ଗଳିପୋଲକୁ ନେଇ ରାଜନୀତି

ରସୁଲପୁର,୬।୫(ଡି.ଏନ୍‌.ଏ): ରସୁଲପୁର ବ୍ଲକର କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାହାଦଲାପୁର ଛକଠାରେ ଗଳିପୋଲ (ପିୟୁପି) ନିର୍ମାଣକୁ ନେଇ ରାଜନୀତି ଉଷ୍ମ ହୋଇଛି। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ୟମ କ୍ରମେ ଏହି ଗଳିପୋଲ ହେବାକୁ ଯାଉଥିବାରୁ ଶୁକ୍ରବାର ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଜପଥ ପାର୍ଶ୍ୱସ୍ଥ ବାହାଦଲାପୁର ଛକ ନିକଟରେ ଆୟୋଜିତ ହୋଇଯାଇଛି। ଭାଜପା ନାରୀନେତ୍ରୀ ଶ୍ରୀମନ୍ତିନୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବିଜେଡି ଜିଲା ପରିଷଦ ସଦସ୍ୟ (୩୩ ନମ୍ବର) ଶିଶିର କୁମାର ମହାନ୍ତି ଏବଂ ବିଜେଡି ସମର୍ଥତ୍ତ ବାହାଦଲାପରୁ ପଞ୍ଚାୟତ ସମିତି ସଭ୍ୟା ମାମି ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମା, ପୂର୍ବତନ ଜିଲାପରିଷଦ ସଦସ୍ୟ ବିଜୟ କୁମାର ଦାସ, ଲିଙ୍କନ ଫାର୍ମାସ୍ୟୁଟିକାଲର ଜୋନାଲ ମ୍ୟାନେଜର ଅଭୟ କୁମାର ମହାନ୍ତି, ସମାଜିକ କର୍ମୀ ଇଂ ବିଶ୍ୱଜିତ୍‌ ମହାନ୍ତି, ଅରୁଣ କୁମାର ସାହୁ, ଲକ୍ଷ୍ମୀଧର ପତି, ପ୍ରଫୁଲ୍ଲ ଗିରି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସାଧାରଣ ଲୋକଙ୍କର କୌଣସି ଦଳ ନାହିଁ। ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ତାଙ୍କର ଲକ୍ଷ୍ୟ ବୋଲି କହିବା ସହ ଭାଜପା ସରକାର ଓ ଭାରତର ପ୍ରଧାନମନ୍ତ୍ରୀ ଲୋକଙ୍କ ସମସ୍ୟାକୁ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି ା ସେହି ଆଧାରରେ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଏଠାରେ ଏକ ଗଳିପୋଲ କରାଯାଉଛି ବୋଲି ଏମ୍‌ପି ଷଡ଼ଙ୍ଗୀ କହିଛନ୍ତି। ଲୋକମାନଙ୍କ ସମସ୍ୟାର ସମାଧାନ ବାଟ ଫିଟିପାରିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ। ପ୍ରସ୍ତାବିତ ଗଳିପୋଲ ପାଇଁ ୬.୭୫କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ରସୁଲପୁର ବ୍ଲକ ସମ୍ମୁଖରେ ଏକ ଗଳିପୋଲ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏମ୍‌ପି ଷଡ଼ଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଲିଖିତ ଭାବେ ଜଣାଇବାକୁ ପରାମର୍ଶ ଦେଇଛନ୍ତି। ତଦନୁଯାୟୀ ସେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ରସୁଲପୁର ବ୍ଲକ ବାହାଦଲାପୁର ପଞ୍ଚାୟତର ବାହାଦଲାପୁର, ସରିଫାବାଦ, କମାରପାଳ, ରସୁଲପୁର ପଞ୍ଚାୟତର କେଉଟ ଲଗୁଆଁ, ଭୋଟକା ପଞ୍ଚାୟତ ବିଲିପଡା ଗ୍ରାମର ଗୋସାଇଁ ମଠ, ଯାଜପୁର ବ୍ଲକ ବେରୁଦା ପଞ୍ଚାୟତର ଚିନ୍ତାପଲ୍ଲୀ ଗ୍ରାମର ଲୋକଙ୍କ ଯାତାୟାତ ପାଇଁ ଅତଲାପୁର-ବାହାବଳପୁର ପୂର୍ତ୍ତ ବିଭାଗ ରାସ୍ତାକୁ ବ୍ୟବହାର କରିଥାଆନ୍ତି ା ଏହି ରାସ୍ତା ରାଜପଥକୁ ବାହାଦଲାପୁର ଛକଠାରେ ସଂଯୋଗ କରୁଛି। ଚଣ୍ଡିଖୋଲଠାରୁ ଭଦ୍ରକ ପର୍ଯ୍ୟନ୍ତ ୭୬ କି.ମି. ଲମ୍ବ ୧୬ ନମ୍ବର ଜାତୀୟ ରାଜପଥକୁ ୬ଥାକିଆ ରାସ୍ତାରେ ସମ୍ପ୍ରସାରଣ କରାଯାଇଛି। ଏହି ସମୟରେ ଏଠାରେ ଏକ ଗଳିପୋଲ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରି ଆସୁଥିଲେ। ଏନେଇ ଲୋକମାନେ କୋରେଇ ବିଧାୟକ ଅଶୋକ କୁମାର ବଳଙ୍କୁ ଅବଗତ କରାଇଥିଲେ। ବିଧାୟକ ବଳ ଏହାକୁ ଅତି ହାଲୁକା ଭାବରେ ଗ୍ରହଣ କରିବାରୁ ପ୍ରଭାବିତ ଅଞ୍ଚଳର ମୁରବିମାନେ ଭୁବନେଶ୍ୱର ଏମ୍‌ପି ଷଡ଼ଙ୍ଗୀଙ୍କୁ ଭେଟି ଦାବି ଜଣାଇଥିଲେ। ଏମ୍‌ପି ଷଡ଼ଙ୍ଗୀ ଗଳିପୋଲ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା କରିଥିଲେ। ତଦନୁଯାୟୀ ପ୍ରସ୍ତାବିତ ସ୍ଥାନରେ ଏକ ପିୟୁପି(ପେଡେଷ୍ଟେରିଆନ ଅଣ୍ଡର ପାସ୍‌) କରିବାକୁ ବୈଷୟିକ ମଞ୍ଜୁରୀ ମିଳିଛି ା
ଏ ସମ୍ପର୍କରେ ବିଜେଡି ଜିଲା ପରିଷଦ ସଦସ୍ୟ ଶିଶିର କୁମାର ମହାନ୍ତିଙ୍କୁ ପଚାରିବାରୁ ଏଠାରେ ଦଳ ପ୍ରସଙ୍ଗଠାରୁ ଲୋକଙ୍କ ସମସ୍ୟା ଅତ୍ୟନ୍ତ ସମ୍ବେଦନଶୀଳ। ଉକ୍ତ ସମସ୍ୟା ସମ୍ପର୍କରେ ଲୋକେ ବିଧାୟକଙ୍କୁ ଅବଗତ କରାଇଥିଲେ। ଏ ଦିଗରେ ବିଧାୟକଙ୍କ ପଦକ୍ଷେପ ସନ୍ତୋଷଜନକ ହୋଇ ନ ପାରିବାରୁ ଲୋକେ ଭୁବନେଶ୍ୱର ଏମ୍‌ପିଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ବୋଲି ମହାନ୍ତି କହିଛନ୍ତି। ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଶ୍ରାବଣୀ ମହାନ୍ତି କହିଛନ୍ତି, ଗଳିପୋଲ ଦାବିକୁ ବିଧାୟକ ଗୁରୁତ୍ୱ ଦେଲେ ନାହିଁ। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇଗଲା ହେଲେ ଗଳିପୋଲ ହୋଇପାରିଲା ନାହିଁ। ଏମ୍‌ପି ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ଯୋଗୁ ତାହା ସମ୍ଭବ ହୋଇପାରିଲା ବୋଲି ଶ୍ରାବଣୀ କହିଛନ୍ତି। କୋରେଇ ବିଧାୟକ ବଳଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଅବଗତ ନାହାନ୍ତି ବୋଲି କହିଛନ୍ତି। ବୈଷୟିକ ଅନୁମୋଦନ ମିଳିପାରିଲେ ଗଳିପୋଲ ନିର୍ମାଣ ସମ୍ଭବ। ତେବେ ଏହାକୁ ନେଇ ଅମୂଳକ ଅଭିଯୋଗ କରାଯାଉଛି ା ବିରୋଧୀଙ୍କ ଏଭଳି ପ୍ରୟାସକୁ ଅଦିନିଆ ବର୍ଷା ବୋଲି ସେ ଆଖ୍ୟା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri