“ରନୱେ ୩୪”ରେ କମାଲ କରିବେ ଅଜୟ ଦେବଗନ

ମୁମ୍ବାଇ: କିଛିଦିନ ପରେ ପୁଣିଥରେ ବଡ ପରଦାରେ ଦେଖିବାକୁ ମିଳିବ ଅଜୟ ଦେବଗନଙ୍କୁ । ତାଙ୍କ ଅଭିନୀତ ଫିଲ୍ମ “ରନୱେ ୩୪”ର ପୋଷ୍ଟର ରିଲିଜ ହୋଇଛି । ପ୍ରଥମେ ଏହି ଫିଲ୍ମର ନାଁ ‘ମେ ଡେ’ ଥିବା ବେଳେ ଏବେ ଏହା ପରିବର୍ତ୍ତନ ହୋଇ “ରନୱେ ୩୪” ହୋଇଛି । ଏଥିରେ ବିଗ ବିଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି କୁହାଯାଉଛି । ହେଲେ ଚଳିତ ବର୍ଷ ନୁହେଁ ଆସନ୍ତା ବର୍ଷ ଏପ୍ରିଲରେ ଅର୍ଥାତ ୨୦୨୨ ଏପ୍ରିଲ ୨୯, ଇଦରେ ଏହା ରିଲିଜ ହେବ ବୋଲି ଜଣାପଡିଛି । ଅମିତାଭ ବଚ୍ଚନ ଏହାର ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କରି ଦର୍ଶକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତ, ସମସ୍ତେ ସମସ୍ତଙ୍କ ଚେୟାରରେ ବେଲ୍ଡ ବାନ୍ଧି ବସି ପଡନ୍ତୁ । ଏପ୍ରିଲରେ ଲ୍ୟାଣ୍ଡ କରିବ “ରନୱେ ୩୪” । ଏଥିରେ ଅଜୟ ଦେବଗନ ଓ ବିଗ ବିଙ୍କ ବ୍ୟତୀତ କୈରିମିନାଟି, ବୋମନ ଇରାନୀ ଓ ରକୁଲ ପ୍ରିତ ସିଂଙ୍କୁ ଦେଖିବାକୁ ମିଳିବ । ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ । ୨୦୧୫ରେ ଦୋହା-କୋଚିନ ବିମାନ ଉଡାଣ ଘଟଣା ଉପରେ ଆଧାରିତ । ମଙ୍ଗଳବାର ୧୮ ଅଗଷ୍ଟ ୨୦୧୫ ସକାଳ: ଫ୍ଲାଇଟ ୯ଡବ୍ଲୁ୫୫୫, ପ୍ରାୟ୧୪୧ ଯାତ୍ରୀ ଓ ୮ କ୍ରିୟୁ ମେମ୍ବରଙ୍କୁ ନେଇ ଉଡାଣ ଆରମ୍ଭ କରିଥିଲା । ହେଲେ କୋଚିରେ କମ୍ ଭିଜିବିଲିଟି ଯୋଗୁ ବିମାନଟି ଲ୍ୟାଣ୍ଡ କରିପାରି ନ ଥିଲା । ବିମାନକୁ ପୁଣି ତ୍ରିଭେନ୍ଦ୍ରମ ଫେରାଇ ନେବାକୁ ପଡିଥିଲା । ମାତ୍ର ୨୫୦ କିଲୋ ଇନ୍ଧନ ସହ ବିମାନଟି ତ୍ରିଭେନ୍ଦ୍ରମ ବିମାନ ବନ୍ଦରରେ ଅବତରଣ କରିଥିଲା । ଏଥିରେ ପାଇଲଟଙ୍କ ସାହସକୁ ପ୍ରଶଂସା କରାଯାଇଥିଲା ।
ମୁଭି “ରନୱେ ୩୪” ଏହି କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଅଜୟ ଦେବଗନ ପାଇଲଟ ଭୂମିକାରେ ଅଭିନୟ କରିଛନ୍ତି । ରକୁଲପ୍ରିତ ସିଂ ବି ଲେଡି ପାଇଲଟ ଭୂମିକାରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri