ପୋଷ୍ଟପେଡ୍‌ ଫାମିଲି ପ୍ଲାନ୍‌ ‘ଜିଓ ପ୍ଲସ୍‌’

ନୂଆଦିଲ୍ଲୀ,୧୫ା୩: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଏକ ନୂତନ ଫାମିଲି ପ୍ଲାନ୍‌ ‘ଜିଓ ପ୍ଲସ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏକ ମାସର ମାଗଣା ଟ୍ରାଏଲ୍‌ ସୁବିଧା ସହ ରିଲାଏନ୍ସ ଜିଓ ପ୍ଲସ୍‌ ପ୍ଲାନ୍‌ର ନୂତନ ସଂଯୋଗ ନେବା ଲାଗି ଗ୍ରାହକଙ୍କୁ ମାତ୍ର ୩୯୯ଟଙ୍କା ଦେବାକୁ ହେବ। ଉକ୍ତ ପ୍ଲାନ୍‌ରେ ୩ଟି ଅତିରିକ୍ତ କନେକ୍ସନ ଯୋଡ଼ାଯାଇପାରିବ। ପ୍ରତି ଅତିରିକ୍ତ କନେକ୍ସନ ପାଇଁ ୯୯ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ବିଶେଷକରି ପ୍ଲାନ୍‌ରେ ଗୋଟିଏ ପରିବାରର ୪ଟି କନେକ୍ସନ ପାଇଁ ପ୍ରତି ମାସରେ ୬୯୬ଟଙ୍କା (୩୯୯+୯୯+୯୯+୯୯) ଦେବାକୁ ହେବ। ଉକ୍ତ ପ୍ଲାନ୍‌ ସହ ମାସିକ ୭୫ଜିବି ଡାଟା ମିଳିବ, ଯାହା ବିନା କୌଣସି ଦୈନିକ ଲିମିଟ୍‌ରେ ଆଦାନପ୍ରଦାନ କରାଯାଇପାରିବ।
ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି, ବିଶେଷକରି ଏହା ପୋଷ୍ଟପେଡ୍‌ ବ୍ୟବହାରକାରୀମାନଙ୍କୁ ନୂଆ ଲାଭ ଓ ଅନୁଭବ ପ୍ରଦାନ କରିବ। ଏପରିକି ଜିଓ ଦେଶର ୩୩୧ ସହରରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ କରି ନିଜ ନେଟ୍‌ୱର୍କକୁ ଆହୁରି ସୁଦୃଢ଼ କରିପାରିଛି। ନିୟୁତାଧିକ ସନ୍ତୁଷ୍ଟ ପୋଷ୍ଟପେଡ୍‌ ଗ୍ରାହକଙ୍କ ସମେତ ୪୩ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇ ଆସୁଥିବା ଜିଓ ପାଇଁ ବର୍ତ୍ତମାନ ନିୟୁତାଧିକ ନୂଆ ପୋଷ୍ଟପେଡ୍‌ ଗ୍ରାହକଙ୍କୁ ସ୍ବାଗତ କରିବାର ଉପଯୁକ୍ତ ସମୟ। ଅନ୍ୟ ସେବା ବ୍ୟବହାର କରୁଥିବା ବହୁ ପୋଷ୍ଟପେଡ୍‌ ବ୍ୟବହାରକାରୀ ସେବା ପ୍ରଦାନକାରୀ ବଦଳାଇବା ଲାଗି ସୁବିଧା ବାଟ ଖୋଜୁଛନ୍ତି। ଆମେ ଏକ ସର୍ବୋତ୍କୃଷ୍ଟ ଗ୍ରାହକ ଅନୁଭୂତି ପ୍ରସ୍ତୁତ କରିବା ପ୍ରଚେଷ୍ଟା କରିଛୁ ଏବଂ ଆଶା କରୁଛୁ ଭାରତର ପ୍ରତ୍ୟେକ ପୋଷ୍ଟପେଡ୍‌ ଗ୍ରାହକ ଏହାର ଲାଭ ନେବେ। ଜିଓ ପ୍ଲସ୍‌ ନୂଆ ପୋଷ୍ଟପେଡ୍‌ ଫାମିଲି ପ୍ଲାନ୍‌ଗୁଡ଼ିକ ୨୨ ମାର୍ଚ୍ଚ ୨୦୨୩ ଠାରୁ ସମସ୍ତ ଜିଓ ଷ୍ଟୋର୍‌ ଏବଂ ହୋମ୍‌ ଡେଲିଭରି ବିକଳ୍ପରେ ଉପଲବ୍ଧ ହେବ। ଜିଓ ପକ୍ଷରୁ କୁହାଯାଇଛି, ଯଦି ମାଗଣା ଟ୍ରାଏଲ୍‌ ସେବା ଲାଭ କରିବା ପରେ କୌଣସି ଗ୍ରାହକ ସେବା ଓ ସୁବିଧାଗୁଡ଼ିକରେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ସେ ନିଜ କନେକ୍ସନକୁ ବାତିଲ କରିପାରିବେ ଏବଂ ତାଙ୍କୁ ସେଥିପାଇଁ କୌଣସି ପ୍ରଶ୍ନ କରାଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri