ବସ୍‌ଷ୍ଟାଣ୍ଡରେ ୪ ଦୁର୍ଦ୍ଦାନ୍ତ ମାଓବାଦୀ ନେତାଙ୍କ ପୋଷ୍ଟର ମାରିଲା ଏନ୍‌ଆଇଏ

କୋରାପୁଟ,୨୧ା୧(ସ୍ବ.ପ୍ର.) କୋଲକାତାସ୍ଥିତ ଏନ୍‌ଆଇଏ ପକ୍ଷରୁ ଶୁକ୍ରବାର ୪ ଦୁର୍ଦ୍ଦାନ୍ତ ମାଓବାଦୀ ନେତାଙ୍କୁ ଧରାଇଦେବା ପାଇଁ କୋରାପୁଟ ବସଷ୍ଟାଣ୍ଡରେ ପୋଷ୍ଟରମାନ ମରାଯାଇଛି। ସେମାନେ ହେଲେ ଗଜରଲା ରବି, ଖିଲୋ ରଞ୍ଜୁ, ମେଦୁରୁ ଜଗାରାଓ ଏବଂ ଜେ. ଶ୍ରୀନୁବାବୁ। ଏମାନେ ସମସ୍ତେ ଆନ୍ଧ୍ର ପ୍ରଦେଶର ହାର୍ଡକୋର ମାଓବାଦୀ ରୂପେ ପରିଚିତ। ଏହି ଦୁର୍ଦ୍ଦାନ୍ତ ମାଓବାଦୀ ନେତାମାନଙ୍କ ନାମରେ ଅନେକ ମାମଲା ରହିଛି। ଯେ କୌଣସି ବ୍ୟକ୍ତି ସେମାନଙ୍କ ବିଷୟରେ ସୂଚନା ଦେଲେ ତାଙ୍କୁ ଏନଆଇଏ ପକ୍ଷରୁ ୩ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଯାଏ ଆର୍ଥତ୍କ ସହାୟତା ପ୍ରଦାନ କରାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଯିଏ ଏହି ମାଓବାଦୀ ନେତାଙ୍କ ସମ୍ପର୍କରେ ସୂଚନା ଦେବେ ତାଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଗୋପନ ରଖାଯିବ ବୋଲି ଏନ୍‌ଆଇଏ ପକ୍ଷରୁ କୁହାଯାଇଛି। ପୋଷ୍ଟରରେ ଏନ୍‌ଆଇଏ କୋଲକାତା ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ ଉଲ୍ଲେଖ ଥିବା ବେଳେ କୋରାପୁଟରେ କେତେ ଜଣ ଏନ୍‌ଆଇଏ ଅଧିକାରୀ ପହଞ୍ଚତ୍ଥିବା ଜଣାପଡିଛି। ଅନ୍ୟପକ୍ଷରେ କୋରାପୁଟ ଜିଲାରେ ମାଓବାଦୀଙ୍କ ସ୍ଥିତି ବର୍ତ୍ତମାନ ସେତେଟା ନାହିଁ। ତେବେ କୋରାପୁଟ ବସଷ୍ଟାଣ୍ଡରେ ଗୁରୁବାର ରାତିରେ ଏହି ପୋଷ୍ଟର କିପରି କିଏ ମାରିଲା ସେ ନେଇ ପୋଲିସ ପାଖରେ କୌଣସି ସୂଚନା ନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଉପନିର୍ବାଚନ: ମତଦାନ ଆରମ୍ଭ

ବରଗଡ଼ ଅଫିସ୍‌/ପଦ୍ମପୁର,୫।୧୨(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ...

ଚୋରି ଘଟଣାର ପର୍ଦ୍ଦାଫାସ: ୪ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୮।୯: ବରଗଡ଼ ସଦର ଥାନା ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମରେ ଗତ ୧ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି। ଚୋରି...

ଚିନ୍ତା ବଢ଼ାଇଲା ବିନା ଲକ୍ଷଣରେ ସଂକ୍ରମଣ

ଢେଙ୍କାନାଳ ଅଫିସ, ୧୧।୪ ଢେଙ୍କାନାଳ ସହରର ଜଣେ ମହିଳା କରୋନା ଆକ୍ରାନ୍ତ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ସହରରେ ସଂକ୍ରମଣ ପ୍ରତିରୋଧ...

ପୁଣି ଫୁଲିଲା ସୁବର୍ଣ୍ଣରେଖା

ଜଳେଶ୍ୱର,୨୩ା୯(ଡି.ଏନ.ଏ.):  ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ହଜାରେ ମି.ମି ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଚଳିତ ବର୍ଷ ତୃତୀୟ...

ବସ-ବାଇକ ମୁହାଁମୁହିଁ ଧକ୍କା: ୩ ମୃତ

ହେମଗିର,୧୪।୧୨(ଡି.ଏନ.ଏ.): ସୁନ୍ଦରଗଡ ଜିଲା ଅନ୍ତର୍ଗତ ହେମଗିର ଥାନା ସ୍ଥିତ ତୁମୁଲିଆ ଠାରେ ବସ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ...

ଚକାପାଦ ଘାଟିରୁ ଖସୁଛି ଅତଡା, ପଥର

ଶଙ୍କରାଖୋଲା,୨୫ା୮(ଡି.ଏନ.ଏ.)-କନ୍ଧମାଳ ଜିଲା ଟିକାବାଲି ଠାରୁ ଚକାପାଦ ପ୍ରାୟ ୧୮ କିମି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ବେଳେ ଚକାପାଦ ଘାଟି ଶେଷ ଯାଏ ପ୍ରାୟ...

ଭିତରକନିକାରେ ପ୍ରକୃତିପ୍ରେମୀଙ୍କ ଭିଡ଼

ରାଜନଗର,୨୦ା୧୨(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଆରମ୍ଭ ହୋଇଛି ପିକ୍‌ନିକ୍‌ ଋତୁ। ଚଳିତବର୍ଷ ଅକ୍ଟୋବରରୁ ଦେଶ ବିଦେଶ ପର୍ଯ୍ୟଟକଙ୍କ ଆରମ୍ଭ ହୋଇଛି ଭିତରକନିକା ଯାତ୍ରା। ପ୍ରତିଦିନ ଶତାଧିକ ପର୍ଯ୍ୟଟକ...

ନବବଧୂଙ୍କ ମୁଣ୍ଡକୁ ହାଣି ହତ୍ୟା: ସ୍ବାମୀ, ଶାଶୁ ଅଟକ

ଗୋପାଳପୁର, ୧୧-୯:ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ମନସୁର୍‌କୋଟା ଗ୍ରାମର ଜଣେ ନବବଧୂଙ୍କୁ ହତ୍ୟା କରାଯାଇଛି। ଅଧିକ ଯୌତୁକ ଦାବି ନେଇ ରବିବାର ରାତିରେ ନବବଧୂ ତଥା...

Advertisement
Archives

Model This Week