ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଏମ୍‌ଭି ୭୯,୪ା୭(ଡି.ଏନ.ଏ.):  ଗ୍ରାମାଞ୍ଚଳର ପରିବେଶକୁ ସୁନ୍ଦର ସ୍ବଚ୍ଛ କରି ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅମୃତ ସରୋବର ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଗ୍ରାମାଞ୍ଚଳରେ ନୂତନ ପୋଖରୀ ଖନନ ସହ ପୁନରୁଦ୍ଧାର କରାଯାଉଛି। ମାଲକାନଗିରି ଜିଲା କାଲିମେଳା ବ୍ଲକ ତଣ୍ଡାବାଇ ପଞ୍ଚାୟତ ଅନ୍ତର୍ଗତ ଏମଭି-୭୯ଠାରେ ଏକ ପୋଖରୀ ପୁନରୁଦ୍ଧାର କରାଯାଉଛି। ତେବେ ନିର୍ମିତ କିମ୍ବା ପୁନରୁଦ୍ଧାର ହେଉଥିବା ପୋଖରୀଗୁଡିକର କାର୍ଯ୍ୟର ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି। ଗ୍ରାମରେ ଅମୃତ ସରୋବର ଯୋଜନାରେ ସୌନ୍ଦର୍ଯ୍ୟକରଣ କରାଯାଉଥିବା ପୋଖରୀ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି। ଠିକାଦାର ଓ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ବ୍ୟୟ ହେଉଥିବା ଅର୍ଥ ପାଣିରେ ପଡିବ ବୋଲି ଗ୍ରାମର ଅଜିତ ବର୍ମନ, ବୁଲେନ କୁଣ୍ଡୁ, ପ୍ରେମ ବାରୋଇ, ସଞ୍ଜୟ କୁଣ୍ଡୁ, ମହାଦେବ ମଣ୍ଡଳ, ଗୋଲକ ରାୟ, ମହାଦେବ ବିଶ୍ବାସଙ୍କ ସମେତ ଗ୍ରାମବାସୀ କହିଛନ୍ତି। ୩୨୬ ନଂ ଜାତୀୟ ରାଜପଥ କଡରେ ଥିବା ଏହି ପୋଖରୀର ନିର୍ମାଣ କାର୍ଯ୍ୟରେ ବାଲି, ଗୋଡ଼ି ଓ ସିମେଣ୍ଟର ଅନୁପାତରେ କମ୍‌ କରାଯାଉଛି। ଶନିବାର କାର୍ଯ୍ୟକୁ ବିଭିନ୍ନ ଅଧିକାରୀ ବୁଲି ଦେଖିବା ବେଳେ ନିର୍ମାଣ କାର୍ଯ୍ୟ ନେଇ ସ୍ଥାନୀୟ ସରପଞ୍ଚ, ଜନପ୍ରତିନିଧି ଓ ସ୍ଥାନୀୟ ଲୋକେ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏହା ପରେ ମଧ୍ୟ ଅଧିକାରୀମାନେ କିଛି ପଦକ୍ଷେପ ନ ନେଇ ନୀରବଦ୍ରଷ୍ଟା ସାଜିଛନ୍ତି। ଏନେଇ ସ୍ଥାନୀୟ କନିଷ୍ଠଯନ୍ତ୍ରୀ ବସନ୍ତ କୁମାର ବେହେରାଙ୍କୁ ପଚାରିବାରୁ ସେ ଏହି କାମ ନିମ୍ନମାନର ହୋଇଥିବା ସ୍ବୀକାର କରିଛନ୍ତି। ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri