ଏନ୍‌ଭିଡିଆ ଆଣିଲା ଶକ୍ତିଶାଳୀ ଚିପ୍‌: ପିସି, ଲାପ୍‌ଟପ୍‌ କ୍ଷେତ୍ରରେ ଆସିବ ଏଆଇ କ୍ରାନ୍ତି

ତାଇପେଇ,୨ା୬(ରଏଟର୍ସ):ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାଣକାରୀ ସଂସ୍ଥା ‘ଏନ୍‌ଭିଡିଆ’ ବ୍ୟକ୍ତିଗତ କମ୍ପ୍ୟୁଟର (ପିସି) ଏବଂ ଲାପ୍‌ଟପ୍‌ ଜଗତରେ ବଡ଼ ବିପ୍ଳବ ଆଣିବାକୁ ଯାଉଛି। କମ୍ପାନୀ ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଚିପ୍‌୍‌ ‘ଆରଟିଏକ୍ସ ସ୍ପାର୍କ’ ଉନ୍ମୋଚିତ ହୋଇଛି, ଯାହା କ୍ଲାଉଡ୍‌ କମ୍ପ୍ୟୁଟିଂ ଉପରେ ନିର୍ଭର ନ କରି ସ୍ଥାନୀୟ ସ୍ତରରେ (ଲୋକାଲି) କମ୍ପ୍ୟୁଟର ମଧ୍ୟରେ ହିଁ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ଏଆଇ ଏଜେଣ୍ଟ ପରିଚାଳନା କରିପାରିବ। ଅର୍ଥାତ୍‌ ଡାଟା ଷ୍ଟୋରେଜ୍‌, ସର୍ଭର, ଡାଟାବେସ୍‌, ନେଟୱର୍କିଂ ଏବଂ ସଫ୍ଟୱେର୍‌ ଆଦିର ସୁବିଧା ପାଇଁ ଇଣ୍ଟରନେଟ୍‌ ମାଧ୍ୟମରେ ଉପଲବ୍ଧ କ୍ଲାଉଡ୍‌ କମ୍ପ୍ୟୁଟିଂ ଉପରେ ନିର୍ଭର ହେବାକୁ ପଡ଼ୁଥିବାବେଳେ ଏବେ ତାହା କମ୍ପ୍ୟୁଟର ମଧ୍ୟରେ ଥିବା ଏହି ସ୍ବତନ୍ତ୍ର ଏଆଇ ଚିପ୍‌ ପରିଚାଳନା କରିବ। ଏହି ନୂତନ ଚିପ୍‌ ମାଧ୍ୟମରେ ଏନ୍‌ଭିଡିଆ ବଜାରରେ ନିଜର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ଆପଲ୍‌, ଇଣ୍ଟେଲ୍‌ ଏବଂ ଏଏମ୍‌ଡିକୁ ସୂଚନା ଦେଇ କଡ଼ା ଚ୍ୟାଲେଞ୍ଜ ଦେଇଛି।
ତାଇୱାନରେ ଆୟୋଜିତ ବିଶ୍ୱର ସବୁଠୁ ବଡ଼ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ ‘କମ୍ପ୍ୟୁଟେକ୍ସ’ରେ ଯୋଗଦେଇ ଏନ୍‌ଭିଡିଆର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଜେନସେନ୍‌ ହୁଆଙ୍ଗ୍‌ କହିଛନ୍ତି, ଏହି ଚିପ୍‌ ପାଇଁ ମାଇକ୍ରୋସଫ୍ଟ ସହ ଗତ ୩ ବର୍ଷ ଧରି ମିଳିତ ଗବେଷଣା ଚାଲିଥିଲା। ଏହି ଚିପ୍‌ ସାଧାରଣ କମ୍ପ୍ୟୁଟରକୁ ଏକ ‘ଏଜେଣ୍ଟିକ ଏଆଇ ପିସି’ରେ ପରିଣତ କରିବ। ସୂଚନା ପ୍ରାଦ୍ୟୋଗିକ ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ଏକ ବିରାଟ ପରିବର୍ତ୍ତନ ଆଣିବ, ଯେପରି ଅତୀତରେ ଆପଲ୍‌ ଆଇଫୋନ, ଚାଟ୍‌ଜିପିଟି କିମ୍ବା ଡିପ୍‌ସିକ୍‌ ଆଣିଥିଲେ। ତାଇୱାନର ପ୍ରସିଦ୍ଧ ଚିପ୍‌ ନିର୍ମାତା ସଂସ୍ଥା ‘ମିଡିଆଟେକ୍‌’ ସହଯୋଗରେ ଏହି ଚିପ୍‌ ବିକଶିତ ହୋଇଛି।
ସମ୍ମିଳନୀରେ ଯୋଗଦେଇ ‘କ୍ୱାଲକମ୍‌’ର ସିଇଓ କ୍ରିଷ୍ଟିଆନୋ ଆମୋନ୍‌ ମଧ୍ୟ ୨୦୨୬କୁ ‘ଏଆଇ ଏଜେଣ୍ଟ’ର ବର୍ଷ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ଏଆଇ କେବଳ ପ୍ରଶ୍ନର ଉତ୍ତର ଦେବା ମଧ୍ୟରେ ସୀମିତ ଅଛି, କିନ୍ତୁ ଆଗକୁ ଏହା ସମ୍ପୂର୍ଣ୍ଣ ସ୍ବୟଂଚାଳିତ ଭାବେ ଉପଭୋକ୍ତାଙ୍କ ବିନା ନିର୍ଦ୍ଦେଶରେ କାମ କରିପାରିବ। ବର୍ତ୍ତମାନର କମ୍ପ୍ୟୁଟରଗୁଡ଼ିକ ଉପଭୋକ୍ତାଙ୍କ ଆଦେଶରେ କାମ କରିବା ପାଇଁ ତିଆରି ହୋଇଛି, କିନ୍ତୁ ଆଗାମୀ ଏଆଇ ଏଜେଣ୍ଟଗୁଡ଼ିକ ନିଜେ ସବୁବେଳେ ସକ୍ରିୟ ରହି ନିଷ୍ପତ୍ତି ନେଇପାରିବେ। ଏଥିପାଇଁ ଲୋକାଲ୍‌ ଚିପ୍‌ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ। ପ୍ରାୟ ୫ ଟ୍ରିଲିୟନ ଡଲାର ମୂଲ୍ୟର ଏହି ଚିପ୍‌ କମ୍ପାନୀର ମୁଖ୍ୟ ଜେନସେନ୍‌ ହୁଆଙ୍ଗ୍‌ ମଞ୍ଚକୁ ଆସି ଏକ ନୂତନ ପ୍ରୋସେସର ‘ଭେରା ସିପିୟୁ’ର ମଧ୍ୟ ଘୋଷଣା କରିଛନ୍ତି। ଏହି ପ୍ରୋସେସର ବିଶେଷକରି ଶକ୍ତିଶାଳୀ ଏଆଇ ଏଜେଣ୍ଟଗୁଡ଼ିକ ପାଇଁ ତିଆରି କରାଯାଇଛି। ସାମଗ୍ରିକ ବଜାରରେ ଏହାର ଚାହିଦା ପ୍ରାୟ ୨୦୦ ବିଲିୟନ ଡଲାର ରହିଛି। ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ସଂସ୍ଥା ଓପନ୍‌ଏଆଇ, ଆନ୍ଥ୍ରୋପିକ ଏବଂ ଏଲନ୍‌ ମସ୍କଙ୍କ ସ୍ପେସ୍‌ ଏକ୍ସ ଏହି ନୂତନ ସିପିୟୁର ପ୍ରଥମ ଉପଭୋକ୍ତା ହେବେ ବୋଲି ସୂଚନା ମିଳିଛି।
ଏଆଇ ଆସିବା ଦ୍ୱାରା ସଫ୍ଟୱେର୍‌ ଇଞ୍ଜିନିୟରମାନଙ୍କ ଚାକିରି ଚାଲିଯିବ ବୋଲି ଚାଲିଥିବା ଚର୍ଚ୍ଚାକୁ ହୁଆଙ୍ଗ୍‌ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଯୁକ୍ତି ବାଢ଼ିଛନ୍ତି ଯେ, ଏହି ପ୍ରଯୁକ୍ତିବିଦ୍ୟା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବଢ଼ାଇବା ସହ ବଜାରରେ ସଫ୍ଟୱେର୍‌ ଇଞ୍ଜିନିୟରମାନଙ୍କ ନୂତନ ନିଯୁକ୍ତି ସୁଯୋଗକୁ ଆହୁରି ବୃଦ୍ଧି କରୁଛି। ଏହି ବଡ଼ ଘୋଷଣା ପରେ ଆମେରିକୀୟ ଶେୟାର ବଜାରର ପ୍ରାକ୍‌-କାରବାରରେ ଏନ୍‌ଭିଡିଆର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ଏଏମ୍‌ଡି ଏବଂ ଇଣ୍ଟେଲ୍‌ର ଶେୟାର ପ୍ରାୟ ୪ ପ୍ରତିଶତ ହ୍ରାସ ପାଇଥିବା ବେଳେ କ୍ୱାଲକମ୍‌ର ୭ ପ୍ରତିଶତ ଏବଂ ଆପଲ୍‌ର ୦.୬ ପ୍ରତିଶତ ହ୍ରାସ ପାଇଛି। ଅପରପକ୍ଷରେ, ଏନ୍‌ଭିଡିଆର ପ୍ରମୁଖ ସହଯୋଗୀ ମାଇକ୍ରୋସଫ୍ଟର ଶେୟାର ମୂଲ୍ୟରେ ୩.୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

୨୦୨୯ରେ ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ! ବିଧାୟିକାଙ୍କ ବଡ଼ ଦାବିକୁ ନେଇ ରାଜନୀତିରେ ହଇଚଇ

ଚେନ୍ନାଇ,୨।୯: ତାମିଲନାଡୁର ରାଜନୀତିରେ ଏବେ ଥଲାପତି ବିଜୟଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସତ୍ତାରୂଢ଼ ଟିଭିକେ (TVK)ର ନେତା ଓ ମନ୍ତ୍ରୀମାନେ ବିଜୟଙ୍କୁ ୨୦୨୯ରେ ପ୍ରଧାନମନ୍ତ୍ରୀ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

୩ ଶକ୍ତିଶାଳୀ ଦେଶର ତାଲିକାରେ ଭାରତ, ଆମେରିକାର ନାଁ ନାହିଁ! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨।୯: ସାଂଘାଇ ସହଯୋଗ ସଂଗଠନ (SCO)ର ମଞ୍ଚରେ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ତାଙ୍କ ଭାଷଣରେ ସେ ଭାରତକୁ ବିଶ୍ୱର…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri