ଜଗତ୍‌ସିଂହପୁର, ପାରାଦୀପରେ ପଲିଥିନ ବ୍ୟାନ୍‌ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୨୧ା୨:୨୦୧୯ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ସରକାର ପଲିଥିନ ବିକ୍ରି ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇଛନ୍ତି। କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମା ଜଗତ୍‌ସିଂହପୁର ଜିଲାରେ ପ୍ରହସନ ପାଲଟିଛି। ବିଭିନ୍ନ ଦୋକାନ, ବଜାରରେ ପଲିଥିନ୍‌ ଖୁଲମଖୁଲା ବିକ୍ରି ଚାଲିଛି। ଏଥିମଧ୍ୟରେ ଉପରଠାଉରିଆ ଭାବେ କଁା ଭଁା ଜଗତ୍‌ସିଂହପୁର ଓ ପାରାଦୀପ ପୌରାଞ୍ଚଳରେ ଚଢାଉ କରାଯାଉଛି। ହେଲେ ପଲିଥିନ ବିକ୍ରି ଉପରେ ଅଙ୍କୁଶ ଲାଗି ପାରିନାହିଁ। ଯାହାକି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୧୯ ସେପ୍ଟେମ୍ବର ୩୦ରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ ଉଲ୍ଲେଖ ଥିଲା ଯେଉଁ ପଲିଥିନ୍‌ଗୁଡିକ ଠିକ୍‌ ଭାବେ ନଷ୍ଟ ଅର୍ଥାତ୍‌ ଖତ ହୋଇପାରୁଛି ସେଗୁଡିକ ବ୍ୟବହାର ଉପଯୋଗୀ। ଅବଶିଷ୍ଟ ପଲିଥିନ ବ୍ୟବହାର ଉପଯୋଗୀ ନୁହେଁ। ତେଣୁ ଏହି ପଲିଥିନ୍‌ଗୁଡିକର ଉତ୍ପାଦନ ହୋଇପାରିବ ନାହିଁ। ଯଦି କେଉଁଠି ରହିଯାଇଥିବ ତେବେ ତାହା କିଣା, ବିକା ହୋଇପାରିବ ନାହିଁ। ଅର୍ଥାତ୍‌ ଏହି ପଲିଥିନ ଉପରେ ଅଙ୍କୁଶ ଲଗାଯାଇଥିଲା। ଏପରି କି ପ୍ଲାଷ୍ଟିକ ଥାଳି, ଚାମଚ, ଗିନା, କପ୍‌, ପ୍ଲେଟ୍‌, ଗ୍ଲାସ୍‌ ଆଦି ମଧ୍ୟ ବ୍ୟବହାର ହୋଇପାରିବନାହିଁ। ଯେଉଁ ପଲିଥିନ୍‌ର ସ୍ଥଳତା (ଥିକ୍‌ନେସ୍‌) ୫୦ ମାଇକ୍ରନ୍‌ ତଳକୁ ଥିବ ତାହା ବ୍ୟବହାର ଉପଯୋଗୀ ନୁହେଁ। କେବଳ କ୍ଷୀର କିମ୍ବା ଅନ୍ୟ ଔଷଧୀୟ ସାମଗ୍ରୀ ରଖିବାକୁ ଉପଯୁକ୍ତ ମାନର ପଲିଥିନ୍‌ ବ୍ୟବହାର କରାଯାଇପାରେ। ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଥିଲେ ସୁଦ୍ଧା ଜିଲାରେ ଏହା ପାଳନ କରାଯାଉନାହିଁ। ବିଶେଷକରି ଜିଲା ମୁଖ୍ୟାଳୟ ଜଗତ୍‌ସିଂହପୁର ଓ ପାରାଦୀପ ପୌରାଞ୍ଚଳ ସହରରେ ଅବାଧରେ ପଲିଥିନ ବିକ୍ରି ଚାଲିଛି। ପାନ ଦୋକାନଠାରୁ, ରାଶନ, ଷ୍ଟେସନାରୀ ଓ ଜଳଖିଆ ଆଦି ପ୍ରାୟ ଦୋକାନରେ ପଲିଥିନ୍‌ ଖୋଲା ଖୋଲି କାରବାର ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଯେତେବେଳେ ପଲିଥିନ୍‌ ବ୍ୟାନ୍‌ ଘୋଷଣା କଲେ ସେତେବେଳେ କିଛିଦିନ ଏହାର ବ୍ୟବହାର ଉପରେ ଅଙ୍କୁଶ ଲଗାଯାଇଥିଲା। ପରବର୍ତ୍ତୀ ସମୟରେ ଧୀରେ ଧୀରେ ପୂର୍ବପରି ପଲିଥିନ୍‌ ବ୍ୟବହାର ହେବାରେ ଲାଗିଛି। ବଡ କଥା ହେଲା ଜିଲାରେ ପଲିଥିନ୍‌ ଉତ୍ପାଦନ ହେଉନାହିଁ। କଟକରୁ ପ୍ରାୟତଃ ପଲିଥିନ୍‌ ଆସୁଛି। ସରକାର ପଲିଥିନ୍‌ ଉତ୍ପାଦନ ଉପରେ ଅଙ୍କୁଶ ଲଗାଉ ନ ଥିବାରୁ କାରବାର ବନ୍ଦ ହୋଇପାରୁନାହିଁ ବୋଲି କେତେଜଣ ବ୍ୟବସାୟୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଅନ୍ୟପକ୍ଷରେ ଜିଲାର ଜଗତ୍‌ସିଂହପୁର ଓ ପାରାଦୀପ ପୌର ପରିଷଦ ପକ୍ଷରୁ ପଲିଥିନ୍‌ ବନ୍ଦ ପାଇଁ ଏନ୍‌ଫୋର୍ସମେଣ୍ଟ କମିଟି ଗଠନ କରାଯାଇଥିଲା। କିନ୍ତୁ କମିଟି ପକ୍ଷରୁ ଆଶାନୁରୂପ ଚଢାଉ କରାଯାଉ ନ ଥିବାରୁ ପଲିଥିନ୍‌ ପୂର୍ବପରି ବ୍ୟବହୃତ ହେଉଛି। ଯେତେବେଳେ ଅଭିଯୋଗ ହେଉଛି ସେତେବେଳେ ଉଭୟ ପରିଷଦ ଚେଇଁ ଉଠୁଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରେ ପଲିଥିନ ବ୍ୟାନ କଡାକଡି ଭାବେ ପାଳନ ପାଇଁ ବିଭାଗୀୟ ପତ୍ର ହସ୍ତଗତ ହୋଇଛି। ଖୁବ୍‌ଶୀଘ୍ର ନୂଆ ଏନ୍‌ଫୋର୍ସମେଣ୍ଟ କମିଟି ଗଠନ ପରେ ଚଢାଉ ଯୋରଦାର କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri