ତ ପରେ ଅଭିଯୋଗର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri