ଆଳୁ, ନଡ଼ିଆ ଚାଷୀଙ୍କୁ ମିଳୁନି ସବ୍‌ସିଡି ରାଶି

ରୂପସା,୮।୬(ଡି.ଏନ.ଏ.) – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇଛନ୍ତି। ଚାଷୀଙ୍କ ଆର୍ଥତ୍କ ମାନଦଣ୍ଡ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସବ୍‌ସିଡ଼ି ବ୍ୟବସ୍ଥା ଥିବାରୁ ଚାଷ କାର୍ଯ୍ୟରେ ଉତ୍ସାହ ଭରିରହିଛି। ହେଲେ ବିଭାଗୀୟ ଅଧିକାରୀଙ୍କ ବେପରୁଆ ଓ ଖାମଖିଆଲି ମନୋଭାବ ଯୋଗୁ ସରକାରଙ୍କ ଯୋଜନାର ସଫଳ ରୂପାୟନ ହେଉ ନ ଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବସ୍ତା ବ୍ଲକ ଉଦ୍ୟାନକୃଷି ବିଭାଗ କାର୍ଯ୍ୟାଳୟରେ ।
୨୦୨୧ରେ ବ୍ଲକର ବିଭିନ୍ନ ପଞ୍ଚାୟତର ୭୭ହେକ୍ଟର ଜମିରେ ୨୪୫ଜଣ ହିତାଧିକାରୀ ଆଳୁ ଚାଷ କରିଥିଲେ। ଏଥିପାଇଁ ବିଭାଗଠାରୁ ଚାଷୀମାନେ ସରକାରୀ ଦରରେ କୁଇଣ୍ଟାଲ ପ୍ରତି ୧ହଜାର ଟଙ୍କାରେ ୧୧୫୦ କୁଇଣ୍ଟାଲ ଆଳୁ ବିହନ କ୍ରୟ କରି ଚାଷ କରିଥିଲେ। ଯୋଜନା ଅନୁଯାୟୀ ଏକ କୁଇଣ୍ଟାଲ ବିହନ ପ୍ରତି ୮ଶହ ଟଙ୍କା ସବସିଡ଼ି ଅର୍ଥ ସରକାର ହିତାଧିକାରୀଙ୍କ ଜମାଖାତାକୁ ପଠାଇବା କଥା। ୭ ମାସ ବିତିଯାଇଥିଲେ ହେଁ ୧୧୫୦ କୁଇଣ୍ଟାଲ ବିହନରେ ୨୪୫ ହିତାଧିକାରୀଙ୍କୁ ୯ଲକ୍ଷ ୨୦ହଜାର ଟଙ୍କା ସବ୍‌ସିଡ଼ି ଏଯାବତ୍‌ ମିଳୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ନିରଞ୍ଜନ ବେହେରା ଚାଷୀଙ୍କ ଫାଇଲରେ ଦସ୍ତଖତ କରୁ ନ ଥିବା ଚାଷୀ ଚୈତନ୍ୟ ଗିରି, ଦେବେନ୍ଦ୍ର ସେଠୀ, ସଞ୍ଜୟ ରଣା, ଛଚିନ୍ଦ୍ର ନାଥ ସେଠୀ, ବରେନ୍ଦ୍ର ଦଳେଇ, ବସନ୍ତ ସେଠୀ, ଦୁର୍ଗା ପ୍ରସାଦ ଦଳେଇ, ପରମାନନ୍ଦ ଦଳେଇ ପ୍ରମୁଖ ଜିଲାପାଳ ଓ ବିଭାଗୀୟ ଡେପୁଟି ଡାଇରେକ୍ଟରଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏଯାବତ୍‌ ଚାଷୀ ସେମାନଙ୍କ ହକ୍‌ରୁ ବଞ୍ଚତ୍ତ ଥିବାରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସେହିପରି ବ୍ଲକ ଅନ୍ତର୍ଗତ ୮ଜଣ ନଡ଼ିଆ ଚାଷୀ ଓ ୨୭ଜଣ ପରିବା ଚାଷୀଙ୍କ ଫାଇଲ୍‌କୁ ଅଧିକାରୀ ବେହେରା ସୁପାରିଶ କରୁ ନ ଥିବାରୁ ସେମାନେ ମଧ୍ୟ ଲକ୍ଷାଧିକ ଟଙ୍କା ସବ୍‌ସିଡ଼ି ପାଇ ପାରୁନାହାନ୍ତି। ଆଳୁ ଲଗାଇବାର ୪୫ ଦିନ ମଧ୍ୟରେ ସବ୍‌ସିଡ଼ି ଅର୍ଥ ବ୍ୟାଙ୍କ ଖାତାକୁ ଯିବା କଥା। କିନ୍ତୁ ଅମଳର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ସବ୍‌ସିଡ଼ି ଅର୍ଥ ପାଇବାରୁ ଚାଷୀ ବଞ୍ଚତ୍ତ ହୋଇଛନ୍ତି। ଚାଷୀମାନଙ୍କୁ ପ୍ରୋତ୍ସାହନ ରାଶି ମିଳୁ ନ ଥିବାରୁ ସରକାରଙ୍କ ଘୋଷଣା ପାଣିର ଗାର ପାଲଟିଛି।
ଏ ସମ୍ପର୍କରେ ବସ୍ତା ବ୍ଲକ ସହକାରୀ ଉଦ୍ୟାନକୃଷି ଅଧିକାରୀ ନିରଞ୍ଜନ ବେହେରା କହିଛନ୍ତି, ଅଭିଯୋଗ ସମ୍ପୂର୍ଣ ମିଥ୍ୟା। କାଗଜପତ୍ରରେ ତ୍ରୁଟି ଥିବାରୁ ଠିକ୍‌ ଭାବେ ଯାଞ୍ଚ କରିବ ପରେ ତୁରନ୍ତ ସବ୍‌ସିଡ଼ି ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ହାଟଡ଼ିହୀରେ ସରକାରୀ ପାଣ୍ଠି ହେରଫେର ଅଭିଯୋଗ: ଅଫିସରେ ବସି ତଦନ୍ତ ସାରିବା ନେଇ ଅଭିଯୋଗକାରୀଙ୍କ ଅସନ୍ତୋଷ

ହାଟଡ଼ିହୀ,୧୩।୮(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଧୀନ ସଢ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଅନୁଦାନ ହେରଫେର ହୋଇଥିବା ଅଭିଯୋଗର ଏକମାସ ପରେ ତଦନ୍ତ ହୋଇଥିଲେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

“ଆଟ୍ ହୋମ୍” କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ ସେଠୀ

ଛତ୍ରପୁର,୧୩|୮(ଦିଲ୍ଲୀପ ସାମଲ / ଦ୍ଵାରିକା ପଟନାୟକ): ଆଗାମୀ ସ୍ୱାଧୀନତା ଦିବସ ଅବସରରେ ରାଜଭବନ ତଥା ଲୋକ ସେବା ଭବନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର “ଆଟ୍ ହୋମ୍”…

ଅଟୋକୁ ଅଟକାଇ ଦମ୍ପତିଙ୍କୁ ହତ୍ୟା ଉଦ୍ୟମ ସହ ଲୁଟ୍, ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୩|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ଅଟକାଇ ଦମ୍ପତିଙ୍କୁ ହତ୍ୟା ଉଦ୍ୟମ କରିବା ସହ ୨୨୦୦…

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri