ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା। ଯୁଦ୍ଧ ଯୋଗୁ ଏବେ ହାତଗଣତି କେତୋଟି ଜାହାଜ ଯାଉଛି। ହର୍ମୁଜ ଷ୍ଟ୍ରେଟ୍‌ ଏକ ଅଣଓସାରିଆ ସାମୁଦ୍ରିକ ପଥ ହୋଇଥିବାରୁ ଇରାନ୍‌ ଏବେ ସେଠାରେ ମାଇନ୍ସ ବିଛାଇଛି ଏବଂ ଏହି ପଥ କିଛି ଦିନ କିମ୍ବା ମାସ ମଧ୍ୟରେ ବନ୍ଦ ହୋଇଯିବାର ସମ୍ଭାବନା ଦେଖାଗଲାଣି। ବୈଶ୍ୱିକ ଶକ୍ତି ବଜାରରେ ଆରମ୍ଭରୁ ଝଟକା ଅନୁଭବ ହେଲାଣି। ହେଲେ ଏହି ପଥ ଲମ୍ବା ସମୟ ଧରି ବନ୍ଦ ରହିଲେ ଏକ ବିପଜ୍ଜନକ ପରିଣାମ ସାମ୍ନାକୁ ଆସିପାରେ। ଏହାର ପ୍ରଭାବ ଗ୍ୟାସ୍‌ ପମ୍ପ୍‌ରେ ପଡ଼ିବ ନାହିଁ ବରଂ ଡାଇନିଂ ଟେବ୍‌ଲରେ ଅନୁଭୂତ ହେବ। ହର୍ମୁଜ ଷ୍ଟ୍ରେଟ୍‌ କେବଳ ତେଲ କିମ୍ବା ଗ୍ୟାସ୍‌ର ନୁହେଁ ବରଂ ଏହା ବିଶ୍ୱ ଖାଦ୍ୟ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ପଥ। ଗହମ, ମକା, ଚାଉଳ, ସୋୟାବିନ, ଚିନି ଏବଂ ପ୍ରାଣୀ ଖାଦ୍ୟ ଏହି ସାମୁଦ୍ରିକ ପଥ ଦେଇ ମାଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଯାଇଥାଏ ଏବଂ ରାସାୟନିକ ସାର ଓ ଇନ୍ଧନ ବାହାର ଦେଶକୁ ରପ୍ତାନି ହୋଇଥାଏ।
ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଆମଦାନୀ ଖାଦ୍ୟ ଉପରେ ନିର୍ଭରଶୀଳ। ଖାଦ୍ୟଶସ୍ୟ, ଚାଉଳ, ପ୍ରାଣୀ ଖାଦ୍ୟ ଏବଂ ଖାଇବା ତେଲ ପାଇଁ ସେମାନେ ଜଳପଥ ଉପରେ ନିର୍ଭର କରନ୍ତି, ଯାହା ବିଦେଶରୁ ଜାହାଜରେ ସେମାନଙ୍କ ଦେଶକୁ ଆସିଥାଏ। ତେବେ ବିଗତ କିଛି ବର୍ଷ ହେଲା ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ସେମାନଙ୍କ ଖାଦ୍ୟ ବ୍ୟବସ୍ଥାକୁ ଦୃଢ଼ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସେମାନେ ଖାଦ୍ୟ ଭଣ୍ଡାର ବ୍ୟବସ୍ଥାକୁ ସମ୍ପ୍ରସାରଣ କରିବା ସହ ଦେଶରେ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଅଧିକ ନିବେଶ କରିଛନ୍ତି। ସେମାନେ ମଧ୍ୟ ବିକଳ୍ପ ସାମୁଦ୍ରିକ ପଥ ସନ୍ଧାନ କରିଛନ୍ତି। ହର୍ମୁଜ ଷ୍ଟ୍ରେଟ୍‌କୁ ଛାଡ଼ି ସ୍ଥଳପଥରେ ଯାନରେ କିମ୍ବା ବନ୍ଦର ବାଟ ଦେଇ (ଯଥା ସାଉଦି ଆରବର ଜେଧା ଇସ୍‌ଲାମିକ ପୋର୍ଟର) ଲୋହିତ ସାଗରରେ ଯିବାର ପଥ ରହିଛି।
ଏହିସବୁ ପଦକ୍ଷେପ ଭରସାଯୋଗ୍ୟ ହେଲେ ମଧ୍ୟ ପର୍ସିଆନ ଗଲ୍ଫ ଯଦି ଦୀର୍ଘଦିନ ଧରି ବନ୍ଦ ରହେ, ତେବେ କ୍ଷତିଭରଣା କରାଯାଇପାରିବ ନାହିଁ। ହର୍ମୁଜ ଷ୍ଟ୍ରେଟ୍‌ ଦେଇ ଆସୁଥିବା ପାଖାପାଖି ୭୦% ଖାଦ୍ୟ ବାହାରିନ୍‌, କୁଏଟ୍‌, କାତାର, ସଂଯୁକ୍ତ ଆରବ ସଂଘ, ସାଉଦି ଆରବ ଏବଂ ଇରାକର ଲୋକେ ଖାଇଥା’ନ୍ତି। ତେବେ ଖାଦ୍ୟ ଆମଦାନୀଜନିତ ସଙ୍କଟ ଦୂର କରିବାକୁ ହେଲେ ଏଫ୍‌ଏଓଏସ୍‌ଟିଏଟି ତଥ୍ୟ ଅନୁଯାୟୀ, ପାଖାପାଖି ୧୦୦ ମିଲିୟନ ଲୋକ ରହୁଥିବା ଏହିସବୁ ଦେଶରେ ପ୍ରତିଦିନ ପ୍ରାୟ ୧୯୧.୩ ମିଲିୟନ ପାଉଣ୍ଡ ଖାଦ୍ୟ ଦରକାର। ଏଭଳି ଏକ ଅବରୋଧ ମଧ୍ୟରେ ମଧ୍ୟପ୍ରାଚ୍ୟକୁ ଖାଦ୍ୟ ଯୋଗାଇବା ଲାଗି ପ୍ରତିବନ୍ଧିତ ବାୟୁମାର୍ଗରେ ଏକ ନିଆରା ମାନବୀୟ ଅଭିଯାନ ଆବଶ୍ୟକ ହୋଇପାରେ। ତୁଳନାତ୍ମକ ଭାବେ ଦେଖିବାକୁ ଗଲେ, ୨୦୨୪ରେ ୭୧ ଦେଶରେ ୮୧ ମିଲିୟନ ଲୋକଙ୍କୁ ପ୍ରତିଦିନ ହାରାହାରି ୧୫ ମିଲିୟନ ପାଉଣ୍ଡ ଖାଦ୍ୟ ଜାତିସଂଘର ଓ୍ବାଲର୍‌ଡ ଫୁଡ୍‌ ପ୍ରୋଗ୍ରାମ ଯୋଗାଇ ଦେଇଥିଲା। ସବୁଦିଗରୁ ସମ୍ପୂର୍ଣ୍ଣ ଭାବେ ଅବରୋଧ ଜାରି ରହିଲେ ଇରାନ୍‌ ଏହାର ପଡ଼ୋଶୀ ଆରବ ଦେଶଗୁଡ଼ିକ ତୁଳନାରେ ଅଧିକ କ୍ଷତିଗ୍ରସ୍ତ ହେବ। ସାମୁଦ୍ରିକ ବାଣିଜ୍ୟ ବାଧାପ୍ରାପ୍ତ ହେଲେ ତାହା ଇରାନ୍‌ର ଶକ୍ତି ରତ୍ପାନିକୁ ସୀମିତ କରିବା ସହ ଆମଦାନୀ ଖାଦ୍ୟଶସ୍ୟ ଦର ବୃଦ୍ଧି ପାଇବ। ପୂର୍ବରୁ ମୌଳିକ ଆବଶ୍ୟକତାକୁ ନେଇ ଇରାନୀୟମାନେ ସମସ୍ୟାର ସମ୍ମୁଖୀନ ହୋଇ ସାରିଛନ୍ତି, ଯାହାକୁ ନେଇ ଚଳିତବର୍ଷ ପ୍ରାରମ୍ଭରେ ଗଣ ଆନ୍ଦୋଳନ ଦେଖାଯାଇଥିଲା।
ଖାଦ୍ୟ ମୂଲ୍ୟ ବୃଦ୍ଧି ଓ ଅଭାବ ଯୋଗୁ ରାଜନୈତିକ ଅସ୍ଥିରତା ଦେଖାଯାଇଥିବା ଇତିହାସରୁ ଜଣାଯାଏ। ୨୦୦୮ରେ ଏନର୍ଜି (ଶକ୍ତି) ଏବଂ ରାସାୟନିକ ସାର ମୂଲ୍ୟ ବୃଦ୍ଧି ସହ ଗମ୍ଭୀର ପାଣିପାଗ ସ୍ଥିତି ଓ ଯୋଜନାରେ ବିଫଳତା ଯୋଗୁ ଖାଦ୍ୟଶସ୍ୟର ମୂଲ୍ୟ ପାଖାପାଖି ଦୁଇଗୁଣ ବୃଦ୍ଧି ଘଟିଥିଲା, ଯାହାକୁ ନେଇ ଅନେକ ଦେଶରେ ଆନ୍ଦୋଳନ ଓ ହିଂସା ଦେଖାଯାଇଥିଲା। କିଛି ବର୍ଷ ପରେ, ୨୦୧୦ ଓ ୨୦୧୧ରେ ରୁଷିଆରେ ଭୟଙ୍କର ମରୁଡ଼ି ଓ ଗ୍ରୀଷ୍ମପ୍ରବାହରେ ଖାଦ୍ୟଶସ୍ୟ ଉତ୍ପାଦନ ହ୍ରାସ ପାଇଥିଲା। ଫଳରେ ବିଶ୍ୱରେ ଖାଦ୍ୟ ମୂଲ୍ୟ ସବୁଠୁ ଅଧିକ ବୃଦ୍ଧି ହେବା ସହ ଏହାକୁ କେନ୍ଦ୍ରକରି ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକାରେ ସରକାର ବିରୋଧୀ ଆନ୍ଦୋଳନ ହୋଇଥିଲା।
୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ବିଶ୍ୱରେ ଖାଦ୍ୟଶସ୍ୟ, ରାସାୟନିକ ସାର ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ଘଟି ଖାଦ୍ୟ ଅସୁରକ୍ଷା ବଢ଼ିଯାଇଛି। ଗୋଟିଏ ପକ୍ଷରେ ଜଳବାୟୁ ବିପର୍ଯ୍ୟୟ ଓ ମହାମାରୀ ପ୍ରଭାବ ଯୋଗୁ ବିଶ୍ୱ ଖାଦ୍ୟ ବ୍ୟବସ୍ଥା ଅଧିକ ଚାପରେ ରହିଛି। ଅନ୍ୟପଟେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରଠାରୁ ବିଶ୍ୱରେ ହିଂସାତ୍ମକ ସଂଘର୍ଷ ଅଧିକ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ଭବିଷ୍ୟତରେ ହର୍ମୁଜ ଷ୍ଟ୍ରେଟ୍‌ ଅବରୋଧ ହେଲେ ତାହାର ପ୍ରଭାବ କେବଳ ମଧ୍ୟପ୍ରାଚ୍ୟ ନୁହେଁ ବରଂ ବାହାର ଦେଶଗୁଡ଼ିକରେ ଅନୁଭୂତ ହେବ। ଦକ୍ଷିଣ ଏସିଆରୁ ଆରମ୍ଭ କରି ସାହାରା ମରୁଭୂମି, ଦକ୍ଷିଣରେ ଥିବା ଆଫ୍ରିକୀୟ ଦେଶଗୁଡ଼ିକ ପର୍ଯ୍ୟନ୍ତ ଏବଂ ଏପରିକି ୟୁରୋପଠାରୁ ଆରମ୍ଭ କରି ଆମେରିକାଯାଏ ସାରା ବିଶ୍ୱରେ କୃଷକମାନେ ସ୍ଥାୟୀ ଭାବେ ରାସାୟନିକ ସାର ଓ ଇନ୍ଧନ ଉପରେ ନିର୍ଭର କରନ୍ତି। ଆଧୁନିକ କୃଷିରେ ଅଧିକ ଶସ୍ୟ ଉତ୍ପାଦନ ସକାଶେ ଆବଶ୍ୟକ ଯବକ୍ଷାରଯାନ ସାର ପ୍ରସ୍ତୁତିର ମୁଖ୍ୟ ଉପାଦାନ ହେଉଛି ପ୍ରାକୃତିକ ଗ୍ୟାସ୍‌। ଏକ ଆକଳନରୁ ଜଣାଯାଏ ଯେ, ହର୍ମୁଜ ଷ୍ଟ୍ରେଟ୍‌ ଦେଇ ବୈଶ୍ୱିକ ଯବକ୍ଷାରଜାନ ସାର ବାଣିଜ୍ୟର ୩୦-୪୦% ଯାଇଥାଏ।
ସାର ମୂଲ୍ୟ ବୃଦ୍ଧି ହେଲେ କୃଷକମାନେ କମ୍‌ ଫସଲ କରିବେ ଓ କମ୍‌ ସାର ପ୍ରୟୋଗ କରିବେ। ଫଳରେ ଉତ୍ପାଦନ ହ୍ରାସ ପାଇବ ଏବଂ ତାହାର ପ୍ରଭାବ ଖାଦ୍ୟ ବ୍ୟବସ୍ଥା ଉପରେ ପଡ଼ିବ। କୃଷକ ଏବଂ ପରିବହନରେ ଜଡ଼ିତ ଚାଳକଙ୍କଠାରୁ ଆରମ୍ଭ କରି ଖାଦ୍ୟ ପ୍ରକ୍ରିୟାରେ ଜଡ଼ିତ ବ୍ୟକ୍ତି ପ୍ରଭାବିତ ହେବେ। ଯୋଗାଣ ଶୃଙ୍ଖଳ କ୍ଷତିଗ୍ରସ୍ତ ହେବ। ଜାହାଜରେ ଖାଦ୍ୟ, ଇନ୍ଧନ ଏବଂ ସାର ପରିବହନ ବାଧାପ୍ରାପ୍ତ ହେବା ଯୋଗୁ କିଛି ସପ୍ତାହ କିମ୍ବା ମାସ ମଧ୍ୟରେ ଏଗୁଡ଼ିକର ମୂଲ୍ୟ ବୃଦ୍ଧି ହୋଇପାରେ। ଏହାସହ ଜଳସଙ୍କଟ ଦେଖାଦେବାର ସମ୍ଭାବନା ଅଧିକ। ଯୁଦ୍ଧ କାରଣରୁ ଯଦି ମଧ୍ୟପ୍ରାଚ୍ୟର ପାଣି ଦୂଷିତ ହୁଏ କିମ୍ବା ଡିଷ୍ଟିଲେଶନ ପ୍ଲାଣ୍ଟଗୁଡ଼ିକ ଅଚଳ ହୋଇଯାଏ, ତେବେ ଏହାର ପରିଣାମ ଭୟଙ୍କର ହୋଇଯିବ। ଗମ୍ଭୀର ଜଳାଭାବର ସମ୍ମୁଖୀନ ହେଉଥିବା ବାହାରିନ୍‌ ଓ ଇରାନ୍‌ ଗତ ସପ୍ତାହରେ ଜଣାଇଥିଲେ ଯେ, ସେମାନଙ୍କ ଡିଷ୍ଟିଲେଶନ ପ୍ଲାଣ୍ଟଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଯଦି ଲଗାତର ଏଭଳି ଆକ୍ରମଣ ଜାରି ରହେ, ତେବେ ପ୍ଲାଣ୍ଟଗୁଡ଼ିକ ନଷ୍ଟ ହେବ ଏବଂ ଜଳ ଯୋଗାଣ ବ୍ୟବସ୍ଥା ଦୂଷିତ ହୋଇ ଅନେକ ଲକ୍ଷ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ। ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଏହାକୁ ଯୁଦ୍ଧ ଅପରାଧ ଭାବେ ବିଚାର କରାଯିବ। ଯୁଦ୍ଧ ଭିତରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ମରାମତି କରାଯାଇପାରେ ବୋଲି ୟୁକ୍ରେନ୍‌ ଦର୍ଶାଇଥିଲେ ମଧ୍ୟ ଡିଷ୍ଟିଲେଶନ ବ୍ୟବସ୍ଥା ଅତ୍ୟନ୍ତ ଜଟିଳ ହୋଇଥିବାରୁ ଏହାକୁ ଶୀଘ୍ର ସଜାଡ଼ିବା ଲାଗି ଖୁବ୍‌ କମ୍‌ ବିକଳ୍ପ ରହିଛି।
ଅନେକ ଦଶନ୍ଧି ଧରି ମଧ୍ୟପ୍ରାଚ୍ୟରେ ଅନ୍ତର୍ଜାତୀୟ ସୁରକ୍ଷା ପଦକ୍ଷେପଗୁଡ଼ିକ ଗଣ ବିଧ୍ୱଂସକାରୀ ଅସ୍ତ୍ରଶସ୍ତ୍ରର ପ୍ରସାର ରୋକିବା ଉପରେ ଗୁରୁତ୍ୱ ଦେଇଛି। ତେବେ ସମୁଦ୍ରରେ ମାଇନ୍ସ ହେଉ କିମ୍ବା ସ୍ଥାୟୀ ଯୁଦ୍ଧ ଯୋଗୁ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହୋଇଗଲେ ତାହା ବୈଶ୍ୱିକ ଖାଦ୍ୟ ଓ ଶକ୍ତି ବ୍ୟବସ୍ଥାରେ ବାଧା ସୃଷ୍ଟି କରିବ। ଏହାସହ ଜଳସଙ୍କଟ ସୃଷ୍ଟି କରି ନାଗରିକଙ୍କର ବ୍ୟାପକ କ୍ଷତି ଘଟାଇବ। ଯୁଦ୍ଧରେ ଜଡ଼ିତ ସମସ୍ତ ପକ୍ଷ ସହିତ ଅନ୍ତର୍ଜାତୀୟ ସମୁଦାୟ ମିଳିତ ଭାବେ ଏଭଳି ପରିଣାମ ଦୂର କରିବା ସକାଶେ ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବା ଉଚିତ। ଏହି ସମୟରେ ବୈଶ୍ୱିକ ଖାଦ୍ୟ ବ୍ୟବସ୍ଥା ବିପଜ୍ଜନକ ସ୍ଥିତିରେ ରହିଛି ଏବଂ ଏହା ଏକ ସତର୍କ ଘଣ୍ଟି ବୋଲି ବିଚାର କରିବାକୁ ପଡ଼ିବ। ଅନେକ ଲକ୍ଷ ଲୋକଙ୍କର ମାନବୀୟ ଅଧୋଗତି ହେବା ପୂର୍ବରୁ ନୀତି ନିର୍ଦ୍ଧାରକମାନେ ଖାଦ୍ୟ ବ୍ୟବସ୍ଥାକୁ ମଜଭୁତ କରିବା ସକାଶେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri