Advertisement

୫୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ପୋନ୍ନିୟିନ ସେଲଭମ: ୧’

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ: ୧’ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛି । ସାରା ବିଶ୍ୱରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ୫୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଏହି ଫିଲ୍ମକୁ ଦର୍ଶକଙ୍କର ଜବରଦସ୍ତ ରେସପନ୍ସ ମିଳିଛି । ଏବେ ଏହି ଫିଲ୍ମ ଏକ ଡିଜିଟାଲ ପ୍ଲାଟଫର୍ମରେ ବି ଉବଲବ୍ଧ ହେଉଛି । ଏକ ରିପୋର୍ଟ ଅନୁଯାୟୀ, ପୋନ୍ନିୟିନ ସେଲଭମ: ପାର୍ଟ ୧’ ଏବେ ଆମେଜନ ପ୍ରାଇମ ଭିଡିଓରେ ୧୯୯ ଟଙ୍କା ଭଡାରେ ଉପଲବ୍ଧ ହେଉଛି । ଏହି ଫିଲ୍ମ ୪ ନଭେମ୍ବରରେ ପ୍ରାଇମ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଫିଲ୍ମ ଓଟିଟି ପ୍ଲାଟଫର୍ମରେ ହିନ୍ଦୀ ବ୍ୟତୀତ ୪ ଭାଷାରେ ଷ୍ଟ୍ରିମିଂ ହେବ । ଏହା ଜାଣିବା ପରେ ପ୍ରଶଂସକ ଖୁବ୍ ଖୁସି ଅଛନ୍ତି ।
ସୂଚନାଯୋଗ୍ୟ, ଫିଲ୍ମଟି ଦୁଇ ଭାଗରେ ନିର୍ମାଣ କରାଯାଇଛି । ଏହାର ପ୍ରଥମ ଭାଗ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏଥିରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଚିୟାନ ବିକ୍ରମ, କାର୍ଥି ଓ ତୃଷା କୃଷ୍ଣନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମକୁ ସଙ୍ଗିତରେ ସଜାଇଛନ୍ତି ଏ ଆର ରହମାନ । ‘ପୋନ୍ନିୟିନ ସେଲଭମ’ କଳ୍କି କୃଷ୍ଣମୂର୍ତ୍ତିଙ୍କ ଏହି ନାମରେ ଐତିହାସିକ କାଳ ଆଧାରିତ କାଳ୍ପନିକ ଉପନ୍ୟାସର ରୂପାନ୍ତରଣ । ପୋନ୍ନିୟିନ ସେଲଭମ: ପାର୍ଟ୧’ରେ ଐଶ୍ୱର୍ଯ୍ୟାଙ୍କ ସହ ଅଭିନେତା କାର୍ଥି ମୁଖ୍ୟ ଭୂମିକାରେ ଆସିଛନ୍ତି ।
ଅନ୍ୟପଟେ ସାଉଥର ଟ୍ୟାଲେଣ୍ଟେଡ ଆକ୍ଟ୍ରେସ୍ ତ୍ରିଶାଙ୍କୁ କୁଣ୍ଡୱାଇ ରୂପେ ଦେଖିବାକୁ ମିଳିଛି । ଫିଲ୍ମଟି ୩୦ ସେପ୍ଟେମ୍ବରରେ ସାରା ଭାରତରେ ତାମଲି. ତେଲଗୁ, ହିନ୍ଦୀ, କନ୍ନଡ, ମାଲୟଲମର କିଛି ଭାଷାରେ ରିଲିଜ୍ ହୋଇଥିଲା । ‘ପୋନ୍ନିୟିନ ସେଲଭମ’ ଏବେ ଆମେଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ କରୁଛି । ଏହି ଫିଲ୍ମ ପ୍ରତି ଦର୍ଶକଙ୍କର ଅଦ୍ଭୁତ କ୍ରେଜ ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜେମ୍ସ ବଣ୍ଡର ନିର୍ଦ୍ଦେଶକଙ୍କ ପରଲୋକ

ଲଣ୍ଡନ,୧୧ ।୧: ଜଣାଶୁଣା ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ମାଇକେଲ ଏପ୍ଟେଡଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଡାଇରେକ୍ଟର୍ସ ଗିଲ୍ଡ ଅଫ୍...

ଅମିତାଭଙ୍କ ନାତିଙ୍କ ସହ ଡେବ୍ୟୁ କରିବେ ସୁହାନା

ମୁମ୍ବାଇ: ଏବେ ଆସିଛି ଷ୍ଟାର କିଡଙ୍କ ଜମାନ । ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା, ଶାହାରୁଖ ଖାଁଙ୍କ ଝିଅ ସୁହାନା ଖାଁ ଓ ଶ୍ରୀଦେବୀଙ୍କ...

ଆରପାରିରେ ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ମନମୋହନ ମହାପାତ୍ର

ଭୁବନେଶ୍ୱର, ୧୩।୧: ବିଶିଷ୍ଟ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୬୯ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ...

ବିବାଦ ଘେରରେ ଗୁଞ୍ଜନ ସକ୍ସସେନା ବାୟୋପିକ୍‌

ମୁମ୍ବାଇ: ବୁଧବାର ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗୁଞ୍ଜନ ସକ୍ସସେନା ଏବେ ବିବାଦ ଘେରକୁ ଚାଲି ଆସିଛି। ଏହି ଫିଲ୍ମରେ ଅନାବଶ୍ୟକ ନକାରାତ୍ମକ ଦୃଶ୍ୟ ଦେଖାଯାଇଥିବା...

ଆଦିତ୍ୟ ରୟ କପୁରଙ୍କ ସହ ନଜର ଆସିବେ ସଞ୍ଜନା

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ସଞ୍ଜନା ସାଙ୍ଘି ଆଦିତ୍ୟ ରୟ...

‘ଉମରାଓ ଜାନ’ ଫିଲ୍ମର ଗୀତରେ ଝୁମିଲେ ଜାହ୍ନବୀ

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶରେ ୨୧ ଦିନିଆ ଲକଡାଉନ୍‌ ଚାଲିଥିବା ବେଳେ ବଲିଉଡ୍‌ ସେଲିବ୍ରିଟିମାନେ ଏବେ ନିଜ ନିଜ ଘରେ ବନ୍ଦ ହୋଇ...

ଦୀପିକାଙ୍କୁ ପରିଚୟପତ୍ର ମାଗିଲେ ଏୟାରପୋର୍ଟ ସିକ୍ୟୁରିଟି

ମୁମ୍ବାଇ: ବିମାନବନ୍ଦର ପ୍ରବେଶପଥରେ ଜଣେ ନିରାପତ୍ତା କର୍ମଚାରୀ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ପରିଚୟ ପତ୍ର ଦେଖାଇବାକୁ କହି ଧାର୍ଯ୍ୟ ବିଧି ବ୍ୟବସ୍ଥାର ଅନୁସରଣ କରିଥିବା...

ବିରୁଷ୍କାଙ୍କ ପରେ ସଲମାନ୍‌-କ୍ୟାଟ୍ରିନାଙ୍କ ବେବି ଫିଲ୍ଟର ଫଟୋ ଭାଇରାଲ

ସୋସିଆଲ ମିଡିଆରେ କିଏ କେତେବେଳେ ଲୋକପ୍ରିୟ ହୋଇଯାଏ ତାହା ଜଣାପଡ଼େ ନାହିଁ। ତାହା କୌଣସି ବ୍ୟକ୍ତି ହୁଅନ୍ତୁ ଅବା କିଛି ଜିନିଷ। ଏବେ ଏମିତି ଏକ...

Advertisement
Archives

Model This Week