Posted inଫୁରସତ

ନୂଆରୂପରେ ମାଟିପାତ୍ର

ଦିନକୁ ଦିନ ଲୋକମାନଙ୍କ ଭିତରେ ସ୍ବାସ୍ଥ୍ୟ ସଚେତନତା ବୃଦ୍ଧି ପାଉଛି। ତେଣୁ ଲୋକମାନେ ସ୍ବାସ୍ଥ୍ୟପଯୋଗୀ ଜିନିଷ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ଯେଉଁଥିରେ ଏକ ପ୍ରମୁଖ ଭୂମିକା ନେଉଛି ମାଟିପାତ୍ର। କାରଣ ଖାଦ୍ୟ ପ୍ରସ୍ତୁତିରେ ଏହାର ରହିଛି ପ୍ରମୁଖ ଭୂମିକା। ନନ୍‌ଷ୍ଟିକ ଓ ଆଧୁନିକ ବାସନ ବଦଳରେ ଲୋକମାନେ ଏବେ ପାରମ୍ପରିକ ମାଟିପାତ୍ର ବ୍ୟବହାର କରିବାକୁ ଆଗଭର ହେଲେଣି। ଯାହାଫଳରେ କୁମ୍ଭକାରମାନେ ମାଟିପାତ୍ରର ରୂପରେଖ ବଦଳାଇ ନୂଆ ନୂଆ ଡିଜାଇନରେ ମାଟିପାତ୍ର ପ୍ରସ୍ତୁତ କରୁଛନ୍ତି। କାରଣ ମାଟିପାତ୍ରରେ ରୋଷେଇ ହେଉ କି ପାନୀୟଜଳ ବ୍ୟବହାର କଲେ ଏହାର ଗୁଣବତ୍ତା ନଷ୍ଟ ହୋଇ ନ ଥାଏ। ଏବେ ପୁରୁଣା ମାଟିପାତ୍ରର ରୂପରେ ପରିବର୍ତ୍ତନ ଘଟିଛି। ମାଟିର ଫ୍ରିଜ୍‌, ଫିଲ୍ଟର, ବାସନକୁସନ ଆଦି ସାମଗ୍ରୀ ମିଳୁଛି। ଯାହା ଯୁଗ ଉପଯୋଗୀ ହେବା ସହ ଘରର ସାଜସଜ୍ଜା ଓ ସୌଖୀନ ସାମଗ୍ରୀ ଭାବେ ବ୍ୟବହାର ହୋଇପାରୁଛି। ବିଶେଷକରି ଖରାଦିନେ ଥଣ୍ଡା ପାନୀୟ ଜଳ ସାଇତି ରଖିବା ପାଇଁ ମାଟିର ସୁରେଇ ଓ ମାଠିଆକୁ ଅଧିକାଂଶ ବ୍ୟବହାର କରିଥାନ୍ତି।ତେବେ କୌଳିକବୃତ୍ତିର ଦାୟରେ ମାଟିପାତ୍ର ଗଢି ପରିବାର ପ୍ରତିପୋଷଣ କରୁଥିବା କୁମ୍ଭକାରମାନେ ନିଜର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ମାଟିପାତ୍ରକୁ ନୂଆନୂଆ ରୂପ ଦେବା ସହ ଘର ସାଜସଜ୍ଜା ପାଇଁ ଟେରାକୋଟାକୁ ଆପଣେଇଛନ୍ତି। ତାହା ନିଶ୍ଚିତଭାବେ ସ୍ବାଗତ ଯୋଗ୍ୟ। ଏମିତି ଜଣେ ମାଟି କାରିଗର ହେଲେ ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲ୍ଳକର ଗେଡ଼ା ଗାଁର ବାସିନ୍ଦା ହେଲେ ମଧୁ ରଣା । ସେ କୁହନ୍ତି, ଆମ ପରିବାରର ସମସ୍ତେ ଏଇ ମାଟିକାମ କରି ପେଟ ପୋଷନ୍ତି। ମୁଁ ପଞ୍ଚମ ଯାଏ ପଢିଛି କିନ୍ତୁ ପ୍ରାୟ ୧୩ବର୍ଷ ବୟସରୁ ଏହି ମାଟିକାମ କରିଆସୁଛି। ଆମ ଗାଁ ନିକଟ ସୁକତେଲ ନଦୀ କୂଳରୁ ଓଦାମାଟି ସଂଗ୍ରହକରି ଆଣିଥାଉ। ଶାଳ ଘରେ ଚକରେ ମାଟିର କପ, ଗ୍ଲାସ, ହାଣ୍ଡି, ମାଠିଆ, ପ୍ରେସରକୁକର, ଫ୍ରିଜ୍‌, ଫିଲ୍ଟର, ମାଟିର କଡ଼େଇ, ମାଟି ଚୁଲା, ମାଟିର ଥାଳି, ଜଗ୍‌ ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରାଯାଇଥାଏ। ଗୋଟିଏ ଗୋଟିଏ ମାଟିପାତ୍ରର ମୂଲ୍ୟ ୨୦ଟଙ୍କାରୁ ଆରମ୍ଭ କରି ୧ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଖୋର୍ଦ୍ଧା ଜିଲା ସୋରଣ ଗ୍ରାମର ଅମରେନ୍ଦ୍ର ମାନସିଂ କୁହନ୍ତି, ଆମ ଘରେ ମାଟିସୁରେଇରେ ପାନୀୟଜଳ ବ୍ୟବହାର ପାଇଁ ରଖିଥାଉ। ଏବେ ତୋଷାଳି ମେଳାରୁ ମାଟିର ଥାଳି ଓ ଗ୍ଲାସ ନେଇଛି। ଏହା ଦେଖିବାକୁ ଖୁବ୍‌ ସୁନ୍ଦର। ଏହି ପାତ୍ରରେ ଖାଦ୍ୟ ଖାଇବା ଓ ପାଣି ରଖି ପିଇବା ଦେହପାଇଁ ହିତକର। ପିଇବା ପାଇଁ ବି ଭଲ ଲାଗୁଛି। ପାଣି ଥଣ୍ଡା ରହିବା ସହ ପାଣିର ଏକ ଭଲ ବାସ୍ନା ଆସୁଛି। ମାଟିର ଫିଲ୍ଟର କିଣି ନେଉଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ସତ୍ୟରଞ୍ଜନ ବେହେରା କୁହନ୍ତି, ପ୍ରଥମକରି ଏହି ମେଳାରେ ମାଟିର ଫିଲ୍ଟର ଦେଖି ଖୁସି ଲାଗିଲା। ଏବେ ୪ଶହ ଟଙ୍କା ଦେଇ ଏହାକୁ କିଣିଛି। ବାଣପୁର ଅଞ୍ଚଳର ପ୍ରସାଦ ରଣସିଂ କୁହନ୍ତି, ଆଜିକାଲି ଲୋକମାନେ ପରିବେଶ ପ୍ରଦୂଷଣରୁ ମୁକ୍ତି ପାଇଁ ପ୍ରାକୃତିକ ଉପାୟରେ ତିଆରି ମାଟିପାତ୍ରରେ ଖାଇବାକୁ ଭଲପାଉଛନ୍ତି। ଘର ପାଇଁ ମାଟିର ଥାଳି, ଜଗ୍‌, କଡ଼େଇ, ଫ୍ରିଜ୍‌, ଫିଲ୍ଟର ନେଉଛି। ଶିକ୍ଷୟିତ୍ରୀ ପ୍ରତିଭା ବଳିୟାରସିଂ କୁହନ୍ତି, ଆଜକୁ ପ୍ରାୟ ୨୫ବର୍ଷ ଧରି ଘରେ ମାଟିପାତ୍ରରେ ପାନୀୟଜଳ ରଖି ବ୍ୟବହାର କରିଆସୁଛୁ। ଏହାଦ୍ୱାରା ଜଳ ଖୁବ୍‌ ଥଣ୍ଡା ରହୁଛି। ମାଟିସୁରେଇରୁ ପାଣି ପିଇଲେ ଖୁବ୍‌ ଶାନ୍ତି ଲାଗୁଛି। ଠଣସୁନ୍ଦର ରଣା କୁହନ୍ତି, ମେଳାମହୋତ୍ସବରେ ଯୋଗଦେବା ପୂର୍ବରୁ ଅଧିକ ପରିମାଣରେ ମାଟିର ବିଭିନ୍ନ ସାମଗ୍ରୀ ତିଆରି କରି ସାଇତି ରଖିଥାଉ। ଆମ ଅଞ୍ଚଳରେ ଏକାଧିକ ମାଟି ସାମଗ୍ରୀ ତିଆରି କରୁଥିବା କାରିଗରମାନେ ଅଛନ୍ତି। ସେମାନେ ତିଆରି କରିଥିବା ମାଟିର ପାତ୍ରକୁ ବିଭିନ୍ନ ମେଳାମହୋତ୍ସବରେ ବିକ୍ରି କରିବାକୁ ଆଣିଥାନ୍ତି। ବିଶେଷକରି ଖରାଦିନେ ମାଟିର ସୁରେଇ ପରିବର୍ତ୍ତେ ନୂତନ ଭାବେ ତିଆରି ହୋଇଥିବା ସୁନ୍ଦର ସୁନ୍ଦର ମାଟିର ଫିଲ୍ଟର ଓ ଫ୍ରିଜ୍‌ରେ ପାଣି ରଖିବା ପାଇଁ ବହୁଳମାତ୍ରାରେ ଲୋକମାନେ ଏହାକୁ କିଣି ନେଉଛନ୍ତି। ପ୍ରାକୃତିକ ଉପାୟରେ ନିରୋଗ ରହିବା ପାଇଁ ଏହା ବ୍ୟବହାର ହେଉଥିବାରୁ ଏବେ ପୁଣି ମାଟିପାତ୍ରର ଚାହିଦା ବଢ଼ିବାକୁ ଲାଗିଛି।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri