ଏନ୍‌ଭିଡିଆ ଆଣିଲା ଶକ୍ତିଶାଳୀ ଚିପ୍‌: ପିସି, ଲାପ୍‌ଟପ୍‌ କ୍ଷେତ୍ରରେ ଆସିବ ଏଆଇ କ୍ରାନ୍ତି

ତାଇପେଇ,୨ା୬(ରଏଟର୍ସ):ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାଣକାରୀ ସଂସ୍ଥା ‘ଏନ୍‌ଭିଡିଆ’ ବ୍ୟକ୍ତିଗତ କମ୍ପ୍ୟୁଟର (ପିସି) ଏବଂ ଲାପ୍‌ଟପ୍‌ ଜଗତରେ ବଡ଼ ବିପ୍ଳବ ଆଣିବାକୁ ଯାଉଛି। କମ୍ପାନୀ ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଚିପ୍‌୍‌ ‘ଆରଟିଏକ୍ସ ସ୍ପାର୍କ’ ଉନ୍ମୋଚିତ ହୋଇଛି, ଯାହା କ୍ଲାଉଡ୍‌ କମ୍ପ୍ୟୁଟିଂ ଉପରେ ନିର୍ଭର ନ କରି ସ୍ଥାନୀୟ ସ୍ତରରେ (ଲୋକାଲି) କମ୍ପ୍ୟୁଟର ମଧ୍ୟରେ ହିଁ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ଏଆଇ ଏଜେଣ୍ଟ ପରିଚାଳନା କରିପାରିବ। ଅର୍ଥାତ୍‌ ଡାଟା ଷ୍ଟୋରେଜ୍‌, ସର୍ଭର, ଡାଟାବେସ୍‌, ନେଟୱର୍କିଂ ଏବଂ ସଫ୍ଟୱେର୍‌ ଆଦିର ସୁବିଧା ପାଇଁ ଇଣ୍ଟରନେଟ୍‌ ମାଧ୍ୟମରେ ଉପଲବ୍ଧ କ୍ଲାଉଡ୍‌ କମ୍ପ୍ୟୁଟିଂ ଉପରେ ନିର୍ଭର ହେବାକୁ ପଡ଼ୁଥିବାବେଳେ ଏବେ ତାହା କମ୍ପ୍ୟୁଟର ମଧ୍ୟରେ ଥିବା ଏହି ସ୍ବତନ୍ତ୍ର ଏଆଇ ଚିପ୍‌ ପରିଚାଳନା କରିବ। ଏହି ନୂତନ ଚିପ୍‌ ମାଧ୍ୟମରେ ଏନ୍‌ଭିଡିଆ ବଜାରରେ ନିଜର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ଆପଲ୍‌, ଇଣ୍ଟେଲ୍‌ ଏବଂ ଏଏମ୍‌ଡିକୁ ସୂଚନା ଦେଇ କଡ଼ା ଚ୍ୟାଲେଞ୍ଜ ଦେଇଛି।
ତାଇୱାନରେ ଆୟୋଜିତ ବିଶ୍ୱର ସବୁଠୁ ବଡ଼ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ ‘କମ୍ପ୍ୟୁଟେକ୍ସ’ରେ ଯୋଗଦେଇ ଏନ୍‌ଭିଡିଆର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଜେନସେନ୍‌ ହୁଆଙ୍ଗ୍‌ କହିଛନ୍ତି, ଏହି ଚିପ୍‌ ପାଇଁ ମାଇକ୍ରୋସଫ୍ଟ ସହ ଗତ ୩ ବର୍ଷ ଧରି ମିଳିତ ଗବେଷଣା ଚାଲିଥିଲା। ଏହି ଚିପ୍‌ ସାଧାରଣ କମ୍ପ୍ୟୁଟରକୁ ଏକ ‘ଏଜେଣ୍ଟିକ ଏଆଇ ପିସି’ରେ ପରିଣତ କରିବ। ସୂଚନା ପ୍ରାଦ୍ୟୋଗିକ ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ଏକ ବିରାଟ ପରିବର୍ତ୍ତନ ଆଣିବ, ଯେପରି ଅତୀତରେ ଆପଲ୍‌ ଆଇଫୋନ, ଚାଟ୍‌ଜିପିଟି କିମ୍ବା ଡିପ୍‌ସିକ୍‌ ଆଣିଥିଲେ। ତାଇୱାନର ପ୍ରସିଦ୍ଧ ଚିପ୍‌ ନିର୍ମାତା ସଂସ୍ଥା ‘ମିଡିଆଟେକ୍‌’ ସହଯୋଗରେ ଏହି ଚିପ୍‌ ବିକଶିତ ହୋଇଛି।
ସମ୍ମିଳନୀରେ ଯୋଗଦେଇ ‘କ୍ୱାଲକମ୍‌’ର ସିଇଓ କ୍ରିଷ୍ଟିଆନୋ ଆମୋନ୍‌ ମଧ୍ୟ ୨୦୨୬କୁ ‘ଏଆଇ ଏଜେଣ୍ଟ’ର ବର୍ଷ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ଏଆଇ କେବଳ ପ୍ରଶ୍ନର ଉତ୍ତର ଦେବା ମଧ୍ୟରେ ସୀମିତ ଅଛି, କିନ୍ତୁ ଆଗକୁ ଏହା ସମ୍ପୂର୍ଣ୍ଣ ସ୍ବୟଂଚାଳିତ ଭାବେ ଉପଭୋକ୍ତାଙ୍କ ବିନା ନିର୍ଦ୍ଦେଶରେ କାମ କରିପାରିବ। ବର୍ତ୍ତମାନର କମ୍ପ୍ୟୁଟରଗୁଡ଼ିକ ଉପଭୋକ୍ତାଙ୍କ ଆଦେଶରେ କାମ କରିବା ପାଇଁ ତିଆରି ହୋଇଛି, କିନ୍ତୁ ଆଗାମୀ ଏଆଇ ଏଜେଣ୍ଟଗୁଡ଼ିକ ନିଜେ ସବୁବେଳେ ସକ୍ରିୟ ରହି ନିଷ୍ପତ୍ତି ନେଇପାରିବେ। ଏଥିପାଇଁ ଲୋକାଲ୍‌ ଚିପ୍‌ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ। ପ୍ରାୟ ୫ ଟ୍ରିଲିୟନ ଡଲାର ମୂଲ୍ୟର ଏହି ଚିପ୍‌ କମ୍ପାନୀର ମୁଖ୍ୟ ଜେନସେନ୍‌ ହୁଆଙ୍ଗ୍‌ ମଞ୍ଚକୁ ଆସି ଏକ ନୂତନ ପ୍ରୋସେସର ‘ଭେରା ସିପିୟୁ’ର ମଧ୍ୟ ଘୋଷଣା କରିଛନ୍ତି। ଏହି ପ୍ରୋସେସର ବିଶେଷକରି ଶକ୍ତିଶାଳୀ ଏଆଇ ଏଜେଣ୍ଟଗୁଡ଼ିକ ପାଇଁ ତିଆରି କରାଯାଇଛି। ସାମଗ୍ରିକ ବଜାରରେ ଏହାର ଚାହିଦା ପ୍ରାୟ ୨୦୦ ବିଲିୟନ ଡଲାର ରହିଛି। ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ସଂସ୍ଥା ଓପନ୍‌ଏଆଇ, ଆନ୍ଥ୍ରୋପିକ ଏବଂ ଏଲନ୍‌ ମସ୍କଙ୍କ ସ୍ପେସ୍‌ ଏକ୍ସ ଏହି ନୂତନ ସିପିୟୁର ପ୍ରଥମ ଉପଭୋକ୍ତା ହେବେ ବୋଲି ସୂଚନା ମିଳିଛି।
ଏଆଇ ଆସିବା ଦ୍ୱାରା ସଫ୍ଟୱେର୍‌ ଇଞ୍ଜିନିୟରମାନଙ୍କ ଚାକିରି ଚାଲିଯିବ ବୋଲି ଚାଲିଥିବା ଚର୍ଚ୍ଚାକୁ ହୁଆଙ୍ଗ୍‌ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଯୁକ୍ତି ବାଢ଼ିଛନ୍ତି ଯେ, ଏହି ପ୍ରଯୁକ୍ତିବିଦ୍ୟା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବଢ଼ାଇବା ସହ ବଜାରରେ ସଫ୍ଟୱେର୍‌ ଇଞ୍ଜିନିୟରମାନଙ୍କ ନୂତନ ନିଯୁକ୍ତି ସୁଯୋଗକୁ ଆହୁରି ବୃଦ୍ଧି କରୁଛି। ଏହି ବଡ଼ ଘୋଷଣା ପରେ ଆମେରିକୀୟ ଶେୟାର ବଜାରର ପ୍ରାକ୍‌-କାରବାରରେ ଏନ୍‌ଭିଡିଆର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ଏଏମ୍‌ଡି ଏବଂ ଇଣ୍ଟେଲ୍‌ର ଶେୟାର ପ୍ରାୟ ୪ ପ୍ରତିଶତ ହ୍ରାସ ପାଇଥିବା ବେଳେ କ୍ୱାଲକମ୍‌ର ୭ ପ୍ରତିଶତ ଏବଂ ଆପଲ୍‌ର ୦.୬ ପ୍ରତିଶତ ହ୍ରାସ ପାଇଛି। ଅପରପକ୍ଷରେ, ଏନ୍‌ଭିଡିଆର ପ୍ରମୁଖ ସହଯୋଗୀ ମାଇକ୍ରୋସଫ୍ଟର ଶେୟାର ମୂଲ୍ୟରେ ୩.୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?