କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…

ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ ଜବତ କରି ଘଟଣାର ଛାନ୍‌ଭିନ୍‌ କରୁଛି। ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି। ଉକ୍ତ ଥାନା ଅନ୍ତର୍ଗତ ହୁଗୁଳାପଟ୍ଟା ଓ ଗୁରୁଣ୍ଠି ମଧ୍ୟ ଦେଇ ଯାଇଥିବା ଏକ କେନାଲ ଭିତରେ ଏକ କଙ୍କାଳ ପଡ଼ିଥିବା ନେଇ ମଙ୍ଗଳବାର ସକାଳେ ପୋଲିସକୁ ଖବର ମିଳିଥିଲା। ପୋଲିସ ପହଞ୍ଚି କଙ୍କାଳ ଜବତ କରିଛି। କଙ୍କାଳର କୌଣସି ପରିଚୟ ମିଳିପାରି ନ ଥିବା ବେଳେ ବୟସ ଆନୁମାନିକ ୩୦ରୁ ୩୫ ବର୍ଷ ହେବ ବୋଲି ପୋଲିସ କହିଛି। ଏହି କଙ୍କାଳରେ ଶର୍ଟ ଏବଂ ପ୍ୟାଣ୍ଟର କିଛି ଅଂଶ ଲାଗିଛି। କଙ୍କାଳଟି ପାଖ ନିକଟର ହୋଇ ନ ଥିବା ବେଳେ ତାହା ୧୦ରୁ ୧୫ ଦିନ ହୋଇଥିବା ସନ୍ଦେହ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

PCBର ବଡ଼ ଘୋଷଣା, ପୁଣି ଥରେ ବାବର ଆଜମ ହେଲେ ଅଧିନାୟକ

ଇସଲାମାବାଦ,୫।୭: ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ବଡ଼ ଘୋଷଣା। ଆଗାମୀ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗସ୍ତ ପାଇଁ ବୋର୍ଡ ଟେଷ୍ଟ ଦଳର ଘୋଷଣା କରିଛି। ଏହା ସହିତ…

ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୂଳଭିତ୍ତି: ରାଜଯୋଗୀ ଡଃ ଶକ୍ତିରାଜ

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଉପସେବା କେନ୍ଦ୍ର ଆନୁକୁଲ୍ୟରେ ୩ ଦିନ ବ୍ୟାପି ଚାଲିଥିବା ‘ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗ ଭିତ୍ତିକ…

ସେଲ୍ଫି ନେଇ ଗାଧୋଇବା ହେଲା କାଳ, ଭାସିଗଲେ ୩ ଯୁବକ

କଟକ,୫।୭(ପ୍ରଭୂକଲ୍ୟାଣ ପାଲ୍‌): ସେଲ୍ଫି ଓ ମସ୍ତି ନିଶା ହେଲା କାଳ। କଟକ ନରାଜରେ ଘଟିଛି ଏକ ଅଘଟଣ। ହଠାତ୍‌ ପାଣି ମାଡ଼ି ଆସି ନରାଜ ପୁରୁଣା ନଦୀ…

କୂଳ ଲଂଙ୍ଘିବା ଓ ବେଳାଭୂମି ଅବକ୍ଷୟ ପ୍ରସଙ୍ଗ, ସମୀକ୍ଷା କରି ଅଞ୍ଚଳବlସୀଙ୍କ ସହ ବିଧାୟକଙ୍କ ଆଲୋଚନା

ଗଞ୍ଜାମ,୫ା୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି ଦ୍ରୁତ…

ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି: ଡ୍ରେନ୍‌ ସଫା କଲେ ଗ୍ରାମବାସୀ

ରିଷିଡ଼ା,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମ ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ୱ ଡ୍ରେନ୍‌ରୁ ରବିବାର ସକାଳେ ଗ୍ରାମବାସୀ ଅଳିଆ ସଫା କରିଥିବା…

ରବିଙ୍କ ପାଦ ରେଖା ଅତିକ୍ରମ କରି ନ ଥିଲା, ତେବେ କାହିଁକି ନୋ-ବଲ ଦିଆଗଲା, ICC ନିୟମ ବିଷୟରେ ଜାଣନ୍ତୁ ଯାହା ଭାରତକୁ ମହଙ୍ଗା ପଡ଼ିଲା…

ମାଞ୍ଚେଷ୍ଟର,୫ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌…

ମହାରାଷ୍ଟ୍ର ରାଜନୀତିରେ ହଲଚଲ! କଂଗ୍ରେସ MLCଙ୍କୁ କିଣାବାକୁ ୨୦ କୋଟିର ଡିଲ୍‌…

ମୁମ୍ବାଇ,୫ା୭: ମହାରାଷ୍ଟ୍ରର ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ)ର ନେତା ସଞ୍ଜୟ ରାଉତ ରବିବାର (୫ ଜୁଲାଇ) ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି । ସେ କହିଛନ୍ତି ଯେ…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri