ପୋଖରୀ ଏରିଆ ଚିହ୍ନଟ କଲା ଜିଲା ପ୍ରଶାସନ

ଦେବଗଡ଼, ୪।୨(ଡି.ଏନ.ଏ.): ଦେବଗଡ଼ ସହର କଲେଜ ରୋଡ ଶନିମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ପୋଖରୀ ଏରିଆ ମପାଯାଇ ଚିହ୍ନଟ କରାଯାଇଛି। ତହସିଲଦାର ଏଜଲିନ ବାରା, ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର, ଦେବଗଡ଼ ଆର୍‌ଆଇ ସଞ୍ଜିତ ବେହେରା, ବିଭାଗୀୟ ଏସ୍‌ଡିଓ ଚିତ୍ତରଞ୍ଜନ ନାଏକ, ଅନ୍ୟ ପ୍ରଶାସନିକ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ବୁଦ୍ଧିଜୀବୀ ପ୍ରମୁଖ ପହଞ୍ଚତ୍ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି। ମଙ୍ଗଳବାର ଦେବଗଡ଼ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ନିଜେ ପୋଖରୀ ଚାରିପଟେ ବୁଲି ଉନ୍ନତିକରଣ କାର୍ଯ୍ୟକୁ ତଦାରଖ କରିବା ସହିତ କାମକୁ ଶୀଘ୍ର ସାରିବା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦେବରାଜ ହେମ୍ରମ ଓ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଉକ୍ତ ପୋଖରୀ ମୋଟ ୭ ଏକର ୩୨ ଡିସିମିଲ ଏରିଆ ଥିବାବେଳେ କିଛି ଏରିଆ ସ୍ଥାନୀୟ ଲୋକେ ଜବରଦଖଲ କରିଛନ୍ତି। ପୂର୍ବତନ ପୌରାଧ୍ୟକ୍ଷଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଏହି ପୋଖରୀକୁ ଜବରଦଖଲ କରିଛନ୍ତି। ସ୍ଥାନୀୟ ଲୋକେ ୨ଏକରରୁ ଊର୍ଦ୍ଧ୍ୱ ଜବରଦଖଲ କରିଛନ୍ତି। ସେଥିରେ ଘର, ବଗିଚା କରିଦେଇଥିବା ଦେଖିବାକୁ ମିଳିଛି। ଜବରଦଖଲ ହୋଇଥିବା ପୋଖରୀ ଜାଗାର ମୂଲ୍ୟ ଆନୁମାନିକ ୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ପୋଖରୀ ଉନ୍ନତିକରଣ ଲାଗି ପ୍ରଶାସନର ଜବରଦଖଲ ଉଚ୍ଛେଦ କାର୍ଯ୍ୟକୁ ଜଣସାଧାରଣ ସ୍ବାଗତ ଜଣାଇଛନ୍ତି।
ସହର ମଧ୍ୟସ୍ଥଳୀରେ ଥିବା ଏହି ପୋଖରୀ ପୂର୍ବରୁ ଜଳସ୍ରୋତ ପ୍ରଚୁର ଥିବାରୁ ଆଖପାଖ ସାହିବାସିନ୍ଦାଙ୍କ କେବେ ବି ପାଣିର ଅସୁବିଧା ହେଉ ନ ଥିଲା। କିନ୍ତୁ ଦୀର୍ଘ ବର୍ଷ ହେବ ଏହି ପୋଖରୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ଫଳରେ ସ୍ଥାନୀୟ ବାସିନ୍ଦା ଖରା ମାସରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ବର୍ତ୍ତମାନ ଉକ୍ତ ଷୋହଳ ବଖରି ପୋଖରୀ ଉନ୍ନତିକରଣ ପାଇଁ ୨.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆସିଛି। ସହରବାସୀ ଖୁସି ଥିବାବେଳେ ଉକ୍ତ ପୋଖରୀ କାମ ଶେଷ ହୋଇପାରୁନି। ଆଗକୁ ଖରା ମାଡ଼ି ଆସୁଛି। ହେଲେ କାମଟି ଶୀଘ୍ର ଶେଷ ହେଲେ ସ୍ଥାନୀୟ ଲୋକେ ଉପକୃତ ହେବେ। ଉକ୍ତ କଟା ପୁନଃଉଦ୍ଧାର ସହ ୱାଟର ପାର୍କ ଓ ବହୁ କିଛି ଉନ୍ନତିକରଣ କରାଯିବାର ଯୋଜନା ରହିଛି। ଜବରଦଖଲ କରିଥିବା ଲୋକଙ୍କୁ ତୁରନ୍ତ ହଟାଯାଇ ପୋଖରୀ ଉନ୍ନତିକରଣ ଶେଷ କରାଯାଉ। ଆବଶ୍ୟକ ହେଲେ ଜବରଦଖଲକାରୀଙ୍କ ପାଇଁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣରେ ଦାବି ହେଉଛି। ଏହି ପୋଖରୀ ଜାଗା ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ହଟାଇବାକୁ ପୂର୍ବରୁ ଦେବଗଡ଼ ଜିଲା ନାଗରିକ କମିଟି ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri