ପୂଜା ପ୍ରଦୂଷଣ କଟକଣା ନାମକୁମାତ୍ର

କେନ୍ଦ୍ରାପଡ଼ା ଅଫିସ, ୨୧ା୯: ଦୁଇବର୍ଷ ଧରି କରୋନା କଟକଣା ପରେ ଚଳିତବର୍ଷ କେନ୍ଦ୍ରାପଡା ଜିଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନିକ ସ୍ତରରେ କେତେକ କଟକଣା ଲାଗୁ ହେବ ବୋଲି ସୂଚନା ମିଳିଛି। ଉତ୍ସବ ସମୟରେ ଡିଜେ, ଅଶ୍ଳୀଳ ସଂଗୀତ, ମୂର୍ତ୍ତି ବିସର୍ଜନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଆରମ୍ଭ ହୋଇଯାଇଛି। ଅଶ୍ଳୀଳ ସଂଗୀତର ପରିମାପକ କ’ଣ ରହିବ, ବିସର୍ଜନ ପୋଖରୀ ନାମକୁମାତ୍ର ହେଉଥିବା ବେଳେ ଏହାର ବାସ୍ତବିକତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି। ଅପରପକ୍ଷରେ ଶବ୍ଦ, ବାୟୁ ଓ ଜଳ ପ୍ରଦୂଷଣ ଉପରେ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ସହରର ବିଜୟ କୁମାର ମଣ୍ଡଳ କହିଛନ୍ତି, ପ୍ରଶାସନ ପକ୍ଷରୁ ଅଶ୍ଳୀଳ ନାଚ ଗୀତକୁ ବାରଣ ହୋଇଛି। ତେବେ କେଉଁ ଗୀତ ଭଲ ଓ କେଉଁ ଗୀତ ଖରାପ ବୋଲି କୌଣସି ପରିମାପକ ଦର୍ଶାଯାଇନାହିଁ; ଯାହା ପୂଜା କମିଟି ଉପରେ ଚାପ ସୃଷ୍ଟି କରିଛି। ସାମାଜିକ କର୍ମୀ ତୁଳସୀ ମହାରଣା କହିଛନ୍ତି, ପୂଜା ପାର୍ବଣଠାରୁ ବାହାଘର ଉତ୍ସବରେ ଏବେ ଦୁଇଅର୍ଥ ବୋଧକ ଗୀତ ଆମ ହିନ୍ଦୁ ସଂସ୍କୃତିକୁ ବିକୃତ କରୁଛି। ବିଭିନ୍ନ ସମୟରେ ଏହି ଗୀତର କେତେକ ପଦ ମହିଳାଙ୍କୁ ଲକ୍ଷ୍ୟ କରି ବୋଲା ଯାଉଥିବାରୁ ଯାତାୟାତ ସମୟରେ ସମସ୍ୟା ସୃଷ୍ଟି କରୁଛି। ଏପରି କି ଏଥିପାଇଁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଛୋଟିର ନିହାର ରଞ୍ଜନ ପ୍ରଧାନ କହିଛନ୍ତି, ଗଣେଶ ପୂଜାଠାରୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ବିଭିନ୍ନ ପୂଜା ପାର୍ବଣ ପାଇଁ ମୂର୍ତ୍ତି ଗଠନ ହେଉଛି। ତେବେ ଏହି ମୂର୍ତ୍ତି ଗଠନ ସମୟରେ ପ୍ଲାଷ୍ଟର ଅଫ ପ୍ୟାରିସ ଓ କେତେକ ରାସାୟନିକ ଦ୍ରବ୍ୟର ରଙ୍ଗ ବ୍ୟବହାର ହେଉଛି। ପ୍ରଶାସନ ପକ୍ଷରୁ ଅସ୍ଥାୟୀ ପୋଖରୀ କେବଳ ନାମକୁ ମାତ୍ର ନଦୀ ଗଡ଼ିଆରେ ତିଆରି ହେଉଛି। ମୂର୍ତ୍ତି ବିସର୍ଜନ ପରେ ଅଳିଆ ଜଳଉତ୍ସକୁ ପ୍ରଦୂଷିତ କରୁଛି; ଯାହା ଜଳଚର ଜୀବଙ୍କ ପାଇଁ ହାନିକାରକ। ପରିବେଶବିତ୍‌ ବିରଜା ପ୍ରସାଦ ପାଣି କୁହନ୍ତି, ମୂର୍ତ୍ତିି କାରିଗରମାନେ ପ୍ଲାଷ୍ଟର ଅଫ ପ୍ୟାରିସ, କାଡମିୟମ, ଲିଡ୍‌, କପର, ଜିଙ୍କ, ପାରଦ, କ୍ରୋମିୟମ ଆଦି ରାସାୟନିକ ଦ୍ରବ୍ୟକୁ ବ୍ୟବହାର କରୁଛନ୍ତି। ଏହି ପଦାର୍ଥ ଜଳରେ ମିଳାଇ ନ ଯାଇ ଅଧିକ ସମୟ ରହିଥାଏ। ଫଳରେ ଏହି ରାସାୟନିକ ଦ୍ରବ୍ୟର ସଂସ୍ପର୍ଶରେ ଆସି ଜଳଚର ଜୀବ ମୃତ୍ୟୁମୁଖରେ ପଡିଥାନ୍ତି। ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କୁହନ୍ତି, ସାମ୍ପ୍ରତିକ ସମୟରେ ପର୍ବପର୍ବାଣି ପାଳନରେ ପ୍ରତିଦ୍ୱନ୍ଦ୍ୱିତା ବଢୁଛି। ସାଧାରଣ ଲୋକ ୫୦ରୁ ୬୦ ଡେସିବଲ ପର୍ଯ୍ୟନ୍ତ ଶବ୍ଦକୁ ସହ୍ୟ କରୁଥିବା ବେଳେ ଡିଜେ ଦ୍ୱାରା ୩୦୦ରୁ ଅଧିକ ଡେସିବଲ ଶବ୍ଦ ହେଉଛି; ଯାହା ରୋଗୀ, ଶିଶୁ, ବୃଦ୍ଧାବୃଦ୍ଧ ଏପରି କି ଦୁର୍ବଳ ହୋଇପଡିଥିବା ଘର ପ୍ରତି ବିପଦ ବଢ଼ାଉଛି। ସେହିପରି ପୂଜା ସରିବା ପରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରତି ଧ୍ୟାନ ଦିଆଯାଉନାହିଁ। ଖଡିଅଙ୍ଗ ପୂଜା କମିଟି ସଭାପତି ଭାବଗ୍ରାହୀ ସିଂହ କହିଛନ୍ତି, ଛକ ବଜାର, ସହରରେ ମୂର୍ତ୍ତି ପ୍ରତିଷ୍ଠା ଓ ଅଧିକ ମନୋରଞ୍ଜନ ମଧ୍ୟରେ ବଜାର ଅର୍ଥନୀତି ଲୁଚି ରହିଛି। ଯାତ୍ରୀ ଆଗମନ ସଂଖ୍ୟା ଅଧିକ ରହିଲେ ବ୍ୟବସାୟ ଭଲ ହେବ। ଶ୍ରଦ୍ଧାଳୁଙ୍କୁ ଧରି ରଖିବା ପାଇଁ ଆକର୍ଷଣୀୟ ସାଜସଜ୍ଜା ସହ ମନୋରଞ୍ଜନ କାର୍ଯ୍ୟକ୍ରମ କରିବାକୁ ପଡୁଛି। ପଣ୍ଡିତ ହୃଷୀକେଶ ରଥ କୁହନ୍ତି, ପୁରାଣ ଓ ବ୍ରତରେ ମୂର୍ତ୍ତି ନିର୍ମାଣ ପାଇଁ ବିଧି ବ୍ୟବସ୍ଥା ଅଛି। ଏହି ମୂର୍ତ୍ତି ସାଧାରଣରେ ସୁନା, ରୁପା, ପିତଳ, ପଥର ଆଦି ସହ ମାଟିରେ ନିର୍ମାଣ ହୁଏ। ମାଟି ମୂର୍ତ୍ତିକୁ ବିସର୍ଜନ କରାଯାଏ। ମୂର୍ତ୍ତିକୁ ଆକର୍ଷଣୀୟ କରିବାକୁ ପୂର୍ବରୁ ପ୍ରାକୃତିକ ସରଞ୍ଜାମ ବ୍ୟବହାର କରାଯାଉଥିଲା; ଯାହା ଜୀବଜଗତ ପାଇଁ କୌଣସି କ୍ଷତି ନ ଥିଲା। ମୂର୍ତ୍ତି କାରିଗର କୈଳାସ ମହାରଣା କୁହନ୍ତି, ସ୍ବଳ୍ପ ସମୟ, ଅଳ୍ପ ଅର୍ଥ ବ୍ୟୟରେ ସୁନ୍ଦର ମୂର୍ତ୍ତି ନେବା ପାଇଁ ଶ୍ରଦ୍ଧାଳୁ ସର୍ବଦା ଚାହିଁଥାନ୍ତି। ଏ କ୍ଷେତ୍ରରେ ପ୍ଲାଷ୍ଟର ଅଫ ପ୍ୟାରିସ ଓ ବଜାରରୁ ମିଳୁଥିବା ରଙ୍ଗକୁ ବ୍ୟବହାର କରିବାକୁ ପଡେ। ତେବେ ବଡ ମୂର୍ତ୍ତି ନିର୍ମାଣ କ୍ଷେତ୍ରରେ ମାଟି ଓ ନଡାକୁ ପ୍ରାଧାନ୍ୟ ଦେଇଛୁ। ସାମାଜିକ କର୍ମୀ ବାନାମ୍ବର ସାହୁ କୁହନ୍ତି, ଛୋଟ ମୂର୍ତ୍ତି ଗଠନ ସମୟରେ ପ୍ଲାଷ୍ଟର ଅଫ ପ୍ୟାରିସ ବଦଳରେ ମଇଦା, ଅଟା, ମକା, ବାଜରା ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥକୁ ନେଇ ଗଠନ କରିପାରିବା। ସେହିପରି ହଳଦୀ, ଚନ୍ଦନ, କାଜଲ, ଗେରୁ ରଙ୍ଗ, ଫୁଲ ପତ୍ର ମାଧ୍ୟମରେ ମୂର୍ତ୍ତିର ସୌନ୍ଦର୍ଯ୍ୟ ଅଣାଯାଇପାରିବ। ଫଳରେ ମୂର୍ତ୍ତି ବିସର୍ଜନ ପରେ ଜଳଚର ଜୀବ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିପାରିବେ। ଏ ସମ୍ପର୍କରେ ଜନ ସମାଜ ସଚେତନ ନ ହେଲେ ଶବ୍ଦ, ବାୟୁ ଓ ଜଳ ପ୍ରଦୂଷଣ ପାଇଁ ଆଗାମୀଦିନରେ ମନୁଷ୍ୟ ଓ ଜୀବଜନ୍ତୁଙ୍କ ବଞ୍ଚତ୍ବା ଅସମ୍ଭବ ହୋଇପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri