ପୋର୍ଟାଲ ଖୋଲିଛି, ଇନ୍‌ଭେଷ୍ଟର୍ସ ନାହାନ୍ତି

ଭୁବନେଶ୍ବର,୨୬ା୯(ବ୍ୟୁରୋ): କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ରାଜ୍ୟସ୍ତରୀୟ ରେଜିଷ୍ଟ୍ରେଶନ ଭେଇକିଲ ସ୍କ୍ରାପିଂ ଫାସିଲିଟି(ଆର୍‌ଭିଏସ୍‌ଏଫ୍‌) ଘୋଷଣା ପାଇଁ କୁହଯାଇଛିି। ଏଥିଲାଗି ମନ୍ତ୍ରଣାଳୟ ପକ୍ଷରୁ ଏକ ଗେଜେଟ୍‌ ନୋଟିଫିକେଶନ ଜାରି କରାଯାଇଛିି। ଓଡ଼ିଶାରେ ୨୦ ବର୍ଷରୁ ଅଧିକ ୧୪.୭୪ଲକ୍ଷ ନନ୍‌ ଟ୍ରାନ୍ସପୋର୍ଟ ଏବଂ ୧୫ ବର୍ଷରୁ ଅଧିକ ୩.୬୩ ଲକ୍ଷ ଟ୍ରାନ୍ସପୋର୍ଟ ଗାଡ଼ି ରହିଛି। ସେଗୁଡିକ ସ୍କ୍ରାପିଂ କରାଯିବ। ଏହାକୁ ସ୍କ୍ରାପିଂ କରିବା ଲାଗି ଇନଭେଷ୍ଟର୍ସଙ୍କୁ ରାଜ୍ୟ ସଡ଼କ ପରିବହନ ବିଭାଗ ଆମନ୍ତ୍ରଣ କରିବା ଲାଗି ସବୁ କାମ ସରିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନ୍ୟାଶନାଲ ସିଙ୍ଗଲ୍‌ ଓ୍ବିଣ୍ଡୋ ପୋର୍ଟାଲରେ ପୂର୍ବରୁ ରାଜ୍ୟ ସରକାର ଆକ୍ଟିଭ ଅଛନ୍ତି। ଏହି ପୋର୍ଟାଲ୍‌ରେ ଓଡ଼ିଶା ସମେତ ୯ଟି ରାଜ୍ୟରେ ସ୍କ୍ରାପିଂ ସେଣ୍ଟର ଲାଗି ଆବେଦନ କରିବାକୁ ଇନ୍‌ଭେଷ୍ଟର୍ସମାନଙ୍କ ପାଇଁ ସୁବିଧା ରହିଥିଲେ ସୁଦ୍ଧା ଓଡ଼ିଶା ପାଇଁ ଜଣେ ହେଲେ ବି ଆବେଦନ କରି ନ ଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଏଭଳିସ୍ଥିତିରେ ଇନ୍‌ଭେଷ୍ଟର୍ସମାନଙ୍କ ସନ୍ଦେହ ଦୂର କରିବା ଲାଗି ସୋମବାର ମନ୍ତ୍ରଣାଳୟ ଅଧିକାରୀ, ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ୭ ଇନଭେଷ୍ଟର୍ସ୍‌ଙ୍କ ମଧ୍ୟରେ ଏକ ଭିଡିଓ କନ୍‌ଫରେନ୍ସ ଜରିଆରେ ବୈଠକ ହେବ। ଏଥିରେ ସେମାନଙ୍କ ସନ୍ଦେହ ଦୂର କରିବା ଲାଗି ଚେଷ୍ଟା କରାଯିବ ବୋଲି ପରିବହନ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପରିବହନ ଏବଂ ଶିଳ୍ପ ବିଭାଗ ଏହି କାର୍ଯ୍ୟ ମିଳିତ ଭାବେ କରିବେ। ନନ୍‌ ଟ୍ରାନ୍ସପୋର୍ଟ ଗାଡ଼ିକୁ ଯେଉଁ ମାଲିକମାନେ ସ୍କ୍ରାପିଂ କରିବେ ସେମାନଙ୍କୁ ଏକ ସାର୍ଟିଫିକେଟ ମିଳିବ। ଏହାସହ ସେମାନଙ୍କୁ ନୂଆ ଗାଡ଼ି କିଣିଲେ ତାଙ୍କ ଫାଷ୍ଟ ଟାଇମ୍‌ ଟ୍ୟାକ୍ସ ଉପରେ ୨୫ ପ୍ରତିଶତ ଛାଡ଼ମିଳିବ। ଟ୍ରାନ୍ସପୋର୍ଟ ଗାଡ଼ି ଯେଉଁମାନେ ସ୍କ୍ରାପିଂ କରିବେ ସେମାନଙ୍କୁ ୮ ବର୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଟ୍ୟାକ୍ସ ଛାଡ଼ କରାଯିବ। ଏହାସହ ନୂଆ ଗାଡ଼ି କିଣିବା ସମୟରେ ସେମାନେ ଗାଡ଼ିର ମୂଲ୍ୟ ଉପରେ ୫ ପ୍ରତିଶତ ଛାଡ଼ ପାଇବେ। ଏନେଇ ଅଟୋ ମୋବାଇଲ ଡିଲରମାନଙ୍କ ପାଇଁ ଏକ ଆଡଭାଇଜରି ଜାରି କରାଯିବ। ସ୍କ୍ରାପିଂ ସେଣ୍ଟର ଲାଗି ୧୦ ଏକର ଜମିର ଆବଶ୍ୟକତା ଥିବାବେଳେ ରାଜ୍ୟ ସରକାର ଏହା ଯୋଗାଇଦେବେ। ଇଡ୍‌କୋ ତରଫରୁ ଯେଉଁ ଇନଭେଷ୍ଟର୍ସ ଏଥିପାଇଁ ଆସିବେ ତାଙ୍କୁ ଜମି ୧୦ ଏକର ମିଳିବ। ଏହାସହ ଇନଭେଷ୍ଟର୍ସମାନଙ୍କୁ ଆହୁରି ଅନ୍ୟାନ୍ୟ ସୁବିଧା ମଧ୍ୟ ରାଜ୍ୟ ସରକାର ଯୋଗାଇଦେବେ ବୋଲି ଜଣାପଡ଼ିଛି। ଇଲେକ୍ଟ୍ରିସିଟି ଉପରେ ସେମାନଙ୍କୁ ସବ୍‌ସିଡି ପ୍ରଦାନ କରାଯିବ। ଯେଉଁ ଗାଡିକୁ ସେମାନେ ସ୍କ୍ରାପିଂ କରିବେ ଏବଂ କିଣିବେ ତାହା ଉପରେ ଲାଗୁଥିବା ଏସ୍‌ଜିଏସ୍‌ଟିରୁ କିଛି ପ୍ରତିଶତ ମଧ୍ୟ ଛାଡ଼ କରାଯିବ। ଏହାସହ ଏହି ସ୍କ୍ରାପିଂ ସେଣ୍ଟର ଲାଗି ଯେଉଁ ମେଶିନାରି ସେମାନେ କିଣିବେ କେନ୍ଦ୍ର ସରକାର ତା’ ଉପରେ ସବ୍‌ସିଡି ଅର୍ଥ ମଧ୍ୟ ସରକାର ଯୋଗାଇଦେବେ। ତେବେ ମେକ୍‌ ଇନ୍‌ ଓଡ଼ିଶା ବ୍ୟବସ୍ଥାରେ ରାଜ୍ୟ ସରକାର ଇନଭେଷ୍ଟର୍ସମାନଙ୍କୁ ଏହି ସୁବିଧା ପ୍ରଦାନ କରିବେ ବୋଲି ଜଣାପଡିଛି।
ସିଙ୍ଗିଲ ଓ୍ବିଣ୍ଡୋ ପୋର୍ଟାଲରେ ଇନଭେଷ୍ଟର୍ସମାନେ ଆପ୍ଲିକେଶନ ପକାଇପାରିବେ। ଏସ୍‌ଟିଏ(ରାଜ୍ୟ ପରିବହନ କର୍ତ୍ତୃପକ୍ଷ) କମିଶନର ଇନଭେଷ୍ଟର୍ସ୍‌ମାନଙ୍କୁ ଲାଇସେନ୍ସ ପ୍ରଦାନ କରିବେ। ତେବେ ଏବେସୁଦ୍ଧା ମୋଟ ୭ ଜଣ ଇନଭେଷ୍ଟର୍ସ ଏଥିଲାଗି ଆପ୍ଲିକେଶନ ପକାଇବାକୁ ଚିନ୍ତା କରୁଥିଲେ ମଧ୍ୟ ସନ୍ଦେହ ଏବଂ ଭୟ ଯୋଗୁ ଆପ୍ଲିକେଶନ ପକାଉ ନ ଥିବା ଜଣାପଡ଼ିଛି। ଦେଶରେ କେବଳ ମହାରାଷ୍ଟ୍ରରେ ଏହି ସ୍କ୍ରାପିଂ ସେଣ୍ଟର ଥିବାବେଳେ ଅନ୍ୟ ରାଜ୍ୟରେ ଏ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ନାହିଁ। ତେଣୁ ଓଡିଶାରେ ଏହି ସେଣ୍ଟର ସ୍ଥାପନ କରିବା ପରେ ଆଗକୁ କ’ଣ ହେବ ଚିନ୍ତା କରି ଇନଭେଷ୍ଟର୍ସ୍‌ ଆସୁ ନ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ସେଣ୍ଟର ସ୍ଥାନ ଲାଗି ପ୍ରାୟ ୧୦ରୁ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ଯେତେଜଣ ଇନଭେଷ୍ଟର୍ସ ଆପ୍ଲିକେଶନ ପକାଇବେ ସମସ୍ତଙ୍କୁ ଲାଇସେନ୍ସ ପ୍ରଦାନ କରିଦିଆଯିବ ବୋଲି ରାଜ୍ୟ ସରକାର ଚିନ୍ତା କରିଥିବା ଜଣାପଡିଛି। ଆପ୍ଲିକେଶନ ଆସିବା ପରେ ଇଡ୍‌କୋ ତରଫରୁ ତୁରନ୍ତ ସେମାନଙ୍କୁ ଜମି ଯୋଗାଇ ଦିଆଯିବ। ୨୦୨୩ ଜୁନ୍‌ କିମ୍ବା ଜୁଲାଇ ସୁଦ୍ଧା ଗୋଟିଏ କିମ୍ବା ୨ଟା ସ୍କ୍ରାପିଂ ସେଣ୍ଟର ଆସିବ ବୋଲି ଏସ୍‌ଟିଏ ଚିନ୍ତା କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri