ସମ୍ପର୍କରୁ ମିଳିଛି ଲୋକପ୍ରିୟତା

ଛୋଟ ଏକ ଗାଁ ଆଉ ଛୋଟିଆ ଆଶା ଧରି ମେଧାବୀ ଛାତ୍ର ଜଣକ (ଇଞ୍ଜିନିୟରିଂ ଶିକ୍ଷା ଶେଷ ବର୍ଷ) ଭୁବନେଶ୍ୱରରେ ବ୍ୟବସାୟ କରିବାକୁ ମନ ବଳାଇଥିଲେ। ଏପରିକି ବ୍ୟବସାୟରେ ପାଦଦେବା ସହ ବହୁ ଘାତ ପ୍ରତିଘାତ ପରେ ମଧ୍ୟ ସେ ଜଣେ ସଫଳ ବ୍ୟବସାୟୀ ହେବା ସହ ନୂଆ ଉଦ୍ୟୋଗୀ ସୃଷ୍ଟି କରିବାରେ ଅତୁଳନୀୟ ଭୂମିକା ନିର୍ବାହ କରୁଛନ୍ତି। ସେହିଭଳି ବ୍ୟବସାୟ କ୍ଷେତ୍ରରେ ଯେତିକି ସଫଳ ସେହି ଅନୁସାରେ ଉଦ୍ୟୋଗୀ ସୃଷ୍ଟି କରିବାରେ ମଧ୍ୟ ତାଙ୍କର ଭୂମିକା ରାଜ୍ୟର କୋଣ ଅନୁକୋଣରେ ଗୁଞ୍ଜରିତ ହେଉଛି। ଏଭଳି ଜଣେ ସଫଳ ବ୍ୟବସାୟୀ ଜୟଦୁର୍ଗା ହୋମ୍‌ କେୟାର ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡ୍‌ର ଏମ୍‌ଡି ଇଂ ବାବୁରାମ ସ୍ବାଇଁଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର…

 

ପ୍ର-୧: କେମିକାଲ ଇଞ୍ଜିନିୟରିଂରୁ କେମିକାଲ ବ୍ୟବସାୟର ଯାତ୍ରା କିଭଳି ରହିଥିଲା?
ଉ- ଉଚ୍ଚଶିକ୍ଷା ଶେଷ ପରେ ସବୁବର୍ଗର ଛାତ୍ରଙ୍କର ଇଚ୍ଛା ଥାଏ ଯେ ସେ କୌଣସି ଏକ ସରକାରୀ ଓ ଘରୋଇ କ୍ଷେତ୍ରରେ ଚାକିରି କରି ୨ପଇସା ରୋଜଗାର କରିବା। ନିଜେ ସକ୍ଷମ ହେବା ପାଇଁ ମୁଁ ନିଯୁକ୍ତି ପଛରେ ନ ଗୋଡ଼ାଇ ନିଜେ କିଛି କରିବା ଲକ୍ଷ୍ୟରେ ବ୍ୟବସାୟରେ ମନୋନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଥିଲି। ବିଶେଷ କରି କେମିକାଲ ଇଞ୍ଜିନିୟରିଂର ଛାତ୍ର ହୋଇଥିବାରୁ କେମିକାଲ ଜାତ ସାମଗ୍ରୀ ଉତ୍ପାଦ ପାଇଁ ମନରେ ଦୁର୍ବଳତା ଥିଲା। ସେଥିପାଇଁ ମୁଁ ପ୍ରଥମେ କଲିକତାରୁ କେମିକାଲ ଉତ୍ପାଦନର ଆବଶ୍ୟକ ସାମଗ୍ରୀ ଆଣି ଭୁବନେଶ୍ୱରରେ ଭିନ୍ନ ଭିନ୍ନ ସାମଗ୍ରୀ ପ୍ରସ୍ତୁତି କରି ୧୯୯୯ରୁ ସ୍ମାଇଲ ପ୍ଲସ୍‌ ବ୍ରାଣ୍ଡ୍‌ରେ ଆନୁଷ୍ଠାନିକ ଭାବେ ବ୍ୟବସାୟ କରିଥିଲି।
ପ୍ର-୨: ବର୍ତ୍ତମାନ ସମୟରେ ଲଘୁ କେମିକାଲ ଉତ୍ପାଦନ ସାମଗ୍ରୀର ବଜାର କିଭଳି ରହିଛି?
ଉ- ଲଘୁ କେମିକାଲ ସାମଗ୍ରୀ ବ୍ୟବସାୟ ପୂର୍ବରୁ ଥିଲା, ବର୍ତ୍ତମାନ ମଧ୍ୟ ଅଛି ଏବଂ ଆଗକୁ ମଧ୍ୟ ରହିବ। ହେଲେ ଏହାର ବ୍ୟବସାୟିକ ବାତାବରଣ ଓ ପ୍ରଣାଳୀ ଏବଂ ବଜାର ଚାହିଦାକୁ ବେଶ୍‌ ଗୁରୁତ୍ୱ ଦିଆଯାଇଥାଏ। କାରଣ ଏହାର ବଜାର ବହୁତ ବଡ ଓ ଦୀର୍ଘସ୍ଥାୟୀ ହୋଇଥାଏ। ବିଶେଷକରି ଓଡ଼ିଶାରେ ମଧ୍ୟ ଏହାର ଚାହିଦା ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି। କାରଣ ଗୃହଠାରୁ ନେଇ ଗବେଷଣାଗାର ଏବଂ ଶିଳ୍ପଠାରୁ ନେଇ ସାମାଜିକ କାର୍ଯ୍ୟକ୍ଷେତ୍ର ପର୍ଯ୍ୟନ୍ତ ଏହାର ଆବଶ୍ୟକତା ରହିଥାଏ। ସେହିଭଳି କେମିକାଲ ସାମଗ୍ରୀ ବ୍ୟବସାୟର ମାକେର୍ଟ ଲିଡରମାନେ ଏହାର ସିଂହଭାଗ ଲାଭ ହାସଲ କରିଥାନ୍ତି। ଫଳରେ ବ୍ୟବସାୟ ବଞ୍ଚାଇବା ପାଇଁ ଗ୍ରାହକଙ୍କ ସହ ସାଲିସ କରିବାକୁ ପଡ଼ିଥାଏ।
ପ୍ର- ୩: କୋଭିଡ୍‌ ପୂର୍ବରୁ ଏବଂ ପରେ ଲଘୁ କେମିକାଲ ସାମଗ୍ରୀର ଚାହିଦା କିଭଳି ରହିଛି?
ଉ- କୋଭିଡ୍‌ ପୂର୍ବରୁ ରାଜ୍ୟରେ ପ୍ରାୟ ୪୦% ଲୋକ ଗୃହୋପଯୋଗୀ ବିଭିନ୍ନ ପ୍ରକାର କେମିକାଲ ଜାତ ସାମଗ୍ରୀ ବ୍ୟବହାର କରୁଥିଲେ। ହେଲେ କୋଭିଡ୍‌ ପରେ ଏହାର ବ୍ୟବହାର ୭୫ରୁ ୮୦% ବୃଦ୍ଧି ପାଇଛି। କାରଣ ମନରେ ଭୟ ସଞ୍ଚାର ହୋଇଥିବାରୁ ଘରେ ବିଶେଷକରି ଫିନାଇଲଠାରୁ ଆରମ୍ଭ କରି ବ୍ଲିଚିଂ ଏବଂ ହ୍ୟାଣ୍ଡ ଓ୍ବାଶ୍‌ର ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି। ସେହିଭଳି ବର୍ତ୍ତମାନ ସମୟରେ ଲଘୁ କେମିକାଲଜାତ ସାମଗ୍ରୀର ଚାହିଦା ଅଧିକ ଥିଲେ ମଧ୍ୟ ସାମଗ୍ରୀ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ଓ ଆମଦାନୀ ମୂଲ୍ୟ ବୃଦ୍ଧି କାରଣରୁ କେମିକାଲ ମୂଲ୍ୟ ବଢ଼ିଛି।
ପ୍ର-୪: ଆଗାମୀ ଦିନରେ ବ୍ୟବସାୟିକ ସମ୍ପ୍ରସାରଣର ଯୋଜନା ରହିଛି କି?
ଉ- ବର୍ତ୍ତମାନର ପ୍ରତିଯୋଗିତାମୂଳକ ବଜାରରେ ବଞ୍ଚତ୍ରହିବାର ଯୋଜନା ସହ ବ୍ୟବସାୟିକ ସମ୍ପ୍ରସାରଣର କୌଣସି ଯୋଜନା ନାହିଁ। କିନ୍ତୁ ବ୍ୟବସାୟର ଧାରା ବଦଳାଇବା ସହ ଲୋକଙ୍କ ନିକଟତର ହେବାକୁ ଆବଶ୍ୟକ ପଦକ୍ଷେପ ଗହଣ କରାଯାଉଛି। ବର୍ତ୍ତମାନ କମ୍ପାନୀ ସ୍ମାଇଲ ପ୍ଲସ୍‌ ବ୍ରାଣ୍ଡ୍‌ରେ ବିଭିନ୍ନ ପ୍ରକାର ଲଘୁ କେମିକାଲ ସାମଗ୍ରୀ ବିକ୍ରି କରୁଥିବା ବେଳେ ଜୟଦୁର୍ଗା କେମିକାଲ୍ସ, ଜୟଦୁର୍ଗା ପେଟ୍‌ ଇଣ୍ଡଷ୍ଟ୍ରି ଓ ସ୍ମାଇଲ ଗୋଲ୍‌ଡ ନାମରେ ମଧ୍ୟ ଭିନ୍ନ ବ୍ୟବସାୟ ଚଳାଇଛି।
ପ୍ର-୫: କମ୍ପାନୀର ବିଭିନ୍ନ ବ୍ରାଣ୍ଡ୍‌ ଲୋକାଭିମୁଖ୍ୟ ହେବାର ରହସ୍ୟ କ’ଣ?
ଉ- ଜୟଦୁର୍ଗା ହୋମ୍‌ କେୟାର ପ୍ରଡକ୍ଟସ ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ୪ଟି ବ୍ରାଣ୍ଡ୍‌ ରାଜ୍ୟରେ କାରବାର କରୁଛି। କମ୍ପାନୀ ବିଶେଷକରି କେମିକାଲ ଓ କେମିକାଲ ଜାତ ସାମଗ୍ରୀ ଉପରେ ଅଧିକ ପ୍ରାଧାନ୍ୟ ଦେଇଥିବାବେଳେ ଅନ୍ୟ ବ୍ୟବସାୟକୁ ମଧ୍ୟ ଲୋକଲୋଚନକୁ ଆଣିବାରେ ପ୍ରୟାସ ଜାରି ରଖିଛି। ଗ୍ରାହକଙ୍କୁ ଉପଯୁକ୍ତ ସେବା ସାଙ୍ଗକୁ ଗୁଣାତ୍ମକ ସାମଗ୍ରୀ ଓ ବିକ୍ରି ପରବର୍ତ୍ତୀ ସେବା ଯୋଗାଇବା ସହ ଗ୍ରାହକ ସମ୍ପର୍କ ବୃଦ୍ଧିକୁ ସବୁ ସମୟରେ ଗୁରୁତ୍ୱ ଦେଲେ ବ୍ରାଣ୍ଡ୍‌ ଓ ବ୍ୟବସାୟ ଲୋକଲୋଚନକୁ ଆସିଥାଏ। ସେହିଭଳି ହୋମ୍‌ କେୟାର ଉତ୍ପାଦ ପ୍ରତି ସମୟରେ ବ୍ୟବହାର ହୋଇଥାଏ। ଅପରପକ୍ଷରେ କମ୍ପାନୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଥିବାରୁ ରାଜ୍ୟର କୋଣ ଅନୁକୋଣରୁ ଶହ ଶହ ପିଲା ପ୍ରତିବର୍ଷ ସାମଗ୍ରୀ ଉତ୍ପାଦନର କଳା କୌଶଳର ଟ୍ରେନିଂ ନେଇ ନିଜେ ଜଣେ ଜଣେ ଉଦ୍ୟୋଗୀ ହୋଇପାରିଥାନ୍ତି। ଫଳରେ ବ୍ରାଣ୍ଡ୍‌ର ପ୍ରଚାର ଓ ପ୍ରସାର ସାଙ୍ଗକୁ ଲୋକାଭିମୁଖ୍ୟ ମଧ୍ୟ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ସମ୍ବଲପୁରରୁ ଲଢିବେନି ପ୍ରସନ୍ନ ଆଚାର୍ଯ୍ୟ !

ଭୁବନେଶ୍ୱର,୧୬।୪: ସମ୍ବଲପୁରରେ ଟିକେଟକୁ ନେଇ ଅମଙ୍ଗ ଅଛନ୍ତି କି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ! କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା

ଭୁବନେଶ୍ୱର,୧୬।୪: ପ୍ରାୟ ଦୁଇ ସପ୍ତାହ ପରେ ଆସିଲା ଭାଜପାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା। କାହାର ଟିକେଟ ବଦଳିବ, କାହାର ଟିକେଟ କଟିବ, ସେ ନେଇ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

୧୮-୧୯ରେ ଜାଳିବ

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ରାଜ୍ୟକୁ ପୁଣି ଫେରିଛି ତାତି। ଆଜି ୨୯ ସହରରେ ଦିନ ତାପମାତ୍ରା ୪୦ରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ଆଜି ବାରିପଦା ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri