ଆଳୁ, ନଡ଼ିଆ ଚାଷୀଙ୍କୁ ମିଳୁନି ସବ୍‌ସିଡି ରାଶି

ରୂପସା,୮।୬(ଡି.ଏନ.ଏ.) – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇଛନ୍ତି। ଚାଷୀଙ୍କ ଆର୍ଥତ୍କ ମାନଦଣ୍ଡ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସବ୍‌ସିଡ଼ି ବ୍ୟବସ୍ଥା ଥିବାରୁ ଚାଷ କାର୍ଯ୍ୟରେ ଉତ୍ସାହ ଭରିରହିଛି। ହେଲେ ବିଭାଗୀୟ ଅଧିକାରୀଙ୍କ ବେପରୁଆ ଓ ଖାମଖିଆଲି ମନୋଭାବ ଯୋଗୁ ସରକାରଙ୍କ ଯୋଜନାର ସଫଳ ରୂପାୟନ ହେଉ ନ ଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବସ୍ତା ବ୍ଲକ ଉଦ୍ୟାନକୃଷି ବିଭାଗ କାର୍ଯ୍ୟାଳୟରେ ।
୨୦୨୧ରେ ବ୍ଲକର ବିଭିନ୍ନ ପଞ୍ଚାୟତର ୭୭ହେକ୍ଟର ଜମିରେ ୨୪୫ଜଣ ହିତାଧିକାରୀ ଆଳୁ ଚାଷ କରିଥିଲେ। ଏଥିପାଇଁ ବିଭାଗଠାରୁ ଚାଷୀମାନେ ସରକାରୀ ଦରରେ କୁଇଣ୍ଟାଲ ପ୍ରତି ୧ହଜାର ଟଙ୍କାରେ ୧୧୫୦ କୁଇଣ୍ଟାଲ ଆଳୁ ବିହନ କ୍ରୟ କରି ଚାଷ କରିଥିଲେ। ଯୋଜନା ଅନୁଯାୟୀ ଏକ କୁଇଣ୍ଟାଲ ବିହନ ପ୍ରତି ୮ଶହ ଟଙ୍କା ସବସିଡ଼ି ଅର୍ଥ ସରକାର ହିତାଧିକାରୀଙ୍କ ଜମାଖାତାକୁ ପଠାଇବା କଥା। ୭ ମାସ ବିତିଯାଇଥିଲେ ହେଁ ୧୧୫୦ କୁଇଣ୍ଟାଲ ବିହନରେ ୨୪୫ ହିତାଧିକାରୀଙ୍କୁ ୯ଲକ୍ଷ ୨୦ହଜାର ଟଙ୍କା ସବ୍‌ସିଡ଼ି ଏଯାବତ୍‌ ମିଳୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ନିରଞ୍ଜନ ବେହେରା ଚାଷୀଙ୍କ ଫାଇଲରେ ଦସ୍ତଖତ କରୁ ନ ଥିବା ଚାଷୀ ଚୈତନ୍ୟ ଗିରି, ଦେବେନ୍ଦ୍ର ସେଠୀ, ସଞ୍ଜୟ ରଣା, ଛଚିନ୍ଦ୍ର ନାଥ ସେଠୀ, ବରେନ୍ଦ୍ର ଦଳେଇ, ବସନ୍ତ ସେଠୀ, ଦୁର୍ଗା ପ୍ରସାଦ ଦଳେଇ, ପରମାନନ୍ଦ ଦଳେଇ ପ୍ରମୁଖ ଜିଲାପାଳ ଓ ବିଭାଗୀୟ ଡେପୁଟି ଡାଇରେକ୍ଟରଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏଯାବତ୍‌ ଚାଷୀ ସେମାନଙ୍କ ହକ୍‌ରୁ ବଞ୍ଚତ୍ତ ଥିବାରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସେହିପରି ବ୍ଲକ ଅନ୍ତର୍ଗତ ୮ଜଣ ନଡ଼ିଆ ଚାଷୀ ଓ ୨୭ଜଣ ପରିବା ଚାଷୀଙ୍କ ଫାଇଲ୍‌କୁ ଅଧିକାରୀ ବେହେରା ସୁପାରିଶ କରୁ ନ ଥିବାରୁ ସେମାନେ ମଧ୍ୟ ଲକ୍ଷାଧିକ ଟଙ୍କା ସବ୍‌ସିଡ଼ି ପାଇ ପାରୁନାହାନ୍ତି। ଆଳୁ ଲଗାଇବାର ୪୫ ଦିନ ମଧ୍ୟରେ ସବ୍‌ସିଡ଼ି ଅର୍ଥ ବ୍ୟାଙ୍କ ଖାତାକୁ ଯିବା କଥା। କିନ୍ତୁ ଅମଳର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ସବ୍‌ସିଡ଼ି ଅର୍ଥ ପାଇବାରୁ ଚାଷୀ ବଞ୍ଚତ୍ତ ହୋଇଛନ୍ତି। ଚାଷୀମାନଙ୍କୁ ପ୍ରୋତ୍ସାହନ ରାଶି ମିଳୁ ନ ଥିବାରୁ ସରକାରଙ୍କ ଘୋଷଣା ପାଣିର ଗାର ପାଲଟିଛି।
ଏ ସମ୍ପର୍କରେ ବସ୍ତା ବ୍ଲକ ସହକାରୀ ଉଦ୍ୟାନକୃଷି ଅଧିକାରୀ ନିରଞ୍ଜନ ବେହେରା କହିଛନ୍ତି, ଅଭିଯୋଗ ସମ୍ପୂର୍ଣ ମିଥ୍ୟା। କାଗଜପତ୍ରରେ ତ୍ରୁଟି ଥିବାରୁ ଠିକ୍‌ ଭାବେ ଯାଞ୍ଚ କରିବ ପରେ ତୁରନ୍ତ ସବ୍‌ସିଡ଼ି ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri