ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ୧୧୯ତମ ସର୍କଲସ୍ତରୀୟ ଡାକ ଅଦାଲତ ଆସନ୍ତା ଡିସେମ୍ବର ୩୦ ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରସ୍ଥିତ ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ସାଧାରଣତଃ ଏହି ଡାକ ଅଦାଲତ ତ୍ରୈମାସିକ ଭାବେ ପ୍ରତି ଡିଭିଜନ ଏବଂ ସର୍କଲ ସ୍ତରରେ ମାର୍ଚ୍ଚ, ଜୁନ୍, ସେପ୍ଟେମ୍ବର ଓ ଡିସେମ୍ବରରେ ଆୟୋଜିତ ହୋଇଥାଏ। ସାଧାରଣ ଲୋକେ ନିଜସ୍ବ ଅଭିଯୋଗକୁ ପ୍ରଥମେ ଡିଭିଜନସ୍ତରୀୟ ଡାକ ଅଦାଲତରେ ଉପସ୍ଥାପିତ କରିବେ। ସେଠାରୁ ସନ୍ତୋଷଜନକ ସମାଧାନ ନ ମିଳିଲେ ଅଭିଯୋଗକାରୀ ତାଙ୍କ ଅଭିଯୋଗକୁ ସର୍କଲସ୍ତରୀୟ ଡାକ ଅଦାଲତରେ ଉପସ୍ଥାପିତ କରିପାରିବେ। ତେବେ ଡାକଘର ସମ୍ବନ୍ଧିତ ଅଭିଯୋଗକୁ ତିନି କିତାରେ ଦାଖଲ କରିବାକୁ ପଡ଼ିଥାଏ। ଅଭିଯୋଗ ପରିସରଭୁକ୍ତ ଡାକଘର ରସିଦ୍ ଓ ପ୍ରମାଣପତ୍ର, ଅଭିଯୋଗ ବିବରଣୀ ଓ ଅଭିଯୋଗକାରୀଙ୍କର ନାମ ଏବଂ ସମ୍ପୂର୍ଣ୍ଣ ଡାକଠିକଣା ସହ ପୋଷ୍ଟମାଷ୍ଟର ଜେନେରାଲ୍ କିମ୍ବା ସହାୟକ ପୋଷ୍ଟମାଷ୍ଟର ଜେନେରାଲଙ୍କ କାର୍ଯ୍ୟାଳୟ ଠିକଣାରେ ପଠାଇବାକୁ ପଡିଥାଏ। ତେବେ ଡାକଘର ସ୍ଥାପନା, ନୂତନ ପଦବୀ ସୃଷ୍ଟି ଓ ଡାକଘର ଭଡ଼ା
ସମ୍ବନ୍ଧିତ ଅଭିଯୋଗ ଡାକ ଅଦାଲତର ବିଚାର ପରିସରଭୁକ୍ତ ନୁହେଁ ବୋଲି ଆସିଷ୍ଟାଣ୍ଟ ପିଏମ୍ଜି (ଗ୍ରିଭାନ୍ସ) ଜଣାଇଛନ୍ତି।
ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ
କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…
ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…
ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍ ଗଲେ ଯୁବକ
ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…
ଶାଳକଙ୍କୁ ଏସିଡ୍ ଫିଙ୍ଗି ବନ୍ଧା ହେଲେ ଭିଣୋଇ
ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…
ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…
ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…
ନିଟ୍ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…
କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିବା…
୩୨ କେଭି ବିଦ୍ୟୁତ୍ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ
ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ…
ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ
ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍ଡିପିଓ…
Archives

