Categories: ଖେଳ

ହାମିଲଟନଙ୍କୁ ପୋଲ୍‌ ପୋଜିଶନ

ସୋଚି, ୨୭ା୯ (ଏପି)-ରୁଷିଆନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ପାଇଁ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। କ୍ୱାଲିଫାଇଂରେ ତାଙ୍କ ଟାଇମିଂ ୧ ମିନିଟ୍‌, ୩୧.୩୦୪ ସେକେଣ୍ଡ ରହିଥିଲା। ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ .୫୬୩ରେ ପଛରେ ପକାଇ ସେ କ୍ରମାଗତ ୫ଥର ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ରବିବାର ରେସ୍‌ ଜିତିଲେ ଏହା ହେବ ତାଙ୍କ କ୍ୟାରିୟରର ୯୧ତମ ଫର୍ମୁଲା ଓ୍ବାନ ବିଜୟ। ମାଇକେଲ ସୁମାକରଙ୍କ ସର୍ବକାଳୀନ ରେକର୍ଡ ସହ ସେ ସମକକ୍ଷ ହୋଇପାରିବେ। ହାମିଲଟନଙ୍କ ମର୍ସିଡିଜ୍‌ ଟିମ୍‌ମେଟ ଭାଲଟେରୀ ବୋଟାସ .୬୫୨ ବ୍ୟବଧାନରେ ତୃତୀୟ ସ୍ଥାନରେ ରହିଥିଲେ।

Share