Posted inଜାତୀୟ

ଆଜି ମଣିପୁର ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଣିପୁର ଗସ୍ତରେ ଯିବେ। ସେ ଚୂରାଚାନ୍ଦପୁର ଓ ଇମ୍ଫାଲରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଇମ୍ଫାଲ ଉପତ୍ୟକା ସମେତ ରାଜ୍ୟର ବିଭିନ୍ନ ଭାଗରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ୨୦୨୩ ମେ’ରୁ ମଣିପୁର ହିଂସାର କେନ୍ଦ୍ରସ୍ଥଳ ପାଲଟିଥିବା ରାଜଧାନୀ ଇମ୍ଫାଲରେ ମେଇତି ସମୁଦାୟର ଲୋକ ଅଧିକ ବସବାସ କରୁଥିବାବେଳେ ଦ୍ୱିତୀୟ ସର୍ବାଧିକ ହିଂସା ପ୍ରଭାବିତ ଅଞ୍ଚଳ ଚୂରାଚାନ୍ଦପୁର କୁକି ଅଧ୍ୟୁଷିତ। ପ୍ରଧାନମନ୍ତ୍ରୀ ଶନିବାର ଏହି ଦୁଇ ଅଞ୍ଚଳକୁ ଗସ୍ତ କରିବେ। ଏହି ଅବସରରେ ସେ ଚୂରାଚାନ୍ଦପୁର ପିସ୍‌ ଗ୍ରାଉଣ୍ଡରେ ରାଜ୍ୟ ପାଇଁ ୭,୩୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମକୁ ନେଇ ଅନେକ ଦିନରୁ କଳ୍ପନାଜଳ୍ପନା ପ୍ରକାଶ ପାଇଆସୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସରକାରୀ ଭାବେ ଶେଷ ପର୍ଯ୍ୟନ୍ତ ଘୋଷଣା କରାଯାଇ ନ ଥିଲା। ତେବେ ଉକ୍ତ କାର୍ଯ୍ୟକ୍ରମ ନେଇ ଶୁକ୍ରବାର ମୁଖ୍ୟ ଶାସନ ସଚିବ ପୁନିତ୍‌ କୁମାର ଗୋଏଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଚୂରାଚାନ୍ଦପୁରରୁ ଅପରାହ୍ଣ ପ୍ରାୟ ୨ଟା ୩୦ରେ ଇମ୍ଫାଲ ଗସ୍ତକରି ସେଠାରେ ୧,୨୦୦ କୋଟି ଟଙ୍କାର କେତୋଟି ପ୍ରକଳ୍ପର ଲୋକାର୍ପଣ ସହ ଏକ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ମଣିପୁରକୁ ଶାନ୍ତି ଫେରାଇଆଣିବା ସହ ବିକାଶକୁ ତ୍ୱରାନ୍ବିତ କରିବା ବାଟ ଫିଟାଇଦେବ ବୋଲି ପୁନିତ୍‌ ସୂଚନା ଦେଇଛନ୍ତି। ଏଥିରେ ବହୁସଂଖ୍ୟକ ଲୋକ ସାମିଲ ହୋଇ ମୋଦିଙ୍କୁ ସ୍ବାଗତ ଏବଂ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରନ୍ତୁ ବୋଲି ମୁଖ୍ୟ ସଚିବ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ମଧ୍ୟ ମୋଦିଙ୍କ ଗସ୍ତ ନେଇ ସ୍ପଷ୍ଟ କରିଛି। ପାର୍ବତ୍ୟାଞ୍ଚଳର କୁକି-ଜୁ ଏବଂ ଉପତ୍ୟକାର ମେଇତିଙ୍କ ମଧ୍ୟରେ ସଂଘର୍ଷ ଲାଗିଥିବାରୁ ଦୁଇ ସମୁଦାୟକୁ ଶାନ୍ତ କରିବା ପାଇଁ ଏପରି ଗସ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ମତ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ବିଧାନସଭା ନିର୍ବାଚନ ପୂର୍ବରୁ ୨୦୨୨ ଜାନୁଆରୀ ୪ରେ ଇମ୍ଫାଲ ଗସ୍ତ କରିଥିଲେ। ସେତେବେଳେ ସେ ସେଠାରେ ଭିତ୍ତିଭୂମି, ସ୍ବାସ୍ଥ୍ୟସେବା ଓ ଗମନାଗମନ ସମ୍ପର୍କିତ କେତେକ ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ପରେ ୨୦୨୩ ମେ’ ୩ରୁ ମଣିପୁର କୁକି ଓ ମେଇତି ସମୁଦାୟର ଜାତିଆଣ ହିଂସା ଲାଗି ରହିଛି। ଇତିମଧ୍ୟରେ ଏହି ସଂଘର୍ଷରେ ୨୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ୬୦,୦୦୦ରୁ ଅଧିକ ବିସ୍ଥାପିତ ହୋଇଛନ୍ତି। ଜାତିଆଣ ହିଂସାର ନିଆଁରେ ଅନେକ ହଜାର ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବାବେଳେ ବହୁ ଉପାସନାସ୍ଥଳ ମାଟିରେ ମିଶିଯାଇଛି। ଅନେକ ସମସ୍ୟା ଅମୀମାଂସିତ ହୋଇ ରହିଥିବାବେଳେ ହିଂସା ଆରମ୍ଭ ହେବାର ୨୮ ମାସ ପରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ପ୍ରଥମ ଥର ପାଇଁ ମଣିପୁର ଗସ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

ଉପନିର୍ବାଚନରେ ପରାଜୟ ପରେ ଆକ୍ସନ ମୋଡକୁ ଆସିଲେ ପିଏମ୍‌ ମୋଦି: ନୀତୀଶ କୁମାର-ଶିବରାଜ ସିଂହଙ୍କୁ…

ନୂଆଦିଲ୍ଲୀ,୫।୮: ମଧ୍ୟପ୍ରଦେଶର ଦତିଆ ଏବଂ ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ କଡ଼ା ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ତୀବ୍ର…

ଅନଲାଇନ ପେମେଣ୍ଟବେଳେ ଏକ୍ସଟ୍ରା ଚାର୍ଜ ଲାଗିଲେ କେତେ ଲୋକ ଛାଡିଦେବେ UPI? ସର୍ଭେରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୮: ଭାରତରେ ୟୁପିଆଇ (UPI) ଏବେ ଏକ ନୂଆ ପ୍ରସ୍ତାବକୁ ନେଇ ବେଶ ଚର୍ଚ୍ଚାରେ ଅଛି। ପ୍ରକୃତରେ ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନରେ ପରିବର୍ତ୍ତନ…

ଭାଜପାକୁ ବଡ଼ ଝଟକା! ୩ ଟିଏମସି ଏମପିଙ୍କ ନିଷ୍ପତ୍ତିକୁ ନେଇ ବଢିଲାଣି ରାଜନୈତିକ ଚର୍ଚ୍ଚା

କୋଲକାତା,୫।୮: ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ସରଗରମ ହେବାରେ ଲାଗିଛି। ପୂର୍ବରୁ ଟିଏମସିରୁ ଅଲଗା ହୋଇ ଏକ ପୃଥକ ଗୋଷ୍ଠୀରେ ଯୋଗ ଦେଇଥିବା ତିନି ଜଣ ମୁସଲିମ ଏମପିଙ୍କ…

ରାଜନୀତିକୁ ଏଣ୍ଟ୍ରି କରିବେ ଅଭିଜିତ ଦୀପକେ! କଲେ ଆଶ୍ଚର୍ଯ୍ୟଜନକ ଘୋଷଣା, ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୫।୮: କକ୍‌ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର-ମନ୍ତରରେ ହୋଇଥିବା ପ୍ରତିବାଦ ପରେ ବର୍ତ୍ତମାନ ଆଗାମୀ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଅଭିଜିତଙ୍କ ଘରେ ଆଜିଠାରୁ…

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri