Posted inଜାତୀୟ

ପ୍ରଦୂଷଣମୁକ୍ତ ବାୟୁ ଦେଶବାସୀଙ୍କ ଅଧିକାର

ନୂଆଦିଲ୍ଲୀ,୧୩ା୯: ଦେଶର ବିଭିନ୍ନ ସହରରେ ଶୀତଦିନେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରୁଥିବାବେଳେ ଦୀପାବଳି ପରେ ସ୍ଥିତି ଗମ୍ଭୀର ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କିଛିବର୍ଷ ହେଲା ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି। ତେବେ ଏହି କଟକଣା କେବଳ ଦିଲ୍ଲୀ-ଏନ୍‌ସିଆର୍‌ ପାଇଁ ସୀମିତ କାହିଁକି ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ପ୍ରଶ୍ନ କରିଛନ୍ତି। ଯଦି ସ୍ବଚ୍ଛ ବାୟୁ ଜାତୀୟ ରାଜଧାନୀର ସମ୍ଭ୍ରାନ୍ତ ବାସିନ୍ଦାମାନଙ୍କ ଅଧିକାର, ତେବେ ତାହା ସାରା ଦେଶର ନାଗରିକଙ୍କ ପାଇଁ ଲାଗୁହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଜାତୀୟ ରାଜଧାନୀ ଅଞ୍ଚଳରେ ବାଣ ନିୟନ୍ତ୍ରଣ ସମ୍ପର୍କିତ କେତେକ ପିଟିଶନ୍‌ର ଶୁଣାଣି କରି ପ୍ରଧାନ ବିଚାରପତି ବି.ଆର୍‌. ଗବଇ ଏବଂ ଜଷ୍ଟିସ୍‌ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ କହିଥିଲେ, ଯଦି ଏନ୍‌ସିଆର୍‌ ଅନ୍ତର୍ଗତ କେତେକ ସହର ସ୍ବଚ୍ଛ ବାୟୁ ପାଇବାକୁ ହକ୍‌ଦାର ତେବେ ଅନ୍ୟ ସହରର ଜନସାଧାରଣ ପାଇବେ ନାହିଁ କାହିଁକି? ଏଥିପାଇଁ ଯଦି କୌଣସି ନୀତି କାର୍ଯ୍ୟକାରୀ ହେଉଛି, ତେବେ ତାହା ସାରା ଦେଶ ଲାଗି ହେବା ଆବଶ୍ୟକ। ଦେଶର ସମ୍ଭ୍ରାନ୍ତ ବ୍ୟକ୍ତିମାନେ ରହୁଥିବା କାରଣରୁ କେବଳ ଦିଲ୍ଲୀ ପାଇଁ ଏକ ନୀତି ପ୍ରଣୟନ କରାଯାଇପାରିବ ନାହଁି ବୋଲି ଖଣ୍ଡପୀଠ କହିଛନ୍ତି। ସିଜେଆଇ କହିଥିଲେ, ସେ ଗତବର୍ଷ ଶୀତଦିନେ ଅମୃତସର ଯାଇଥିଲେ। ସେଠାରେ ପ୍ରଦୂଷଣ ଦିଲ୍ଲୀଠାରୁ ଆହୁରି ଖରାପ। ଯଦି ବାଣ ନିଷେଧ ହେଉଛି, ତେବେ ସାରା ଦେଶରେ ନିଷେଧ ହେଉ ବୋଲି ସିଜେଆଇ ଟିପ୍ପଣୀ ଦେଇଛନ୍ତି।
ବରିଷ୍ଠ ଆଇନଜୀବୀ ତଥା ଆମିକସ୍‌ କ୍ୟୁରି ଅପରାଜିତା ସିଂ କହିଥିଲେ, ସମ୍ଭ୍ରାନ୍ତମାନେ ସେମାନଙ୍କ ଯତ୍ନ ନେଉଛନ୍ତି। ପ୍ରଦୂଷଣ ବେଳେ ସେମାନେ ଦିଲ୍ଲୀ ବାହାରକୁ ଯାଆନ୍ତି। ଏହି ପ୍ରସଙ୍ଗରେ ବାୟୁ ମାନ ପରିଚାଳନା ଆୟୋଗରୁ ସବିଶେଷ ରିପୋର୍ଟ ସଂଗ୍ରହ କରିବାକୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଅତିରିକ୍ତି ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟିଙ୍କୁ କହିଥିଲେ। ପ୍ରଦୂଷଣ ହ୍ରାସ ପାଇଁ ‘ସବୁଜ ବାଣ’ର ବ୍ୟବହାର୍ଯ୍ୟତା ଉପରେ ନ୍ୟାଶନାଲ ଏନ୍‌ଭାଇରନ୍‌ମେଣ୍ଟାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏନ୍‌ଇଇଆର୍‌ଆଇ) ପରୀକ୍ଷା କରୁଥିବା ଭଟି କହିଥିଲେ। ବାଣ ପ୍ରସ୍ତୁତି ପାଇଁ ଅନୁମତିଯୋଗ୍ୟ ରାସାୟନିକ ସଂରଚନା ସମ୍ପର୍କରେ ଏନ୍‌ଇଇଆର୍‌ଆଇ ଲେଖିଲେ, ତଦନୁଯାୟୀ ବାଣ ଡିଜାଇନ୍‌ କରାଯିବ ବୋଲି ବାଣ ଉତ୍ପାଦନକାରୀଙ୍କ ପକ୍ଷର ଓକିଲ କହିଥିଲେ। କଟକଣା ଥିବା ସତ୍ତ୍ୱେ କର୍ତ୍ତୃପକ୍ଷ ବାଣ ଉତ୍ପାଦନକାରୀଙ୍କ ଲାଇସେନ୍ସ ରଦ୍ଦ କରୁଥିବା ନେଇ ବରିଷ୍ଠ ଆଇନଜୀବୀ କେ. ପରମେଶ୍ୱର ଉଦ୍‌ବେଗ ପ୍ରକାଶ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖକୁ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri