ସକାରାତ୍ମକ ଚିନ୍ତାଧାରା ଓ ଉତ୍ତମ ସ୍ବାସ୍ଥ୍ୟ

ବର୍ତ୍ତମାନର ଧାଁ  ଦଉଡ଼ ଜୀବନରେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ସବୁଠାରୁ ବଡ଼ କଥା। ହେଲେ କେତେକ ବ୍ୟକ୍ତି ଏଥିପ୍ରତି ଆବଶ୍ୟକ ମୁତାବକ ଦୃଷ୍ଟି ଦେଇ ନଥାନ୍ତି। ତେଣୁ ଭବିଷ୍ୟତରେ ସେମାନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ବେଳେବେଳେ ସେଥିରୁ ଆରୋଗ୍ୟ ଲାଭ କରିବାକୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ତେଣୁ ନିଜକୁ ସୁସ୍ଥ ତଥା ନୀରୋଗ ରଖିବାକୁ ଆମେ ଚେଷ୍ଟିତ ହେବା ଦରକାର। ଏଥିପାଇଁ ପ୍ରଥମେ ନିଜର ମାନସିକତାକୁ ସକାରାତ୍ମକ ରଖନ୍ତୁ।
ଆମ ଦେଶର ଐତିହ୍ୟ, ସଂସ୍କୃତି, ପରମ୍ପରା ଅତି ମହାନ୍‌। ଆମ ଦେଶରେ ଜନ୍ମ ନେଇ ଚରକ, ଶୁଶ୍ରୁତ, ବାଗଭଟ୍ଟ, ବରାହମିହିର ପ୍ରମୁଖ ବହୁ ମୁନିଋଷି ସୁସ୍ଥ ରହିବାର ରହସ୍ୟ ବିଷୟରେ ଅନେକ ଉପାଦେୟ ତଥ୍ୟ ଦେଇଛନ୍ତି। ମନୁଷ୍ୟ କିପରି ଦିନଚର୍ଯ୍ୟା, ରାତ୍ରିଚର୍ଯ୍ୟା, ଋତୁଚର୍ଯ୍ୟା ତଥା ଆହାରବିହାର କିପରି ଠିକ୍‌ ଭାବେ ପାଳନ କରିବ ସେ ନେଇ ସେମାନଙ୍କର କଥାକୁ ଏବେ ବି ଅନୁସରଣ କରାଯାଉଛି। କେବଳ ସେତିକି ନୁହେଁ, ଜଣେ ବ୍ୟକ୍ତି ନିଜର ସକାରାତ୍ମକ ଚିନ୍ତାଧାରା ଦ୍ୱାରା ନିଜକୁ ନୀରୋଗ ରଖିବା ସହ ଦୀର୍ଘାୟୁ ମଧ୍ୟ ହୋଇପାରିବ। ଏ ବିଷୟରେ ଆୟୁର୍ବେଦରେ ବେଶ୍‌ ସରଳ ଭାବରେ ବର୍ଣ୍ଣନା କରାଯାଇଛି। ସେଗୁଡ଼ିକୁ ଯଦି ଆମେ ଅନୁସରଣ କରିବା ତେବେ ତାହା ଆମ ପାଇଁ ବେଶ୍‌ ଉପାଦେୟ ସାବ୍ୟସ୍ତ ହେବ।
ଭାରତୀୟ ସଂସ୍କୃତିରେ ଆଧ୍ୟାତ୍ମିକ ଚିନ୍ତାଧାରା ମନକୁ ସକାରାତ୍ମକ ରଖିବାକୁ ଅନେକାଂଶରେ ସାହାଯ୍ୟ କରିଥାଏ। ସୁସ୍ଥ ରଖିବାକୁ ଏହା ଏକ ଉତ୍ତମ ତଥା ସହଜ ମାର୍ଗ। ଏ ବିଷୟରେ ଆମ ଦେଶର ବହୁ ପୁରାତନ ପାରମ୍ପରିକ ଚିକିତ୍ସା ବିଜ୍ଞାନରେ ଉଲ୍ଲେଖ ରହିଛି। କେବଳ ସେତିକି ନୁହେଁ ଏହାକୁ ମଧ୍ୟ ଆଜିର ଚିକିତ୍ସା ବିଜ୍ଞାନୀମାନେ ବହୁ ପରୀକ୍ଷା ନିରୀକ୍ଷା ଓ ଗବେଷଣା କରି ଏଥିରେ ଏକମତ ହୋଇପାରିଛନ୍ତି।
ମନରେ ପ୍ରଫୁଲ୍ଲତା ତଥା ଉଲ୍ଲାସ ଭରି ଦେବାରେ ସକାରାତ୍ମକ ଚିନ୍ତାଧାରା ଅନେକାଂଶରେ ସହାୟକ ହୋଇଥାଏ। ଏଥିନିମନ୍ତେ ନିଜକୁ ଚିନ୍ତା ଏବଂ ଅବସାଦଠାରୁ ଦୂରେଇ ରଖନ୍ତୁ। ସବୁବେଳେ ଖୁସିର ମାହୋଲ ଭିତରେ ରହିବାକୁ ଚେଷ୍ଟା କରନ୍ତୁ। ଟେନସନର ବଶବର୍ତ୍ତୀ ହେବା କିଛି ନୂଆ କଥା ନୁହେଁ। ହେଲେ ଟେନସନକୁ ନେଇ ଟେନସନ ହେଲେ ତାହା ଅଯଥା ସମସ୍ୟାକୁ ଡାକିଆଣେ। ତେଣୁ ଏଥିରୁ ନିଜକୁ କିପରି ମୁକୁଳାଇବେ ତାହା ଚିନ୍ତା କରନ୍ତୁ। ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ, ନିଜର ମାନସିକତା ଯଦି ସକାରାତ୍ମକ ରହେ ତେବେ ତାହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ଅନେକାଂଶରେ ସହାୟକ ହୋଇଥାଏ।
ମନୁଷ୍ୟ ପଞ୍ଚମହାଭୂତ (ପୃଥିବୀ, ଜଳ, ତେଜ, ବାୟୁ, ଆକାଶ)ରୁ ସୃଷ୍ଟି ହୋଇଥାଏ। ଶରୀରରୁ ଆତ୍ମା ଚାଲିଯିବା (ମୃତ୍ୟୁ) ପରେ ଶରୀର ପଞ୍ଚମହାଭୂତରେ ବିଲୀନ ହୋଇଥାଏ। ପ୍ରକୃତି କୋଳରେ ମନୁଷ୍ୟ ଜନ୍ମ ଲାଭ କରିଥିବାରୁ ପ୍ରକୃତିଦତ୍ତ ଖାଦ୍ୟ ଯଥା ବିଭିନ୍ନ ଶସ୍ୟଜାତ ସାମଗ୍ରୀ, ସବୁଜ ପନିପରିବା, ଦହି, ଗୁଆ ଘିଅ ଆଦି ଖାଦ୍ୟ ଖାଇଥାଏ। ତା’ସହ ଯୋଗ, ଆସନ, ପ୍ରାଣାୟମ, ପ୍ରାତଃ ଓ ସାୟଂ ଭ୍ରମଣ, ସୂର୍ଯ୍ୟ ଉଦୟ ପୂର୍ବରୁ ଶଯ୍ୟା ତ୍ୟାଗ, ବିଳମ୍ବିତ ରାତ୍ରିଯାଏ ଅନିଦ୍ରା ନ ରହିବା ଆଦି ଦ୍ୱାରା ମନୁଷ୍ୟ ଶରୀର ସୁସ୍ଥ, ସତେଜ ରଖିଥାଏ। ଏହାସହ ମାନସିକ ସ୍ତରରେ ସକାରାତ୍ମକ ଭାବନା ସ୍ବୟଂ ଜାଗ୍ରତ ହୋଇଥାଏ। ଶରୀରରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାଫଳରେ ମନୁଷ୍ୟ ଧରାପୃଷ୍ଠରେ ଶତାୟୁ ବର୍ଷ ବଞ୍ଚିରହିବା ନିମନ୍ତେ ସହାୟକ ହୋଇଥାଏ।
କେତେକ ଆଧ୍ୟାତ୍ମିକ ଧର୍ମାବଲମ୍ବୀ ବ୍ୟକ୍ତିବିଶେଷ, ଚିନ୍ତଶୀଳ ବ୍ୟକ୍ତି ସ୍ବାସ୍ଥ୍ୟ ସଚେତନତା ନେଇ ବେଶ୍‌ ଯତ୍ନବାନ ଥାଆନ୍ତି। ବାହ୍ୟ ଦେଶର ଚାଲିଚଳଣି, ଚାକଚକ୍ୟ, ଖାଦ୍ୟପେୟ, ପୋଷାକ ଦ୍ୱାରା ଆକୃଷ୍ଟ ହେବା କିଛି ଭୁଲ୍‌ ନୁହେଁ। କିନ୍ତୁ ସେଗୁଡ଼ିକୁ ଆପଣେଇବା ପୂର୍ବରୁ ଶହେଥର ଚିନ୍ତା କରନ୍ତୁ। ତା’ ସହ ଆମ ଭାରତୀୟ ମୌଳିକ ଧର୍ମଶାସ୍ତ୍ର, ଚିକିତ୍ସା ଶାସ୍ତ୍ର ତଥା ଦୀର୍ଘଦିନ ବଞ୍ଚିରହିବା ନିମନ୍ତେ ପ୍ରଚଳିତ ନିୟମାବଳୀକୁ ଅଣଦେଖା କରନ୍ତୁ ନାହିଁ। ଦୈନନ୍ଦିନ ଖାଦ୍ୟରେ ଅତ୍ୟଧିକ ଆମିଷ ଭୋଜନ, ମାତ୍ରାଧିକ ତୈଳଯୁକ୍ତ ଖାଦ୍ୟ ସେବନ, ଅତ୍ୟଧିକ ମୋବାଇଲ ଦେଖିବା, ବିଳମ୍ବିତ ରାତ୍ରିଯାଏ ଅନିଦ୍ରା ରହିବା, ବିଳମ୍ବରେ ଶଯ୍ୟା ତ୍ୟାଗ କରିବାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଏହାଦ୍ୱାରା ମଧ୍ୟ ମନରେ ବିଭିନ୍ନ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ। ଏହା ମାନସିକ ସ୍ତରରେ ନକାରାତ୍ମକ ପ୍ରଭାବ ପକାଇ ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯାହାକି ଧରାପୃଷ୍ଠରେ ଦୀର୍ଘଦିନ ବଞ୍ଚିରହିବା ନିମନ୍ତେ ପ୍ରତିବନ୍ଧକ ସାଜିଥାଏ।
ଏପରି ନକାରାତ୍ମକ ଖାଦ୍ୟ ସେବନ ଓ ଭାବନା ଦ୍ୱାରା ଶରୀରରେ ରକ୍ତଚାପ ଓ ମଧୁମେହ ପରି ମାରାତ୍ମକ ରୋଗ ସୃଷ୍ଟି ହେବା ସହିତ ଶରୀର ଅସନ୍ତୁଳିତ ରହିବା ଏବଂ ବିଭିନ୍ନ ରୋଗଗୁଡ଼ିକ ଶରୀରରେ ପ୍ରତୀୟମାନ ହୋଇଥାଏ। ପରବର୍ତ୍ତୀ ସମୟରେ ଯାହାକି ମନୁଷ୍ୟ ନୀରୋଗ ଭାବେ ଦୀର୍ଘଜୀବୀ ହେବା ନିମନ୍ତେ ପ୍ରତିବନ୍ଧକ ସାଜିଥାଏ।
ଉପରୋକ୍ତ ସମସ୍ତ ବିଷୟକୁ ଆମେ ଅନୁଧ୍ୟାନ କଲେ ଜାଣିପାରିବା ଯେ ଭାରତୀୟ ଚିକିତ୍ସା ଶାସ୍ତ୍ରରେ ଶତାୟୁ ବର୍ଷ ବଞ୍ଚିରହିବା ନିମନ୍ତେ ଯେଉଁ ଜ୍ଞାନ ଓ କୌଶଳ ବର୍ଣ୍ଣିତ ରହିଛି ତାହାକୁ ଆମେ ଠିକ୍‌ ରୂପେ ଗ୍ରହଣ କରିବା ଉଚିତ।

ଡା. ବସନ୍ତ କୁମାର ଷଢ଼ଙ୍ଗୀ

-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?