ଜନ ଓ ଗଣନା

ଭାରତର ଜନଗଣନା ୨୦୧୧ରେ ଶେଷଥର ପାଇଁ ହୋଇଥିଲା ଓ ସେହି ଅନୁଯାୟୀ ଦେଶର ଲୋକ ସଂଖ୍ୟା ପାଖାପାଖି ୧୨୧ କୋଟି ଥିଲା। ଜାତିସଂଘ ତଥ୍ୟ ଅନୁଯାୟୀ, ଏହି ସଂଖ୍ୟା ୧୪୨ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚତ୍ କେବେଠାରୁ ଚାଇନାକୁ ଟପିଗଲାଣି। ବେସରକାରୀ ଭାବେ ଭାରତର ଜନସଂଖ୍ୟା ୧୫୦ କୋଟି ହେବ ବୋଲି କୁହାଯାଉଛି। ୨୦୧୧ ପରବର୍ତ୍ତୀ ଜନଗଣନା ୨୦୨୧ରେ ହୋଇଥାଆନ୍ତା। କିନ୍ତୁ ଏହାକୁ ବନ୍ଦ କରାଗଲା ଓ ଏହାର କାରଣ କୋଭିଡ୍‌ ମହାମାରୀ ବୋଲି ସରକାରୀ ଭାବେ କୁହାଗଲା। ମହାମାରୀ ଯିବାର ୩ବର୍ଷରୁ ଅଧିକ ସମୟ ବିତଗଲା ପରେ ନିକଟରେ କେନ୍ଦ୍ର ସରକାର ଜନଗଣନା ସହ ଜାତିଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଖିବାକୁ ଗଲେ ୨୦୨୦ ମାର୍ଚ୍ଚ ପରେ ବିଶ୍ୱର ୧୪୩ଟି ଦେଶ ସେମାନଙ୍କ ଜନଗଣନା ଶେଷ କରିଥିବାବେଳେ ଭାରତ ଜନଗଣନା କରି ନ ପାରି ୟେମେନ, ଆଫଗାନିସ୍ତାନ, ସିରିଆ, ୟୁକ୍ରେନ ଏବଂ ଶ୍ରୀଲଙ୍କା ଭଳି ଦେଶଗୁଡ଼ିକ ସହ ତାଲିକାଭୁକ୍ତ ହୋଇଗଲା। ତେବେ ୧୪ ବର୍ଷ ପରେ ୧ ଏପ୍ରିଲ ୨୦୨୬ରେ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବାକୁ ଯାଉଛି ବୋଲି ୨୯ ଜୁନ୍‌ ୨୦୨୫ରେ ଭାରତର ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତ ସୂଚନା ଦେଇଛନ୍ତି। ଏହି ପର୍ଯ୍ୟାୟରେ ଗୃହଗଣନା କରାଯାଇ ତାଲିକାଭୁକ୍ତ କରାଯିବ। ଏଥିରେ ଘରର ଅବସ୍ଥା, ପରିବାରର ସମ୍ପତ୍ତି ଓ ପାଉଥିବା ସୁବିଧା ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ। ଏହାପରେ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟରେ ୧ ଫେବୃଆରୀ ୨୦୨୭ରେ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ଅନ୍ୟାନ୍ୟ ବିବରଣୀ ସଂଗ୍ରହ କରାଯିବ।
ସାଧାରଣରେ ଜନଗଣନା ମାଧ୍ୟମରେ ଅର୍ଥ ବ୍ୟବସ୍ଥା ଓ ସମାଜର ବ୍ୟାପକ ପରିସଂଖ୍ୟାନଗତ ଅଧ୍ୟୟନ କରାଯାଇଥାଏ ଏବଂ ସେଥିରୁ ବିଶ୍ୱସନୀୟ ତଥ୍ୟ ମିଳେ। ସାର୍ବଜନୀନ ନୀତି ପ୍ରଣୟନ ନିମନ୍ତେ ଏହିସବୁ ଆଧାର ହୋଇଥାଏ। ଦେଶରେ ଦୀର୍ଘବର୍ଷ ହେଲା ତଥ୍ୟ ଅଭାବ ଯୋଗୁ ଅନେକ ସମସ୍ୟା ଦେଖା ଦେଉଛି। ଉଦାହରଣ ସ୍ବରୂପ, ଜନଗଣନା ବିଳମ୍ବ ହେତୁ ନ୍ୟାଶନାଲ କଞ୍ଜପଶନ ଏକ୍ସପେଣ୍ଡିଚର ସୂଚକାଙ୍କ ସର୍ଭେ ପାଇଁ ପୁରୁଣା ଅର୍ଥାତ୍‌ ୨୦୧୧-୧୨ ତଥ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆର୍ଥିକ ତଥ୍ୟ ନ ରହିବା ଦ୍ୱାରା ଜିଡିପି, ନିଯୁକ୍ତି ହାର ଓ ମୁଦ୍ରାସ୍ଫୀତି ଭଳି ଆକଳନ ସମ୍ପର୍କରେ ଯେତେ ତଥ୍ୟ ଓ ସଂଖ୍ୟା ପ୍ରକାଶ ପାଉଛି, ତାହା ସବୁ ବାସ୍ତବତା ଆଧାରିତ ହେଉ ନାହିଁ ବୋଲି ଅଭିଯୋଗ ହେଉଛି। ଜନଗଣନା ତଥ୍ୟ ମଧ୍ୟ ସମ୍ବଳ ସମବଣ୍ଟନ ପାଇଁ ଅପରିହାର୍ଯ୍ୟ। ଜନଗଣନାରେ ବିଳମ୍ବ ଯୋଗୁ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା କରାଯାଉଥିବା ସର୍ଭେ ଭରସାଯୋଗ୍ୟ ହୋଇପାରୁନାହିଁ। ଏହି ପରିପ୍ରେକ୍ଷୀରେ ଜନଗଣନା କରାଇବାକୁ ବିଳମ୍ବରେ ହେଉ ପଛେ ସରକାର ନେଇଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ । କିନ୍ତୁ ସରକାର ଯେଉଁ ସବୁ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ତାହାର ସ୍ବଚ୍ଛତା ଗୁରୁତ୍ୱପୂର୍ଣ୍ଣ। ଏହା ସତ୍ୟ ଯେ, ପରିବାରଗୁଡ଼ିକରୁ ଠିକ୍‌ ତଥ୍ୟ ମିଳିପାରିଲେ ତାହା ଦେଶର ଆଥିର୍ର୍କ ଓ ସାମାଜିକ ପରିସଂଖ୍ୟାନ ପାଇଁ ଉପଯୋଗୀ ହୋଇପାରନ୍ତା। ତାହାକୁ ଆଧାର କରି ନୀତି ନିର୍ଦ୍ଧାରଣ ସହଜ, ସମୟୋପଯୋଗୀ ତଥା ଲକ୍ଷ୍ୟ ହାସଲରେ ସାହାଯ୍ୟ କରନ୍ତା। କିନ୍ତୁ ଦେଖାଯାଉଛି ସାଧାରଣ ଲୋକ ତଥ୍ୟ ଦେବା ବେଳେ ଅନେକ ସମୟରେ ଭୁଲ ସୂଚନା ଦେଉଛନ୍ତି। ନିଜର ଆୟ ସ୍ତରକୁ କମାଇ ଦେଲେ ଗରିବ ଭାବେ ନିଜକୁ ଦର୍ଶାଇ ଅଧିକ ସୁବିଧା ଓ ସୁଯୋଗ ପାଇପାରିବେ ବୋଲି ଅନେକେ ଧରି ନେଇଛନ୍ତି। ସେହିପରି ସଂରକ୍ଷଣ ଓ ଅଧିକ ପ୍ରତିଶତ ଦିବ୍ୟାଙ୍ଗ ବର୍ଗରେ ସାମିଲ ହେବା ପାଇଁ ମଧ୍ୟ କେତେ କୌଶଳ ଆପଣାଯାଉଥିବା ଶୁଣିବାକୁ ମିଳେ। ଫଳରେ ସାମାଜିକ ଓ ଆର୍ଥିକ ସ୍ଥିତି ଠିକ୍‌ ଭାବେ ଜଣାପଡ଼େ ନାହିଁ। ବାସ୍ତବ ତଥ୍ୟ ଉପଲବ୍ଧ ହେଉ ନ ଥିବାରୁ ଯୋଜନା ପ୍ରଣୟନ ଓ ତାହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠୁଛି।
ଏହି ପରିପ୍ରେକ୍ଷୀରେ ଜନଗଣନାକୁ ଦେଖିଲେ ସାମାଜିକ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଦଳଗୁଡ଼ିକ ଢେର ସମୟ ଧରି ଏଥିରେ ଜାତିଭିତ୍ତିକ ଜନଗଣନା ଦାବି କରୁ ଆସୁଥିଲେ। ପରେ କଂଗ୍ରେସ ସେହି ସ୍ରୋତରେ ଭାସିଗଲା। ଭାଜପା ଏହାଠାରୁ ଦୂରେଇ ରହିଥିଲେ ମଧ୍ୟ ଭୋଟବ୍ୟାଙ୍କକୁ ଦେଖି ଏବେ ସବୁଠାରୁ ଆଗରେ ସାମିଲ ହୋଇଯାଇଛି । ସେହିପରି ବିହାରରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତର ନିର୍ବାଚନ କମିଶନ ସ୍ପେଶାଲ ଇଣ୍ଟେନ୍‌ସିଭ୍‌ ରିଭିଜନ୍‌ ବା ସ୍ବତନ୍ତ୍ର ବ୍ୟାପକ ସଂଶୋଧନ ଆରମ୍ଭ କରିଛନ୍ତି। ଏହା ଗଣତନ୍ତ୍ରର ମୂଳ ତତ୍ତ୍ୱକୁ ଦୁର୍ବଳ କରିଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ବିହାରରେ ପାଖାପାଖି ୨ କୋଟି ୯୩ ଲକ୍ଷ ଲୋକଙ୍କ ଜନ୍ମ ଓ ପୈତୃକ ସ୍ଥିତିର ମୂଳ ପ୍ରମାଣ ଖୋଜାଯିବ। ଯେଉଁମାନଙ୍କ ନାମ ଭୋଟର ତାଲିକାରେ ଅଛି ସେମାନଙ୍କ ପାଇଁ କିଛି ଅସୁବିଧା ନାହିଁ। କିନ୍ତୁ ଯେଉଁମାନେ ନୂଆକରି ଭୋଟର ତାଲିକାରେ ସାମିଲ ହେବାକୁ ଚାହୁଁଛନ୍ତି, ସେମାନେ ନିଜର, ମାତାପିତା ଓ ପୂର୍ବଜଙ୍କ ଜନ୍ମଠାରୁ ଆରମ୍ଭ କରି ସବୁ ତଥ୍ୟ ସରକାରଙ୍କୁ ପ୍ରମାଣ ଭାବେ ଯୋଗାଇବାକୁ ପଡ଼ିବ। ସମସ୍ୟା ହେଲା ଏହିସବୁ ତଥ୍ୟ ସରକାରୀ ସ୍ତରରେ ମଧ୍ୟ ମିଳିବା କଷ୍ଟକର। ତେଣୁ ଅନେକ ଲୋକ ଭୋଟର ତାଲିକାରୁ ବାଦ୍‌ ପଡ଼ିବେ ବୋଲି ଆଶଙ୍କା କରାଗଲାଣି। ଏହା ମଧ୍ୟ କୁହାଯାଉଛି ଯେ, କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ଏଥିରେ ବାଦ୍‌ ପକାଇବା ଲାଗି ଚେଷ୍ଟା ଚାଲିଛି। ଏଥିରୁ ରାଜନୀତି ସ୍ପଷ୍ଟ ବାରିହୋଇ ପଡ଼ୁଛି। ଆଜିର ସ୍ଥିତିରେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ନିର୍ବାଚନ କମିଶନ ଭୋଟର ତାଲିକାକୁ ସ୍ବଚ୍ଛ କରିବା ଲାଗି ପଦକ୍ଷେପ ନେବାର ଆବଶ୍ୟକତା ଥିବା ବେଳେ ଜନଗଣନା ଆୟୁକ୍ତ ମଧ୍ୟ ତ୍ରୁଟିଶୂନ୍ୟ ତଥ୍ୟ ସଂଗ୍ରହ କରାଇବାରେ ବ୍ୟବସ୍ଥା କରିବା ଉଚିତ। ଏଥିରେ ଜନସାଧାରଣଙ୍କ ସକ୍ରିୟ ସହଯୋଗ ସହ ବାସ୍ତବ ତଥ୍ୟ ରୂପାୟନ ହୋଇପାରିଲେ ଯୋଜନାଗୁଡ଼ିକ ଫଳପ୍ରଦ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?