ଜନ ଓ ଗଣନା

ଭାରତର ଜନଗଣନା ୨୦୧୧ରେ ଶେଷଥର ପାଇଁ ହୋଇଥିଲା ଓ ସେହି ଅନୁଯାୟୀ ଦେଶର ଲୋକ ସଂଖ୍ୟା ପାଖାପାଖି ୧୨୧ କୋଟି ଥିଲା। ଜାତିସଂଘ ତଥ୍ୟ ଅନୁଯାୟୀ, ଏହି ସଂଖ୍ୟା ୧୪୨ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚତ୍ କେବେଠାରୁ ଚାଇନାକୁ ଟପିଗଲାଣି। ବେସରକାରୀ ଭାବେ ଭାରତର ଜନସଂଖ୍ୟା ୧୫୦ କୋଟି ହେବ ବୋଲି କୁହାଯାଉଛି। ୨୦୧୧ ପରବର୍ତ୍ତୀ ଜନଗଣନା ୨୦୨୧ରେ ହୋଇଥାଆନ୍ତା। କିନ୍ତୁ ଏହାକୁ ବନ୍ଦ କରାଗଲା ଓ ଏହାର କାରଣ କୋଭିଡ୍‌ ମହାମାରୀ ବୋଲି ସରକାରୀ ଭାବେ କୁହାଗଲା। ମହାମାରୀ ଯିବାର ୩ବର୍ଷରୁ ଅଧିକ ସମୟ ବିତଗଲା ପରେ ନିକଟରେ କେନ୍ଦ୍ର ସରକାର ଜନଗଣନା ସହ ଜାତିଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଖିବାକୁ ଗଲେ ୨୦୨୦ ମାର୍ଚ୍ଚ ପରେ ବିଶ୍ୱର ୧୪୩ଟି ଦେଶ ସେମାନଙ୍କ ଜନଗଣନା ଶେଷ କରିଥିବାବେଳେ ଭାରତ ଜନଗଣନା କରି ନ ପାରି ୟେମେନ, ଆଫଗାନିସ୍ତାନ, ସିରିଆ, ୟୁକ୍ରେନ ଏବଂ ଶ୍ରୀଲଙ୍କା ଭଳି ଦେଶଗୁଡ଼ିକ ସହ ତାଲିକାଭୁକ୍ତ ହୋଇଗଲା। ତେବେ ୧୪ ବର୍ଷ ପରେ ୧ ଏପ୍ରିଲ ୨୦୨୬ରେ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବାକୁ ଯାଉଛି ବୋଲି ୨୯ ଜୁନ୍‌ ୨୦୨୫ରେ ଭାରତର ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତ ସୂଚନା ଦେଇଛନ୍ତି। ଏହି ପର୍ଯ୍ୟାୟରେ ଗୃହଗଣନା କରାଯାଇ ତାଲିକାଭୁକ୍ତ କରାଯିବ। ଏଥିରେ ଘରର ଅବସ୍ଥା, ପରିବାରର ସମ୍ପତ୍ତି ଓ ପାଉଥିବା ସୁବିଧା ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ। ଏହାପରେ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟରେ ୧ ଫେବୃଆରୀ ୨୦୨୭ରେ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ଅନ୍ୟାନ୍ୟ ବିବରଣୀ ସଂଗ୍ରହ କରାଯିବ।
ସାଧାରଣରେ ଜନଗଣନା ମାଧ୍ୟମରେ ଅର୍ଥ ବ୍ୟବସ୍ଥା ଓ ସମାଜର ବ୍ୟାପକ ପରିସଂଖ୍ୟାନଗତ ଅଧ୍ୟୟନ କରାଯାଇଥାଏ ଏବଂ ସେଥିରୁ ବିଶ୍ୱସନୀୟ ତଥ୍ୟ ମିଳେ। ସାର୍ବଜନୀନ ନୀତି ପ୍ରଣୟନ ନିମନ୍ତେ ଏହିସବୁ ଆଧାର ହୋଇଥାଏ। ଦେଶରେ ଦୀର୍ଘବର୍ଷ ହେଲା ତଥ୍ୟ ଅଭାବ ଯୋଗୁ ଅନେକ ସମସ୍ୟା ଦେଖା ଦେଉଛି। ଉଦାହରଣ ସ୍ବରୂପ, ଜନଗଣନା ବିଳମ୍ବ ହେତୁ ନ୍ୟାଶନାଲ କଞ୍ଜପଶନ ଏକ୍ସପେଣ୍ଡିଚର ସୂଚକାଙ୍କ ସର୍ଭେ ପାଇଁ ପୁରୁଣା ଅର୍ଥାତ୍‌ ୨୦୧୧-୧୨ ତଥ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆର୍ଥିକ ତଥ୍ୟ ନ ରହିବା ଦ୍ୱାରା ଜିଡିପି, ନିଯୁକ୍ତି ହାର ଓ ମୁଦ୍ରାସ୍ଫୀତି ଭଳି ଆକଳନ ସମ୍ପର୍କରେ ଯେତେ ତଥ୍ୟ ଓ ସଂଖ୍ୟା ପ୍ରକାଶ ପାଉଛି, ତାହା ସବୁ ବାସ୍ତବତା ଆଧାରିତ ହେଉ ନାହିଁ ବୋଲି ଅଭିଯୋଗ ହେଉଛି। ଜନଗଣନା ତଥ୍ୟ ମଧ୍ୟ ସମ୍ବଳ ସମବଣ୍ଟନ ପାଇଁ ଅପରିହାର୍ଯ୍ୟ। ଜନଗଣନାରେ ବିଳମ୍ବ ଯୋଗୁ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା କରାଯାଉଥିବା ସର୍ଭେ ଭରସାଯୋଗ୍ୟ ହୋଇପାରୁନାହିଁ। ଏହି ପରିପ୍ରେକ୍ଷୀରେ ଜନଗଣନା କରାଇବାକୁ ବିଳମ୍ବରେ ହେଉ ପଛେ ସରକାର ନେଇଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ । କିନ୍ତୁ ସରକାର ଯେଉଁ ସବୁ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ତାହାର ସ୍ବଚ୍ଛତା ଗୁରୁତ୍ୱପୂର୍ଣ୍ଣ। ଏହା ସତ୍ୟ ଯେ, ପରିବାରଗୁଡ଼ିକରୁ ଠିକ୍‌ ତଥ୍ୟ ମିଳିପାରିଲେ ତାହା ଦେଶର ଆଥିର୍ର୍କ ଓ ସାମାଜିକ ପରିସଂଖ୍ୟାନ ପାଇଁ ଉପଯୋଗୀ ହୋଇପାରନ୍ତା। ତାହାକୁ ଆଧାର କରି ନୀତି ନିର୍ଦ୍ଧାରଣ ସହଜ, ସମୟୋପଯୋଗୀ ତଥା ଲକ୍ଷ୍ୟ ହାସଲରେ ସାହାଯ୍ୟ କରନ୍ତା। କିନ୍ତୁ ଦେଖାଯାଉଛି ସାଧାରଣ ଲୋକ ତଥ୍ୟ ଦେବା ବେଳେ ଅନେକ ସମୟରେ ଭୁଲ ସୂଚନା ଦେଉଛନ୍ତି। ନିଜର ଆୟ ସ୍ତରକୁ କମାଇ ଦେଲେ ଗରିବ ଭାବେ ନିଜକୁ ଦର୍ଶାଇ ଅଧିକ ସୁବିଧା ଓ ସୁଯୋଗ ପାଇପାରିବେ ବୋଲି ଅନେକେ ଧରି ନେଇଛନ୍ତି। ସେହିପରି ସଂରକ୍ଷଣ ଓ ଅଧିକ ପ୍ରତିଶତ ଦିବ୍ୟାଙ୍ଗ ବର୍ଗରେ ସାମିଲ ହେବା ପାଇଁ ମଧ୍ୟ କେତେ କୌଶଳ ଆପଣାଯାଉଥିବା ଶୁଣିବାକୁ ମିଳେ। ଫଳରେ ସାମାଜିକ ଓ ଆର୍ଥିକ ସ୍ଥିତି ଠିକ୍‌ ଭାବେ ଜଣାପଡ଼େ ନାହିଁ। ବାସ୍ତବ ତଥ୍ୟ ଉପଲବ୍ଧ ହେଉ ନ ଥିବାରୁ ଯୋଜନା ପ୍ରଣୟନ ଓ ତାହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠୁଛି।
ଏହି ପରିପ୍ରେକ୍ଷୀରେ ଜନଗଣନାକୁ ଦେଖିଲେ ସାମାଜିକ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଦଳଗୁଡ଼ିକ ଢେର ସମୟ ଧରି ଏଥିରେ ଜାତିଭିତ୍ତିକ ଜନଗଣନା ଦାବି କରୁ ଆସୁଥିଲେ। ପରେ କଂଗ୍ରେସ ସେହି ସ୍ରୋତରେ ଭାସିଗଲା। ଭାଜପା ଏହାଠାରୁ ଦୂରେଇ ରହିଥିଲେ ମଧ୍ୟ ଭୋଟବ୍ୟାଙ୍କକୁ ଦେଖି ଏବେ ସବୁଠାରୁ ଆଗରେ ସାମିଲ ହୋଇଯାଇଛି । ସେହିପରି ବିହାରରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତର ନିର୍ବାଚନ କମିଶନ ସ୍ପେଶାଲ ଇଣ୍ଟେନ୍‌ସିଭ୍‌ ରିଭିଜନ୍‌ ବା ସ୍ବତନ୍ତ୍ର ବ୍ୟାପକ ସଂଶୋଧନ ଆରମ୍ଭ କରିଛନ୍ତି। ଏହା ଗଣତନ୍ତ୍ରର ମୂଳ ତତ୍ତ୍ୱକୁ ଦୁର୍ବଳ କରିଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ବିହାରରେ ପାଖାପାଖି ୨ କୋଟି ୯୩ ଲକ୍ଷ ଲୋକଙ୍କ ଜନ୍ମ ଓ ପୈତୃକ ସ୍ଥିତିର ମୂଳ ପ୍ରମାଣ ଖୋଜାଯିବ। ଯେଉଁମାନଙ୍କ ନାମ ଭୋଟର ତାଲିକାରେ ଅଛି ସେମାନଙ୍କ ପାଇଁ କିଛି ଅସୁବିଧା ନାହିଁ। କିନ୍ତୁ ଯେଉଁମାନେ ନୂଆକରି ଭୋଟର ତାଲିକାରେ ସାମିଲ ହେବାକୁ ଚାହୁଁଛନ୍ତି, ସେମାନେ ନିଜର, ମାତାପିତା ଓ ପୂର୍ବଜଙ୍କ ଜନ୍ମଠାରୁ ଆରମ୍ଭ କରି ସବୁ ତଥ୍ୟ ସରକାରଙ୍କୁ ପ୍ରମାଣ ଭାବେ ଯୋଗାଇବାକୁ ପଡ଼ିବ। ସମସ୍ୟା ହେଲା ଏହିସବୁ ତଥ୍ୟ ସରକାରୀ ସ୍ତରରେ ମଧ୍ୟ ମିଳିବା କଷ୍ଟକର। ତେଣୁ ଅନେକ ଲୋକ ଭୋଟର ତାଲିକାରୁ ବାଦ୍‌ ପଡ଼ିବେ ବୋଲି ଆଶଙ୍କା କରାଗଲାଣି। ଏହା ମଧ୍ୟ କୁହାଯାଉଛି ଯେ, କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ଏଥିରେ ବାଦ୍‌ ପକାଇବା ଲାଗି ଚେଷ୍ଟା ଚାଲିଛି। ଏଥିରୁ ରାଜନୀତି ସ୍ପଷ୍ଟ ବାରିହୋଇ ପଡ଼ୁଛି। ଆଜିର ସ୍ଥିତିରେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ନିର୍ବାଚନ କମିଶନ ଭୋଟର ତାଲିକାକୁ ସ୍ବଚ୍ଛ କରିବା ଲାଗି ପଦକ୍ଷେପ ନେବାର ଆବଶ୍ୟକତା ଥିବା ବେଳେ ଜନଗଣନା ଆୟୁକ୍ତ ମଧ୍ୟ ତ୍ରୁଟିଶୂନ୍ୟ ତଥ୍ୟ ସଂଗ୍ରହ କରାଇବାରେ ବ୍ୟବସ୍ଥା କରିବା ଉଚିତ। ଏଥିରେ ଜନସାଧାରଣଙ୍କ ସକ୍ରିୟ ସହଯୋଗ ସହ ବାସ୍ତବ ତଥ୍ୟ ରୂପାୟନ ହୋଇପାରିଲେ ଯୋଜନାଗୁଡ଼ିକ ଫଳପ୍ରଦ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…

ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼hୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ବଡ଼ଦିନ ପାଇଁ ଜି.ଉଦୟଗିରିରେ ଫ୍ଲାଗମାର୍ଚ୍ଚ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଜି.ଉଦୟଗିରି,୨୩/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ବଡ଼ଦିନ ଖ୍ରୀଷ୍ଟମାସ୍ ଉତ୍ସବ ପାଳନକୁ ଆଉ ଦୁଇ ଦିନ ବାକି ଥିବା ବେଳେ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ..କମ୍ପାନୀ କ୍ୟାମ୍ପସରେ ହତ୍ୟା, ପାଣିଟାଙ୍କିରେ ଫିଙ୍ଗିଦେଲେ ମୃତଦେହ

ନୂଆଦିଲ୍ଲୀ,୨୩।୧୨: ମହାରାଷ୍ଟ୍ରର ପାଲଘର ଜିଲାରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ବ୍ୟକ୍ତିଗତ ବିବାଦ ପରେ ଜଣେ ଯୁବକ ତାଙ୍କ ଅଫିସ ସହକର୍ମୀଙ୍କୁ ହତ୍ୟା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

କ୍ୟାଡର ମାଓବାଦୀଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା: ଲାଗିଲା ପୋଷ୍ଟର

ରାଇକିଆ,୨୩।୧୨ (ପ୍ରଦୀପ ବେହେରା): କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୁକ୍ତ ପାଇଁ ଲକ୍ଷ୍ୟ ରଖୁଛନ୍ତି। ଏହି ସମୟ ପାଖେଇ ଆସୁଥିବାରୁ ପୋଲିସ ମାଓବାଦୀଙ୍କୁ...

ଭାଜପାର ନୂତନ କମିଟି ଗଠନ: ସୁକାନ୍ତ-ଅଜିତଙ୍କୁ ଗୁରୁଦାୟିତ୍ୱ

ଦାରିଙ୍ଗବାଡି, ୨୩/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପାର ଜିଲାସ୍ତରୀୟ ନୂତନ କମିଟି ଜିଲା ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଚୟନ ହୋଇଯାଇଛି। ଜିଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri