୫୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ପୋନ୍ନିୟିନ ସେଲଭମ: ୧’

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ: ୧’ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛି । ସାରା ବିଶ୍ୱରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ୫୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଏହି ଫିଲ୍ମକୁ ଦର୍ଶକଙ୍କର ଜବରଦସ୍ତ ରେସପନ୍ସ ମିଳିଛି । ଏବେ ଏହି ଫିଲ୍ମ ଏକ ଡିଜିଟାଲ ପ୍ଲାଟଫର୍ମରେ ବି ଉବଲବ୍ଧ ହେଉଛି । ଏକ ରିପୋର୍ଟ ଅନୁଯାୟୀ, ପୋନ୍ନିୟିନ ସେଲଭମ: ପାର୍ଟ ୧’ ଏବେ ଆମେଜନ ପ୍ରାଇମ ଭିଡିଓରେ ୧୯୯ ଟଙ୍କା ଭଡାରେ ଉପଲବ୍ଧ ହେଉଛି । ଏହି ଫିଲ୍ମ ୪ ନଭେମ୍ବରରେ ପ୍ରାଇମ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଫିଲ୍ମ ଓଟିଟି ପ୍ଲାଟଫର୍ମରେ ହିନ୍ଦୀ ବ୍ୟତୀତ ୪ ଭାଷାରେ ଷ୍ଟ୍ରିମିଂ ହେବ । ଏହା ଜାଣିବା ପରେ ପ୍ରଶଂସକ ଖୁବ୍ ଖୁସି ଅଛନ୍ତି ।
ସୂଚନାଯୋଗ୍ୟ, ଫିଲ୍ମଟି ଦୁଇ ଭାଗରେ ନିର୍ମାଣ କରାଯାଇଛି । ଏହାର ପ୍ରଥମ ଭାଗ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏଥିରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଚିୟାନ ବିକ୍ରମ, କାର୍ଥି ଓ ତୃଷା କୃଷ୍ଣନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମକୁ ସଙ୍ଗିତରେ ସଜାଇଛନ୍ତି ଏ ଆର ରହମାନ । ‘ପୋନ୍ନିୟିନ ସେଲଭମ’ କଳ୍କି କୃଷ୍ଣମୂର୍ତ୍ତିଙ୍କ ଏହି ନାମରେ ଐତିହାସିକ କାଳ ଆଧାରିତ କାଳ୍ପନିକ ଉପନ୍ୟାସର ରୂପାନ୍ତରଣ । ପୋନ୍ନିୟିନ ସେଲଭମ: ପାର୍ଟ୧’ରେ ଐଶ୍ୱର୍ଯ୍ୟାଙ୍କ ସହ ଅଭିନେତା କାର୍ଥି ମୁଖ୍ୟ ଭୂମିକାରେ ଆସିଛନ୍ତି ।
ଅନ୍ୟପଟେ ସାଉଥର ଟ୍ୟାଲେଣ୍ଟେଡ ଆକ୍ଟ୍ରେସ୍ ତ୍ରିଶାଙ୍କୁ କୁଣ୍ଡୱାଇ ରୂପେ ଦେଖିବାକୁ ମିଳିଛି । ଫିଲ୍ମଟି ୩୦ ସେପ୍ଟେମ୍ବରରେ ସାରା ଭାରତରେ ତାମଲି. ତେଲଗୁ, ହିନ୍ଦୀ, କନ୍ନଡ, ମାଲୟଲମର କିଛି ଭାଷାରେ ରିଲିଜ୍ ହୋଇଥିଲା । ‘ପୋନ୍ନିୟିନ ସେଲଭମ’ ଏବେ ଆମେଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ କରୁଛି । ଏହି ଫିଲ୍ମ ପ୍ରତି ଦର୍ଶକଙ୍କର ଅଦ୍ଭୁତ କ୍ରେଜ ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri