ପ୍ରଦୂଷିତ ପରିବା ଓ ସ୍ବାସ୍ଥ୍ୟ

ପରିବା ଆମ ଖାଦ୍ୟର ଏକ ମୁଖ୍ୟ ଅଂଶ। ବର୍ତ୍ତମାନ ଚାଷୀ ସ୍ଥାନୀୟ କିସମ ବିହନ ପରିବର୍ତ୍ତେ ଉନ୍ନତ, ଅଧିକ ଅମଳକ୍ଷମ ଏବଂ ସଙ୍କରଜାତୀୟ ପରିବା ଚାଷ କରୁଛନ୍ତି। ଏଥିରୁ ଅଧିକ ଅମଳ ପାଇଁ ଚାଷୀ ଆବଶ୍ୟକତାଠାରୁ ଯଥେଷ୍ଟ ରାସାୟନିକ ସାର ପ୍ରୟୋଗ କରୁଛନ୍ତି। ଏହା ଦ୍ୱାରା ଫସଲ ଅଧିକ ସବୁଜ ଏବଂ ସୁନ୍ଦର ହୋଇ ବଢ଼େ। କିନ୍ତୁ ଏହି ଫସଲ ବିଭିନ୍ନ ପୋକ ଓ ରୋଗ ଦ୍ୱାରା ଆକର୍ଷିତ ହୁଏ। ଫସଲକୁ ରୋଗ ପୋକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଷୀ ବିଭିନ୍ନ ରାସାୟନିକ ବିଷାକ୍ତ ଦ୍ରବ୍ୟ ମନଇଚ୍ଛା ପ୍ରୟୋଗ କରନ୍ତି। ପ୍ରୟୋଗ ରାସାୟନିକ ଦ୍ରବ୍ୟର ପ୍ରଭାବ ଫସଲରେ କିଛି ନିର୍ଦ୍ଦିଷ୍ଟ ଦିନ ପର୍ଯ୍ୟନ୍ତ ରହେ। ଫସଲରୁ ରାସାୟନିକ ବିଷର ପ୍ରଭାବ ନ ଯିବା ପୂର୍ବରୁ ଚାଷୀ ପରିବା ତୋଳି ଖାଆନ୍ତି ଏବଂ ବଜାରରେ ବିକ୍ରି କରନ୍ତି। ଉକ୍ତ ପ୍ରଦୂଷିତ ପରିବାକୁ ଖାଇ ଆମେ ବିଭିନ୍ନ ରୋଗ ଯଥା ଝାଡ଼ା, ବାନ୍ତି, ମୁଣ୍ଡବିନ୍ଧା, ଚକ୍ଷୁରୋଗ ଏବଂ କ୍ୟାନ୍‌ସର ପରି ମାରାମତ୍କ ରୋଗରେ ପୀଡ଼ିତ ହେଉ।
ବିଭିନ୍ନ ପରିବା ମଧ୍ୟରେ ଆଳୁ ମୁଖ୍ୟ। ମାଟିରେ ଆଳୁ ଫଳିବା ପରେ ଉଇ ଏବଂ ଧଳାଗ୍ରବ ଆଳୁକୁ କଣା କରି ନଷ୍ଟ କରନ୍ତି। ଏହି ପୋକର ଆକ୍ରମଣରୁ ଆଳୁକୁ ରକ୍ଷା କରିବା ପାଇଁ ଚାଷୀ ଆଳୁ ଲଗାଇବା ସମୟରେ ମାଟିରେ ଏକର ପିଛା ୧୦ରୁ ୧୨ କିଲୋଗ୍ରାମ ଆଲଡ୍ରିନ କିମ୍ବା କ୍ଲୋରୋପାଇରିଫସ ଗୁଣ୍ଡ ପ୍ରୟୋଗ କରନ୍ତି। ଉକ୍ତ ବିଷାକ୍ତ ଦ୍ରବ୍ୟର ଅବଶିଷ୍ଟାଂଶ ମାଟିରେ ଦୀର୍ଘ ଦିନ ଧରି ରହେ। ଏହାର କିଛି ଅବଶିଷ୍ଟାଂଶ ଆଳୁରେ ମଧ୍ୟ ରହେ। ଉକ୍ତ ଆଳୁ ଖାଇଲେ ଆମେ ରୋଗାକ୍ରାନ୍ତ ହେବାର ଆଶଙ୍କା ଥାଏ। ଆଳୁ ପରି କନ୍ଦମୂଳରେ ମଧ୍ୟ ଉଇ ଲାଗନ୍ତି। ଏଥିପାଇଁ ଚାଷୀ କ୍ଲୋରୋପାଇରିଫସ ଗୁଣ୍ଡ ମାଟିରେ ପ୍ରୟୋଗ କରନ୍ତି। ଏହା ଦ୍ୱାରା କନ୍ଦମୂଳ ପ୍ରଦୂଷିତ ହୁଏ। କଞ୍ଚା କନ୍ଦମୂଳ ଖାଇ ଅନେକଙ୍କର ବାନ୍ତି ହେବାର ମଧ୍ୟ ନଜିର ରହିଛି।
ବାଇଗଣ ଏବଂ ପୋଟଳ ଫସଲରେ କାଣ୍ଡ ଏବଂ ଫଳବିନ୍ଧା ପୋକର ପ୍ରାଦୁର୍ଭାବ ଅଧିକ। ଉକ୍ତ ପୋକର ଲାର୍ଭା ବାଇଗଣ, ଗଛର ନରମ କାଣ୍ଡକୁ କଣା କରି ଏଥିରେ ପଶି କାଣ୍ଡର ଅଗ୍ରଭାଗକୁ ଭାଙ୍ଗିଦିଏ। ବାଇଗଣ ଏବଂ ପୋଟଳ ଫସଲକୁ କଣା କରି ଫଳ ଭିତରେ ରହି ଫଳକୁ ନଷ୍ଟ କରେ। ଉକ୍ତ ପୋକର ଦମନ ପାଇଁ ଚାଷୀ ଦାନାଦାର ଫୋରେଟ ଗଛ ମୂଳରେ ପ୍ରୟୋଗ କରନ୍ତି। ଗଛର କାଣ୍ଡ ଏବଂ ଫଳରେ ବିଷର ପ୍ରବାହ ପ୍ରାୟ ୩୦ରୁ ୩୫ ଦିନ ପର୍ଯ୍ୟନ୍ତ ରହେ। ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପରିବା ତୋଳି ଖାଇଲେ ଆମେ ରୋଗାକ୍ରାନ୍ତ ହେବାର ସମ୍ଭାବନା ଥାଏ। ଛୁଇଁ ଜାତୀୟ ଫସଲ ଯଥା ବିନ୍‌ସ, ଶିମ୍ବ, ମଟର, ଶଜନା ଆଦିର ପତ୍ର, ଡାଳ ଏବଂ ଫଳରେ ଜଉ ପୋକ ମେଞ୍ଚା ମେଞ୍ଚା ହୋଇ ଲାଗନ୍ତି। ପତ୍ର ଏବଂ ଫଳର ସବୁଜ ଅଂଶକୁ ଶୋଷି ଫସଲର କ୍ଷତି ଘଟାନ୍ତି। ଉକ୍ତ ପୋକର ଆକ୍ରମଣରୁ ଫସଲକୁ ରକ୍ଷା କରିବା ପାଇଁ ଚାଷୀ ମାତ୍ରାଧିକ ଭାବରେ ମେଟାସିଷ୍ଟକ୍‌ କିମ୍ବା ଏଣ୍ଡୋସଲ୍‌ଫାନ୍‌ ପରି ତରଳ ବିଷକୁ ପତ୍ର ଛିଞ୍ଚା କରନ୍ତିି। ଉକ୍ତ ବିଷର ପ୍ରଭାବ ଫସଲରେ ୧୫ ରୁ ୧୮ ଦିନ ପର୍ଯ୍ୟନ୍ତ ରହେ। ଏହି ସମୟ ମଧ୍ୟରେ ପରିବା ତୋଳି ଖାଇଲେ ଆମେ ଅସୁସ୍ଥ ହେବା।
ସେହିପରି କଲରା ଫସଲ କାଙ୍କେଡ଼ିଆ ପୋକ ଦ୍ୱାରା ବିଶେଷ ଭାବେ ଆକ୍ରାନ୍ତ ହୋଇ ଯଥେଷ୍ଟ କ୍ଷତି ହୁଏ। ଉକ୍ତ ପୋକ କଲରାପତ୍ର ଖାଇ ଜାଲି କରନ୍ତି। ଦ୍ୱିତୀୟତଃ ମାଛିର ଲାର୍ଭା କଲରା ଭିତରେ ପଶି କଲରାକୁ ନଷ୍ଟ କରନ୍ତି। ଉକ୍ତ ପୋକ ଦ୍ୱୟର ଦମନ ପାଇଁ ଚାଷୀ ରୋଗର୍‌ କିମ୍ବା ସେଭିନ୍‌ ଗୁଣ୍ଡ ପ୍ରତି ସପ୍ତାହରେ ପ୍ରୟୋଗ କରନ୍ତି। ଉକ୍ତ ବିଷର ପ୍ରଭାବ କଲରାରେ ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ରହେ। ଏହାଛଡ଼ା ଉକ୍ତ ବିଷ କଲରାର ଦୁଇ ଶିରା ମଧ୍ୟରେ ସଂଲଗ୍ନ ହୋଇ ରହେ। ଏହି ସମୟରେ କଲରା ତୋଳି ଖାଇଲେ ଆମେ ଅସୁସ୍ଥ ହେଉ।
ଲଙ୍କା ଫସଲରେ ଫୁଲକଷି ଆସିବା ସମୟରେ ଖାଲି ଆଖିକୁ ଦେଖାଯାଉ ନଥିବା ଥ୍ରିପ୍‌ସ ନାମକ ଏକ କ୍ଷୁଦ୍ର ପୋକ ଗଛର ସବୁଜ ପତ୍ର ଏବଂ କଞ୍ଚାଲଙ୍କାରୁ ରସ ଶୋଷି ଫସଲର କ୍ଷତି ଘଟାନ୍ତି। ଉକ୍ତ ପୋକ ଆକ୍ରମଣରୁ ଲଙ୍କାକୁ ରକ୍ଷା କରିବା ପାଇଁ ଫସ୍‌ପାମିଡନ୍‌ ନାମକ ରାସାୟନିକ କୀଟ ନିରୋଧକ ଔଷଧ ପତ୍ରଛିଞ୍ଚା କରାଯାଏ। ଏହାର ବିଷାକ୍ତ ଗୁଣ ଲଙ୍କାରେ ପ୍ରାୟ ୨୦ରୁ ୨୫ ଦିନ ରହେ। ଏହି ସମୟରେ କଞ୍ଚାଲଙ୍କା ତୋଳି ଖାଇଲେ ଏହାର ବିଷାକ୍ତ ପ୍ରବାହ ଶରୀରକୁ ଆସେ।
କଖାରୁ ଜାତୀୟ ଫସଲରେ ପାଉଁଶିଆ ରୋଗ ହୁଏ। ଉକ୍ତ ରୋଗର ନିରାକରଣ ପାଇଁ ସଲ୍‌ଫର ଗୁଣ୍ଡ ଗଛରେ ପ୍ରୟୋଗ କରାଯାଏ। ଉକ୍ତ ଗୁଣ୍ଡର ଅବଶିଷ୍ଟାଂଶ ପତ୍ର, ଫୁଲ ଏବଂ ଫଳରେ ପ୍ରାୟ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ଲାଖି ରହେ। ଏହି ସମୟରେ କଖାରୁ ଶାଗ, ଫୁଲ ଓ ଫଳ ଖାଇଲେ ସଲ୍‌ଫର ଗୁଣ୍ଡ ଆମ ଶରୀରରେ କ୍ଷତି ଘଟାଏ।
କେତେକ ପରିବା ବ୍ୟବସାୟୀ ପୋଟଳକୁ ସବୁଜ ଏବଂ ସତେଜ ରଖିବା ପାଇଁ କପରସଲ୍‌ଫେଟ୍‌ ନାମକ ରାସାୟନିକ ଦ୍ରବଣରେ କିଛି ସମୟ ବୁଡ଼ାଇ ରଖି ବିକ୍ରି କରନ୍ତି। ଏହା ଦ୍ୱାରା ପୋଟଳ ପ୍ରଦୂଷିତ ହୁଏ। କିଛି କୋବି ବ୍ୟବସାୟୀ ଫୁଲକୋବିର ଧଳା ରଙ୍ଗକୁ ଅକ୍ଷତ ରଖିବା ପାଇଁ ଥିମେଟ ନାମକ ବିଷାକ୍ତ ଦାନାଦାର ଲଘୁ ଦ୍ରବଣରେ ଉପଚାର କରି ବଜାରରେ ବିକ୍ରି କରିବାର ନଜିର ରହିଛି। ପରୀକ୍ଷାରୁ ଜଣାପଡ଼ିଛି ଯେ, ଦାନାଦାର ଉପଚାର ହୋଇଥିବା ଫୁଲକୋବିରେ ବିଷ ଭାଗ ପ୍ରାୟ ୨୦ରୁ ୨୫ ପ୍ରତିଶତ ରହିଥାଏ। ଉକ୍ତ କୋବି ଖାଇଲେ ବାନ୍ତି, ଝାଡ଼ା, ମୁଣ୍ଡବିନ୍ଧା ରୋଗ ହେବାର ପ୍ରମାଣ ମିଳିଛି।
ପ୍ରଦୂଷିତ ପନିପରିବାରୁ ବିଷର ପ୍ରଭାବ ଦୂରୀକରଣ ପାଇଁ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ମୃତ୍ତିକା ଏବଂ ରାସାୟନିକ ବିଭାଗର କୃଷି ରସାୟନିବିତ୍‌ଙ୍କ ଦ୍ୱାରା କେତେକ ସରଳ ଏବଂ କମ୍‌ ଖର୍ଚ୍ଚରେ ହୋଇ ପାରୁଥିବା ଉପାୟମାନ ନିର୍ଣ୍ଣୟ କରାଯାଇଛି। ନିମ୍ନରେ ଏହା ବର୍ଣ୍ଣନା କରାଗଲା।
ଚାଷୀ ପରିବା ଫସଲରେ ପୋକ ତଥା ରୋଗ ନିୟନ୍ତ୍ରଣ ପାଇଁ ପ୍ରୟୋଗ ରାସାୟନିକ ବିଷର ଠିକ୍‌ ମାତ୍ରା କୃଷି ବିଶେଷଜ୍ଞଙ୍କଠାରୁ ବୁଝି ନେବା ଉଚିତ। କେଉଁ ପ୍ରକାର ରାସାୟନିକ ଔଷଧର ବିଷ ପ୍ରୟୋଗ ପରେ ଏହାର ବିଷାକ୍ତ ପ୍ରଭାବ ପରିବାରେ କେତେ ଦିନ ପର୍ଯ୍ୟନ୍ତ ରହୁଛି ତାହା ଜାଣିବା ଉଚିତ। ସେହି ନିର୍ଦ୍ଦିଷ୍ଟ ଦିନପରେ ପରିବା ତୋଳି ଖାଇବା ଏବଂ ବଜାରରେ ବିକ୍ରି କରିବା ଉଚିତ। ବଜାରରୁ ପରିବା କିଣି ଏହାକୁ ସତେଜ ରଖିବା ପାଇଁ ଫ୍ରିଜରେ ରଖିବା ପୂର୍ବରୁ ବିଶୁଦ୍ଧ ପାଣିରେ ଦୁଇରୁ ତିନି ଥର ଧୋଇ ନିଅନ୍ତୁ। ଏହାଦ୍ୱାରା ପରିବାରେ ସଂଲଗ୍ନ ଥିବା କିଛି ବିଷ ଅଂଶ ଧୋଇଯାଏ। ପରିବାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ନିମ୍ନ ଲିଖିତ ଯେକୌଣସି ଉପାୟ ଅବଲମ୍ବନ କରାଯାଇପାରିବ। ପରିବାକୁ ଶତକଡ଼ା ୮ ରୁ ୧୦ ଭାଗ ଲୁଣପାଣିରେ ୧୫ ରୁ ୨୦ ମିନିଟ୍‌ ବୁଡ଼ାଇ ପରିଷ୍କାର ପାଣିରେ ଧୋଇଲେ ପରିବାରେ ଥିବା ବିଷଭାଗ ନଷ୍ଟ ହୁଏ। ଦ୍ୱିତୀୟରେ ତୋଳା ପରିବାକୁ ପାଣିରେ ଧୋଇ ୧୦% ହଳଦୀ ପାଣିରେ ୧୫ ରୁ ୨୦ ମିନିଟ୍‌ ବୁଡ଼ାଇଲେ ପରିବାରୁ ବିଷଅଂଶ ଦୂର ହେବ। ତୃତୀୟରେ ୪ ରୁ ୫ ଭାଗ ଖାଇବା ସୋଡ଼ାରେ ୫ ରୁ ୬ ମିନିଟ୍‌ ବୁଡ଼ାଇ ପରିଷ୍କାର ପାଣିରେ ଧୋଇଲେ ପରିବାରୁ ଅନେକ ବିଷଭାଗ ଦୂର ହେବ। ଚତୁର୍ଥରେ ୧୦% ଅର୍ଥାତ୍‌ ୧୦୦ ମିଲିଲିଟର ଭିନେଗାରକୁ ଏକ ଲିଟର ପାଣିରେ ମିଶାଇ ସେଥିରେ ପରିବାକୁ ୫ରୁ ୬ ମିନିଟ୍‌ ରଖିବା ପରେ ଧୋଇ ରୋଷେଇ କଲେ ପରିବାରେ ଥିବା ବିଷଭାଗ ସମ୍ପୂର୍ଣ୍ଣ ଦୂର ହେବ।
ସର୍ବୋପରି ବଜାରରୁ କିଣା ପରିବାରେ ରୋଗ ଓ ପୋକ ନିରୋଧକ ରାସାୟନିକ ବିଷାକ୍ତ ଔଷଧ ପ୍ରୟୋଗ ହେଉ ଅବା ନ ହେଉ; ସହଜରେ ଘରେ ମିଳୁଥିବା ଉପରୋକ୍ତ ଯେକୌଣସି ପଦାର୍ଥରେ ପରିବାକୁ ଉପଚାର କରି ରୋଷେଇ କଲେ ଆମେ ଖାଉଥିବା ପରିବା ପ୍ରଦୂଷଣମୁକ୍ତ ହେବା ସହ ଆମ ଶରୀର ସୁସ୍ଥ ରହିବ।

ପ୍ର. ସୁବୋଧ କୁମାର ସାହୁ
– ଶୈଳଶ୍ରୀ ବିହାର, ଭୁବନେଶ୍ୱର
ମୋ: ୯୫୫୬୨୬୬୦୮୫


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?