Posted inଖେଳ

ମୁମ୍ବାଇ ଷ୍ଟେଶନରେ ଅଟକିଲା ଚେନ୍ନାଇ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ,୧।୫ : ଲଗାତାର ୫ ବିଜୟ ହାସଲ କରିବା ପରେ ଅଟକିଛି ଚେନ୍ନାଇ ଏକ୍ସକ୍ରେସ୍‌। କେହି ଅଟକାଇ ପାରିଲେ ନାହିଁ କିରନ ପୋଲାର୍ଡଙ୍କ ଝଡ଼କୁ। ସାମ୍ନାରେ ୨୧୯ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଓ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ୪ ଉଇକେଟରେ ହରାଇ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ। ମ୍ୟାଚ୍‌ରେ କିଛି ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା, ଯାହା ଚେନ୍ନାଇ କେବେ ଚିନ୍ତା କରି ନ ଥିଲା। ଫେଲ୍‌ ମାରିଥିଲା ଧୋନୀଙ୍କ ଡିଆରଏସ୍‌। ରବୀନ୍ଦ୍ର ଜାଡେଜାଙ୍କ ମିସ୍‌ ଫିଲ୍ଡିଂ। ସୁବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ୟାଚ୍‌ ଛାଡ଼ିଥିଲେ ଫାଫ୍‌। ଏହି ସବୁ ତ୍ରୁଟି ସିଏସ୍‌କେର ପରାଜୟ ପଛର କାରଣ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ସିଏସ୍‌କେ ପ୍ରଥମ ଓଭରରେ ହରାଇଥିଲା ଇନ ଫର୍ମ ଓପନର ରୁତୁରାଜ ଗାଏକ୍ୱାଡ (୪)ଙ୍କୁ। ତା’ ପରେ ଛକାର ବର୍ଷା ଆରମ୍ଭ କରିଥିଲେ ଡୁ’ ପ୍ଲେସି ଓ ମୋଇନଙ୍କ ଯୋଡ଼ି। ଦୁହେଁ ୬୦ ବଲରେ ଯୋଡ଼ିଥିଲେ ୧୦୮ ରନ୍‌। ଫାଫ୍‌ ୨୮ ବଲରେ ୫୦ (୨ ଚୌକା ଓ ୪ ଛକା) ଓ ମୋଇନ ଅଲି ୩୬ ବଲରେ ୫୮ (୫ ଲେଖାଏ ଚୌକା ଓ ଛକା)। ଏହାପରେ ଦୁଇ ଓଭର ଭିତରେ ସିଏସ୍‌କେ ହରାଇଥିଲା ୩ ଉଇକେଟ। ମୁମ୍ବାଇ ହାତରେ ଥିଲା ମ୍ୟାଚ୍‌କୁ ଫେରିବାର ସୁଯୋଗ। କିନ୍ତୁ ମୁମ୍ବାଇର କୌଣସି ବୋଲରଙ୍କୁ କ୍ଷମାଦେଇ ଦେଲେ ନାହିଁ ରାୟୁଡୁ। ୨୭ ବଲରେ ୪ ଚୌକା ଓ ୭ ଛକା ସହାୟତାରେ ଖେଳିଥିଲେ ବିସ୍ଫୋରକ ୭୨* ରନ୍‌ର ପାଳି। ରବୀନ୍ଦ୍ର ଜାଡେଜା ୨୨ ରନ୍‌ କରିଥିଲେ। ଫଳରେ ସିଏସ୍‌କେ ୪ ଉଇକେଟ ହରାଇ ୨୧୮ ରନ୍‌ କରିଥିଲା। ଚେନ୍ନାଇ ଇନିଂସରେ ସାମିଲ ଥିଲା ୧୬ଟି ଛକା।

ଜବାବରେ ୯.୪ ଓଭର ସୁଦ୍ଧା ମୁମ୍ବାଇ ୩ ଉଇକେଟ ହରାଇ ୮୧ ରନ୍‌ କରିଥିଲା। ଖୁବ୍‌ କମ୍‌ ଥିଲା ବିଜୟ ସମ୍ଭାବନା। କିନ୍ତୁ ପୋଲାର୍ଡ ଛଡ଼େଇ ନେଇଥିଲେ ମ୍ୟାଚ୍‌। କେବଳ ଛକା ଓ ଚୌକାରେ ଦେଇଥିଲେ ବୋଲରଙ୍କୁ ଉତ୍ତର। ମୁମ୍ବାଇକୁ ୧୨ ବଲରେ ଦରକାର ଥାଏ ୩୧ ରନ୍‌। ସାମ କୁରାନଙ୍କ ଓଭର ପ୍ରଥମ ଦୁଇ ବଲକୁ ଛକା ମାରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ତା’ ପରେ ଦୁଇ ଉଇକେଟ ନେଇ ମ୍ୟାଚ୍‌କୁ ନିର୍ଣ୍ଣାୟକ ମୋଡ଼ ଉପରେ ଛିଡ଼ା କରି ଦେଇଥିଲେ କୁରାନ। ଅନ୍ତିମ ଓଭରରେ ପୋଲାର୍ଡଙ୍କ ଝଡ଼କୁ ରୋକିପାରି ନ ଥିଲେ ଲୁଙ୍ଗି ଏନ୍‌ଗିଡି। ପୂରା ୨୦ ଓଭରରେ ୬ ଉଇକେଟ ହରାଇ ୨୨୦ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା ମୁମ୍ବାଇ। ପୋଲାର୍ଡ ୩୪ ବଲରେ ଖେଳିଥିଲେ ୮୭ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ୬ ଚୌକା ଓ ୮ ଛକା ସାମିଲ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri