ରାତି ପାଠପଢ଼ାରେ ବିଦ୍ୟୁତ୍‌ ବାଧକ

ନାଉଗଁା,୨୨ା୬(ସୁଧା ବେହୁରା) ନାଉଗଁା ବ୍ଲକର ତିରୁଣା ପଞ୍ଚାୟତ ଦହିପାଳ(ବେଲକନ୍ଦା)ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ହୋଇଛି। ୯ କୋଟି ୯୯ ଲକ୍ଷ ୯୧ ହଜାର ଟଙ୍କା ବ୍ୟୟ ବରାଦ କରାଯାଇ ଉକ୍ତ ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ସରିଛି। ହେଲେ ଏପର୍ଯ୍ୟନ୍ତ ବିଦ୍ୟାଳୟରେ ପିଲା ପାଠ ପଢ଼ି ପାରୁନାହାନ୍ତି। ୨୦୨୧-୨୨ ଓ ୨୦୨୨-୨୩ ଶିକ୍ଷା ବର୍ଷରେ ଉକ୍ତ ବିଦ୍ୟାଳୟରେ ନାମ ଲେଖା ହୋଇ ପିଲାମାନେ ଅସ୍ଥାୟୀ ଭାବେ ନାଉଗଁା ହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଛନ୍ତି। ବର୍ତ୍ତମାନ ଆଦର୍ଶ ବିଦ୍ୟାଳୟରେ ୨ଟି ଶ୍ରେଣୀ ଯଥା ୬ଷ୍ଠ ଓ ୭ମ ଶ୍ରେଣୀ ରହିଥିବା ବେଳେ ଉଭୟ ଶ୍ରେଣୀରେ ୧୬୦ରୁ ଊର୍ଦ୍ଧ୍ୱ ପିଲା ପଢୁଛନ୍ତି।
ନାଉଗଁା ହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକତା ଶ୍ରେଣୀ ଗୃହ ନ ଥିବାରୁ ୭ ଟାରୁ ୧୧ଟା ସପ୍ତମ ଶ୍ରେଣୀ ଓ ୧୧ଟାରୁ ୪ଟା ପର୍ଯ୍ୟନ୍ତ ୬ଷ୍ଠ ଶ୍ରେଣୀର ପିଲା ପାଠ ପଢୁଛନ୍ତି। ଏହି ବିଦ୍ୟାଳୟ କାର୍ଯ୍ୟ ସରିଥିଲେ ମଧ୍ୟ ବିଦ୍ୟୁତ୍‌ ସଂଯୋଗ ନ ହେବାରୁ ତାହା ଏବେ ପିଲାଙ୍କ ପାଠପଢ଼ା କାର୍ଯ୍ୟରେ ଆସୁ ନ ଥିବା ଜଣାଯାଇଛି। ଶ୍ରେଣୀ ଗୃହର ଅଭାବ ଯୋଗୁ ପିଲାମାନେ ଠିକ୍‌ ଭାବେ ପାଠ ମଧ୍ୟ ପଢ଼ି ପାରୁନାହାନ୍ତି। ଏହି ବିଦ୍ୟାଳୟରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ପିଲା ନାମ ଲେଖାଇ ଥିବା ବେଳେ ଆଉ କେତେଗୋଟି ପଞ୍ଚାୟତ ନାଉଗଁା ହାଟ ସରକାରୀ ଉଚ୍ଚ ବିଦ୍ୟାଳୟଠାରୁ ଦୂରରେ ରହିଛି। ଫଳରେ ଖରା, ବର୍ଷାରେ ଦୂର ଦୂରାନ୍ତର ପିଲାମାନେ ବିଦ୍ୟାଳୟକୁ ଆସିବାକୁ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଯଥାଶୀଘ୍ର ବିଦ୍ୟୁତ୍‌ ସଂଯୋଗ କରି ବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବାକୁ ଅଭିଭାବକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କୁ ପଚାରିବାରେ ଗୃହ ନିର୍ମାଣ ସରିବା ପରେ ଜିଲା ଶିକ୍ଷାଧିକାରୀଙ୍କୁ ଉକ୍ତ ବିଦ୍ୟାଳୟକୁ ହ୍ୟାଣ୍ଡଓଭର କରାଯାଇଛି। ବିଦ୍ୟୁତ୍‌ ସଂଯୋଗ ସରିବା ପରେ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ି ପାରିବେ ବୋଲି ସେ କହିଥିଲେ। ବିଦ୍ୟୁତ୍‌ ସଂଯୋଗ ବିଷୟରେ ଟାଟା ପାଓ୍ବାରର ଲିଡ ମ୍ୟାନେଜର ଦୀପକ ଭୂଇଁଙ୍କୁ ପଚାରିବାରେ ଦାୟିତ୍ୱରେ ଥିବା ଠିକାଦାର ସମସ୍ତ ବିଦ୍ୟୁତ୍‌ କାର୍ଯ୍ୟ ସାରିଛନ୍ତି। ପରୀକ୍ଷା କରାଯିବା ପରେ ବିଦ୍ୟୁତ୍‌ କାର୍ଯ୍ୟକ୍ଷମ ହେବ। ସପ୍ତାହକ ମଧ୍ୟରେ ସମସ୍ତ କାର୍ଯ୍ୟ ସରିଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri