ସମ୍ପର୍କରୁ ମିଳିଛି ଲୋକପ୍ରିୟତା

ଛୋଟ ଏକ ଗାଁ ଆଉ ଛୋଟିଆ ଆଶା ଧରି ମେଧାବୀ ଛାତ୍ର ଜଣକ (ଇଞ୍ଜିନିୟରିଂ ଶିକ୍ଷା ଶେଷ ବର୍ଷ) ଭୁବନେଶ୍ୱରରେ ବ୍ୟବସାୟ କରିବାକୁ ମନ ବଳାଇଥିଲେ। ଏପରିକି ବ୍ୟବସାୟରେ ପାଦଦେବା ସହ ବହୁ ଘାତ ପ୍ରତିଘାତ ପରେ ମଧ୍ୟ ସେ ଜଣେ ସଫଳ ବ୍ୟବସାୟୀ ହେବା ସହ ନୂଆ ଉଦ୍ୟୋଗୀ ସୃଷ୍ଟି କରିବାରେ ଅତୁଳନୀୟ ଭୂମିକା ନିର୍ବାହ କରୁଛନ୍ତି। ସେହିଭଳି ବ୍ୟବସାୟ କ୍ଷେତ୍ରରେ ଯେତିକି ସଫଳ ସେହି ଅନୁସାରେ ଉଦ୍ୟୋଗୀ ସୃଷ୍ଟି କରିବାରେ ମଧ୍ୟ ତାଙ୍କର ଭୂମିକା ରାଜ୍ୟର କୋଣ ଅନୁକୋଣରେ ଗୁଞ୍ଜରିତ ହେଉଛି। ଏଭଳି ଜଣେ ସଫଳ ବ୍ୟବସାୟୀ ଜୟଦୁର୍ଗା ହୋମ୍‌ କେୟାର ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡ୍‌ର ଏମ୍‌ଡି ଇଂ ବାବୁରାମ ସ୍ବାଇଁଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର…

 

ପ୍ର-୧: କେମିକାଲ ଇଞ୍ଜିନିୟରିଂରୁ କେମିକାଲ ବ୍ୟବସାୟର ଯାତ୍ରା କିଭଳି ରହିଥିଲା?
ଉ- ଉଚ୍ଚଶିକ୍ଷା ଶେଷ ପରେ ସବୁବର୍ଗର ଛାତ୍ରଙ୍କର ଇଚ୍ଛା ଥାଏ ଯେ ସେ କୌଣସି ଏକ ସରକାରୀ ଓ ଘରୋଇ କ୍ଷେତ୍ରରେ ଚାକିରି କରି ୨ପଇସା ରୋଜଗାର କରିବା। ନିଜେ ସକ୍ଷମ ହେବା ପାଇଁ ମୁଁ ନିଯୁକ୍ତି ପଛରେ ନ ଗୋଡ଼ାଇ ନିଜେ କିଛି କରିବା ଲକ୍ଷ୍ୟରେ ବ୍ୟବସାୟରେ ମନୋନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଥିଲି। ବିଶେଷ କରି କେମିକାଲ ଇଞ୍ଜିନିୟରିଂର ଛାତ୍ର ହୋଇଥିବାରୁ କେମିକାଲ ଜାତ ସାମଗ୍ରୀ ଉତ୍ପାଦ ପାଇଁ ମନରେ ଦୁର୍ବଳତା ଥିଲା। ସେଥିପାଇଁ ମୁଁ ପ୍ରଥମେ କଲିକତାରୁ କେମିକାଲ ଉତ୍ପାଦନର ଆବଶ୍ୟକ ସାମଗ୍ରୀ ଆଣି ଭୁବନେଶ୍ୱରରେ ଭିନ୍ନ ଭିନ୍ନ ସାମଗ୍ରୀ ପ୍ରସ୍ତୁତି କରି ୧୯୯୯ରୁ ସ୍ମାଇଲ ପ୍ଲସ୍‌ ବ୍ରାଣ୍ଡ୍‌ରେ ଆନୁଷ୍ଠାନିକ ଭାବେ ବ୍ୟବସାୟ କରିଥିଲି।
ପ୍ର-୨: ବର୍ତ୍ତମାନ ସମୟରେ ଲଘୁ କେମିକାଲ ଉତ୍ପାଦନ ସାମଗ୍ରୀର ବଜାର କିଭଳି ରହିଛି?
ଉ- ଲଘୁ କେମିକାଲ ସାମଗ୍ରୀ ବ୍ୟବସାୟ ପୂର୍ବରୁ ଥିଲା, ବର୍ତ୍ତମାନ ମଧ୍ୟ ଅଛି ଏବଂ ଆଗକୁ ମଧ୍ୟ ରହିବ। ହେଲେ ଏହାର ବ୍ୟବସାୟିକ ବାତାବରଣ ଓ ପ୍ରଣାଳୀ ଏବଂ ବଜାର ଚାହିଦାକୁ ବେଶ୍‌ ଗୁରୁତ୍ୱ ଦିଆଯାଇଥାଏ। କାରଣ ଏହାର ବଜାର ବହୁତ ବଡ ଓ ଦୀର୍ଘସ୍ଥାୟୀ ହୋଇଥାଏ। ବିଶେଷକରି ଓଡ଼ିଶାରେ ମଧ୍ୟ ଏହାର ଚାହିଦା ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି। କାରଣ ଗୃହଠାରୁ ନେଇ ଗବେଷଣାଗାର ଏବଂ ଶିଳ୍ପଠାରୁ ନେଇ ସାମାଜିକ କାର୍ଯ୍ୟକ୍ଷେତ୍ର ପର୍ଯ୍ୟନ୍ତ ଏହାର ଆବଶ୍ୟକତା ରହିଥାଏ। ସେହିଭଳି କେମିକାଲ ସାମଗ୍ରୀ ବ୍ୟବସାୟର ମାକେର୍ଟ ଲିଡରମାନେ ଏହାର ସିଂହଭାଗ ଲାଭ ହାସଲ କରିଥାନ୍ତି। ଫଳରେ ବ୍ୟବସାୟ ବଞ୍ଚାଇବା ପାଇଁ ଗ୍ରାହକଙ୍କ ସହ ସାଲିସ କରିବାକୁ ପଡ଼ିଥାଏ।
ପ୍ର- ୩: କୋଭିଡ୍‌ ପୂର୍ବରୁ ଏବଂ ପରେ ଲଘୁ କେମିକାଲ ସାମଗ୍ରୀର ଚାହିଦା କିଭଳି ରହିଛି?
ଉ- କୋଭିଡ୍‌ ପୂର୍ବରୁ ରାଜ୍ୟରେ ପ୍ରାୟ ୪୦% ଲୋକ ଗୃହୋପଯୋଗୀ ବିଭିନ୍ନ ପ୍ରକାର କେମିକାଲ ଜାତ ସାମଗ୍ରୀ ବ୍ୟବହାର କରୁଥିଲେ। ହେଲେ କୋଭିଡ୍‌ ପରେ ଏହାର ବ୍ୟବହାର ୭୫ରୁ ୮୦% ବୃଦ୍ଧି ପାଇଛି। କାରଣ ମନରେ ଭୟ ସଞ୍ଚାର ହୋଇଥିବାରୁ ଘରେ ବିଶେଷକରି ଫିନାଇଲଠାରୁ ଆରମ୍ଭ କରି ବ୍ଲିଚିଂ ଏବଂ ହ୍ୟାଣ୍ଡ ଓ୍ବାଶ୍‌ର ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି। ସେହିଭଳି ବର୍ତ୍ତମାନ ସମୟରେ ଲଘୁ କେମିକାଲଜାତ ସାମଗ୍ରୀର ଚାହିଦା ଅଧିକ ଥିଲେ ମଧ୍ୟ ସାମଗ୍ରୀ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ଓ ଆମଦାନୀ ମୂଲ୍ୟ ବୃଦ୍ଧି କାରଣରୁ କେମିକାଲ ମୂଲ୍ୟ ବଢ଼ିଛି।
ପ୍ର-୪: ଆଗାମୀ ଦିନରେ ବ୍ୟବସାୟିକ ସମ୍ପ୍ରସାରଣର ଯୋଜନା ରହିଛି କି?
ଉ- ବର୍ତ୍ତମାନର ପ୍ରତିଯୋଗିତାମୂଳକ ବଜାରରେ ବଞ୍ଚତ୍ରହିବାର ଯୋଜନା ସହ ବ୍ୟବସାୟିକ ସମ୍ପ୍ରସାରଣର କୌଣସି ଯୋଜନା ନାହିଁ। କିନ୍ତୁ ବ୍ୟବସାୟର ଧାରା ବଦଳାଇବା ସହ ଲୋକଙ୍କ ନିକଟତର ହେବାକୁ ଆବଶ୍ୟକ ପଦକ୍ଷେପ ଗହଣ କରାଯାଉଛି। ବର୍ତ୍ତମାନ କମ୍ପାନୀ ସ୍ମାଇଲ ପ୍ଲସ୍‌ ବ୍ରାଣ୍ଡ୍‌ରେ ବିଭିନ୍ନ ପ୍ରକାର ଲଘୁ କେମିକାଲ ସାମଗ୍ରୀ ବିକ୍ରି କରୁଥିବା ବେଳେ ଜୟଦୁର୍ଗା କେମିକାଲ୍ସ, ଜୟଦୁର୍ଗା ପେଟ୍‌ ଇଣ୍ଡଷ୍ଟ୍ରି ଓ ସ୍ମାଇଲ ଗୋଲ୍‌ଡ ନାମରେ ମଧ୍ୟ ଭିନ୍ନ ବ୍ୟବସାୟ ଚଳାଇଛି।
ପ୍ର-୫: କମ୍ପାନୀର ବିଭିନ୍ନ ବ୍ରାଣ୍ଡ୍‌ ଲୋକାଭିମୁଖ୍ୟ ହେବାର ରହସ୍ୟ କ’ଣ?
ଉ- ଜୟଦୁର୍ଗା ହୋମ୍‌ କେୟାର ପ୍ରଡକ୍ଟସ ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ୪ଟି ବ୍ରାଣ୍ଡ୍‌ ରାଜ୍ୟରେ କାରବାର କରୁଛି। କମ୍ପାନୀ ବିଶେଷକରି କେମିକାଲ ଓ କେମିକାଲ ଜାତ ସାମଗ୍ରୀ ଉପରେ ଅଧିକ ପ୍ରାଧାନ୍ୟ ଦେଇଥିବାବେଳେ ଅନ୍ୟ ବ୍ୟବସାୟକୁ ମଧ୍ୟ ଲୋକଲୋଚନକୁ ଆଣିବାରେ ପ୍ରୟାସ ଜାରି ରଖିଛି। ଗ୍ରାହକଙ୍କୁ ଉପଯୁକ୍ତ ସେବା ସାଙ୍ଗକୁ ଗୁଣାତ୍ମକ ସାମଗ୍ରୀ ଓ ବିକ୍ରି ପରବର୍ତ୍ତୀ ସେବା ଯୋଗାଇବା ସହ ଗ୍ରାହକ ସମ୍ପର୍କ ବୃଦ୍ଧିକୁ ସବୁ ସମୟରେ ଗୁରୁତ୍ୱ ଦେଲେ ବ୍ରାଣ୍ଡ୍‌ ଓ ବ୍ୟବସାୟ ଲୋକଲୋଚନକୁ ଆସିଥାଏ। ସେହିଭଳି ହୋମ୍‌ କେୟାର ଉତ୍ପାଦ ପ୍ରତି ସମୟରେ ବ୍ୟବହାର ହୋଇଥାଏ। ଅପରପକ୍ଷରେ କମ୍ପାନୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଥିବାରୁ ରାଜ୍ୟର କୋଣ ଅନୁକୋଣରୁ ଶହ ଶହ ପିଲା ପ୍ରତିବର୍ଷ ସାମଗ୍ରୀ ଉତ୍ପାଦନର କଳା କୌଶଳର ଟ୍ରେନିଂ ନେଇ ନିଜେ ଜଣେ ଜଣେ ଉଦ୍ୟୋଗୀ ହୋଇପାରିଥାନ୍ତି। ଫଳରେ ବ୍ରାଣ୍ଡ୍‌ର ପ୍ରଚାର ଓ ପ୍ରସାର ସାଙ୍ଗକୁ ଲୋକାଭିମୁଖ୍ୟ ମଧ୍ୟ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?