Posted inଫୁରସତ

ପୁରୁଣା ଚପଲରେ ପୋର୍ଟ୍ରେଟ୍‌

ନାଇଜେରିଆର ଜଣେ କଳାକାର ଏବେ ତାଙ୍କ କଳାକୃତୀ ପାଇଁ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। କାରଣ ପୁରୁଣା ଚପଲରେ ସେ ଖୁବ୍‌ ସୁନ୍ଦର ପୋର୍ଟ୍ରେଟ୍‌ ତିଆରି କରିପାରୁଛନ୍ତି। କୋନବୟ ଏବିପେଡ ଇଉଜିନ୍‌ ନାମକ ଏହି କଳାକାରଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ସାରା ପୃଥିବୀରୁ ପ୍ଲାଷ୍ଟିକ ଆବର୍ଜନାକୁ ଶେଷ କରିବା। ଏଥିପାଇଁ ସେ ପ୍ଲାଷ୍ଟିକ୍‌କୁ ଆର୍ଟ କାମରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି। କୋନବୟ ନାଇଜେରିଆ, ଓଗୁନ ରାଜ୍ୟର ଏବେକୁଟା ସହରରେ ରୁହନ୍ତି। ଆଉ ପ୍ଲାଷ୍ଟିକ ପ୍ରଦୁଷଣ ବିରୋଧରେ ଜଣେ ଯୋଦ୍ଧାଭାବେ କାମ କରନ୍ତି। ଆଉ ହଜାର ହଜାର ପ୍ଲାଷ୍ଟିକର ପୁରୁଣା ଚପଲକୁ ସଂଗ୍ରହ କରି ସେଥିରେ ମୋଜାଇକ ପୋର୍ଟ୍ରେଟ୍‌ ତିଆରି କରନ୍ତି। ୟୁନାଇଟେଡ ନେଶନସ୍‌ ଇଣ୍ଟରନ୍ୟାଶନାଲ ଡେଭଲପମେଣ୍ଟ ଅର୍ଗାନାଇଜେସନ୍‌ର ରିପୋର୍ଟ ମୁତାବକ ନାଇଜେରିଆରେ ୨୧ କୋଟିରୁ ଉର୍ଦ୍ଧ୍ୱ ପ୍ଲାଷ୍ଟିକ ଚପଲ ପିନ୍ଧୁଥିବା ଉପଭୋକ୍ତା ଅଛନ୍ତି। ଆଉ ନାଇଜେରିଆରେ ପ୍ରତିବର୍ଷ ୨ ଲକ୍ଷ ଟନ୍‌ ପ୍ଲାଷ୍ଟିକ ଚପଲ ଆଟଲାଣ୍ଟିକ୍‌ ମହାସାଗରରେ ଫୋପଡା ଯାଇଥାଏ। ପ୍ଲାଷ୍ଟିକ ଚପଲ କମ୍‌ ମୂଲ୍ୟରେ ମିଳୁଥିବାରୁ ଏହାର ବ୍ୟବହାର ଅଧିକ ହୁଏ। ଆଉ ପରେ ତାହା ଆବର୍ଜନା ପାଲଟିଥାଏ। ତେଣୁ ଏହି ପ୍ରଦୂଷଣକୁ ରୋକିବା ପାଇଁ କୋନବୟ ଏହି ପଦକ୍ଷେପ ନେଲେ ବୋଲି କୁହନ୍ତି। ସେ ଆବର୍ଜନା ପାଲଟିଥିବା ଚପଲକୁ ଆଣି ଏତେ ସୁନ୍ଦର ପୋର୍ଟ୍ରେଟ୍‌ ପ୍ରସ୍ତୁତ କରୁଛନ୍ତି ଯେ, ତାଙ୍କ କଳାକୁ ପ୍ରଶଂସା ନ କରି କେହି ରହିପାରିବ ନାହିଁ। ଆବର୍ଜନାର ଏତେ ସୁନ୍ଦର ସଦୁପଯୋଗକୁ ସମସ୍ତେ ବେଶ୍‌ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri