ସକାରାତ୍ମକ ଚିନ୍ତାଧାରା ଓ ଉତ୍ତମ ସ୍ବାସ୍ଥ୍ୟ

ବର୍ତ୍ତମାନର ଧାଁ  ଦଉଡ଼ ଜୀବନରେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ସବୁଠାରୁ ବଡ଼ କଥା। ହେଲେ କେତେକ ବ୍ୟକ୍ତି ଏଥିପ୍ରତି ଆବଶ୍ୟକ ମୁତାବକ ଦୃଷ୍ଟି ଦେଇ ନଥାନ୍ତି। ତେଣୁ ଭବିଷ୍ୟତରେ ସେମାନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ବେଳେବେଳେ ସେଥିରୁ ଆରୋଗ୍ୟ ଲାଭ କରିବାକୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ତେଣୁ ନିଜକୁ ସୁସ୍ଥ ତଥା ନୀରୋଗ ରଖିବାକୁ ଆମେ ଚେଷ୍ଟିତ ହେବା ଦରକାର। ଏଥିପାଇଁ ପ୍ରଥମେ ନିଜର ମାନସିକତାକୁ ସକାରାତ୍ମକ ରଖନ୍ତୁ।
ଆମ ଦେଶର ଐତିହ୍ୟ, ସଂସ୍କୃତି, ପରମ୍ପରା ଅତି ମହାନ୍‌। ଆମ ଦେଶରେ ଜନ୍ମ ନେଇ ଚରକ, ଶୁଶ୍ରୁତ, ବାଗଭଟ୍ଟ, ବରାହମିହିର ପ୍ରମୁଖ ବହୁ ମୁନିଋଷି ସୁସ୍ଥ ରହିବାର ରହସ୍ୟ ବିଷୟରେ ଅନେକ ଉପାଦେୟ ତଥ୍ୟ ଦେଇଛନ୍ତି। ମନୁଷ୍ୟ କିପରି ଦିନଚର୍ଯ୍ୟା, ରାତ୍ରିଚର୍ଯ୍ୟା, ଋତୁଚର୍ଯ୍ୟା ତଥା ଆହାରବିହାର କିପରି ଠିକ୍‌ ଭାବେ ପାଳନ କରିବ ସେ ନେଇ ସେମାନଙ୍କର କଥାକୁ ଏବେ ବି ଅନୁସରଣ କରାଯାଉଛି। କେବଳ ସେତିକି ନୁହେଁ, ଜଣେ ବ୍ୟକ୍ତି ନିଜର ସକାରାତ୍ମକ ଚିନ୍ତାଧାରା ଦ୍ୱାରା ନିଜକୁ ନୀରୋଗ ରଖିବା ସହ ଦୀର୍ଘାୟୁ ମଧ୍ୟ ହୋଇପାରିବ। ଏ ବିଷୟରେ ଆୟୁର୍ବେଦରେ ବେଶ୍‌ ସରଳ ଭାବରେ ବର୍ଣ୍ଣନା କରାଯାଇଛି। ସେଗୁଡ଼ିକୁ ଯଦି ଆମେ ଅନୁସରଣ କରିବା ତେବେ ତାହା ଆମ ପାଇଁ ବେଶ୍‌ ଉପାଦେୟ ସାବ୍ୟସ୍ତ ହେବ।
ଭାରତୀୟ ସଂସ୍କୃତିରେ ଆଧ୍ୟାତ୍ମିକ ଚିନ୍ତାଧାରା ମନକୁ ସକାରାତ୍ମକ ରଖିବାକୁ ଅନେକାଂଶରେ ସାହାଯ୍ୟ କରିଥାଏ। ସୁସ୍ଥ ରଖିବାକୁ ଏହା ଏକ ଉତ୍ତମ ତଥା ସହଜ ମାର୍ଗ। ଏ ବିଷୟରେ ଆମ ଦେଶର ବହୁ ପୁରାତନ ପାରମ୍ପରିକ ଚିକିତ୍ସା ବିଜ୍ଞାନରେ ଉଲ୍ଲେଖ ରହିଛି। କେବଳ ସେତିକି ନୁହେଁ ଏହାକୁ ମଧ୍ୟ ଆଜିର ଚିକିତ୍ସା ବିଜ୍ଞାନୀମାନେ ବହୁ ପରୀକ୍ଷା ନିରୀକ୍ଷା ଓ ଗବେଷଣା କରି ଏଥିରେ ଏକମତ ହୋଇପାରିଛନ୍ତି।
ମନରେ ପ୍ରଫୁଲ୍ଲତା ତଥା ଉଲ୍ଲାସ ଭରି ଦେବାରେ ସକାରାତ୍ମକ ଚିନ୍ତାଧାରା ଅନେକାଂଶରେ ସହାୟକ ହୋଇଥାଏ। ଏଥିନିମନ୍ତେ ନିଜକୁ ଚିନ୍ତା ଏବଂ ଅବସାଦଠାରୁ ଦୂରେଇ ରଖନ୍ତୁ। ସବୁବେଳେ ଖୁସିର ମାହୋଲ ଭିତରେ ରହିବାକୁ ଚେଷ୍ଟା କରନ୍ତୁ। ଟେନସନର ବଶବର୍ତ୍ତୀ ହେବା କିଛି ନୂଆ କଥା ନୁହେଁ। ହେଲେ ଟେନସନକୁ ନେଇ ଟେନସନ ହେଲେ ତାହା ଅଯଥା ସମସ୍ୟାକୁ ଡାକିଆଣେ। ତେଣୁ ଏଥିରୁ ନିଜକୁ କିପରି ମୁକୁଳାଇବେ ତାହା ଚିନ୍ତା କରନ୍ତୁ। ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ, ନିଜର ମାନସିକତା ଯଦି ସକାରାତ୍ମକ ରହେ ତେବେ ତାହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ଅନେକାଂଶରେ ସହାୟକ ହୋଇଥାଏ।
ମନୁଷ୍ୟ ପଞ୍ଚମହାଭୂତ (ପୃଥିବୀ, ଜଳ, ତେଜ, ବାୟୁ, ଆକାଶ)ରୁ ସୃଷ୍ଟି ହୋଇଥାଏ। ଶରୀରରୁ ଆତ୍ମା ଚାଲିଯିବା (ମୃତ୍ୟୁ) ପରେ ଶରୀର ପଞ୍ଚମହାଭୂତରେ ବିଲୀନ ହୋଇଥାଏ। ପ୍ରକୃତି କୋଳରେ ମନୁଷ୍ୟ ଜନ୍ମ ଲାଭ କରିଥିବାରୁ ପ୍ରକୃତିଦତ୍ତ ଖାଦ୍ୟ ଯଥା ବିଭିନ୍ନ ଶସ୍ୟଜାତ ସାମଗ୍ରୀ, ସବୁଜ ପନିପରିବା, ଦହି, ଗୁଆ ଘିଅ ଆଦି ଖାଦ୍ୟ ଖାଇଥାଏ। ତା’ସହ ଯୋଗ, ଆସନ, ପ୍ରାଣାୟମ, ପ୍ରାତଃ ଓ ସାୟଂ ଭ୍ରମଣ, ସୂର୍ଯ୍ୟ ଉଦୟ ପୂର୍ବରୁ ଶଯ୍ୟା ତ୍ୟାଗ, ବିଳମ୍ବିତ ରାତ୍ରିଯାଏ ଅନିଦ୍ରା ନ ରହିବା ଆଦି ଦ୍ୱାରା ମନୁଷ୍ୟ ଶରୀର ସୁସ୍ଥ, ସତେଜ ରଖିଥାଏ। ଏହାସହ ମାନସିକ ସ୍ତରରେ ସକାରାତ୍ମକ ଭାବନା ସ୍ବୟଂ ଜାଗ୍ରତ ହୋଇଥାଏ। ଶରୀରରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାଫଳରେ ମନୁଷ୍ୟ ଧରାପୃଷ୍ଠରେ ଶତାୟୁ ବର୍ଷ ବଞ୍ଚିରହିବା ନିମନ୍ତେ ସହାୟକ ହୋଇଥାଏ।
କେତେକ ଆଧ୍ୟାତ୍ମିକ ଧର୍ମାବଲମ୍ବୀ ବ୍ୟକ୍ତିବିଶେଷ, ଚିନ୍ତଶୀଳ ବ୍ୟକ୍ତି ସ୍ବାସ୍ଥ୍ୟ ସଚେତନତା ନେଇ ବେଶ୍‌ ଯତ୍ନବାନ ଥାଆନ୍ତି। ବାହ୍ୟ ଦେଶର ଚାଲିଚଳଣି, ଚାକଚକ୍ୟ, ଖାଦ୍ୟପେୟ, ପୋଷାକ ଦ୍ୱାରା ଆକୃଷ୍ଟ ହେବା କିଛି ଭୁଲ୍‌ ନୁହେଁ। କିନ୍ତୁ ସେଗୁଡ଼ିକୁ ଆପଣେଇବା ପୂର୍ବରୁ ଶହେଥର ଚିନ୍ତା କରନ୍ତୁ। ତା’ ସହ ଆମ ଭାରତୀୟ ମୌଳିକ ଧର୍ମଶାସ୍ତ୍ର, ଚିକିତ୍ସା ଶାସ୍ତ୍ର ତଥା ଦୀର୍ଘଦିନ ବଞ୍ଚିରହିବା ନିମନ୍ତେ ପ୍ରଚଳିତ ନିୟମାବଳୀକୁ ଅଣଦେଖା କରନ୍ତୁ ନାହିଁ। ଦୈନନ୍ଦିନ ଖାଦ୍ୟରେ ଅତ୍ୟଧିକ ଆମିଷ ଭୋଜନ, ମାତ୍ରାଧିକ ତୈଳଯୁକ୍ତ ଖାଦ୍ୟ ସେବନ, ଅତ୍ୟଧିକ ମୋବାଇଲ ଦେଖିବା, ବିଳମ୍ବିତ ରାତ୍ରିଯାଏ ଅନିଦ୍ରା ରହିବା, ବିଳମ୍ବରେ ଶଯ୍ୟା ତ୍ୟାଗ କରିବାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଏହାଦ୍ୱାରା ମଧ୍ୟ ମନରେ ବିଭିନ୍ନ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ। ଏହା ମାନସିକ ସ୍ତରରେ ନକାରାତ୍ମକ ପ୍ରଭାବ ପକାଇ ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯାହାକି ଧରାପୃଷ୍ଠରେ ଦୀର୍ଘଦିନ ବଞ୍ଚିରହିବା ନିମନ୍ତେ ପ୍ରତିବନ୍ଧକ ସାଜିଥାଏ।
ଏପରି ନକାରାତ୍ମକ ଖାଦ୍ୟ ସେବନ ଓ ଭାବନା ଦ୍ୱାରା ଶରୀରରେ ରକ୍ତଚାପ ଓ ମଧୁମେହ ପରି ମାରାତ୍ମକ ରୋଗ ସୃଷ୍ଟି ହେବା ସହିତ ଶରୀର ଅସନ୍ତୁଳିତ ରହିବା ଏବଂ ବିଭିନ୍ନ ରୋଗଗୁଡ଼ିକ ଶରୀରରେ ପ୍ରତୀୟମାନ ହୋଇଥାଏ। ପରବର୍ତ୍ତୀ ସମୟରେ ଯାହାକି ମନୁଷ୍ୟ ନୀରୋଗ ଭାବେ ଦୀର୍ଘଜୀବୀ ହେବା ନିମନ୍ତେ ପ୍ରତିବନ୍ଧକ ସାଜିଥାଏ।
ଉପରୋକ୍ତ ସମସ୍ତ ବିଷୟକୁ ଆମେ ଅନୁଧ୍ୟାନ କଲେ ଜାଣିପାରିବା ଯେ ଭାରତୀୟ ଚିକିତ୍ସା ଶାସ୍ତ୍ରରେ ଶତାୟୁ ବର୍ଷ ବଞ୍ଚିରହିବା ନିମନ୍ତେ ଯେଉଁ ଜ୍ଞାନ ଓ କୌଶଳ ବର୍ଣ୍ଣିତ ରହିଛି ତାହାକୁ ଆମେ ଠିକ୍‌ ରୂପେ ଗ୍ରହଣ କରିବା ଉଚିତ।

ଡା. ବସନ୍ତ କୁମାର ଷଢ଼ଙ୍ଗୀ

-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri