Posted inଫୁରସତ

ପୁରୁଣା ଚପଲରେ ପୋର୍ଟ୍ରେଟ୍‌

ନାଇଜେରିଆର ଜଣେ କଳାକାର ଏବେ ତାଙ୍କ କଳାକୃତୀ ପାଇଁ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। କାରଣ ପୁରୁଣା ଚପଲରେ ସେ ଖୁବ୍‌ ସୁନ୍ଦର ପୋର୍ଟ୍ରେଟ୍‌ ତିଆରି କରିପାରୁଛନ୍ତି। କୋନବୟ ଏବିପେଡ ଇଉଜିନ୍‌ ନାମକ ଏହି କଳାକାରଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ସାରା ପୃଥିବୀରୁ ପ୍ଲାଷ୍ଟିକ ଆବର୍ଜନାକୁ ଶେଷ କରିବା। ଏଥିପାଇଁ ସେ ପ୍ଲାଷ୍ଟିକ୍‌କୁ ଆର୍ଟ କାମରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି। କୋନବୟ ନାଇଜେରିଆ, ଓଗୁନ ରାଜ୍ୟର ଏବେକୁଟା ସହରରେ ରୁହନ୍ତି। ଆଉ ପ୍ଲାଷ୍ଟିକ ପ୍ରଦୁଷଣ ବିରୋଧରେ ଜଣେ ଯୋଦ୍ଧାଭାବେ କାମ କରନ୍ତି। ଆଉ ହଜାର ହଜାର ପ୍ଲାଷ୍ଟିକର ପୁରୁଣା ଚପଲକୁ ସଂଗ୍ରହ କରି ସେଥିରେ ମୋଜାଇକ ପୋର୍ଟ୍ରେଟ୍‌ ତିଆରି କରନ୍ତି। ୟୁନାଇଟେଡ ନେଶନସ୍‌ ଇଣ୍ଟରନ୍ୟାଶନାଲ ଡେଭଲପମେଣ୍ଟ ଅର୍ଗାନାଇଜେସନ୍‌ର ରିପୋର୍ଟ ମୁତାବକ ନାଇଜେରିଆରେ ୨୧ କୋଟିରୁ ଉର୍ଦ୍ଧ୍ୱ ପ୍ଲାଷ୍ଟିକ ଚପଲ ପିନ୍ଧୁଥିବା ଉପଭୋକ୍ତା ଅଛନ୍ତି। ଆଉ ନାଇଜେରିଆରେ ପ୍ରତିବର୍ଷ ୨ ଲକ୍ଷ ଟନ୍‌ ପ୍ଲାଷ୍ଟିକ ଚପଲ ଆଟଲାଣ୍ଟିକ୍‌ ମହାସାଗରରେ ଫୋପଡା ଯାଇଥାଏ। ପ୍ଲାଷ୍ଟିକ ଚପଲ କମ୍‌ ମୂଲ୍ୟରେ ମିଳୁଥିବାରୁ ଏହାର ବ୍ୟବହାର ଅଧିକ ହୁଏ। ଆଉ ପରେ ତାହା ଆବର୍ଜନା ପାଲଟିଥାଏ। ତେଣୁ ଏହି ପ୍ରଦୂଷଣକୁ ରୋକିବା ପାଇଁ କୋନବୟ ଏହି ପଦକ୍ଷେପ ନେଲେ ବୋଲି କୁହନ୍ତି। ସେ ଆବର୍ଜନା ପାଲଟିଥିବା ଚପଲକୁ ଆଣି ଏତେ ସୁନ୍ଦର ପୋର୍ଟ୍ରେଟ୍‌ ପ୍ରସ୍ତୁତ କରୁଛନ୍ତି ଯେ, ତାଙ୍କ କଳାକୁ ପ୍ରଶଂସା ନ କରି କେହି ରହିପାରିବ ନାହିଁ। ଆବର୍ଜନାର ଏତେ ସୁନ୍ଦର ସଦୁପଯୋଗକୁ ସମସ୍ତେ ବେଶ୍‌ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?