ପାରାଦୀପରେ ପ୍ରଦୂଷଣ, ଗଛ ବଞ୍ଚିବା ପାଇଁ ସଂଘର୍ଷ କରୁଛି

ପାରାଦୀପ,୨ା୨(ସ୍ବ.ପ୍ର.): ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦୀପ। ଏଠାରେ ପ୍ରଦୂଷଣ ଯୋଗୁ ଗଛ ଉପରେ କଳା ଓ ରଙ୍ଗର ଆସ୍ତରଣ ଜମି ରହୁଛି। ଫଳରେ ଗଛ ବଞ୍ଚିବା ପାଇଁ ଏବେ ସଂଘର୍ଷ କରୁଛି। ଦେଶର ଯେଉଁ ୮୮ ସହର ଅତ୍ୟଧିକ ପ୍ରଦୂଷିତ ବୋଲି ସରକାରୀ ଭାବେ ଘୋଷିତ ହୋଇଛି ସେଥିରେ ଓଡ଼ିଶାର ୪ ସହର ଅଛି। ସେଥିରେ ପାରାଦୀପ ନାମ ମଧ୍ୟ ରହିଛି। ଓଡ଼ିଶାର ଅନ୍ୟ ୩ ପ୍ରଦୂଷିତ ସହର ହେଲା ଇବଭାଲି, ଝାରସୁଗୁଡା ଓ ଅନୁଗୋଳ କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବର୍ଷିକିଆ ଘୋଷଣା ପ୍ରତିବର୍ଷ ବଦଳୁଛି। ଅର୍ଥାତ ୨୦୧୪-୧୫ରେ ଥିଲା ବର୍ଡରଲାଇନ୍‌ ବା ୬୯.୬୦%। ୭୦ ପ୍ରତିଶତ ହେଉଛି ବିପଦବଳୟ। ୨୦୧୭-୧୮ରେ କୁହାଗଲା କ୍ରିଟିକାଲ ପଲୁଟେଡ ଏରିଆ। ୨୦୨୦-୨୧ରେ କୁହାଗଲା ହାଇଲି ପଲୁଟେଡ ଏରିଆ।

ଚଳିତବର୍ଷ ବୁଧବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ମିଳିଛି ଯେ, ପଲ୍ୟୁସନ ନର୍ମ ହ୍ରାସ ପାଉଛି। ବୋର୍ଡ ପକ୍ଷରୁ ଏମିତି ଭିନ୍ନ ଭିନ୍ନ ନାମାନୁସାରେ ପ୍ରଦୂଷଣ କଥା କୁହାଯାଉଛି। କିନ୍ତୁ ବାସ୍ତବ ସ୍ଥିତି ହେଲା ପାରାଦୀପର ସହରାଞ୍ଚଳରେ ଘଣ୍ଟାଏ ଖୋଲା ଗାଡ଼ିରେ ବୁଲି ଆସିଲେ ପୋଷାକ ଓ ଶରୀରର ରଙ୍ଗ ବଦଳିବା ନିଶ୍ଚିତ। ଏପରିକି ଯେ କୌଣସି ଗଛ ପତ୍ର ଦେଖିବେ ତାହା ସବୁଜ ବଦଳରେ କଳା କିମ୍ବା ନାଲି ଦେଖିବାକୁ ମିଳୁଛି। ଯେଉଁ ଗଛ ମାନବ ସମାଜ ବଞ୍ଚତ୍ବା ପାଇଁ ରାହା ଯୋଗାଇବା କଥା ତାହା ନିଜେ ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛି। ଗଛପତ୍ରରେ ବହଳ କଳା ଆସ୍ତରଣ ଜମି ରହିବା ଫଳରେ ତାହା ଠିକ୍‌ ଭାବେ ଅଙ୍ଗାରକାମ୍ଳ ଗ୍ରହଣ କରି ପାରୁନାହିଁ କି ଅମ୍ଳଜାନ ଦେଇ ପାରୁନାହିଁ ବୋଲି ପରିବେଶବିତ୍‌ ଅମରେଶ ନରେଶ ସାମନ୍ତ କୁହଛନ୍ତି। ପାରାଦୀପରେ ବିବିଧ ପ୍ରଦୂଷଣ ହେଉଛି। ଯଥା ରସାୟନ, ପଣ୍ୟରୁ ଉଦ୍‌ବୃତ୍ତ ଧୂଳି ଆସ୍ତରଣ, କାରଖାନାରୁ ବାହାରୁଥିବା ଉତ୍ତାପ, ଧୂଅଁା, ପାଉଁଶ, ବାଷ୍ପ ଆଦି ପବନରେ ଉଡି ବୁଲୁଛି। ସେସବୁକୁ ନିୟନ୍ତ୍ରଣ କରିବାକୁ ଯେଉଁଭଳି ପଦକ୍ଷେପ ନିଆଯିବା କଥା ତାହା ଠିକ୍‌ ଭାବେ ହେଉନାହିଁ ବୋଲି ଅଭିଯୋଗ ହୁଏ। ଏ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ଏଥିପାଇଁ ପାର୍କିଂ ସମସ୍ୟା କିଛି ମାତ୍ରାରେ ଦାୟୀ। ଭାରୀଯାନଗୁଡିକ ରାସ୍ତା ଉପରେ ରହୁଥିବାରୁ ସେଥିରୁ ପଣ୍ୟ ଗୁଣ୍ଡ ରାସ୍ତାରେ ପଡୁଛି। ତାହା ପବନରେ ଉଡି ଜନବସତି ଅଞ୍ଚଳରେ ଆସ୍ତରଣ ହେଉଛି। ଏହାର ପ୍ରତିକାର ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି। ଆସନ୍ତା ଏପ୍ରିଲଠାରୁ ଧୂଳି ସଫେଇ ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ସେ କୁହଛନ୍ତି।